ନାବାଳିକାଙ୍କୁ ଅପହରଣ କରି ବଳାତ୍କାର: ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ

ଭବାନୀପାଟଣା,୧୬।୭(ସ୍ବ.ପ୍ର)- କଳାହାଣ୍ଡି ଜିଲା ଧର୍ମଗଡ଼ ଅଞ୍ଚଳର ଜଣେ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ଏହି ଘଟଣାର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ପୋକ୍ସୋ ଅଦାଲତ । ଏହାସହ ୫ ହଜାର ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି କୋର୍ଟ ।

ସୂଚନା ଅନୁଯାୟୀ, ଧର୍ମଗଡ଼ ଥାନା ଅଞ୍ଚଳରେ ୨୦୧୩ରେ ଭୀମ କୈବର୍ତ୍ତ ନାମକ ଜଣେ ବ୍ୟକ୍ତି ଜୈନିକ ନାବାଳିକାକୁ ଅପହରଣ କରି ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଭୀମଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଶନିବାର ଜିଲା ପୋକସୋ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି । ଅତିରିକ୍ତ ଜିଲା ଜର୍ଜ ତଥା ସ୍ବତନ୍ତ୍ର ଜର୍ଜ ସୁବ୍ରତ ପଟ୍ଟନାୟକ ମାମଲାର ଶୁଣାଣି କରି ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୫ ହଜାର ଟଙ୍କା ଜରିମାନା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ ହେଲେ ଆହୁରି ୧୦ ମାସ ଅଧିକ ଜେଲ ଦଣ୍ଡାଦେଶ ଶୁଣାଣି କରାଇବା ନେଇ ସରକାରୀ ଆଇନଜୀବୀ ରୋହିତ ମିଶ୍ରସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri