ପାହାଡର ପଥର କୁଡିଆରେ ୩୦ ବର୍ଷ

ଭବାନୀପାଟଣା,୧୧।୭(ସ୍ବ.ପ୍ର.): ସମାଜରେ ଆଜି ବି ଅନ୍ଧବିଶ୍ୱାସ ଓ କୁସଂସ୍କାର ଭରି ରହିଛି। ବିଜ୍ଞାନ ଯେତେ ଆଗକୁ ଗଲେ ମଧ୍ୟ ସଚେତନତା ଆଗରେ ଭାରିପଡୁଛି ଅନ୍ଧବିଶ୍ୱାସ। ମଣିଷ ସମାଜରେ ରହିବାକୁ ଭଲପାଏ କିନ୍ତୁ ଯେତେବେଳେ ସମାଜ ମଣିଷକୁ ଦୂରେଇ ଦିଏ ସେତେବେଳେ ସେ ଅସହାୟ ଜୀବନ ଜିଇବାକୁ ବାଧ୍ୟ ହୋଇଥାଏ। ହେଲେ ସବୁ ବୁଝିପାରୁଥିବା ମଣିଷ ବେଳେ ବେଳେ ଅମାନବିକତାର ବଶବର୍ତ୍ତୀ ହୋଇ ନିରୀହଙ୍କୁ ଯନ୍ତ୍ରଣା ମୁହଁକୁ ଠେଲିଦିଏ।

କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ତଳଝାପି ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦିନେ ନୁହେଁ କି ଦୁଇ ଦିନ ନୁହଁ ୩୦ ବର୍ଷ ହେବ ପଥର କୁଡିଆରେ ଅଭିଶପ୍ତ ଜୀବନ ବିତାଉଛନ୍ତି ଜଣେ କୁଷ୍ଠ ରୋଗୀ କଦମା ମାଝି। କୁଷ୍ଠ ରୋଗରେ ଆକ୍ରାନ୍ତ ହେବା ଯୋଗୁ ଗ୍ରାମବାସୀ ତାଙ୍କୁ ବାସନ୍ଦ କରିଦେଇଛନ୍ତି । ତେଣୁ ଘରଦ୍ୱାର ଛାଡି ଗାଁଠାରୁ ପ୍ରାୟ ୧ କି.ମି. ଦୂର ଏକ ପାହାଡରେ ଏକାକୀ ପଥର କୁଡ଼ିଆରେ ଭାଗ୍ୟକୁ ଆଦରି ପଡ଼ି ରହିଛନ୍ତି। ଦିନକୁ ଦିନ ଏହି ବ୍ୟାଧି ବଢିବାରେ ଲାଗିଥିବା ବେଳେ କଦମାଙ୍କ ଦୁଃଖ ବଢ଼ିବାରେ ଲାଗିଛି।

ଖରା, ବର୍ଷା, ଶୀତ ଖାଇ ବର୍ଷ ତମାମ ଆଦିମ ମଣିଷ ଭଳି ଏଇ ପଥର କୁଡିଆରେ ସେ ପଡି ରହିଛନ୍ତି। ମାଗିଯାଚି ଓଳିଏ ଖାଇଲେ ଓଳିଏ ଉପାସରେ ରହୁଛନ୍ତି। ସରକାର ଅସହାୟ ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। କିନ୍ତୁ କଦମାଙ୍କ ପାଇଁ ସରକାରୀ ଯୋଜନା ଅପହଞ୍ଚ। ସରକାରୀ ସହାୟତା କହିଲେ ମାତ୍ର ୫ କେଜି ଚାଉଳ ଏବଂ ମାସିକ ଭତ୍ତା ବାବଦକୁ ୫୦୦ ଟଙ୍କା। ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ଘର ଖଣ୍ଡିଏ ମଧ୍ୟ ତାଙ୍କୁ ମିଳିନାହିଁ। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି।

ଅନ୍ୟପଟେ କଦମା ଔଷଧ ଖାଇ ସମ୍ପୂର୍ଣ୍ଣ ସୁସ୍ଥ ରହିଥିବା ବେଳେ ସେ କୌଣସି ବ୍ୟକ୍ତିଙ୍କ ପାଇଁ ବିପଦ ନୁହୁନ୍ତି ବୋଲି ଅତିରିକ୍ତ ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ମନୋହର ମାଝି କହିଛନ୍ତି। ଏହାସତ୍ତ୍ବେ ଅନ୍ଧବିଶ୍ବାସକୁ ଆପଣାଇ ଗ୍ରାମବାସୀ ତାଙ୍କୁ ବାସନ୍ଦ କରିଛନ୍ତି। ତେଣୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନ ବୈଠକ ଦ୍ୱାରା ସେମାନଙ୍କୁ ବୁଝାଯିବ ବୋଲି ଜନସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି। ତେବେ କଦମାଙ୍କ ପାଇଁ ଜିଲା ପ୍ରଶାସନ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁରେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ: ଷ୍ଟାଲିନ ସରକାରଙ୍କୁ ଭାଜପାର କଡ଼ା ନିନ୍ଦା

ଭୁବନେଶ୍ୱର,୩୦ ।୧୨: ତାମିଲନାଡୁରେ ଜଣେ ଓଡ଼ିଆ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଏହି ଘଟଣାକୁ ନେଇ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ତୀବ୍ର ପ୍ରତିକ୍ରିୟା...

ପ୍ରିୟଙ୍କା ଗାନ୍ଧୀଙ୍କ ବୋହୂ ଅଭିଭାଙ୍କ ସମ୍ପତ୍ତି କେତେ? ଏମିତି କରନ୍ତି ମୋଟା ଅଙ୍କର ରୋଜଗାର

ନୂଆଦିଲ୍ଲୀ,୩୦।୧୨: ଦେଶର ପ୍ରମୁଖ ରାଜନୈତିକ ପରିବାର ମଧ୍ୟରୁ ଗୋଟିଏ ଗାନ୍ଧୀ-ଭଦ୍ରା ପରିବାର ଖୁବ ଶୀଘ୍ର ବିବାହ ଘୋଷଣା କରିବାକୁ ଯାଉଛନ୍ତି। ପ୍ରସ୍ତୁତି ଚାଲିଛି, ଏବଂ ବିବାହ...

ଶିଶୁୁତ୍ରକୁ ଜନ୍ମ ଦେଇ ଆଖିବୁଜିଦେଲେ ମା’: ହସ୍ପିଟାଲରେ ତାଲାମାରି ଚମ୍ପଟ ମାରିଲେ…

ଧର୍ମଶାଳା,୩୦।୧୨(ଶିବ ପ୍ରସାଦ ମହାନ୍ତି): ଯାଜପୁରର ମେଡିକାଲ ଛକ ନିକଟରେ ଏକ ଘରୋଇ ମେଡିକାଲ ସାମ୍ନାରେ ପ୍ରସବ ପାଇଁ ଆସିଥିବା ପ୍ରସୂତିଙ୍କ ମୃତ୍ୟୁ ଘଟିଛି। ଚିକିତ୍ସାରେ ଅବହେଳା...

କେମିତି ରହିବ ୨୦୨୬ରେ ଶନିଙ୍କ ଚାଲି? ଏସବୁ ରାଶି ରହିବେ ସତର୍କ, ଖରାପ ଟାଇମ୍‌ ଆରମ୍ଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ତାଙ୍କୁ ନଅଟି ଗ୍ରହ ମଧ୍ୟରେ...

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri