ଯାତ୍ରାରୁ ରୋଜଗାର

ଡ. ପ୍ରମୋଦ କୁମାର ପଣ୍ଡା

ଉତ୍କଳ ହେଉଛି ଉତ୍କୃଷ୍ଟ କଳାର ଦେଶ। କେଉଁ ଆଦିମ କାଳରୁ ଆମ ରାଜ୍ୟରେ କଳା ସଂସ୍କୃତିକୁ ଉଚ୍ଚସ୍ଥାନ ଦିଆଯାଇ ଆସୁଛି। ଭରତ ମୁନିଙ୍କ ନାଟ୍ୟ ଶାସ୍ତ୍ରରେ ମଧ୍ୟ ଓଡ଼ିଶାର ନାଟ୍ୟ କଥା ଉଲ୍ଲେଖ ଅଛି। ସେଥିପାଇଁ ଭାରତର ଏହି ଭୂଖଣ୍ଡ ଏକ ଶାସ୍ତ୍ରୀୟ ଭାଷା, ଶାସ୍ତ୍ରୀୟ ନୃତ୍ୟ ଏବଂ ଶାସ୍ତ୍ରୀୟ ଗାନ (ଓଡ଼ିଶୀ ଗାନ ଶାସ୍ତ୍ରୀୟତା ପାଇଁ ବିଚାରାଧୀନ ଅଛି) ସମଗ୍ର ବିଶ୍ୱକୁ ଉପହାର ସ୍ବରୂପ ଦାନ କରିଛି। ଆମ ଲୋକନୃତ୍ୟ, ଲୋକ ଗୀତ, ଓଡ଼ିଶୀ ସଙ୍ଗୀତ, ଛାନ୍ଦ, ଚମ୍ପୁ, ଚଉତିଶା, ଓଡ଼ିଶୀ ନୃତ୍ୟ, ଆମ କାବ୍ୟରେ ପ୍ରକୃତି ବର୍ଣ୍ଣନା; ଆମର ନାଟକ, ରଙ୍ଗମଞ୍ଚ ପ୍ରଭୃତିରେ ପ୍ରାଚୀନ ଓ ପ୍ରବହମାନ କଳାର ଝଲକ ସ୍ପଷ୍ଟ ବାରିହୋଇପଡ଼େ। ସିନେମା ବା ଚଳଚ୍ଚିତ୍ରର ବହୁ ପୂର୍ବରୁ ଆମ ରାଜ୍ୟରେ ପାଲା, ଦାସକାଠିଆ, ଘୋଡ଼ା ନାଚ, ଡ୍ରାମା ଇତ୍ୟାଦିର ଖୁବ୍‌ ପ୍ରଚଳନ ଥିଲା। ଯାତ୍ରାର ଅଭ୍ୟୁଦୟ ଓ ପ୍ରଚାର ପ୍ରସାର ଦ୍ୱାରା ଏହା ଚଳଚ୍ଚିତ୍ରର ଏକ ବିକଳ୍ପ ଭାବେ ଠିଆ ହେଲା। ଯାତ୍ରା ଓଡ଼ିଶାର ଘରେ ଘରେ ଆଦୃତିଲାଭ କରିଥିଲା। ଫଳରେ ଯାତ୍ରାର ହଜାର ହଜାର କଳାକାର ଏବଂ ତାଙ୍କ ସହଯୋଗୀ ରୋଜଗାର ପାଇବାରେ ସକ୍ଷମ ହେଉଥିଲେ। ପରବର୍ତ୍ତୀ ସମୟରେ ଯାତ୍ରା ଦଳରେ ବିଭିନ୍ନ ପରିବର୍ତ୍ତନ ପରିଲକ୍ଷିତ ହେଲା। ଯାତ୍ରାକୁ ଅଧିକ ଯୁବାଭିମୁଖୀ କରିବା ପାଇଁ ଏଥିରେ ଆଧୁନିକତାର ମିଶ୍ରଣ ହେଲା। ଫଳରେ ଯାତ୍ରାଟି ଯୁବା ଗୋଷ୍ଠୀଙ୍କର ଆଦୃତି ଲାଭ କଲେ ମଧ୍ୟ ପରିବାରର ସମସ୍ତଙ୍କର ମନୋରଞ୍ଜନ କଲାଭଳି ମାଧ୍ୟମ ହୋଇପାରୁ ନାହିଁ। ତଥାପି ଯାତ୍ରା ଦେଖିବା ନିଶା ଲୋକଙ୍କଠାରୁ ଦୂରେଇ ଯାଇନାହିଁ।
ସମଗ୍ର ଉତ୍ତର ଭାରତ ବା ହିନ୍ଦୀ ଭାଷା ବୁଝୁଥିବା କ୍ଷେତ୍ରରେ ଜନ ସଂଖ୍ୟାର ସିଂହଭାଗ ଲୋକ ବାସ କରନ୍ତି। ସେମାନଙ୍କ ରାଜ୍ୟରେ ଛୋଟ ମୋଟ ନୃତ୍ୟ ଗୀତ କାର୍ଯ୍ୟକ୍ରମ ବା କଓ୍ବାଲି କିମ୍ବା ରାମଲୀଳା ଆଦିକୁ ବାଦ୍‌ଦେଲେ ଓଡ଼ିଶାର ଯାତ୍ରା ପାର୍ଟି ଭଳି ସେମିତି କିଛି ସମ୍ପୂର୍ଣ୍ଣ ମନୋରଞ୍ଜନର ବଡ଼ ମାଧ୍ୟମ ନ ଥାଏ। ଓଡ଼ିଶାରେ ଆଉ ଏକ ଲାଭ ହେଉଛି ଏଠାରେ ସବୁ ଗାୟକ, ସଂଳାପକ ହିନ୍ଦୀ ଭାଷାରେ ଅତି ସହଜରେ ଗାଇ ପାରନ୍ତି ଓ କହିପାରନ୍ତି। କାରଣ ହିନ୍ଦୀ, ଓଡ଼ିଆ ଓ ସଂସ୍କୃତ ସବୁ ସାମଞ୍ଜସ୍ୟ ଥିବା ଭାଷା ସମୂହ। ଆମେ ଯଦି ଓଡ଼ିଆ ନାଟକଗୁଡ଼ିକୁ ହିନ୍ଦୀ ଭାଷାରେ ଅଭ୍ୟାସ କରି ଅଭିନୟ କରିବା, ତା’ ହେଲେ ଏହା ହିନ୍ଦୀ ଅଞ୍ଚଳରେ ଜନାଦୃତି ପାଇପାରିବ। ତା’ଛଡ଼ା ଝାଡ଼ଖଣ୍ଡ, ଛତିଶଗଡ଼, ବିହାର, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ଏହାର ବହୁଳ ଆଦୃତି ଦେଖିବାକୁ ମିଳିବ, କାରଣ ସେଠାରେ ଏପରି ଯାତ୍ରା ଜଗତ ନାହିଁ। ସେମାନେ ଏହାକୁ ଅତ୍ୟନ୍ତ ପସନ୍ଦ କରିବେ ଓ ଦେଖିବେ। ଏହା ଦ୍ୱାରା ଆମ କଳା ସଂସ୍କୃତିର ପ୍ରଚାର ହେବା ସହିତ ଓଡ଼ିଆ କଳାକାରମାନଙ୍କୁ ପ୍ରଚୁର ରୋଜଗାର ମଧ୍ୟ ମିଳିପାରିବ। ଏହାକୁ ଅସମ୍ଭବ କିମ୍ବା ଦୁଃସାହସ ବୋଲି ଭାବିବା ଠିକ୍‌ ହେବ ନାହିଁ। କାରଣ ଅତୀତରେ ଆମ ଓଡ଼ିଆ ପୁଅ ବାଲି, ଭିଏତନାମ୍‌, ଜାଭା, ସୁମାତ୍ରା ପ୍ରଭୃତି ସ୍ଥାନକୁ ଯାଇ ଆମ କଳା ସଂସ୍କୃତି, ଭାସ୍କର୍ଯ୍ୟ ପ୍ରଭୃତିକୁ ପ୍ରଚାର ପ୍ରସାର କରିବାରେ ସଫଳ ହୋଇଥିଲେ। ଏବେ ବି ଦେଶର ବିଭିନ୍ନ ଭାଗ ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ସଂସ୍କୃତି ବିଷୟରେ ଅଜ୍ଞ। ଲେଖକ ନିଜେ ଭାରତର ବିଭିନ୍ନ ରାଜ୍ୟରେ ସେବା ପ୍ରଦାନର ଅନୁଭୂତିରୁ ଏହା ଜାଣିବାକୁ ପାଇଛି। ସେମାନେ ଆମକୁ ଏକ ଗରିବ, ଶ୍ରମିକ ଯୋଗାଣ ରାଜ୍ୟ ଭାବେ ଜାଣିଛନ୍ତି।
ସେମାନେ ଆମକୁ ମାନସିକ ସ୍ତରରେ ଗ୍ରହଣ କରିପାରୁ ନାହାନ୍ତି। ଓଡ଼ିଶାର ରସଗୋଲାର ବୌଦ୍ଧିକ ଅଧିକାର ସୁରକ୍ଷା ସମୟରେ ଉଭୟ ଦିଲ୍ଲୀ ଓ ଚେନ୍ନାଇ ପେଟେଣ୍ଟ ଅଫିସ୍‌ରେ ଏହି ଲେଖକଙ୍କୁ, ଅନ୍ୟମାନଙ୍କର ଓଡ଼ିଶା ଉପରେ ଥିବା ଧାରଣାକୁ ବଦଳାଇବାକୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା ଓ ଶେଷରେ ଜୟଯୁକ୍ତ ମଧ୍ୟ ହୋଇଥିଲେ। ତେଣୁ ଆସନ୍ତୁ ସମସ୍ତେ ମିଶି ଓଡ଼ିଆ ଐତିହ୍ୟ, କଳା ଓ ସଂସ୍କୃତିକୁ ଓଡ଼ିଶା ବାହାରକୁ ନେବାକୁ ଚେଷ୍ଟା କରିବା। ଓଡ଼ିଆ ଯାତ୍ରାର ହିନ୍ଦୀ ସଂସ୍କରଣ ହେଲେ ନିଶ୍ଚିତ ରୂପେ ଆମ କଳା ସଂସ୍କୃତିକୁ ପ୍ରଚାର କରିବା ସହିତ ପ୍ରଚୁର ଅର୍ଥ ମଧ୍ୟ ରୋଜଗାର କରିବାରେ ଓଡ଼ିଆମାନେ ସକ୍ଷମ ହେବେ। ଆସନ୍ତୁ ସରକାରୀ କିମ୍ବା ବେସରକାରୀ ମାଧ୍ୟମରେ ଯାତ୍ରା ପାର୍ଟିକୁ ଏଥିପାଇଁ ଉତ୍ସାହିତ କରିବା। ଆବଶ୍ୟକ ପଡ଼ିଲେ ଛୋଟ ମୋଟ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଦେବା। ଅନ୍ୟ ରାଜ୍ୟରେ ଧୀରେ ଧୀରେ ଯାତ୍ରା ଆଦର ଲାଭ କରିବ ଓ ଉତ୍କଳୀୟ କଳା ସଂସ୍କୃତିର ପ୍ରଚାର ପ୍ରସାର ହେବ।
ମୋ: ୮୯୧୭୪୨୬୪୪୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri