ଟ୍ରମ୍ପ୍‌ଙ୍କ ପ୍ରଥମ ସ୍ତ୍ରୀଙ୍କ ବ୍ୟବଚ୍ଛେଦ ରିପୋର୍ଟ, ଶରୀରରେ ଆଘାତ ଚିହ୍ନ…

ଓ୍ବଶିଂଟନ, ୧୬।୭ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପତ୍ନୀ ଇଭାନା ଟ୍ରମ୍ପଙ୍କ ଶୁକ୍ରବାର ଦେହାନ୍ତ ଘଟିଛି। ବର୍ତ୍ତମାନ ଏହା ସାମ୍ନାକୁ ଆସିଛି ଯେ ଦୁର୍ଘଟଣା ଯୋଗୁ ୭୩ ବର୍ଷୀୟ ଇଭାନାଙ୍କର ମୃତ୍ୟୁ ହୋଇଛି। ନ୍ୟୁୟର୍କର ମୁଖ୍ୟ ଚିକିତ୍ସା ନିରୀକ୍ଷକ କହିଛନ୍ତି ଯେ ଏହି ଦୁର୍ଘଟଣାରେ ଶରୀରରେ ଆଘାତ ଲାଗିବା ଯୋଗୁ ଇଭାନା ଟ୍ରମ୍ପଙ୍କର ମୃତ୍ୟୁ ଘଟିଛି। ତେବେ ତାଙ୍କ ସହ କ’ଣ ଘଟିଛି ତାହା ରିପୋର୍ଟରେ ଉଲ୍ଲେଖ କରାଯାଇ ନାହିଁ।
ଶୁକ୍ରବାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଇଭାନାଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଥିଲେ। ସେ ପୋଷ୍ଟ କରିଥିଲେ ଯ, ଯେଉଁମାନେ ଇଭାନା ଟ୍ରମ୍ପଙ୍କୁ ଭଲ ପାଆନ୍ତି, ସେମାନଙ୍କୁ ମୁଁ ଏକ ଦୁଃଖ ଦାୟକ ଘଟଣା ଜଣାଉଛି। ଇଭାନା ଟ୍ରମ୍ପଙ୍କ ନ୍ୟୁୟର୍କ ସହରରେ ତାଙ୍କ ଘରେ ଦେହାନ୍ତ ହୋଇଛି। ଏହା ମୁଁ ଅତ୍ୟନ୍ତ ଦୁଃଖର ଜଣାଉଛି ବୋଲି ଟ୍ରମ୍ପ୍‌ କହିଥିଲେ। ସେ ଜଣେ ଆଶ୍ଚର୍ଯ୍ୟଜନକ ଏବଂ ଚମତ୍କାର ସୁନ୍ଦର ମହିଳା ଥିଲେ। ଯିଏ ଏକ ମହାନ ଏବଂ ପ୍ରେରଣାଦାୟକ ଜୀବନ ବିତାଇଥିଲେ। ସେ ଇଭାନା ଟ୍ରମ୍ପଙ୍କ ତିନି ସନ୍ତାନ ଡୋନାଲ୍ଡ ଜୁନିଅର, ଇଭାଙ୍କା ଏବଂ ଏରିକଙ୍କ ପାଇଁ ସେ ଗର୍ବିତ ଥିଲେ। ଆମେ ମଧ୍ୟ ଇଭାନା ଟ୍ରମ୍ପଙ୍କ ପାଇଁ ଗର୍ବିତ। ଶାନ୍ତିରେ ବିଶ୍ରାମ କର, ଇଭାନା! ବୋଲି ଟ୍ରମ୍ପ୍‌ କହିଥିଲେ।
ଲୋକମାନେ କହୁଛନ୍ତି ଯେ ପାହାଚ ନିକଟରେ ଇଭାନାଙ୍କ ମୃତଦେହ ମିଳିଥିଲା। ନ୍ୟୁୟର୍କ ପୋଲିସ ବିଭାଗର ମୁଖପାତ୍ର କହିଛନ୍ତି ଯେ ଇଭାନା ଟ୍ରମ୍ପ ଚେତାଶୂନ୍ୟ ହୋଇଥିବାର ସୂଚନା ମିଳିଥିଲା। ତେବେ ତାଙ୍କୁ ଘଟଣାସ୍ଥଳରେ ମୃତ ଘୋଷଣା କରାଯାଇଥିଲା। ତାଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ଶରୀରରେ ଆଘାତ ଚିହ୍ନ ରହିଥିବା ଉଲ୍ଲେଖ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତା ରୋକ

ବୀରମହାରାଜପୁର,୨୬।୧୨, (ଯୁଗଳ କିଶୋର ମିଶ୍ର): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ପଞ୍ଚାୟତ ଲୁଚାବନ୍ଦ ପାଖରେ ଗୁରୁବାର ସା ପ୍ରାୟ ୭ଟା୩୦ରେ ଏକ ଅଜଣା ଗାଡ଼ି...

ବାପଘରକୁ ଯାଇଥିଲେ ଫୁଲମତି, ଘର ଭାଙ୍ଗି ଆକ୍ରମଣ କଲା ହାତୀ: ଆଉ ତା’ପରେ…

ବଲାଙ୍ଗୀର ୨୬/୧୨ (ସୁନୀଲ କୁମାର ମହାନ୍ତି):ଖପ୍ରାଖୋଲ ବ୍ଲକ ଲାଠୋର ରେଞ୍ଜ ଅନ୍ତର୍ଗତ ବେନ୍ଦେର ପଞ୍ଚାୟତର ଚହକପଡ଼ା ଗ୍ରାମରେ ଗୁରୁବାର ରାତି ପ୍ରାୟ ୩ଟା ସମୟରେ ୩୨...

‘୧୦୦ ବର୍ଷ ପର୍ଯ୍ୟନ୍ତ ରହିବ ବିଜେଡି’: ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୬।୧୨: ଶହେ ବର୍ଷ ପର୍ଯ୍ୟନ୍ତ ରହିବ ବିଜୁ ଜନତା ଦଳ(ବିଜେଡି)। ଶୁକ୍ରବାର ଦଳ ଭିତରେ ବିଭାଜନ ନେଇ ଚାଲିଥିବା କଳ୍ପନାଜଳ୍ପନାକୁ ଦୃଢ଼ ଭାବେ ଖଣ୍ଡନ କରିଛନ୍ତି।...

ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ: ୨କୋଠା ୭ପ୍ଲଟ୍‌, କେଜିଏ ସୁନା

ଭୁବନେଶ୍ୱର,୨୬।୧୨: ଫରେଷ୍ଟର ନିରଞ୍ଜନ ଶତପଥୀଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ। ଫରେଷ୍ଟରଙ୍କର ଭୁବନେଶ୍ବର ଝାରପଡ଼ାରେ ଅଛି ୨ଟି ବହୁତଳ କୋଠା। ଭୁବନେଶ୍ବର ସମେତ ଜଗତସିଂହପୁର...

ସାବଧାନ! ଖାଲିପେଟରେ ଖାଆନ୍ତୁନି ଏହି ୭ ଜିନିଷ, ନଚେତ୍ ହୋଇପାରେ…

ଯଦି ଆପଣ ଭୁଲ ଖାଦ୍ୟ ଅଭ୍ୟାସ ସହିତ ଆପଣଙ୍କ ଦିନ ଆରମ୍ଭ କରନ୍ତି, ତେବେ ଏହା କେବଳ ଆପଣଙ୍କ ପେଟକୁ କ୍ଷତି ପହଞ୍ଚାଇପାରେ ନାହିଁ ବରଂ...

ସ୍ବାମୀଙ୍କ ପ୍ରେମସମ୍ପର୍କକୁ ନେଇ ମୁହଁ ଖୋଲିଲେ ସୁନିତା: ସେ ଝିଅ କେବଳ…

ଅଭିନେତା ଗୋବିନ୍ଦା ଏବଂ ସୁନୀତା ଆହୁଜା ସମ୍ପର୍କ ପ୍ରାୟତଃ ଚର୍ଚ୍ଚାରେ ରହିଥାଏ। ଚଳିତ ବର୍ଷ ଆରମ୍ଭରେ ସେମାନଙ୍କ ଛାଡପତ୍ରର ଗୁଜବ ସୃଷ୍ଟି ହୋଇଥିଲା। ସୁନୀତା ପରେ...

ମାଛ ନେଇଯିବାରୁ ନାବାଳକଙ୍କ ଗୁପ୍ତାଙ୍ଗ କାଟିଦେଲେ

ଏରସମା,୨୬ା୧୨(ଦୀପ୍ତି ଖଣ୍ଡୁଆଳ): ଜଗତ୍‌ସିଂହପୁର ଜିଲା ଏରସମା ଥାନା ଅନ୍ତର୍ଗତ ଆମ୍ବିକି ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ମାଛ ନେଇଯିବାରୁ ଏହି ଗ୍ରାମର ଜଣେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri