କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ବିଏମ୍‌ସି ବିଫଳ : ସହରରୁ ନୀଳ, ସବୁଜ ଡଷ୍ଟବିନ୍‌ ଉଭାନ

ଭୁବନେଶ୍ୱର,୧୯ା୭(ବ୍ୟୁରୋ) : କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ବିଏମ୍‌ସିକୁ ବିଭିନ୍ନ ସମୟରେ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି। ଫଳସ୍ବରୂପ ସ୍ବଚ୍ଛ ଭାରତ ମିଶନ ପକ୍ଷରୁ ହେଉଥିବା ସ୍ବଚ୍ଛ ସର୍ଭେକ୍ଷଣରେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ବହୁତ ପଛରେ ରହିଛି। ସ୍ମାର୍ଟସିଟି ପ୍ରକଳ୍ପରୁ ଉତ୍ସାହିତ ବିଏମ୍‌ସି ସ୍ବଚ୍ଛତା ସର୍ଭେରେ ଭଲ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଥିଲା। ସ୍ବଚ୍ଛତା ସଂକ୍ରାନ୍ତରେ ସହରବାସୀଙ୍କୁ ସଚେତନ କରାଇବା ସହ ଘର ଘର ବୁଲି ତରଳ ଓ କଠିନ ବର୍ଜ୍ୟବସ୍ତୁକୁ ଠିକ୍‌ ଭାବେ ପରିଚାଳନା କରିବା ପାଇଁ ବିଏମ୍‌ସି ପକ୍ଷରୁ ପଦକ୍ଷେପ ନିଆଯାଇଥିଲା। ୨୦୧୭ରୁ ସହରର ରାସ୍ତାପାର୍ଶ୍ୱ, କଲୋନୀ, ଛକ ଆଦି ୧୮ଶହ ସ୍ଥାନରେ ୩୬ଶହ ନୀଳ ଓ ସବୁଜ ଟ୍ବିନ୍‌ ଡଷ୍ଟବିନ ଲଗାଯାଇଥିଲା। ଠିକାସଂସ୍ଥା ଭରସାରେ ପୂରା ବ୍ୟବସ୍ଥାକୁ ଟେକିଦେଇଥିଲା ବିଏମ୍‌ସି। କିନ୍ତୁ ଅଧିକାରୀ ଓ ଠିକାସଂସ୍ଥା କର୍ମଚାରୀଙ୍କ ଖାମଖିଆଲ ତଥା ଦାୟିତ୍ୱହୀନତା ଯୋଗୁ ଏ ବାବଦକୁ କୋଟି କୋଟି ଟଙ୍କା ନଷ୍ଟ ହୋଇଛି। ପ୍ରାୟ ୧୪୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଡଷ୍ଟବିନ୍‌ ନ ଥିବା ଦେଖିବାକୁ ମିଳିଛି। ରାସ୍ତା, ଡ୍ରେନ୍‌, ପାଇପ୍‌ ବିଛା କାମବେଳେ ବହୁ ଡଷ୍ଟ୍‌ବିନ୍‌କୁ ଉପାଡି ଫୋପାଡ଼ି ଦିଆଯାଇଥିବାବେଳେ କେତେକ ସ୍ଥାନରେ ଭାଙ୍ଗିରୁଜି ଅବା ଜଳିଯାଇଥିବା ଦେଖିବାକୁ ମିଳୁଛି। ପାଖାପାଖି ବର୍ଷେ ହେବ ସହରରେ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି। ହେଲେ ଏଯାଏ ବିଏମ୍‌ସି କର୍ତ୍ତୃପକ୍ଷ ମରାମତି କିମ୍ବା ନୂଆ ଡଷ୍ଟ୍‌ବିନ୍‌ ଲଗାଉ ନ ଥିବାରୁ ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ରାସ୍ତାରେ ପଡ଼ି ରହୁଛି। ଏନେଇ ଅଭିଯୋଗ ଆସିବା ପରେ ଗତ ୬ମାସ ତଳେ ତତ୍‌କାଳୀନ ନଗର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଏନେଇ ତଦନ୍ତ କରିବାକୁ କୁହାଯାଇଥିଲା। ହେଲେ ତାଙ୍କର ବଦଳି ହୋଇଯାଇଥିବାବେଳେ ତଦନ୍ତ ରିପୋର୍ଟ ଏଯାଏ ପ୍ରକାଶ ପାଇପାରିଲା ନାହିଁ। ଆଗକୁ ସ୍ବଚ୍ଛ ସର୍ଭେକ୍ଷଣ ହେବାକୁ ଥିବାରୁ ବିଏମ୍‌ସି ତତ୍ପର ହୋଇପଡ଼ିଛି।

ଠିକା ସଂସ୍ଥା ସହ କ’ଣ ରହିଥିଲା ଚୁକ୍ତି

ଡଷ୍ଟବିନରୁ ଅଳିଆ ଉଠାଇବା ସମୟରେ ହେଉ କି କୌଣସି କାରଣରୁ ଡଷ୍ଟବିନ୍‌ ଭାଙ୍ଗିଲେ ଏହାର ମରାମତି ହେବ। ଆବଶ୍ୟକ ସ୍ଥଳେ ସମ୍ପୃକ୍ତ ଠିକା ସଂସ୍ଥା ନୂଆ ଡଷ୍ଟବିନ ଲଗାଇବ। ଏଥିପାଇଁ ଉକ୍ତ ସଂସ୍ଥାକୁ ବିଏମ୍‌ସି ବିପୁଳ ଅର୍ଥ ଦେଇଥିଲା। କିନ୍ତୁ କେତେକ ସ୍ଥାନରେ ଡଷ୍ଟବିନ ଚୋରି ଓ ପୋଡ଼ି ଦିଆଯାଇଥିବା ନେଇ ସଂସ୍ଥା ଅଭିଯୋଗ ଆଣି ଆଉ ସେଠାରେ ନୂଆ ଲଗାଇଲା ନାହିଁ। ଲୋକେ ସେଥିରେ ଜଳନ୍ତା ସିଗାରେଟ୍‌ ପକାଇବା ସହ ରାସ୍ତାରୋକୋ ବେଳେ ଜଳନ୍ତା ଟାୟାରକୁ ଉକ୍ତ ଡଷ୍ଟବିନ୍‌ରେ ପକାଇବାରୁ ତାହା ଜଳିଯାଇଛି। ପୁଣି ବିିଭିନ୍ନ ବନ୍ଦ/ଆନ୍ଦୋଳନ ସମୟରେ ବିକ୍ଷୋଭକାରୀମାନେ ଡଷ୍ଟବିନକୁ ବାଡେଇ ଭାଙ୍ଗି ଦେଇଥିବା ନେଇ ସଂସ୍ଥା ପକ୍ଷରୁ କୁହାଯାଇଛି। କିନ୍ତୁ ଠିକ୍‌ ଭାବେ ପରିଚାଳନା କରି ନ ପାରି ସଂସ୍ଥା ଏଭଳି ବାହାନା ଆଣୁଥିବା ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି।
ଏନେଇ ବିଏମ୍‌ସି ପରିମଳ ବିଭାଗ ପରିଚାଳନା ଅଧିକାରୀଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନ ଥିବାବେଳେ ଜଣେ ବରିଷ୍ଠ ଅଧିକାରୀ ନାମ ଗୋପନ ରଖି କହିଛନ୍ତି, ଠିକାସଂସ୍ଥା ଜାଗୃତିକୁ ଡଷ୍ଟବିନ୍‌ ଲଗାଇବା ଓ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ଜିଆଇଏସ୍‌ ସର୍ଭେ କରାଯାଇ ପରେ ଉକ୍ତ ସଂସ୍ଥାକୁ ଅର୍ଥ ଦିଆଯାଇଥିଲା। ଏବେ ଡଷ୍ଟବିନ ନ ଥିବାରୁ ସାନିଟାରି ଇନ୍ସପେକ୍ଟରମାନେ ତଦନ୍ତ କରି ରିପୋର୍ଟ ଦେବାକୁ କୁହାଯାଇଛି।

କ’ଣ ଥିଲା ଦୁଇ ରଙ୍ଗ ଡଷ୍ଟବିନ୍‌ର ଉଦ୍ଦେଶ୍ୟ?

ବିଏମ୍‌ସି ପାଇଁ ଆବର୍ଜନା ବୋଝ ଚିନ୍ତା ବଢ଼ାଇଛି। ଆବର୍ଜନାକୁ ପୁନଃ ପ୍ରକ୍ରିୟାକରଣ କରିବା ଓ ଆବର୍ଜନା ସଂଗ୍ରହକୁ ସହଜ କରିବା ଲକ୍ଷ୍ୟ ରଖି ବିଏମ୍‌ସି ନୀଳ ଓ ସବୁଜ ରଙ୍ଗର ଡଷ୍ଟ୍‌ବିନ୍‌ ଲଗାଇଥିଲା। ସବୁଜ ଡଷ୍ଟବିନରେ ବିଘଟନଯୋଗ୍ୟ ତଥା ଜୈବ ଆର୍ବଜନା ଯଥା- ପଚା ଫଳ, ପନିପରିବା ଚୋପା, ରୋଷେଇ ବର୍ଜ୍ୟବସ୍ତୁ ପକାଯିବ। ନୀଳ ଡଷ୍ଟବିନରେ ପୁନଃ ବ୍ୟବହାରଯୋଗ୍ୟ ତଥା ଅଜୈବ ଆବର୍ଜନା ଯଥା- କାଚ, ରବର, ପଲିଥିନ୍‌ ଆଦି ପକାଇବାକୁ କୁହାଯାଇଥିଲା। ହେଲେ ଲୋକଙ୍କୁ ସେପରି ସଚେତନ କରାଯାଇ ନ ଥିଲା କି କଟକଣାକୁ ମଧ୍ୟ କାର୍ଯ୍ୟକାରୀ କରା ନ ଯିବାରୁ ଲକ୍ଷ୍ୟ ବିଫଳ ହେଲା ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି।

ରିପୋର୍ଟ- ସ୍ଥିତପ୍ରଜ୍ଞ ମିଶ୍ର
ଫଟୋ- ମୌସୁମ ନନ୍ଦ


Enter your email to get our daily news in your inbox.

All Right Reserved By Dharitri.Com

ବେକାରିଙ୍କ ମଧ୍ୟରେ ୮୩% ଯୁବପିଢ଼ି

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ଦେଶରେ ବେକାରି ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ମାତ୍ର ଅନ୍ତର୍ଜାତୀୟ ଶ୍ରମ ସଂଗଠନ (ଆଇଏଲଏ)ର ରିପୋର୍ଟ ଅନୁଯାୟୀ, ୨୦୨୨ରେ ଭାରତର ମୋଟ ବେକାରି ଜନସଂଖ୍ୟାରେ...

ଶସ୍ତା ହୋଇପାରେ ବିମାନ ଟିକେଟ୍‌

ଭୁବନେଶ୍ୱର,୨୯।୪(ଅନୁରାଧା ମହାରଣା):ବେସାମରିକ ବିମାନ ଚଳାଚଳ କ୍ଷେତ୍ର ନିୟାମକ (ଡିଜିସିଏ) ବିମାନ ସେବା ପାଇଁ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛିି। ଏପ୍ରିଲ ୨୩ ରେ ଜାରି କରାଯାଇଥିବା...

ଭିକ୍ଷୁକମୁକ୍ତ ହୋଇପାରୁନି ସ୍ମାର୍ଟସିଟି

ଭୁବନେଶ୍ୱର,୨୯।୪ (ବନ୍ଦନା ସେଠୀ): ସ୍ମାର୍ଟସିଟି ଭୁବନେଶ୍ୱରକୁ ଭିକାରୀ ଏବଂ ଯାଯାବର (ବଞ୍ଜାରା)ମୁକ୍ତ କରିବାକୁ ଅଭିଯାନ ଆରମ୍ଭ କରିଥିଲା ବିଏମ୍‌ସି। ଯଦିଓ ପୂର୍ବଭଳି ସବୁ ମନ୍ଦିର ଆଗରେ...

ଅଲ୍‌ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ

ଭୁବନେଶ୍ୱର,୨୯।୪:ଦେଶର ପ୍ରମୁଖ ବାଣିଜି୍ୟକ ଯାନ କମ୍ପାନୀ ତଥା ଟାଟା ମୋଟର୍ସ ଲିମିଟେଡ୍‌ର ଅଲ ନ୍ୟୁ ଇଣ୍ଟ୍ରା ଭି-୭୦ର ଅନାବରଣ ସର୍ବଭାରତୀୟସ୍ତରରେ ହୋଇଯାଇଛି। ଏପରିକି କମ୍ପାନୀର ଓଡ଼ିଶା...

ଚେକିଂବେଳେ ଥାନାଧିକାରୀଙ୍କୁ ଚାପୁଡ଼ା

ଭୁବନେଶ୍ୱର,୨୯।୪(ସୂର୍ଯ୍ୟକାନ୍ତ ବେହେରା): ମଦ୍ୟପ ଗାଡ଼ି ଚାଳକଙ୍କ ଉନ୍ମତ୍ତକାଣ୍ଡ। ଚେକିଂ ବେଳେ ପୋଲିସ କର୍ମଚାରୀଙ୍କୁ ଗାଳିଗୁଳଜ କରିବା ସହ ଥାନା ଅଧିକାରୀଙ୍କୁ ଚାପୁଡା ମାରିଲେ। ରାଜଧାନୀ ଭୁବନେଶ୍ୱରରେ...

ତନିସ୍କର ବିବାହ ସମ୍ଭାର ‘ରିଭା’

ଭୁବନେଶ୍ୱର,୨୯।୪:ତନିସ୍କର ବହୁ ପ୍ରତୀକ୍ଷିତ ତଥା ସୂକ୍ଷ୍ମ କାରିଗରିରେ ନିର୍ମିତ ବିବାହ ସମ୍ଭାର ‘ରିଭା’ ନିକଟରେ ଉନ୍ମୋଚିତ ହୋଇଯାଇଛି। ଏପରିକି ଏକ ଉତ୍ସର୍ଗୀକୃତ ବିବାହ ଅଳଙ୍କାର ଉପ-ବ୍ରାଣ୍ଡ୍‌...

ପ୍ରକାଶ ପାଇଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ବିଜ୍ଞପ୍ତି

ଭୁବନେଶ୍ୱର,୨୯ା୪: ଓଡ଼ିଶାର ୩ୟ ପର୍ଯ୍ୟାୟ ନିର୍ବାଚନ ଲାଗି ସୋମବାର ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ରାଜ୍ୟର ୬ଟି ଲୋକ ସଭା କ୍ଷେତ୍ର ଏବଂ...

ପାଣ୍ଡିଆନଙ୍କ ସହ ଅଧିକାରୀଙ୍କ ଗସ୍ତ ନେଇ ପ୍ରଶ୍ନ ଉଠାଇଲା ଭାଜପା

ଭୁବନେଶ୍ୱର, ୨୯ା୪(ସୁନିତ୍‌ ମିଶ୍ର):ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ପୁରୀ ଗସ୍ତ ବେଳେ ବିଳମ୍ବିତ ରାତିରେ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ସ୍ବତନ୍ତ୍ର ସଚିବ ଭିନିଲ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri