Odisha Elections 2024
Posted inଫୁରସତ

ଓଲଟା ବହୁଛି ଝରଣା

ସୁଉଚ୍ଚ ପାହାଡ ଉପରୁ ଝରଣା ତଳକୁ ପ୍ରବାହିତ ହୋଇଥାଏ। ପୃଥିବୀର ମାଧ୍ୟାକର୍ଷଣ ବଳ ପ୍ରଭାବରେ ଝରଣାଗୁଡିକ ଏଭଳି ଭାବେ ପ୍ରବାହିତ ହୁଏ। କିନ୍ତୁ ମହାରାଷ୍ଟ୍ରର ନାନେଘାଟ ଝରଣା ପ୍ରକୃତିର ଏହି ନିୟମର ଓଲଟା ପ୍ରବାହିତ ହୁଏ। ଅର୍ଥାତ୍‌ ଏହା ଉପରୁ ତଳକୁ ନୁହେଁ ବରଂ ତଳୁ ଉପରକୁ ପ୍ରବାହିତ ହୋଇଥାଏ। ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ। ଆଉ ପ୍ରକୃତିର ଏଭଳି ଅଦ୍ଭୁତ ଓ ରହସ୍ୟମୟ ଦୃଶ୍ୟ ଦେଖିବାକୁ ଏଠାରେ ପର୍ଯ୍ୟଟକଙ୍କର ସବୁବେଳେ ଭିଡ ହୁଏ। ଉକ୍ତ ଝରଣା ପୁନାର ଜୁନ୍ନାର ନିକଟରେ ଅଛି। ବର୍ଷାଦିନେ ଏହି ଝରଣାର ଦୃଶ୍ୟ ଆହୁରି ଅଧିକ ଅଦ୍ଭୁତ ଲାଗେ। ତେବେ ବୈଜ୍ଞାନିକଙ୍କ ମତରେ, ଝରଣାଟି ଓଲଟା ପ୍ରବାହିତ ହେବା ପଛର କାରଣ ହେଉଛି ଏଠାରେ ପ୍ରବାହିତ ହେଉଥିବା ପ୍ରବଳ ବେଗର ପବନ। ପବନର ବଳ ସାହାଯ୍ୟରେ ଝରଣାର ପାଣି ଠେଲି ହୋଇ ଓଲଟା ପ୍ରବାହିତ ହୁଏ। ଆଉ ଏହି ଦୃଶ୍ୟକୁ ଉପଭୋଗ କରିବାକୁ ହେଲେ ପର୍ଯ୍ୟଟକଙ୍କୁ ପ୍ରାୟ ୫-୬ ଘଣ୍ଟାର ରାସ୍ତା ଟ୍ରେକିଂ କରିବାକୁ ପଡିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କର୍ମାନୁଯାୟୀ ଦଣ୍ଡ, ପୁଣି ଗୋଟିଏ ଜନ୍ମରେ

ଏ ସଂସାରରେ ଯିଏ ଯେମିତି କର୍ମ କରିବ, ସେ ସେମିତି ଫଳ ପାଇବ। ଭଲ କର୍ମ ର ଭଲ ଫଳ। ଖରାପ କର୍ମର ଖରାପ ଫଳ।...

କଳାଗ୍ରାମ ସାରଙ୍ଗଯୋଡ଼ି

ଏଠି ସଞ୍ଜ ନଇଁ ଆସିଲେ ପ୍ରତିଦିନ ଚାଲେ ଲୋକକଳାର ସାଧନା। ଗାଁ ଭାଗବତ ଘରେ କଳାକାରମାନେ ଏକାଠି ହୁଅନ୍ତି। ଭାଗବତ ପଢ଼ାଯାଏ, ଠାକୁରଙ୍କୁ ପ୍ରାର୍ଥନା କରାଯାଏ।...

ବୋଉ ନିର୍ଦ୍ଦେଶରେ ଶାଢ଼ି କିଣିଥିଲି

ଯୁକ୍ତ ତିନି ବିଜ୍ଞାନ ଶେଷବର୍ଷ ପରୀକ୍ଷାର ଶେଷ ପେପର ଥାଏ ଗଣିତ। ପରୀକ୍ଷା ଶେଷଦିନର ଅନୁଭବ ପ୍ରତି ପରୀକ୍ଷାର୍ଥୀଙ୍କ ପାଇଁ ଥାଏ ଯେମିତି ନିଆରା ସେମିତି...

ଯେତେଦିନ ବଞ୍ଚିବି କବିତାରେ ବଞ୍ଚିବି

”ଓଡ଼ିଆ ଭାଷା ସାହିତ୍ୟରେ ରହିଛି ଅମୂଲ୍ୟ ସମ୍ପଦ। ଆମେ ଯେତେ ଗଭୀରକୁ ଯିବା ସେତେ ମଣିମୁକ୍ତା ପାଇବା। ସାହିତ୍ୟ ସମାଜ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ।...

ଗଞ୍ଜାମର କିଆ ସମ୍ପଦ…

ଆମ ଦେଶର ଉପକୂଳବର୍ତ୍ତୀ ବିଭିନ୍ନ ଅଞ୍ଚଳରେ କିଆଗଛ ଦେଖିବାକୁ ମିଳିଥାଏ। ଓଡ଼ିଶାର ଗଞ୍ଜାମ ଜିଲାର ଉପକୂଳବର୍ତ୍ତୀ ଅଞ୍ଚଳରେ ସର୍ବାଧିକ କିଆ ଜଙ୍ଗଲ ରହିଥିବାବେଳେ ଏଠାରେ କିଆଚାଷ...

ଜଳ ପାଇଁ

ଖରାଦିନ ଆସିଲେ ବଢେ ଜଳ ସମସ୍ୟା। ପିଇବା ପାଣିଠୁ ଆରମ୍ଭ କରି ଚାଷବାସ ପାଇଁ ଲୋକେ ହୁଅନ୍ତି ହନ୍ତସନ୍ତ। ଧୁ ଧୁ ଖରାରେ ବାଲ୍ଟିଏ ପାଣି...

ଆଜି ବିଶ୍ୱ ହକର ଦିବସ

ପ୍ରତିବର୍ଷ ମେ’ ୨୬ ତାରିଖକୁ ବିଶ୍ୱ ହକର ଦିବସ ଭାବେ ପାଳନ କରାଯାଉଛି। ବିଶ୍ୱର କୋଣ ଅନୁକୋଣରେ ହକରମାନେ ନିରବଚ୍ଛିନ୍ନ ଭାବେ ଲୋକଙ୍କ ସେବାରେ ନିଜକୁ...

କାହିଁକି ଅଧା ରହିଗଲା ମୁଖ୍ୟମନ୍ତ୍ରୀଙ୍କ ପ୍ରେମ କାହାଣୀ

ବେଙ୍ଗାଲୁରୁ,୨୫।୫: କନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ନିକଟରେ ତାଙ୍କ ପ୍ରେମ କାହାଣୀକୁ ମନେ ପକାଇ ଅନେକ ରହସ୍ୟ ପ୍ରକାଶ କରିଛନ୍ତି। ଯାହା ଅନେକ ଲୋକଙ୍କୁ ଚକିତ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri