Posted inଫୁରସତ

ବର୍ଷାରେ ଭ୍ରମଣ

ଏମିତି ବି କେତେକ ଲୋକ ଅଛନ୍ତି, ଯେଉଁମାନେ ବର୍ଷାଦିନେ ପର୍ଯ୍ୟଟନରେ ଯିବାକୁ ଖୁବ୍‌ ପସନ୍ଦ କରିଥାନ୍ତି। ଖାସ୍‌ ସେମାନଙ୍କ ପାଇଁ ଏଠାରେ ସେମିତି କେତୋଟି ପ୍ରାକୃତିକ ବୈଭବରେ ଭରା ସ୍ଥାନ ସମ୍ପର୍କରେ ଉଲ୍ଲେଖ କରାଗଲା; ଯେଉଁଠାକୁ ବର୍ଷକ ବାରମାସ ଯିବାର ସୁବିଧା ଥିଲେ ବି ଖାସ୍‌ ଏହି ବର୍ଷାଦିନେ ବୁଲିଗଲେ କିଛିଟା ନିଆରା ଅନୁଭୂତି ସାଉଁଟିବାର ସୂଯୋଗ ମିଳିଥାଏ…

ମହାବଲେଶ୍ୱର :
ଜୁଲାଇ, ଅଗଷ୍ଟ ମାସ ବେଳେ ମହାରାଷ୍ଟ୍ରସ୍ଥିତ ମହାବଲେଶ୍ୱରର ସୌନ୍ଦର୍ଯ୍ୟ ଭିନ୍ନ ଏକ ସ୍ତରରେ ଥିଲାଭଳି ଅନୁଭବ ହୋଇଥାଏ। ସେଥିପାଇଁ ବହୁ ସଂଖ୍ୟାରେ ଦମ୍ପତି ହୁଅନ୍ତୁ ଅବା ପ୍ରେମୀଯୁଗଳଙ୍କୁ ବର୍ଷାଦିନେ ଏଠାରେ ଦେଖିବାକୁ ମିଳିଥାଏ। ଷ୍ଟ୍ରବେରୀ ଚାଷ ପାଇଁ ପ୍ରସିଦ୍ଧି ଲାଭ କରିଥିବା ମହାବଲେଶ୍ୱରରେ ପର୍ଯ୍ୟଟକ ବର୍ଷାଦିନେ ବୋଟିଂ କରିବାର ମଜା ମଧ୍ୟ ନେଇପାରିବେ।

*ଓ୍ବାୟନାଡ଼: ରିମ୍‌ଝିମ୍‌ ବର୍ଷାରେ ଭିଜିଭିଜି ବୁଲିବା ପାଇଁ କେରଳର ଓ୍ବାୟନାଡ଼ ହେଉଛି ଏକ ସୁନ୍ଦର ସ୍ଥାନ। ବିଶେଷକରି ନିବବିବାହିତା ଦମ୍ପତି କିମ୍ବା ପ୍ରେମୀଯୁଗଳ ବର୍ଷାଦିନେ ଏହି ସ୍ଥାନକୁ ବୁଲିଗଲେ କିଛିଟା ନିଆରା ଅନୁଭୂତି ପାଇପାରିବେ। ଏଠାକାର ଶାନ୍ତ ପରିବେଶରେ କିଛି ସମୟ ବିତାଇବା ସହ ଏଠାରେ ଦେଖିବାକୁ ମିଳୁଥିବା ସୁନ୍ଦର ପାହାଡ, ଝରଣା ତଥା ବୋହି ଯାଉଥିବା ନଦୀର ଜଳକୁ ଉପଭୋଗ କରିବାରେ ଥାଏ ଏକ ଅପୂର୍ବ ସୁଖ।

*ଦାର୍ଜିଲିଂ: ଖାସ୍‌କରି ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ଅପୂର୍ବ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ବିଭିନ୍ନ ସ୍ଥାନରୁ ଏଠାକୁ ପର୍ଯ୍ୟଟକ ଧାଇଁ ଆସିଥାନ୍ତି। ସେଥିପାଇଁ ବର୍ଷସାରା ଏଠାରେ ପର୍ଯ୍ୟଟକଙ୍କର ବେଶ୍‌ ଭିଡ଼ ପରିଲକ୍ଷିତ ହୋଇଥାଏ। ଏପରିକି ବର୍ଷାଦିନେ ବି ଏଠାକୁ ଅନେକ ଆଗନ୍ତୁକ ବୁଲି ଆସୁଥିବାର ନଜିର ଦେଖିବାକୁ ମିଳିଥାଏ। କାରଣ କୁହାଯାଏ, ବର୍ଷାଦିନେ ଏଠାରେ କୁଆଡ଼େ ପ୍ରବଳ ବର୍ଷା ହୋଇଥାଏ। ଆଉ ସେହି ବର୍ଷାରେ ଭିଜିଭିଜି ଏଠାକାର ଶସ୍ୟଶ୍ୟାମଳା କ୍ଷେତର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାରେ ଥାଏ ନିଆରା ଆନନ୍ଦ।

*ଗୋଆ: ଦମ୍ପତି ହୁଅନ୍ତୁ ବା ପ୍ରେମୀଯୁଗଳ, ସେମାନଙ୍କ ପାଇଁ ଗୋଆ ହେଉଛି ଏକ ସବୁଠୁ ପ୍ରିୟ ହଲିଡେ ଡେଷ୍ଟିନେଶନ। ଅନ୍ୟଦିନ ତୁଳନାରେ ବର୍ଷାଦିନେ ଏଠାକୁ ବୁଲିଗଲେ ସ୍ଥାନୀୟ ବିଚ୍‌ର ଏକ ଅପୂର୍ବ ସୌନ୍ଦର୍ଯ୍ୟ ଉପଭୋଗ କରିବାର ସୂଯୋଗ ମିଳିଥାଏ। କେବଳ ସେତିକି ନୁହେଁ ବର୍ଷାଦିନେ ଏଠାକାର ନାଇଟ୍‌ ଲାଇଫ୍‌ ବି ବେଶ୍‌ ଉପଭୋଗ୍ୟ ହୋଇଥାଏ।

*କୁର୍ଗ: କୁର୍ଗ, ଯାହା କୋଡଗୁ ଭାବେ ବି ପରିଚିତ। ଏହା ନିଜର ଆକର୍ଷକ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବେଶ୍‌ ଲୋକପ୍ରିୟ। ଏହା ଭାରତର ଅନ୍ୟତମ ସୁନ୍ଦର ହନିମୁନ୍‌ ଡେଷ୍ଟିନେଶନ ଭାବେ ମଧ୍ୟ ପ୍ରସିଦ୍ଧି ଲାଭ କରିପାରିଛି। ତେବେ ଅନ୍ୟଦିନ ତୁଳନାରେ ବର୍ଷାଦିନେ କୁର୍ଗର ସୌନ୍ଦର୍ଯ୍ୟ ଦେଖିବା ଯୋଗ୍ୟ ହୋଇଥାଏ। ଖାସ୍‌କରି ଏଠାକାର ଜଙ୍ଗଲ ପରିବେଷ୍ଟିତ ପାହାଡ଼, ଘାଟି ତଥା ଝରଣା ଆଦି ବର୍ଷାଦିନେ ନବଯୌବନ ପାଇଲା ଭଳି ଅନୁଭବ ହୁଏ।

*ମୁନ୍ନାର: ସବୁଜ ବନାନୀ ଘେରା ଘାଟି, ସୌନ୍ଦର୍ଯ୍ୟପୂର୍ଣ୍ଣ ଝରଣା ତଥା ଆକର୍ଷଣୀୟ ହ୍ରଦର ସୌନ୍ଦର୍ଯ୍ୟରେ ମୁନ୍ନାରର ପରିବେଶ ବେଶ୍‌ ଆକର୍ଷକ ଲାଗିଥାଏ। ପ୍ରକୃତିର ଅପୂର୍ବ ସୌନ୍ଦର୍ଯ୍ୟରେ ଭରି ରହିଥିବା ମୁନ୍ନାର କେରଳର ଏମିତି ଏକ ସହର ଅଟେ, ଯେଉଁଠାରେ ଶାନ୍ତ ବାତାବରଣ ସାଙ୍ଗକୁ ଅନେକ କିଛି ପର୍ଯ୍ୟଟନସ୍ଥଳୀ ଦେଖିବାକୁ ମିଳିଥାଏ। ଖାସ୍‌ ସେଥିପାଇଁ କୋଳାହଳପୂର୍ଣ୍ଣ ଜୀବନରୁ କିଛି ସମୟର ବିରତି ନେଇ ପର୍ଯ୍ୟଟକ ଏହି ସ୍ଥାନକୁ ଶାନ୍ତି ପାଇବା ଆଶାରେ ଧାଇଁ ଆସିଥାନ୍ତି।

*ମେଘାଳୟ: ପାହାଡ, ଜଙ୍ଗଲ ଦ୍ୱାରା ଘେରି ହୋଇ ରହିଥିବା ମେଘାଳୟକୁ ଅନେକେ ବାଦଲର ଘର ବୋଲି ମଧ୍ୟ ସମ୍ବୋଧନ କରିଥାନ୍ତି। ପାହାଡ, ପର୍ବତ ଘେରା ସାଙ୍ଗକୁ କଳକଳ ନାଦ କରି ବୋହି ଯାଉଥିବା ନଦୀ ଆଉ ଝରଣାର ସୌନ୍ଦର୍ଯ୍ୟ ଏଠାକାର ପରିବେଶକୁ ବେଶ୍‌ ଆକର୍ଷଣୀୟ କରି ଦେଇଥାଏ। ଆଉ ବର୍ଷାଦିନେ ତ ଏଠାକାର ପ୍ରାକୃତିକ ପରିବେଶକୁ ଦେଖିବା ଯୋଗ୍ୟ ହୋଇଥାଏ।

କେବଳ ଏତିକି ସ୍ଥାନ ନୁହେଁ, ଭାରତରେ ଆହୁରି ବି ଏମିତି ଅନେକ ସ୍ଥାନ ରହିଛି ଯେଉଁଠାକୁ ବର୍ଷାଦିନେ ବୁଲିଯାଇ ନିଆରା ଅନୁଭୂତି ସାଉଁଟି ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ଆଶ୍ଚର୍ଯ୍ୟ ନୁହେଁ ସତ… ଝିଅ ନୁହେଁ ପୁଅଙ୍କୁ ହାଫ ପ୍ୟାଣ୍ଟ ପିନ୍ଧିବା-ସ୍ମାର୍ଟଫୋନ୍ ରଖିବା ନିଷେଧ

ପଶ୍ଚିମ ଉତ୍ତର ପ୍ରଦେଶର ଖାପ୍ ପଞ୍ଚାୟତ ସବୁବେଳେ ନିଜ ନିଷ୍ପତ୍ତି ପାଇଁ ଶିରୋନାମାରେ ରହିଥାଏ । ସମ୍ପ୍ରତି, ବାଗପତର ବାରୌତରେ ଏକ ଖାପ୍ ପଞ୍ଚାୟତ ବୈଠକରେ...

କ’ଣ ଭାରତରେ ଲିଭ୍‌ ଇନ୍‌ ରିଲେଶନସିପରେ ରହିବା ଅବୈଧ? ନିୟମ ଜାଣିଲେ ତାଜୁବ ହେବେ

ଭାରତୀୟ ସମାଜରେ ବିବାହକୁ ଏକ ପବିତ୍ର ଓ ଏକ ଜରୁରି ଉତ୍ସବ ଭାବେ ପରିଗଣିତ କରାଯାଇଥାଏ । କାରଣ ବିବାହ ପରେ ହିଁ ପୁରୁଷ ଓ...

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

୧୭୦୦ ଟଙ୍କାର ଚପଲ ପାଇଁ ମ୍ୟାନେଜରଙ୍କ ନାଁରେ ଜାମିନବିହୀନ ୱାରେଣ୍ଟ ଜାରି: ପୂରା ଘଟଣା ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୨୬।୧୨: ଉତ୍ତର ପ୍ରଦେଶର ସୀତାପୁର ଜିଲାରେ ଗ୍ରାହକ ଅଧିକାର ସମ୍ପର୍କିତ ଏକ ଅତ୍ୟନ୍ତ ଗମ୍ଭୀର ଏବଂ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। କେବଳ ଏକ ଚପଲ...

୩-୩ ପ୍ରେମିକାଙ୍କ ଖର୍ଚ୍ଚ ଉଠାଉଛି… ଫିଜିଓଥେରାପିଷ୍ଟ ଚୋରଙ୍କ କଥା ଶୁଣି ଘୂରିଲା ପୋଲିସ ମୁଣ୍ଡ

ନୂଆଦିଲ୍ଲୀ,୨୫।୧୨: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଏଠାରେ ଏସିପି ସୁମିତ ଶୁକ୍ଳା ଏବଂ ଫିଜିଓଥେରାପିଷ୍ଟ ଚୋରଙ୍କ ମଧ୍ୟରେ ହୋଇଥିବା...

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri