ଛତ୍ରପୁର,୧୯ା୭(ଡି.ଏନ.ଏ)- ଗଞ୍ଜାମ ଜିଲାରେ ସ୍ବଳ୍ପ ବୃଷ୍ଟି ଯୋଗୁ ଚାଷକାର୍ଯ୍ୟ ବ୍ୟାହତ ହୋଇଛି। ପରିସ୍ଥିତିର ମୁକାବିଲା କରିବା ପାଇଁ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କୃଷି ବିଭାଗ ସହ ଅନ୍ୟାନ୍ୟ ବିଭାଗ ଅଧିକାରୀଙ୍କୁ ନେଇ ଗୁରୁବାର ଏକ ଜରୁରୀ ବୈଠକ କରି କାର୍ଯ୍ୟ ଖସଡା ପ୍ରସ୍ତୁତ କରିଛନ୍ତି। ଜିଲାରେ ଖରିଫ୍ ଋତୁରେ ମୁଖ୍ୟ ହେଉଛି ଧାନଚାଷ। ଏଠାରେ ଚାଷକାର୍ଯ୍ୟ ଆଗୁଆ ଆରମ୍ଭ ହୋଇଥାଏ। ୪ ଲକ୍ଷ ହେକ୍ଟର ଚାଷ ଜମି ମଧ୍ୟରୁ ଅର୍ଦ୍ଧାଧିକରେ ଧାନ ଚାଷ ହୋଇଥାଏ। ଜୁଲାଇ ମଧ୍ୟ ଭାଗ ସୁଦ୍ଧା ଜିଲାରେ ୨୨୦ ମି.ମି. ବର୍ଷା ହେବା କଥା। ହେଲେ ଯାଏ ମାତ୍ର ୭୦ ମି.ମିରେ ସୀମିତ ରହିଛି। ଧାନତଳି ସମୟ ଅତିକ୍ରାନ୍ତ ହୋଇଯାଇଛି। ଏହି ଅବସ୍ଥାରେ ପ୍ରଶାସନ ଚାଷୀଙ୍କ ନିକଟତର ହେବା ପାଇଁ ଜିଲାପାଳ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି। ସଅଳ କିସମ ଧାନଗୁଡିକର ବିହନ ପୁନର୍ବାର ସଂଗୃହୀତ ହେବ। ପ୍ରାଥମିକ ସେବା ସମବାୟ ସମିତି ଜରିଆରେ ଚାଷୀଙ୍କୁ ଆବଣ୍ଟନ ହେବ। ଅଣଧାନ ଫସଲ ଯଥା ମୁଗ, ବିରି, ଚିନାବାଦାମ ଆଦି ବିହନ ପର୍ଯ୍ୟାପ୍ତ ମାତ୍ରାରେ ଚାଷୀଙ୍କୁ ଯୋଗାଇ ଦିଆଯିବ। ଧନେଇ, ବାଘୁଆ, ହରଭଙ୍ଗୀ ଓ ଋଷିକୁଲ୍ୟା ପ୍ରକଳ୍ପ ଜଳକୁ ନିୟନ୍ତ୍ରିତ କରି ଚାଷ ଜମିରେ ଜଳସେଚିତ କରାଯିବ। ଏପରିି ପରିସ୍ଥିତିରେ ଚାଷୀ କଣ କରିବା ଉଚିତ୍ ତାର ଏକ ପ୍ରଚାର ପତ୍ର ଓଡିଆ ଭାଷାରେ ଲିପିବଦ୍ଧ ହୋଇ ଜିଲାରେ ବଣ୍ଟାଯିବ। କୃଷି ବିଭାଗ ସୋସିଆଲ ମିଡିଆର ବ୍ୟାପକ ବ୍ୟବହାର କରି ଚାଷୀମାନଙ୍କ ପାଖରେ ବାର୍ତ୍ତା ପହଞ୍ଚାଇବେ। ଉଦ୍ୟାନ, କୃଷି ବିଭାଗ ପକ୍ଷରୁ ଆକାଶବାଣୀ ମାଧ୍ୟମରେ ଚାଷୀ ମାନଙ୍କୁ ପରାମର୍ଶ ଦେବେ। ପ୍ରଧାନମନ୍ତ୍ରୀ କୃଷିବୀମାକୁ ବ୍ୟାପକ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଏହାର ଅବଧି ଜୁଲାଇ ୩୧ ତାରିଖ ଥିବା ସ୍ଥଳେ ବୃଦ୍ଧି କରିବା ପାଇଁ ଜିଲାପାଳ ରାଜ୍ୟ ସରକାରଙ୍କୁ ଚିଠି ଲେଖିବେ। ରାଜସ୍ବ ନିରୀକ୍ଷକ, ଗ୍ରାମ ସେବକ ଓ ବୀମା କମ୍ପାନୀର ଏଜେଣ୍ଟ ମିଳିତ ଭାବେ ଗ୍ରାମୱାରୀ ସ୍ବଳ୍ପ ବୃଷ୍ଟିର ସର୍ଭେ କରିବେ। ଏଥିରେ ଗ୍ରାମକୁ ଏକକ ଭାବେ ନିଆଯିବ। ଚାଷ ବ୍ୟାହତ ହେଲେ ସମ୍ପୃକ୍ତ ଚାଷୀ କିପରି ବୀମା ରାଶି ପାଇପାରିବ ସେଥିପ୍ରତି ଯତ୍ନଶୀଳ ହେବାକୁ ଜିଲାପାଳ ସମ୍ପୃକ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। କୃଷି ଋଣ ପାଇଁ ଚଳିତ ବର୍ଷ ୪୬୩ କୋଟି ଟଙ୍କା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ସ୍ଥଳେ ଏହା ପୂରଣ ହୋଇପାରୁ ନ ଥିବାରୁ ଋଣ ମେଳା ଆୟୋଜନ କରି ଧାର୍ଯ୍ୟଲକ୍ଷ୍ୟ ପୂରଣ କରିବା ପାଇଁ ଜିଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଜିଲାରେ ୧୬୬୨ ଉଠାଜଳସେଚନ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ରଖାଯିବ। ମହାମତ୍ାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବ୍ୟାପକ ବୃକ୍ଷ ରୋପଣ କରିବାକୁ ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ବୈଠକରେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲାପାଳ ଲକ୍ଷ୍ମୀକାନ୍ତ ସେଠୀ, ଆଇଏଏସ୍ ପ୍ରୋବେସନ କୀର୍ତ୍ତି ଭାସନ ଭି , ଡେପୁଟି କଲେକ୍ଟର ଦିବ୍ୟଲୋଚନ ମହନ୍ତ, କୃଷି ଉପନିର୍ଦ୍ଦେଶକ ମନୋଜ କୁମାର ବେହେରା, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଦିଗମ୍ବର ପଣ୍ଡା ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇଥିଲେ।
ମହିଳାଙ୍କୁ ଯୌନ ଉତ୍ପୀଡନରୁ ରକ୍ଷା କରିବା ସମସ୍ତଙ୍କ ଦାୟିତ୍ୱ
ଦିଗପହଣ୍ଡି, ୧୯।୧୨(ଅଶେଷ ନାଥ ମିଶ୍ର): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି-ବ୍ରହ୍ମପୁର ମୂଖ୍ୟ ରାସ୍ତାକଡ଼ରେ ଥିବା ପଦ୍ମନାଭପୁର ସରସ୍ବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାମନ୍ଦିର ପରିସରରେଠାରେ ଆଇନ...
କଳିଙ୍ଗା ଘାଟିରେ ଡ୍ରେନକୁ ଖସିଲା ବସ: ଘନ କୁହୁଡି ଯୋଗୁ…
ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଓ କନ୍ଧମାଳ ଜିଲା ସୀମାରେ ଥିବା କଳିଙ୍ଗା ଘାଟି ରେ ମାଟି ଓ ପଥର ଖସିବା ପରଠୁ ଘାଟିରେ କିଛି ଦିନ...
ବୃଦ୍ଧି ପାଉଛି ଶୀତ ପ୍ରକୋପ, ଏହି ଜିଲାରେ ଶନିବାର ସକାଳୁଆ ସ୍କୁଲ ହେବନି
ବ୍ରହ୍ମପୁର,୧୯ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଶିକ୍ଷାଧିକରୀଙ୍କ କାର୍ଯ୍ୟାଳୟର ଚିଠି ସଂଖ୍ୟା ୨୫୮୩୦ ଅନୁଯାୟୀ ଚଳିତ ସପ୍ତାହରୁ ଜିଲାର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ...
ମା’ଙ୍କ ମୃତ୍ୟୁ ଖବର ପାଇ ଧାଇଁ ଆସିଥିଲେ, ଦ୍ୱାଦଶାହରେ ଚାଲିଗଲା ପୁଅଙ୍କ ଜୀବନ, ଗାଁରେ ଶୋକାକୂଳ ପରିବେଶ…
ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ମା’ଙ୍କ ମୃତ୍ୟୁ ଖବର ଶୁଣି ମୁମ୍ବାଇରୁ ଧାଇଁ ଆସିଥିଲେ ପୁଅ। ହେଲେ ଦ୍ୱାଦଶାହରେ ଚାଲିଗଲା ଜୀବନ। ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ...
କେଏସୟୁବି କଲେଜ ପରିଦର୍ଶନ କଲେ ଏନସିସି ସିଓ, କ୍ୟାଡେଟ ମାନଙ୍କ ସୁବିଧା…
ଭଞ୍ଜନଗର,୧୮।୧୨(ବାବୁଲା ପ୍ରଧାନ)-ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନସିସି) ଆର୍ମି ୱିଂଙ୍ଗ ବ୍ରହ୍ମପୁର ବାଟାଲିୟନର କମାଣ୍ଡିଂଙ୍ଗ ଅଫିସର(ସିଓ) ସମିର କର ଗୁରୁବାର ଗଞ୍ଜାମ ଜିଲା ଭଞ୍ଜନଗର କବି...
ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରରେ ଲାଗିଗଲା ନିଆଁ , ପାଟି ଶୁଣି ପଡ଼ୋଶୀ ପହଞ୍ଚି…
ଦିଗପହଣ୍ଡି,୧୮।୧୨(ଅଶେଷ ନାଥ ମିଶ୍ର): ରୋଷେଇ କରୁଥିବା ବେଳେ ଗ୍ୟାସ ସିଲିଣ୍ଡରେ ଅଚାନକ ଲାଗିଗଲା ନିଆଁ। ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଲେ ପରିବାର। ଏଭଳି ଏକ...
‘ଆଗକୁ ବଢ଼ିବେ ଚାଷୀ, ସରକାରୀ ଯୋଜନାରେ ସାମିଲ ହୋଇ ହେବେ ଉପକୃତ’
ଭଞ୍ଜନଗର,୧୮ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପଡ଼ିଆରେ ଗୁରୁବାର ଉପଖଣ୍ଡସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦ୍ଘାଟିତ ହୋଇଯାଇଛି। ଭଞ୍ଜନଗର ଉପଜିଲାପାଳ...
କଟନି ଛଟନି ବନ୍ଦ କରିବାକୁ ପରାମର୍ଶ ଦେଲେ ମନ୍ତ୍ରୀ, କହିଲେ ଚାଷୀମାନେ କେବଳ ମଣ୍ଡିରେ ଧାନ ଦିଅନ୍ତୁ
ବୁଗୁଡ଼ା ୧୮/୧୨/(କାଳିଚରଣ ଦାଶ): ଚଳିତ ମାସ ୨୩ ତାରିଖ ଠାରୁ ଖରିଫ ଋତୁ ଧାନ ସଂଗ୍ରହ କରିବେ ସରକାର । ତେଣୁ ଜିଲ୍ଲା ଓ ବ୍ଲକ...
Archives


