ବର୍ଷାଭାବରୁ ଖରିଫ ଧାନ ଚାଷ କାର୍ଯ୍ୟ ବ୍ୟାହତ

ବ୍ରହ୍ମପୁର ଅଫିସ,୬ା୮: କୃଷି ବହୁଳ ଗଞ୍ଜାମ ଜିଲାରେ ଚଳିତ ବର୍ଷର ଖରିଫ ଧାନଚାଷ ଆରମ୍ଭରୁ ଉଦବେଗଜନକ ହୋଇଛି। ନିଅଣ୍ଟିଆ ବର୍ଷା ସାଙ୍ଗକୁ ବିପର୍ଯ୍ୟସ୍ତ ସେଚ ବ୍ୟବସ୍ଥା ଯୋଗୁ ତଳି ପୋଡ଼ି ଓ ଗଜା ମରୁଡ଼ି ଲକ୍ଷ ଲକ୍ଷ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଧାରା ଶ୍ରାବଣରେ ମଧ୍ୟ ବର୍ଷାଭାବ କୃଷି କାର୍ଯ୍ୟରେ ସାଂଘାତିକ ସ୍ଥିତି ଦେଖାଦେଇଛି। ଜିଲାର ୨୨ଟି ଯାକ ବ୍ଲକ ଅଞ୍ଚଳରେ ଚାଷ କାର୍ଯ୍ୟ ବ୍ୟାହତ ହୋଇଥିବା ବେଳେ କୃଷି ବିଭାଗ ପକ୍ଷରୁ ଭିନ୍ନ ତଥ୍ୟ ଦିଆଯାଇଛି। ଅଗଷ୍ଟରେ ଯଦି ଆବଶ୍ୟକ ମୁତାବକ ବର୍ଷା ଓ ଲଘୁଚାପ ସୃଷ୍ଟି ନ ହୁଏ ତେବେ ମରୁଡ଼ି ସୁନିଶ୍ଚିତ ବୋଲି ବିଭିନ୍ନ ସ୍ଥାନର ଚାଷୀ ଓ କୃଷକ ସଂଗଠନ ଗୁଡିକ ମତ ପ୍ରକାଶ କରିଛନ୍ତି।
ଜିଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ କୁହାଯାଇଛି ସେଚ ବ୍ୟବସ୍ଥା ଥିବା ଜମିଗୁଡ଼ିକ ଅନାବୃଷ୍ଟି ସତ୍ତ୍ୱେ ଠିକ୍‌ ଅଛି। ଉଚ୍ଚା ଜମି ଗୁଡ଼ିକରେ ସମସ୍ୟା ଦେଖାଦେଇଛି। ତେବେ ଛତ୍ରପୁର, ବେଗୁନିଆପଡ଼ା, ଗଞ୍ଜାମ, ରଙ୍ଗେଇଲୁଣ୍ଡା, ଚିକିଟି, କୁକୁଡ଼ାଖଣ୍ଡି, ଶେରଗଡ଼ ଓ ପୁରୁଷୋତ୍ତମପୁର ବ୍ଲକ ଅବସ୍ଥା ସଙ୍ଗୀନ ହୋଇଛି। ବ୍ୟାପକ କ୍ଷତି ନ ଘଟି ଆଂଶିକ କ୍ଷତି ହେବାର ଅନୁମାନ କରାଯାଇଛି। ଦିଗପହଣ୍ଡି ସମେତ ଆଉ କେତେକ ବ୍ଲକରେ ସ୍ଥିତି ଅନୁଧ୍ୟାନ କରାଯାଇ ସରକାରଙ୍କୁ ରିପୋର୍ଟ ଦାଖଲ କରାଯାଇଛି। ଅପରପକ୍ଷରେ ପାଣିପାଗ କେନ୍ଦ୍ରର ଆଗୁଆ ସୂଚନାନୁସାରେ ଯଦି ଭଲ ବର୍ଷା ହେବ ଅବସ୍ଥା ବଦଳିଯିବା ଆଶା କରାଯାଇଛି। କୃଷି ବିଭାଗର କ୍ଷେତ୍ର କର୍ମଚାରୀମାନେ ସବୁ ବ୍ଲକରେ ନିୟମିତ ସ୍ଥିତି ଅନୁଧ୍ୟାନ କରୁଥିବା ସୂଚନା ଦିଆଯାଇଛି।
ବିଭିନ୍ନ ଚାଷୀ ସଂଗଠନ ନେତାଙ୍କ କହିବାନୁସାରେ କେବଳ ଚଳିତ ବର୍ଷ ନୁହେଁ ଦୀର୍ଘବର୍ଷରୁ ବିପର୍ଯ୍ୟସ୍ତ ସେଚ ବ୍ୟବସ୍ଥା ଲାଗି ରହିଛି। ଏହାର ସ୍ଥାୟୀ ସମାଧାନ ଦିଗରେ ସରକାରଙ୍କ ପକ୍ଷରୁ ଅଣଦେଖା କରାଯାଇଛି। ବିଜେଡି ଶାସନରେ ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଏହି ଜିଲାରେ ଗୋଟିଏ ବି ନୂଆ ମଧ୍ୟମ ଜଳ ସେଚନ ଯୋଜନା ନିର୍ମାଣ କରାଯାଇନାହିଁ। ଅନିୟମିତ ବର୍ଷା ଚାଷୀଙ୍କୁ ଅଣନିଃଶ୍ୱାସୀ କରୁଛି। ସବୁବର୍ଷ ଚାଷୀମାନେ ଲଘୁଚାପ ଜନିତ ବର୍ଷା ଉପରେ ନିର୍ଭର କରିବାକୁ ପଡ଼ୁଚି। ଅପରପକ୍ଷରେ ପୂର୍ବ ସରକାର ଅମଳରେ ଆରମ୍ଭ ହୋଇଥିବା ମଧ୍ୟମ ସେଚ ଯୋଜନା ଗୁଡ଼ିକ ନିର୍ଦ୍ଧାରିତ ସମୟ ଭିତରେ ସମ୍ପୂର୍ଣ୍ଣ ହେଉନଥିବା ଅନେକ ଅଭିଯୋଗ ହୋଇଛି। ଫଳରେ ସଂଶୋଧିତ ବ୍ୟୟ ଅଟକଳ ବଢ଼ି ଚାଲିଛି ଓ ଚାଷୀ ସୁଫଳ ପାଉନଥିବା କଟାକ୍ଷ କରାଯାଇଛି। ଜିଲାର ବାଘୁଆ ପ୍ରଥମ ଓ ଦ୍ୱିତୀୟ, ବାଘଲଟି, ଘୋଡ଼ାହାଡ଼, ଡହ, ବାହୁଦା, ରାମନଦୀ ଆଦି ଜଳ ଭଣ୍ଡାର ଗୁଡ଼ିକରେ ଜଳସ୍ତର ଏବେ ହ୍ରାସ ପାଇଥିବା ଖବର ମିଳିଛି। ୩ ଦଶନ୍ଧି ପରେ ବି ଘଟକେଶ୍ୱର ପ୍ରକଳ୍ପ ନିର୍ମାଣ ଅଧାପନ୍ତରିଆ ରହିଛି। ବର୍ଷା ନ ହେବାରୁ ଜୀବନ ରେଖା ଋଷିକୁଲ୍ୟା ନଦୀ ଶୁଖିଯାଇଛି। କେତେକ କେନାଲ କୁଳିଆକୁ ଛାଡ଼ିଦେଲେ ଅବଶିଷ୍ଟ ଜମିରେ ରୁଆ ବେଉଷଣ ଠପ୍‌ ହୋଇଯାଇଛି। ସୋରଡ଼ା ଓ ଭଞ୍ଜନଗର ବୃହତ୍ତର ଜଳ ଭଣ୍ଡାରରେ ମଧ୍ୟ ପାଣି ଯଥେଷ୍ଟ କମି ଯାଇଥିବା ବିଭିନ୍ନ ସୂତ୍ରରୁ ଖବର ମିଳିଛି। ବିଜେଡି ସରକାର ବିଭିନ୍ନ ଯୋଜନା ନିମନ୍ତେ ହଜାର ହଜାର କୋଟି ଟଙ୍କା ବ୍ୟୟ କରୁଥିବାରୁ ଗଞ୍ଜାମରେ ପର୍ଯ୍ୟାପ୍ତ ସେଚ ବ୍ୟବସ୍ଥା କରିବାକୁ ବହୁମତ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କର୍ମୀ ଦେଉଥିଲେ ଫୁଲମାଳ, ନେଲେନି ନେତା

ବାଲେଶ୍ୱର,୮ା୫(ମାନସ ବିଶ୍ୱାଳ): ବାଲେଶ୍ବର ସଂସଦୀୟ କ୍ଷେତ୍ର ପାଇଁ ବୁଧବାର ମହା ମେଘବାହନ ଖାରବେଳ ସ୍ବାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ମଧ୍ୟାହ୍ନରେ ସେ ତାଙ୍କର ସମର୍ଥକମାନଙ୍କ ସହିତ...

ସ୍ତ୍ରୀ- ପୁଅ ଥାଉ ଥାଉ ଦ୍ୱିତୀୟ ବିବାହ କରିବାକୁ ଯାଉଥିଲେ, ପୁଅଙ୍କୁ ଟାଣିଟାଣି ଥାନାକୁ ଆଣିଲେ ବାପା

ବାସୁଦେବପୁର,୮।୫(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଏଡ଼ତାଳ ଗ୍ରାମର ଅଜୟ ଜେନା ନାମକ ଜଣେ ବିବାହିତ ଯୁବକ ମଙ୍ଗଳବାର ଚାନ୍ଦିମାଳ ଅଞ୍ଚଳର ଜଣେ...

ଶଙ୍ଖ ଧରିଲେ ବରିଷ୍ଠ ଭାଜପା ନେତାଙ୍କ ସହ ଶତାଧିକ କର୍ମୀ

ଗଞ୍ଜାମ,୮ା୫(ବିଦ୍ୟାଧର ସାହୁ): ଆସନ୍ତା ୧୩ରେ ସାଧାରଣ ନିର୍ବାଚନ। ଏଥିପାଇଁ ସବୁ ଦଳ ନିଜନିଜ ରଣନୀତି ଆରମ୍ଭ କରିଛନ୍ତି।  ଏନ୍‌ଏସି ଅନ୍ତର୍ଗତ ଓ୍ବାର୍ଡ ନଂ ୮ ପୁଇଁତଳା...

ଛେଳି ଚୋରିକୁ ନେଇ ମହାଭାରତ: ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବୁଦାମୂଳେ ଫିଙ୍ଗିଦେଲେ ଦୁର୍ବୃତ୍ତ

ଖୁଣ୍ଟୁଣୀ,୮ା୫(ସଚ୍ଚିଦାନନ୍ଦ ପଣ୍ଡା): ଛେଳି ଚୋରିକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ଅନ୍ୟ କେତେକ ଯୁବକ ମରଣାନ୍ତକ ଆକ୍ରମଣ କରି ମୁମୂର୍ଷୁ ଅବସ୍ଥାରେ ଖୁଣ୍ଟୁଣୀ ଡାକ୍ତରଖାନା ପଛପଟ...

ଆନ୍ଧ୍ରର ଅନୁପ୍ରବେଶ: ମାଗଣା ସ୍ବାସ୍ଥ୍ୟ ଶିବିର ବନ୍ଦ କଲା ପୋଲିସ

ପଟ୍ଟାଙ୍ଗି,୮।୫(ଶରତ ଧଳ): ସାରା ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ନେଇ ସମସ୍ତ ସରକାରୀ ଅଧିକାରୀ ନିଜ ନିଜର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି। ଏହାର ସୁଯୋଗ ଉଠାଇ...

ନିର୍ବାଚନ ପୁର୍ବରୁ ବୌଦ୍ଧ ପୋଲିସକୁ ବଡ ସଫଳତା:୯ ମାଓବାଦୀଙ୍କ ଆତ୍ମସମର୍ପଣ

ବୌଦ୍ଧ,୮।୫(ଅଜିତ କୁମାର ବାରିକ ): ନିର୍ବାଚନ ପୁର୍ବରୁ ବୌଦ୍ଧ ପୋଲିସକୁ ବୁଧବାର ବଡ ସଫଳତା ମିଳିଛି। ଗତ କିଛି ଦିନ ତଳେ ବୌଦ୍ଧ ପୋଲିସ ଦ୍ୱାରା...

ବଢ଼ିଲା ଅନୁଭବଙ୍କ ଅଡୁଆ

କଟକ,୮।୫: ଅଭିନେତା ତଥା ଭାଜପା ନେତା ଅନୁଭବ ମହାନ୍ତିଙ୍କ ଅଡୁଆ ବଢିଛି। ବର୍ଷାଙ୍କ ନିର୍ଯାତନା ଅଭିଯୋଗ ମାମଲାରେ କଟକ ଜେଏମଏଫସି କୋର୍ଟ ଅନୁଭବ ମହାନ୍ତିଙ୍କ ଆବେଦନ...

ବାଲେଶ୍ୱର କଂଗ୍ରେସରେ ଫାଟ, ଶ୍ରୀକାନ୍ତଙ୍କୁ ବିରୋଧ କରି ଦଳ ଛାଡିଲେ ବଡ଼ ନେତା

ନୀଳଗିରି,୮।୫: ବାଲେଶ୍ୱର କଂଗ୍ରେସରେ ଫାଟ। କଂଗ୍ରେସ ଛାଡିଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ର୍ନିବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri