ଅଭିଯୁକ୍ତଙ୍କ ଉପରୁ ଉଠିଲା ଗୁପ୍ତଚରି, ବିଦେଶୀ ଲିଙ୍କ୍‌ ଦଫା

ବାଲେଶ୍ୱର ଅଫିସ,୮ା୭: ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆର୍‌ଡିଓ)ର ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କ ବିରୋଧରେ ଗୁପ୍ତଚରି ଏବଂ ବିଦେଶୀ ଏଜେଣ୍ଟଙ୍କ ସହ ଲିଙ୍କ ସମ୍ପର୍କିତ ଲାଗିଥିବା ଅଭିଯୋଗକୁ ପ୍ରମାଣ କରିବାରେ କ୍ରାଇମ୍‌ ବ୍ରାଞ୍ଚ ବିଫଳ ହୋଇଛି। ତେଣୁ ଅଭିଯୁକ୍ତଙ୍କ ବିରୋଧରେ ଲଗାଯାଇଥିବା ଅଫିସିଆଲ ସିକ୍ରେଟ୍‌ ଆକ୍ଟର ଦଫା ୩, ୪, ୫କୁ ହଟାଯାଇଛି। ଚାର୍ଜଶିଟ୍‌ ଦାଖଲ ବେଳେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଆବଶ୍ୟକ କାଗଜପତ୍ର ଦାଖଲ କରାଯାଇ ନ ଥିବାରୁ ଗୁରୁବାର ବାଲେଶ୍ୱର ଏଡିଜେ-୩ କୋର୍ଟ ଏହି ଦଫାକୁ ହଟାଇ ଦେଇଛନ୍ତି। ଫଳରେ ମାମଲାର ଗୁରୁତ୍ୱ ହ୍ରାସ ପାଇଛି।
୨୦୨୧ ସେପ୍ଟେମ୍ବରରେ ନୂଆଦିଲ୍ଲୀସ୍ଥିତ ଭାରତୀୟ ଗୋଇନ୍ଦା ସଂସ୍ଥା (ଆଇବି) ବାଲେଶ୍ୱର ଚାନ୍ଦିପୁର ପ୍ରତିରକ୍ଷା ବିଭାଗର ଗୁପ୍ତ ତଥ୍ୟ ପଡ଼ୋଶୀ ଶତ୍ରୁଦେଶକୁ ଫୋନ୍‌ କଲ୍‌ ମାଧ୍ୟମରେ ଦିଆଯାଉଥିବା ଜାଣିବାକୁ ପାଇଥିଲେ। ଡିଆର୍‌ଡିଓରେ କାର୍ଯ୍ୟରତ କେତେଜଣ କର୍ମଚାରୀଙ୍କ ନିକଟକୁ ଅନ୍ତର୍ଜାତୀୟ କଲ୍‌ ଆସିବା ସହ ତାଙ୍କଠାରୁ ବାହାରକୁ ମଧ୍ୟ କଲ୍‌ ଯାଉଥିବା ଗୋଇନ୍ଦା ବିଭାଗ ଟ୍ରାକ୍‌ କରି ଜାଣିଥିଲା। ପଡ଼ୋଶୀ ପାକିସ୍ତାନ ଏଜେଣ୍ଟଙ୍କୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଏହି ଫୋନ୍‌ କଲ୍‌ ମାଧ୍ୟମରେ ପ୍ରଦାନ କରାଯାଉଥିବା ସନ୍ଦେହ କରାଯାଇଥିଲା। ବିଶେଷକରି ରାଜସ୍ଥାନ ସୀମାନ୍ତରୁ ଏହି ଅନ୍ତର୍ଜାତୀୟ କଲ୍‌ ଆସୁଥିବା ଜାଣିବା ପରେ ବାଲେଶ୍ୱର ପୋଲିସ ହେଡକ୍ୱାର୍ଟର୍ସକୁ ଅବଗତ କରାଯାଇଥିଲା। ଆଇବିର ଏକ ଟିମ୍‌ ବାଲେଶ୍ୱରରେ ପହଞ୍ଚତ୍ବା ପରେ ପୂର୍ବାଞ୍ଚଳ ଆଇଜିଙ୍କ ତତ୍ତ୍ୱାବଧାନରେ ୨୦୨୧ ସେପ୍ଟେମ୍ବର ୧୪ରେ ୮ଜଣ ଠିକା କର୍ମଚାରୀଙ୍କୁ ଉଠାଇ ଆଣି ଜିଲାର ବିଭିନ୍ନ ଥାନାରେ ରଖି ପଚରାଉଚରା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ଜଣଙ୍କ ନିକଟରୁ ବିଭିନ୍ନ ସାମଗ୍ରୀ ଜବତ କରାଯିବା ସହ ସେମାନଙ୍କୁ ପୋଲିସ ଗିରଫ କରିଥିଲା। ଡିଆରଡିଓର ଗୁପ୍ତ ତଥ୍ୟ ଚୋରି ଅଭିଯୋଗରେ ସେମାନଙ୍କ ବିରୋଧରେ ଚାନ୍ଦିପୁର ଥାନାରେ ଆଇପିସି ଦଫା ୧୨୦(ବି), ୧୨୧(ଏ), ୩୪ ଏବଂ ଅଫିସିଆଲ ସିକ୍ରେଟ ଆକ୍ଟର ଦଫା ୩, ୪ ଓ ୫ରେ ଏକ ମାମଲା (ନଂ.୭୬/୨୧) ରୁଜୁ କରାଯାଇଥିଲା। ପରେ ଏହି ମାମଲାର ତଦନ୍ତଭାର କ୍ରାଇମ୍‌ବ୍ରାଞ୍ଚକୁ ଦିଆଯାଇଥିଲା। ଅଭିଯୁକ୍ତମାନେ ହେଲେ ଚାନ୍ଦିପୁର ଥାନା ଝାମ୍ପୁରା ଗ୍ରାମର ବସନ୍ତ ବେହେରା, ଆଇଟିଆର୍‌ରେ ଡିଜି ଅପରେଟର ଭାବେ କାର୍ଯ୍ୟ କରୁଥିବା ସଦର ଥାନା ବୁଆଁଳ ଗ୍ରାମର ହେମନ୍ତ କୁମାର ମିସ୍ତ୍ରି, ଆଇଟିଆର୍‌ରେ ମେନ ଗେଟ୍‌ରେ କାର୍ଯ୍ୟ କରୁଥିବା ସଦର ଥାନା ପାଳସିଆ ଗ୍ରାମର ତାପସ ରଞ୍ଜନ ନାୟକ, ଆଇଟିଆର୍‌ରେ ଏସି ଅପରେଟର ଭାବେ କାର୍ଯ୍ୟ କରୁଥିବା ଚାନ୍ଦିପୁର ଥାନା ଶ୍ରୀକୋଣା ଗ୍ରାମର ଏସ୍‌କେ ମୁସାଫିର। ପରେ ୧୬ ତାରିଖରେ ଡିଆର୍‌ଡିଓର ସ୍ଥାୟୀ ଡ୍ରାଇଭର ଉତ୍ତରପ୍ରଦେଶ ଅଞ୍ଚଳର ସଚିନ ଛଥାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଥିଲା। ଦେଶର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଚୋରି ଏବଂ ଏହାର ବିଦେଶୀ ଲିଙ୍କ୍‌ ଥିବା ସମ୍ପର୍କରେ ଆଇବି ଜାଣିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ହେଲେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ପରେ ଚାର୍ଜଶିଟ୍‌ରେ ଏସମ୍ପର୍କିତ ଆବଶ୍ୟକ କାଗଜାଦି ଦାଖଲ କରି ନ ପାରିବା ଘଟଣା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ଓଡ଼ିଶା ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ୪୫ ହଜାର କୋଟି ଟଙ୍କାର ରାସ୍ତା ପ୍ରକଳ୍ପକୁ ମଞ୍ଜୁରୀ

ନୂଆଦିଲ୍ଲୀ,୯।୧୨: ଓଡ଼ିଶାରେ ସଡ଼କ ପରିବହନ ଭିତ୍ତିଭୂମିର ବିକାଶ ପାଇଁ କେନ୍ଦ୍ର ସରକାର ଏକ ବୃହତ ପୁଞ୍ଜି ବିନିଯୋଗକୁ ଅନୁମୋଦନ କରିଛନ୍ତି। ରାଜ୍ୟ ପାଇଁ ମୋଟ ୪୪,୭୭୧...

୫ ବର୍ଷରେ ଦାଦନ ଖଟିବାକୁ ଯାଇ ରାଜ୍ୟ ବାହାରେ ପ୍ରାଣ ହରାଇଛନ୍ତି ୫୧୮ ଓଡ଼ିଆ

ଭୁବନେଶ୍ୱର,୯।୧୨: ଗତ ୨୦୨୧ ରୁ ୨୦୨୫ ନଭେମ୍ବର ସୁଦ୍ଧା ମଧ୍ୟରେ ରାଜ୍ୟ ତଥା ଦେଶ ବାହାରେ କାମ କରୁଥିବା ସମୟରେ ଓଡ଼ିଶାର ୫୧୮ ଜଣ ପ୍ରବାସୀ...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri