୨୦ ପରିବାରର ଆତ୍ମାହୁତି ଚେତାବନୀ

କୁଜଙ୍ଗ, ୯।୭ (ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକର ଚଟୁଆ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସର ଜମିକୁ ନେଇ ବିବାଦ ଦେଖାଦେଇଛି। ନିକଟସ୍ଥ ବଳରାମପୁର ଗ୍ରାମର ୨୦ଟି ପରିବାର ଉକ୍ତ ଜାଗାକୁ ସେମାନଙ୍କ ପୈତୃକ ସମ୍ପତ୍ତି ବୋଲି କହିି ବିଦ୍ୟାଳୟ ପରିସର ସରକାରୀ ଜମିକୁ ଫେରାଇ ଦେବାକୁ ଦାବି କର ଧାରଣା ଦେଇଛନ୍ତି। ଦାବି ପୂରଣ ନ ହେଲେ ସମ୍ପୃକ୍ତ ପରିବାର ସଦସ୍ୟ ଆତ୍ମାହୁତି ଦେବାକୁ ଚେତାବନୀ ଦେଇଛନ୍ତି ା ଏହି ବିଦ୍ୟାଳୟ ଜାଗା ସମେତ ଉକ୍ତ ଜାଗାରେ ସମ୍ପୃକ୍ତ ପରିବାରଗୁଡ଼ିକର ମୋଟ ୧ଏକର ୩ ଡିସିମିଲ ଜମି ରହିଛି ବୋଲି ଧାରଣାକାରୀ କହିଛନ୍ତି।
ସୂଚନାଯୋଗ୍ୟ, ଚଣ୍ଡିଖୋଲ ପାରାଦୀପ ଜାତୀୟ ରାଜପଥ ନିର୍ମାଣ ସମୟରେ ସେହି ସ୍ଥାନରେ ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ କାର୍ଯ୍ୟାଳୟ, କର୍ମଚାରୀଙ୍କ ପାଇଁ ବାସଗୃହ ଓ ଗୋଦାମ ଗୃହ ନିର୍ମାଣ କରାଯାଇଥିଲା ା ଉକ୍ତ ଜମିକୁ ତତ୍କାଳୀନ ସମୟରେ ଜାତୀୟ ରାଜପଥ ସମ୍ପୃକ୍ତ ପରିବାରଗୁଡ଼ିକଠାରୁ ଅଧିଗ୍ରହଣ କରିଥିଲା ା ପରବର୍ତ୍ତୀ ସମୟରେ ୧୯୭୧ରେ ଚଟୁଆ ବାଳିକା ଉଚ୍ଚବିଦ୍ୟାଳୟ ସେଠାରେ ସ୍ଥାପିତ ହୋଇଥିଲ। ସେ ସମୟରେ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ ଶିକ୍ଷା ବିଭାଗକୁ ଏହି ବିଦ୍ୟାଳୟ ନିମନ୍ତେ ଉକ୍ତ ଜମିିର ଗୋଦାମଗୃହ ଥିବା ଜାଗାକୁ ହସ୍ତାନ୍ତର କରିଥିଲା ା ସେବେଠାରୁ ସେଠାରେ ସରକାରୀ ବାଳିକା ବିଦ୍ୟାଳୟ ଚାଲିଥିଲା। ୨୦୧୯ରେ ଉକ୍ତ ବାଳିକା ବିଦ୍ୟାଳୟ ସ୍ଥାନୀୟ ବନବିହାରୀ ଉଚ୍ଚ ବିଦ୍ୟାଳୟ ସହ ମିଶ୍ରଣ ହୋଇଯିବା ପରେ ଏଠାରେ ପାଠପଢ଼ା ବନ୍ଦ ହୋଇଯାଇଛି। ଏହି ସମ୍ପତ୍ତିର ରକ୍ଷଣାବେକ୍ଷଣ ଦାୟିତ୍ୱ ବିଡିଓଙ୍କୁ ଦିଆଯାଇଛି। କାଗଜ କଲମରେ ବିଦ୍ୟାଳୟ ସମ୍ପତ୍ତି ବିଡିଓଙ୍କ ଦାୟିତ୍ୱରେ ଥିତ୍ଲେ ବି ବାସ୍ତବ କ୍ଷେତ୍ରରେ ଏ ଜମିର ମାଲିକ କିଏ ଜଣା ପଡ଼ୁ ନ ଥିଲା ା ଏବେ ବିଦ୍ୟାଳୟ ଗୃହ ଓ ପରିସର ପରିତ୍ୟକ୍ତ ଅବସ୍ଥାରେ ରହିଛି। କିଛି ଲୋକ ଉକ୍ତ ବିଦ୍ୟାଳୟ ଗୃହଭାଙ୍ଗି ନିଜ ଅକ୍ତିଆରକୁ ନେବାପାଇଁ ଉଦ୍ୟମ କରୁଛନ୍ତି ବୋଲି ବରିଷ୍ଠ ନାଗରିକ ମଞ୍ଚ ସଭାପତି ବାବୁରାମ ଚୌଧୁରୀ କିଛି ଦିନ ତଳେ ଥାନାରେ ଅଭିଯୋଗ କରିଥିଲେ ା ପରବର୍ତ୍ତୀ ସମୟରେ ବଳରାମପୁର ଗ୍ରାମର ୨୦ପରିବାର ଏହାକୁ ନିଜର ପୈତୃକ ସମ୍ପତ୍ତି ବୋଲି ଦାବି କରି ଭଡା ସୂତ୍ରରେ ଜାତୀୟ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ଦେଇଥିବା କହିଛନ୍ତି। ଏନେଇ ବିବାଦ ଘନୀଭୂତ ହେବାରୁ ବିଡିଓଙ୍କ ଆବେଦନକ୍ରମେ କୁଜଙ୍ଗ ତହସିଲଦାର ସେଠାରେ ୧୪୪ ଧାରା ଜାରି କରିଛନ୍ତି ା ଏହାପରେ ଉକ୍ତ ପରିବାରଗୁଡ଼ିକ ପକ୍ଷରୁ ପ୍ରତିବାଦ କରାଯାଇଛି।
ଏ ସମ୍ପର୍କରେ ତହସିଲଦାର ପ୍ରୀତିପର୍ଣ୍ଣା ମିଶ୍ର କହିଛନ୍ତି, ତତ୍କାଳୀନ ସମୟରେ ଏହି ପରିବାର ସଦସ୍ୟ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କୁ ଜମି ହସ୍ତାନ୍ତର କରି କ୍ଷତିପୂରଣ ନେଇଛନ୍ତି। ଏବିଷୟରେ ସେ ରାଜପଥ କର୍ତ୍ତୃପକ୍ଷଙ୍କୁ ପଚାରି ବୁଝିଛନ୍ତି। ଏ ସମ୍ପର୍କରେ ବିଡିଓ ସୌମ୍ୟଶ୍ରୀ ପାଣିଗ୍ରାହୀ କହିଛନ୍ତି, ବିଦ୍ୟାଳୟ ସମ୍ପତ୍ତି ମୋ ଦାୟିତ୍ୱରେ ରହିଛି ା ତାକୁ ସୁରକ୍ଷିତ ରଖିବାପାଇଁ ସେଠାରେ ୧୪୪ ଧାରା ଜାରି କରାଯାଇଛି। ଖୁବଶୀଘ୍ର ଏହାର ପରିସରରେ ଏକ ସରକାରୀ କାର୍ଯ୍ୟାଳୟ ଖୋଲାଯିବ ା ପରିବାରଗୁଡ଼ିକ ପକ୍ଷରୁ ଏହି ଧାରଣାରେ ମିନତୀ ଦାସ, ସୁବ୍ରତ ଦାଶ, ଗୌରାଙ୍ଗ ଦାସ, ତୃପ୍ତିରଞ୍ଜନ ଦାସ, ମନୁ ଦାସ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri