ମା’ କ୍ଷୀର-ଶିଶୁ ସୁରକ୍ଷା କବଚ

ଜନ୍ମପରେ ପ୍ରଥମେ ମା’ର ଛାତି ଉପରେ ଶିଶୁକୁ ପ୍ରସବ କକ୍ଷରେ ଶୁଆଇ ଦିଆଯାଏ ଓ ସ୍ତନ୍ୟପାନ ଏହିଠାରୁ ହିଁ ଆରମ୍ଭ ହୋଇଥାଏ। ଶିଶୁ ଆପଣାଛାଏଁ ମାତୃସ୍ତନ୍ୟରୁ କ୍ଷୀର ଖାଇବା ଆରମ୍ଭ କରେ। ଏହାକୁ ବେବିକ୍ରଲ୍‌ କୁହାଯାଏ। ପ୍ରଥମ ୬ମାସ କେବଳ ମା’କ୍ଷୀର, ପାଣି କିମ୍ବା ଅନ୍ୟ କୌଣସି ଖାଦ୍ୟ ଏପରିକି ପାଣି ମଧ୍ୟ ଦିଆଯାଏ ନାହିଁ।
କେବଳ ଦରକାରୀ ଔଷଧ ଡାକ୍ତରଙ୍କ ପରାମର୍ଶକ୍ରମେ ଦିଆଯାଏ। ଏହାକୁ ଏକ୍ସକ୍ଲୁସିଭ୍‌ ବ୍ରେଷ୍ଟ ଫିଡିଂ କୁହାଯାଏ। ଏହା ଶିଶୁ ପାଇଁ ଅତ୍ୟନ୍ତ ଉପକାରୀ। ଏହା ଜାଣି ସୁଦ୍ଧା ସ୍ତନ୍ୟପାନ କରାଇବାରେ ଅନେକ ମନୁଷ୍ୟକୃତ ସମସ୍ୟା ରହିଛି ଯାହା ମା’ର ମନକୁ ଆନ୍ଦୋଳିତ କରି ସନ୍ଦେହ ଘେରକୁ ନେଇଯାଇଥାଏ। ତା’ର ଏହି ନୟନ ପିତୁଳା ଜୀବନ ସଙ୍ଖାଳି ପାଇଁ କେଉଁଟି ଠିକ୍‌ ସେ ବୁଝିପାରେ ନାହିଁ। ସ୍ତନ୍ୟପାନ ଦ୍ୱାରା ନିଜର ଉପକାର ଓ ଶିଶୁର ଉପକାର ଗୁଡ଼ିକ ବିଷୟରେ ଅଜ୍ଞ ରହିବା ଫଳରେ ତା’ ଜୀବନର ପ୍ରଥମ ଦିନରୁ ହିଁ ବିଭିନ୍ନ ଡବା କ୍ଷୀର ଦେଇ ନ୍ୟାଯ୍ୟ ଅଧିକାରରୁ ଶିଶୁକୁ ବଞ୍ଚିତ କରିଥାଏ।
ଏଥିରେ ଅବଶ୍ୟ ମା’ର କୌଣସି ଦୋଷ ନାହିଁ, କାରଣ ସ୍ତନ୍ୟପାନ ଉପକାରିତା ବିଷୟରେ ଅବଗତ କରାଇବା ବ୍ୟକ୍ତି କିମ୍ବା ସଂସ୍ଥାର ଉପଦେଶ ତାକୁ ମାନସିକ ଦୃଢ଼ତା ଦେବା ସହିତ ମାତା ଓ ଶିଶୁର ଭବିଷ୍ୟତକୁ ମଧୁମୟ କରିଥାନ୍ତି । ତେଣୁ ପ୍ରତ୍ୟେକ ଡାକ୍ତର, ନର୍ସ, ଆଶା କର୍ମୀ, ଅଙ୍ଗନଓ୍ବାଡି କର୍ମୀଙ୍କର ଦାୟିତ୍ୱ ରହିଛି ମା’ଙ୍କୁ ଉପଦେଶ ଦେବା ଜନ୍ମର ପ୍ରଥମ ଏକ ଘଣ୍ଟା ମଧ୍ୟରେ ।
ଏହି ଉଷ୍ମତାର ଶିକୁଳି ଉପରେ ନିର୍ଭର କରୁଛି ମା’ ଓ ଶିଶୁର ଭବିଷ୍ୟତ । ଆମେ ସମସ୍ତେ ଜାଣିଛେ ଶିଶୁର ମୁଖଟି ମାତୃ ସ୍ତନ୍ୟାଗ୍ର ସ୍ପର୍ଶ କଲାପରେ ଦୁଗ୍ଧ ପ୍ରସ୍ତୁତିର ସମସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ସ୍ତନରୁ ଶିହରଣ ଯାଇ ମସ୍ତିଷ୍କର ପିଟ୍ୟୁଟାରି ଗ୍ରନ୍ଥିରୁ ପ୍ରୋଲାକ୍ଟିନ୍‌ ହର୍‌ମୋନ କ୍ଷରଣ ହୋଇଥାଏ। ତେଣୁ କ୍ଷୀର ବଢ଼ାଇବାର ଉପାୟ ହେଲା ବାରମ୍ବାର ଶିଶୁକୁ କ୍ଷୀର ପିଆଇବା। ମା’ ଅଧିକ ଜଳପାନ କରିବା ଆବଶ୍ୟକ ପ୍ରାୟ ଦିନକୁ ୨ ଲିଟର । ପାଣି ପିଇବା ସହିତ ଅଧିକ ପୁଷ୍ଟିକର ଖାଦ୍ୟ ଖାଇବା ଆବଶ୍ୟକ।
ବର୍ତ୍ତମାନ କର୍ମଜୀବୀ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେମାନେ ସ୍ତନ୍ୟପାନ କରାଇବାରେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେତେଜଣ ମା’ଙ୍କୁ ୩ମାସ କିମ୍ବା ୬ମାସ ପ୍ରସବୋତ୍ତର ଛୁଟି ମିଳୁଛି। ୬ମାସ ଛୁଟି ମିଳୁଥିବା ମାଆମାନେ ଏହାପରେ ନିଜ ସମୟକୁ ଆଡଜଷ୍ଟ କରି ମାତୃସ୍ତନ୍ୟ ଓ ବହଳ ଖାଦ୍ୟ ଦେଇପାରିବେ। ଯେପରି ୧୦ଟା ପର୍ଯ୍ୟନ୍ତ ମାଆ କ୍ଷୀର ପାନକରାଇ ୧୨ଟା ସମୟରେ ଭାତଡାଲି ଖୁଆଇପାରିବେ। ୩ମାସ ଛୁଟି ପାଉଥିବା ମାଆ ନିଜ ଘରକୁ ଆସି କିମ୍ବା ଶିଶୁକୁ ନିଜ ପାଖକୁ ନେଇ ସ୍ତନ୍ୟପାନ କରାଇପାରିବେ କିମ୍ବା ନିଜ କ୍ଷୀରକୁ ବାହାରକରି କାଚପାତ୍ରରେ ବାହାରେ ୪ଘଣ୍ଟାରୁ ୮ଘଣ୍ଟା ମଧ୍ୟରେ କିମ୍ବା ବରଫ ବାକ୍ସରେ ୨୪ଘଣ୍ଟା ପର୍ଯ୍ୟନ୍ତ ଓ ଫ୍ରିଜ୍‌ରେ ୩ଦିନ ପର୍ଯ୍ୟନ୍ତ ରଖି ବ୍ୟବହାର କରାଯାଇପାରିବେ ଏବଂ ଏହାକୁ କାଢ଼ି ଉଷ୍ମଜଳରେ ରଖିଦେଲେ ତାହା ସାଧାରଣ ଉତ୍ତାପକୁ ଆସି ଶିଶୁକୁ ଦିଆଯାଇପାରିବ।
ମା’ କ୍ଷୀରକୁ ୫ ଭାଗରେ ବିଭକ୍ତ କରାଯାଇଛି: ୧. କଷ କ୍ଷୀର (୩ ଦିନରୁ ୪ଦିନ): ଏହା ଜନ୍ମ ପରେ ବାହାରିଥାଏ, ବହଳିଆ ଓ ଈଷତ୍‌ ହଳଦିଆ ରଙ୍ଗର ହୋଇଥାଏ। ୨୪ଘଣ୍ଟାରେ ୧୫ରୁ ୨୦ମି.ଲି. ବାହାରିଥାଏ। ଏଥିରେ ରୋଗ ପ୍ରତିରୋଧକ ଶକ୍ତି ଭରପୂର ଥାଏ। ତେଣୁ ରୋଗରୁ ରକ୍ଷା କରିବା ପାଇଁ ଏହା ଶିଶୁର ପ୍ରଥମ ଟିକା। ଏଥିରେ ଶରୀର ବୃଦ୍ଧି ପାଇଁ ସମସ୍ତ ଉପାଦାନ ଥାଏ।
୨. ଟ୍ରାଞ୍ଜିସନ୍‌ ମିଲ୍କ: ଏହା ୩ ଦିନରୁ ସପ୍ତାହେ ପର୍ଯ୍ୟନ୍ତ କ୍ଷରିତ ହୋଇଥାଏ। ଏଥିରେ ଲାକ୍ଟୋଜ,ଚର୍ବି ଓ ବି କମ୍ଳେକ୍ସ ଭିଟାମିନ୍‌ ଅଧିକ ଥାଏ।
୩.ପରିପକ୍ୱ କ୍ଷୀର ବା ମାଚ୍ୟୁଅର ମିଲ୍କ: ଏହା ପ୍ରଚୁର ପରିମାଣରେ ବାହାରେ। ଏଥିରେ ପ୍ରତି ୧୦୦ମି.ଲି. କ୍ଷୀରରେ ପୁଷ୍ଟିସାର ୧.୨ଗ୍ରାମ, ଲାକ୍ଟୋଜ ୬.୫ଗ୍ରାମ, ସ୍ନେହସାର ୩.୫ଗ୍ରାମ, କ୍ୟାଲସିୟମ୍‌ ୩୪ମିଲି ଗ୍ରାମ, ଫସ୍‌ଫେଟ୍‌ ୧୫ମିଲି ଗ୍ରାମ, ୬୦-୭୫ କିଲୋ କ୍ୟାଲୋରି ଥାଏ। ଏହାଛଡ଼ା ଭିଟାମିନ୍‌ ଏ, ଡି, ଇ, ସି ମଧ୍ୟ ଥାଏ ଏବଂ ଜଳୀୟ ଅଂଶ ୮୭.୫% ଥାଏ।
୪. ଫୋର ମିଲ୍କ: ସ୍ତନ୍ୟପାନ ସମୟରେ ପ୍ରଥମେ ଆସୁଥିବା କ୍ଷୀରର ରଙ୍ଗ ଈଷତ୍‌ ନୀଳ। ଏହା ଅଧିକ ପରିମାଣରେ ବାହାରିଥାଏ ଓ ଅଧିକ ଜଳୀୟ ଅଂଶ, ପୁଷ୍ଟିସାର, ଲାକ୍ଟୋଜ ଥାଏ, ଯାହାକି ଶିଶୁର କ୍ଷୁଧା ମେଣ୍ଟାଇବା ସହିତ ତୃଷା ମଧ୍ୟ ମେଣ୍ଟାଇଥାଏ।
୫.ହାଇଣ୍ଡ ମିଲ୍କ: ଏଥିରେ ଅଧିକ ପରିମାଣର ଚର୍ବି ଥାଏ ଓ ଦେଖିବାକୁ ଧଳା ରଙ୍ଗର । ତେଣୁ ଏହି ଦୁଇ ପ୍ରକାର କ୍ଷୀର ଶିଶୁ ପାନକରିବା ଆବଶ୍ୟକ।
ମା’ କ୍ଷୀରର ଉପକାରିତା: ମା’ କ୍ଷୀର ଶିଶୁର ସନ୍ତୁଳିତ ଆହାର। ଏଥିରେ ଥିବା ସମସ୍ତ ଉପାଦାନ ବୟସ ତଥା ଆବଶ୍ୟକତା ଅନୁସାରେ ଶିଶୁକୁ ପ୍ରାପ୍ତ ହୋଇଥାଏ। ଏହା ସମ୍ପୂର୍ଣ୍ଣ ଶୁଦ୍ଧ, ଜୀବାଣୁ ଶୂନ୍ୟ ଏବଂ ଦେୟମୁକ୍ତ। ମା’କ୍ଷୀରେ ଥିବା ପୋଷକ ତତ୍ତ୍ୱ ଶିଶୁକୁ ତରଳଝାଡ଼ା ଓ ନିମୋନିଆ ରୋଗରୁ ରକ୍ଷାକରେ। ସ୍ତନ୍ୟପାନ ମା’ଓ ଶିଶୁର ବନ୍ଧନକୁ ନିବିଡ଼ କରେ ଓ ଶିଶୁ ମନରେ ସୁରକ୍ଷା ଭାବନା ଜାଗ୍ରତକରେ । ମା’କ୍ଷୀର ପିଉଥିବା ଶିଶୁଙ୍କଠାରେ ଡାଇବେଟିସ୍‌, ହୃଦ୍‌ରୋଗ, ଏକ୍‌ଜିମା, ଆଜ୍‌ମା, ର୍ୟୁମାଟଏଡ୍‌ ଆର୍ଥ୍ରାଇଟିସ୍‌ ଓ ଆଲର୍ଜି ରୋଗ ହୁଏ ନାହିଁ। ମା’ କ୍ଷୀରରେ ଥିବା ପ୍ୟୁରିନ୍‌ ଓ ସିଷ୍ଟିନ୍‌ ଆମିନୋଏସିଡ୍‌ ହେତୁ ପିଲାର ମସ୍ତିଷ୍କ ଠିକ୍‌ ଭାବେ ବିକଶିତ ହୋଇଥାଏ ଓ ପିଲା ବୁଦ୍ଧିଆ ହୁଏ। ଏହାଦ୍ୱାରା ପିଲା ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଦେଖାଇ ଅର୍ଥନୈତିକ ଓ ସାମାଜିକ ପ୍ରତିଷ୍ଠା ଲାଭ କରିଥାଏ।
ସେହିପରି ସ୍ତନ୍ୟପାନ କରାଇବା ଦ୍ୱାରା ମା’ର ମେଦବହୁଳତା, ରକ୍ତହୀନତା ରୋଗ, ସ୍ତନ କର୍କଟ, ଜରାୟୁ କର୍କଟ ରୋଗର ଆଶଙ୍କା ହ୍ରାସ ପାଇଥାଏ।
ଏହି ସମସ୍ତ ଉପକାରକୁ ଅନୁଧ୍ୟାନକଲେ ସ୍ତନ୍ୟପାନ ଶିଶୁ ପାଇଁ ବରଦାନ। ତେଣୁ ସମସ୍ତେ ସ୍ତନ୍ୟପାନ ପ୍ରଚାରରେ ସମର୍ଥନ କରିବା।

– ଡା. ନରେଶ ଆଚାର୍ଯ୍ୟ
ଶିଶୁରୋଗ ବିଶେଷଜ୍ଞ,
ଜାତୀୟ ସ୍ବାସ୍ଥ୍ୟ ମିଶନ, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri