Odisha Elections 2024
Posted inଫୁରସତ

ବୃକ୍ଷପ୍ରେମୀ ଲକ୍ଷ୍ମୀଧର

ପେସା ତାଙ୍କର ଶିକ୍ଷକତା କିନ୍ତୁ ନିଶା ବୃକ୍ଷ ରୋପଣ। ପ୍ରାକୃତିକ ପରିବେଶରେ କିପରି ବିଭିନ୍ନ ବୃକ୍ଷଲତାର ସୁରକ୍ଷା ହୋଇପାରିବ ସେଥିପାଇଁ ସେ ପ୍ରୟାସ କରିଛନ୍ତି। ଏଥିଲାଗି ୨୦୧୧ ମସିହାରୁ ସକ୍ରିୟଭାବେ ସେ ବୃକ୍ଷ ରୋପଣ କାର୍ଯ୍ୟ ଜାରି ରଖିଛନ୍ତିି । ବିଭିନ୍ନ ସ୍ଥାନରେ ନାନା ପ୍ରକାର ବୃକ୍ଷଲତା ଲଗାଇଛନ୍ତି। ସେ ହେଲେ ଲକ୍ଷ୍ମୀଧର ପ୍ରଧାନ। ଜଣେ ଅବସରପ୍ରାପ୍ତ ଶିକ୍ଷାବିତ୍‌ । ସେ କୁହନ୍ତି, ମୋ ବାପା ହାଲୁରୀ ପ୍ରଧାନ ଥିଲେ ଜଣେ ସ୍ବାଧୀନତା ସଂଗ୍ରାମୀ, ମା’ ସୁନ୍ଦରୀ ପ୍ରଧାନ ଜଣେ ସାଧାରଣ ଗୃହିଣୀ । ଆମ ଘର ନୟାଗଡ଼ ଜିଲାର ଗୋପାଳପୁରରେ। ସେହିଠାରେ ହିଁ ମୋର ପ୍ରାଥମିକ ଶିକ୍ଷା ଆରମ୍ଭ ହୁଏ। ଏହାପରେ ଭୀମଭୋଇ ହାଇସ୍କୁଲ ଭୁବନେଶ୍ୱର ଏବଂ ରାଜଧାନୀ କଲେଜ ଓ ବାଣୀବିହାରରେ ରାଜନୀତିବିଜ୍ଞାନରେ ସ୍ନାତକୋତ୍ତର ପଢ଼ିଥିଲି। ସମୟକ୍ରମେ ୧୯୮୭ରେ ଶିଶୁ ଅନନ୍ତ ମହାବିଦ୍ୟାଳୟରେ ବିଜ୍ଞାନ ଅଧ୍ୟାପକ ଭାବେ ଯୋଗଦେଲି। ୧୯୯୯ରେ ରାମଚଣ୍ଡୀ ମହାବିଦ୍ୟାଳୟ, ୨୦୦୧ରେ ବେଗୁନିଆ ମହାବିଦ୍ୟାଳୟ ଏବଂ ୨୦୧୧ରେ ପ୍ରତାପ ଶାସନ ମହାବିଦ୍ୟାଳୟରେ ଥିଲାବେଳେ ଏଠାରେ ଥିବା ପ୍ରାୟ ୧୦ ଏକର ଅଞ୍ଚଳରେ ଗଛ ଲଗାଇବା ପାଇଁ ମନସ୍ଥ କରିଥିଲି। ପରେ ଏହି କଲେଜ ପରିଚାଳନା କମିଟିର ସହଯୋଗରେ ଏହାର ପରିସରରେ ପ୍ରାୟ ୫ ହଜାର ବିଭିନ୍ନ ଗଛର ଚାରା ଲଗାଇଥିଲୁ। ପିଲାଟିଦିନରୁ ବାପା ଓ ଭାଇଙ୍କ ଦ୍ୱାରା ଏପରି କାର୍ଯ୍ୟ ପ୍ରତି ଅନୁପ୍ରାଣିତ ହୋଇଥିଲି। ୨୦୧୪ରୁ ୨୦୧୮ ଯାଏ କଲେଜର ଅଧ୍ୟକ୍ଷ ଦାୟିତ୍ୱରେ ରହିଥିଲି। ସେତେବେଳେ ଉପଜିଲାପାଳ ଦେବବ୍ରତ ସାହୁଙ୍କ ସହଯୋଗରେ ପ୍ରାୟ ୧୮ଲକ୍ଷ ଟଙ୍କା ବ୍ୟୟରେ ଏଠାରେ ଏକ ପାଚେରି ନିର୍ମାଣ କରାଯାଇଥିଲା, ଯାହା ଏହି ପରିସରରେ ଲଗାଯାଉଥିବା ଗଛକୁ ସୁରକ୍ଷିତ ରଖିବା ପାଇଁ ସହାୟକ ହୋଇପାରିଥିଲା। ଏଥିଯୋଗୁ ପ୍ରାୟ ୩୦ ହଜାରରୁ ଊର୍ଦ୍ଧ୍ୱ ଗଛ ଏବେ ସୁରକ୍ଷିତ ଅବସ୍ଥାରେ। ଏଥିପାଇଁ ୨୦୧୪ରେ ଓଡ଼ିଶା ସରକାରଙ୍କ ଜଙ୍ଗଲ ବିଭାଗ ପକ୍ଷରୁ ପ୍ରକୃତିମିତ୍ର ପୁରସ୍କାର ମିଳିଛି। ଏଠାରେ ଜାମୁ, ପିଜୁଳି, ଲେମ୍ବୁ, ସପେଟା, ଆମ୍ବ ଇତ୍ୟାଦି ନାନା ଫଳଗଛ ଲାଗିଛି। ତେବେ ଏହି କଲେଜର ସୌନ୍ଦର୍ଯ୍ୟ ପାଇଁ ଏକ ପୁଷ୍ପ ଉଦ୍ୟାନ କରାଯିବା ସହିତ ବିଭିନ୍ନ କଳାକୃତି ଓ ଚିତ୍ର ତିଆରି କରାଯାଇଛି। ଏବେ ମୁଁ ଆଞ୍ଚଳିକ ବିକାଶ ପରିଷଦର ଜଣେ ସକ୍ରିୟ କର୍ମଚାରୀ। ଏହାର ସଭାପତି ବୃନ୍ଦାବନସାହୁ ଏବଂ ସଂପାଦକ ଅରୁଣ ପୁରୋହିତ ବୃକ୍ଷରୋପଣ କାର୍ଯ୍ୟରେ ମତେ ସହଯୋଗ କରିଥାନ୍ତି । ଲିଙ୍ଗିପୁର, ଜୟୀପୁର, ଇଟିପୁର, ବସନ୍ତପୁର ଓ ପଲାସପୁର ଆଦି ଅଞ୍ଚଳରେ ପ୍ରାୟ ୨ହଜାର ଚାରାରୋପଣ କରାଯାଇଛି। ଏହି ଅଞ୍ଚଳର ବୃକ୍ଷପ୍ରେମୀମାନଙ୍କ ସହଯୋଗରେ ଗଙ୍ଗୁଆ ନଦୀ କୂଳେ କୂଳେ ବିଭିନ୍ନ ଗଛର ଚାରା ଲଗାଇବା କାର୍ଯ୍ୟ ଜାରି ରହିଛି ।


Enter your email to get our daily news in your inbox.

All Right Reserved By Dharitri.Com

କର୍ମାନୁଯାୟୀ ଦଣ୍ଡ, ପୁଣି ଗୋଟିଏ ଜନ୍ମରେ

ଏ ସଂସାରରେ ଯିଏ ଯେମିତି କର୍ମ କରିବ, ସେ ସେମିତି ଫଳ ପାଇବ। ଭଲ କର୍ମ ର ଭଲ ଫଳ। ଖରାପ କର୍ମର ଖରାପ ଫଳ।...

କଳାଗ୍ରାମ ସାରଙ୍ଗଯୋଡ଼ି

ଏଠି ସଞ୍ଜ ନଇଁ ଆସିଲେ ପ୍ରତିଦିନ ଚାଲେ ଲୋକକଳାର ସାଧନା। ଗାଁ ଭାଗବତ ଘରେ କଳାକାରମାନେ ଏକାଠି ହୁଅନ୍ତି। ଭାଗବତ ପଢ଼ାଯାଏ, ଠାକୁରଙ୍କୁ ପ୍ରାର୍ଥନା କରାଯାଏ।...

ବୋଉ ନିର୍ଦ୍ଦେଶରେ ଶାଢ଼ି କିଣିଥିଲି

ଯୁକ୍ତ ତିନି ବିଜ୍ଞାନ ଶେଷବର୍ଷ ପରୀକ୍ଷାର ଶେଷ ପେପର ଥାଏ ଗଣିତ। ପରୀକ୍ଷା ଶେଷଦିନର ଅନୁଭବ ପ୍ରତି ପରୀକ୍ଷାର୍ଥୀଙ୍କ ପାଇଁ ଥାଏ ଯେମିତି ନିଆରା ସେମିତି...

ଯେତେଦିନ ବଞ୍ଚିବି କବିତାରେ ବଞ୍ଚିବି

”ଓଡ଼ିଆ ଭାଷା ସାହିତ୍ୟରେ ରହିଛି ଅମୂଲ୍ୟ ସମ୍ପଦ। ଆମେ ଯେତେ ଗଭୀରକୁ ଯିବା ସେତେ ମଣିମୁକ୍ତା ପାଇବା। ସାହିତ୍ୟ ସମାଜ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ।...

ଗଞ୍ଜାମର କିଆ ସମ୍ପଦ…

ଆମ ଦେଶର ଉପକୂଳବର୍ତ୍ତୀ ବିଭିନ୍ନ ଅଞ୍ଚଳରେ କିଆଗଛ ଦେଖିବାକୁ ମିଳିଥାଏ। ଓଡ଼ିଶାର ଗଞ୍ଜାମ ଜିଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ବାଧିକ କିଆ ଜଙ୍ଗଲ ରହିଥିବାବେଳେ ଏଠାରେ କିଆଚାଷ...

ଜଳ ପାଇଁ

ଖରାଦିନ ଆସିଲେ ବଢେ ଜଳ ସମସ୍ୟା। ପିଇବା ପାଣିଠୁ ଆରମ୍ଭ କରି ଚାଷବାସ ପାଇଁ ଲୋକେ ହୁଅନ୍ତି ହନ୍ତସନ୍ତ। ଧୁ ଧୁ ଖରାରେ ବାଲ୍ଟିଏ ପାଣି...

ଆଜି ବିଶ୍ୱ ହକର ଦିବସ

ପ୍ରତିବର୍ଷ ମେ’ ୨୬ ତାରିଖକୁ ବିଶ୍ୱ ହକର ଦିବସ ଭାବେ ପାଳନ କରାଯାଉଛି। ବିଶ୍ୱର କୋଣ ଅନୁକୋଣରେ ହକରମାନେ ନିରବଚ୍ଛିନ୍ନ ଭାବେ ଲୋକଙ୍କ ସେବାରେ ନିଜକୁ...

କାହିଁକି ଅଧା ରହିଗଲା ମୁଖ୍ୟମନ୍ତ୍ରୀଙ୍କ ପ୍ରେମ କାହାଣୀ

ବେଙ୍ଗାଲୁରୁ,୨୫।୫: କନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିକଟରେ ତାଙ୍କ ପ୍ରେମ କାହାଣୀକୁ ମନେ ପକାଇ ଅନେକ ରହସ୍ୟ ପ୍ରକାଶ କରିଛନ୍ତି। ଯାହା ଅନେକ ଲୋକଙ୍କୁ ଚକିତ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri