Odisha Elections 2024

ବିକାଶ ଦେଖୁଛି ପୁଟିପାଳ

ଢେଙ୍କାନାଳ ଅଫିସ, ୧୦।୭: ଜୁଆଙ୍ଗ ଗାଁରେ ପଡ଼ିଛି ବିକାଶର କିରଣ। ଉଦୟ ହୋଇଛି ଅନ୍ଧାରରେ ବୁଡ଼ିଥିବା ଆଦିବାସୀ ପଡ଼ାର ଭାଗ୍ୟ। ପ୍ରଶାସନର ଶୁଭଦୃଷ୍ଟି ପଡ଼ିବା ପରେ ବିଚ୍ଛିନ୍ନ ଜୀବନ ବିତାଉଥିବା ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକର ଦୁର୍ଗମ ପୁଟିପାଳ ଗ୍ରାମର ଚିତ୍ର ବଦଳିବା ଆରମ୍ଭ କରିଛି। ଗାଁକୁ ନିର୍ମାଣ ହୋଇଛି ରାସ୍ତା। ନିଜ ମାତୃଭାଷାରେ ପଢ଼ିବାର ସୁଯୋଗ ପାଇଛନ୍ତି ପିଲାଏ। କେବଳ ଏତିକି ନୁହେଁ, ଅପପୁଷ୍ଟିର ଅମରାବତୀ ଭାବେ ପରିଚିତ ଏହି ଅଞ୍ଚଳରୁ କୁପୋଷଣ ଦୂର କରିବାକୁ ଆରମ୍ଭ ହୋଇଛି ଅଭିଯାନ। ଅପହଞ୍ଚ ଅଞ୍ଚଳରେ ବିକାଶର ବିଜୁଳିବତି ଜଳିବା ପରେ ଜୁଆଙ୍ଗଙ୍କ ମୁହଁରେ ଫୁଟିଛି ହସ।
ଶିଳ୍ପ ଜିଲାରେ ବିଚ୍ଛିନ୍ନାଞ୍ଚଳ ଜୀବନ ବିତାଉଥିଲେ କଙ୍କଡ଼ାହାଡ଼ ବ୍ଲକ କାନ୍ତୋଲ ପଞ୍ଚାୟତ ପୁଟିପାଳ ଗ୍ରାମର ଜନସାଧାରଣ। ବଣପାହାଡ଼ ଘେରା ଏହି ଦୁର୍ଗମ ଗ୍ରାମକୁ ଚଢ଼ି ପାରୁ ନ ଥିଲା ବିକାଶ। ବର୍ଷାଦିନେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଜଳବନ୍ଦୀ ଜୀବନ ବିତାଉଥିଲେ ଏଠାକାର ଲୋକେ। ଅପପୁଷ୍ଟିର ଶିକାର ଶିଶୁ ଠେଲି ହୋଇଯାଉଥିଲେ ମରଣ ମୁହଁକୁ। ହେଲେ ଦୀର୍ଘଦିନ ପରେ ଏବେ ଗ୍ରାମର କଳେବର ବଦଳିବାରେ ଲାଗିଛି। ବିଡିଓ ବୁଲବୁଲ ବେହେରା ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଦୁର୍ଗମ ଗ୍ରାମର ବିକାଶ ଲାଗି ନୀଳ ନକ୍ସା ପ୍ରସ୍ତୁତ କରାଯାଇଥିବାବେଳେ ଜିଲା ପ୍ରଶାସନର ପଦସ୍ଥ ଅଧିକାରୀ ଘନ ଘନ ଗସ୍ତ କରି ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଯେଉଁ ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ନିର୍ମାଣ ହୋଇପାରୁ ନ ଥିଲା ଏବେ ସେଠାରେ ତିଆରି ହୋଇଛି ୧୦ ଲକ୍ଷ ଟଙ୍କାର ସଡ଼କ। ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁଙ୍କୁ ମିଳୁଛି ଆବଶ୍ୟକ ପୁଷ୍ଟିକର ଖାଦ୍ୟ। ସ୍ବତନ୍ତ୍ର ଭାବେ ସେମାନଙ୍କ ସ୍ବାସ୍ଥ୍ୟର ଯତ୍ନ ନିଆଯାଉଛି। ପୂର୍ବରୁ ପିଲାମାନେ ଦୁର୍ଗମ ପଥ ଅତିକ୍ରାନ୍ତ କରି ବହୁ କଷ୍ଟରେ ଏକୁଲ ବିଦ୍ୟାଳୟକୁ ପଢ଼ିବାକୁ ଯାଉଥିଲେ। ଗ୍ରାମର ୩ଜଣ ଶିକ୍ଷିତ ଯୁବତୀ ଛାତ୍ରୀଛାତ୍ରଙ୍କୁ ଜୁଆଙ୍ଗ ଭାଷାରେ ପାଠ ପଢ଼ାଉଛନ୍ତି। ପୁଟିପାଳ ଗ୍ରାମବାସୀଙ୍କୁ ଖାଉଟି ସାମଗ୍ରୀ ଆଣିବାକୁ ଆଉ କାନ୍ତୋଲ ପଞ୍ଚାୟତକୁ ଯିବାକୁ ପଡୁନାହିଁ। ଗ୍ରାମରେ ହାତପାଆନ୍ତାରେ ପିଡିଏସ୍‌ ସାମଗ୍ରୀ ମିଳୁଛି। ଏଥିଲାଗି ଖୋଲିଛି ସାଧାରଣ ବଣ୍ଟନ କେନ୍ଦ୍ର। ଅଧିକାଂଶ ପରିବାର ଜଙ୍ଗଲ ଜମି ଅଧିକାର ଆଇନରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ସେମାନଙ୍କୁ ପଟ୍ଟା ପ୍ରଦାନ କରାଯାଇଛି। ଜୀବନଜୀବିକାର ସୁରକ୍ଷା ପାଇଁ ବ୍ୟବସ୍ଥା କରାଯାଇଛି। ଆଦିବାସୀ ପରିବାରକୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବାକୁ କୁକୁଡ଼ା ଚିଅଁା ପାଳନ ଲାଗି ପଦକ୍ଷେପ ନିଆଯାଉଛି। ଶିଶୁଙ୍କୁ ଶୀତବସ୍ତ୍ର ଓ ଖେଳ ଉପକରଣ ପ୍ରଦାନ କରାଯାଇ ସାମାଜିକ ସ୍ରୋତରେ ସାମିଲ ହେବାକୁ ପ୍ରୋତ୍ସାହିତ କରାଯାଉଛି।
ଏ ସଂକ୍ରାନ୍ତରେ ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ପୁଟିପାଳର ବିକାଶ ପାଇଁ ପ୍ରଶାସନିକ ଅଧିକାରୀ ଉଦ୍ୟମ ଜାରି ରଖିଛନ୍ତି। ବନ ବିଭାଗ ସହାୟତାରେ ୧୦ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ହୋଇଛି। ଜୁଆଙ୍ଗ ଭାଷାରେ ପିଲାମାନଙ୍କୁ ପାଠ ପଢ଼ାଯାଉଛି। ଗ୍ରାମରେ ଏକ କମ୍ୟୁନିଟି ସେଣ୍ଟର ନିର୍ମାଣ କରାଯାଇଛି। ଏହାକୁ ଅଞ୍ଚଳର ପିଲାଙ୍କ ପାଠ ପଢ଼ିବା ନିମନ୍ତେ ବ୍ୟବହାର କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟଦାନରୁ ବଞ୍ଚିତ ହେଲେ ପଦ୍ମଶ୍ରୀ ଅନ୍ତର୍ଯ୍ୟାମୀ ମିଶ୍ର

ଢେଙ୍କାନାଳ,୨୬ା୫(ରତନ ନାୟାର): ଢେଙ୍କାନାଳର ବିଶିଷ୍ଟ ସାହିତି୍ୟକ, ଗବେଷକ ଓ ଭାଷାବିତ୍‌ ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର ଶନିବାର ଭୋଟଦାନରୁ ବଞ୍ଚିତ ହୋଇଛନ୍ତି। ସେ ଓ ତାଙ୍କ...

ଢେଙ୍କାନାଳରେ ଭୋଟ ଦେଲେ ତଥାଗତ

ଢେଙ୍କାନାଳ,୨୫।୫(ରତନ ନାୟାର): ତେଙ୍କାନାଳ ଜିଲାରେ ଶନିବାର ସମସ୍ତ ବୁଥରେ ଭୋଟ ଗ୍ରହଣ ହେଉଛି। ପୂର୍ବାହ୍ନ ୧୧ଟା ସୁଦ୍ଧା ଜିଲାରେ ୨୦. ୯୨ ପ୍ରତିଶତ ମତଦାନ ହୋଇଛି।...

ବଢୁଛି ଅନୁପ୍ରବେଶକାରୀଙ୍କ ସଂଖ୍ୟା

କେନ୍ଦ୍ରାପଡ଼ା,୨୩ା୫(ଜଗନ୍ନାଥ ଧଳ): ଅନୁପ୍ରବେଶ ଓ ଆତଙ୍କବାଦ ସହିତ କେନ୍ଦ୍ରାପଡ଼ା ଜିଲାର ସଂଯୋଗ ରହିଥିବା ବେଳେ ଜିଲା ପ୍ରଶାସନ ଅଥବା ରାଜ୍ୟ ସରକାର କୌଣସି ଦୃଷ୍ଟି ଦେଉ ନ...

ଲୋକଙ୍କ ଆଶୀର୍ବାଦ ମାଗିଲେ ବ୍ରଜ

ତାଳଚେର,୨୩।୫ (ମନୋଜ ପ୍ରଧାନ): ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ ପ୍ରଚାରକୁ ଜୋର୍‌ଦାର କରିଛନ୍ତି। ପଦ୍ମାବତୀପୁର ଓ ଡେରା ପଞ୍ଚାୟତର...

ଭାଜପା ପାଇଁ ଭୋଟ ମାଗିଲେ ଅରୁଣ ଗୋଭିଲ

ଢେଙ୍କାନାଳ,୨୩ା୫(ରତନ ନାୟାର): ରାମାୟଣ ଧାରାବାହିକର ରାମ ଭୂମିକାରେ ଅଭିନୟ କରିଥିବା ଅଭିନେତା ତଥା ଭାଜପା ନେତା ଅରୁଣ ଗୋଭିଲ ବୁଧବାର ଢେଙ୍କାନାଳ ସହରରେ ଭାଜପା ପାଇଁ ଭୋଟ...

ବୋହୂ ପାଇଁ ଭୋଟ ମାଗିଲେ କେପି ସିଂହଦେଓ

ଢେଙ୍କାନାଳ,୨୩ା୫(ରତନ ନାୟାର): ନିର୍ବାଚନ ପ୍ରଚାରର ଅନ୍ତିମ ପର୍ଯ୍ୟାୟରେ ଢେଙ୍କାନାଳ ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ସୁସ୍ମିତା ସିଂହଦେଓଙ୍କ ପାଇଁ ବୁଧବାର ଅପରାହ୍ନରେ ପ୍ରଚାର କରିଥିଲେ ବରିଷ୍ଠ କଂଗ୍ରେସ...

ଶୀର୍ଷରେ ବିଜେଡି-ଭାଜପା ଲଢ଼େଇ

ଢେଙ୍କାନାଳରୁ ଅନିଲ ଦାସ,୨୩।୫: ଆସନ୍ତା ୨୫ ତାରିଖରେ ଢେଙ୍କାନାଳ ସମେତ ୬ ଲୋକ ସଭା ନିର୍ବାଚନମଣ୍ଡଳୀ ଏବଂ ଏହା ଅନ୍ତର୍ଗତ ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟଗ୍ରହଣ ହେବ।...

ମର୍ମନ୍ତୁଦ ଦୁର୍ଘଟଣା: ମା’, ବାପାଙ୍କ ସହ ୨ ସନ୍ତାନ ମୃତ

ଢେଙ୍କାନାଳ,୨୦।୫: ଢେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଅଧୀନ ପିଙ୍ଗୁଆ ନିକଟରେ ସୋମବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri