ରତ୍ନଭଣ୍ଡାର ଖୋଲିବାକୁ ତେଜୁଛି ଦାବି

ପୁରୀ ଅଫିସ,୮।୭: ଶ୍ରୀମନ୍ଦିରର ରତ୍ନଭଣ୍ଡାର ସୁରକ୍ଷାକୁ ନେଇ ମହାରାଜା ଗଜପତି ଦିବ୍ୟସିଂହ ଦେବ ପ୍ରଶ୍ନ ଉଠାଇବା ପରେ ବିଭିନ୍ନ ମହଲରେ ଏହାକୁ ନେଇ କ୍ଷୋଭ ବଢ଼ିଛି। ସବୁ ବର୍ଗର ଲୋକେ ଗଜପତିଙ୍କ ସହ ସ୍ବର ମିଳାଉଛନ୍ତି। ବିରୋଧୀ ନେତାଙ୍କଠାରୁ ଆରମ୍ଭ କରି ଶ୍ରୀମନ୍ଦିର ସେବାୟତ ପର୍ଯ୍ୟନ୍ତ ସମସ୍ତେ ଏକ ସ୍ବରରେ ରତ୍ନଭଣ୍ଡାର ସମ୍ପର୍କରେ ସରକାର ମୁହଁ ଖୋଲନ୍ତୁ ବୋଲି ଦାବି କରୁଛନ୍ତି। ଏପରିକି ସରକାରୀ ଦଳର ବିଧାୟକ ମଧ୍ୟ ରତ୍ନଭଣ୍ଡାର ଖୋଲି ମରାମତି କରିବା ସହ ରତ୍ନ ଅଳଙ୍କାର ଗଣନା କରିବା ଦାବିରେ ସମର୍ଥନ କରିଛନ୍ତି। ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ଶରୀର ପ୍ରଭାବିତ ହେଲେ ତାହାର ମରାମତି ଆବଶ୍ୟକ ହେଉଛି। ରତ୍ନଭଣ୍ଡାର ସ୍ଥିତି ଦୁର୍ବଳ ଥିବା କଥା ଯଦି ଆଦ୍ୟ ସେବକ ଗଜପତି କହୁଛନ୍ତି ତେବେ ସରକାରଙ୍କ ଉପରେ ଚାପ ପକାନ୍ତୁ। ଜନ ପ୍ରତିନିଧି ହିସାବରେ ଆମେ ସ୍ବର ଉତ୍ତୋଳନ କରିବୁ। ସେହିଭଳି ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ରତ୍ନଭଣ୍ଡାର ପ୍ରସଙ୍ଗରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ରତ୍ନଭଣ୍ଡାରରେ କିଛି ହେର୍‌ଫେର ହୋଇଛି। ସେଥିପାଇଁ ସରକାର ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ବଦଳରେ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ବାହାନା କରି ମୁଖ୍ୟ ପ୍ରସଙ୍ଗକୁ ଟାଳୁଛନ୍ତି। ଏଣୁ ରାଜ୍ୟ ସରକାର ରତ୍ନଭଣ୍ଡାର ପ୍ରସଙ୍ଗରେ ପାରଦର୍ଶିତା ଅବଲମ୍ବନ କରନ୍ତୁ ଓ ରତ୍ନଭଣ୍ଡାର ଖୋଲନ୍ତୁ। କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଦଳମତ ନିର୍ବିଶେଷରେ ଓଡ଼ିଶାବାସୀଙ୍କ ଏହା ଦାବି ଯେ, ସରକାର ରତ୍ନଭଣ୍ଡାର ଖୋଲି ରତ୍ନ ଅଳଙ୍କାରର ଗଣନା କରନ୍ତୁ। ଭିତର ରନତ୍ ଭଣ୍ଡାରରେ କେଉଁ ରତ୍ନ ରହିଛି ଓ କେଉଁ ରତ୍ନ ନାହିଁ ତାହାର ହିସାବ କରାଯାଉ।
ଶେଷଥର ପାଇଁ ଗତ ୨୦୧୮ ଏପ୍ରିଲରେ ୧୭ଜଣିଆ ଟିମ୍‌ ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଶ୍ରୀମନ୍ଦିର ଭିତରକୁ ଯାଇଥିଲେ। ତେବେ ଚାବି ନ ମିଳିବାରୁ ଭିତରଭଣ୍ଡାର ଖୋଲାଯାଇପାରିଲା ନାହିଁ। ବାହାର ଭଣ୍ଡାର ଘରୁ ଲାଇଟ ପକାଇ ଭିତର ଭଣ୍ଡାର ଦେଖିବାରୁ ଭିତର ରତ୍ନଭଣ୍ଡାର ବିମ୍‌ରେ ଲୁହାରଡ୍‌ ଦେଖାଯାଉଥିଲା, ପାଣି ଗଳି କାନ୍ଥ ଓଦା ହୋଇଥିବା, କାନ୍ଥ ଫାଟିଥିବା ଭଳି ସୂଚନା ସମ୍ପୃକ୍ତ ୧୭ ଜଣିଆ କମିଟି ଜଣାଇଥିଲେ। ସେହିଭଳି ରତ୍ନଭଣ୍ଡାର ମରାମତି ଆବଶ୍ୟକ କରୁଥିବା ମଧ୍ୟ ୧୭ଜଣିଆ ଯାଞ୍ଚ କମିଟି ରିପୋର୍ଟରେ ସ୍ପଷ୍ଟ କରାଯାଇଥିଲା। ଏହି ଘଟଣାକୁ ୪ବର୍ଷ ପୂରିଥିଲେ ମଧ୍ୟ ସରକାର ରତ୍ନଭଣ୍ଡାର ମରାମତି ଉପରେ ଧ୍ୟାନ ଦେଉନାହାନ୍ତି। ଭଣ୍ଡାର ମେକାପ ନାରାୟଣ ମେକାପ କହିଛନ୍ତି, ୧୭ଜଣିଆ କମିଟି ଫେରିବା ପରେ ଏ ନେଇ ରିପୋର୍ଟ ପ୍ରଦାନ କରିଥିଲେ। ଭିତରେ ପାଣି ଗଳୁଛି ଏଣୁ ମରାମତି କରାଯାଉ ବୋଲି କହିଥିଲୁ। ଗଜପତି ମହାରାଜା ରତ୍ନଭଣ୍ଡାର ଖୋଲିବା ଓ ମରାମତି କରିବା ପାଇଁ ଦାବି କରିବା ପରେ ସରକାର ଅଣଦେଖା କରିବା ଉଚିତ୍‌ ନୁହେଁ। ଅନ୍ୟପକ୍ଷରେ ଜଗନ୍ନାଥ ସଂସ୍କୃତି ଗବେଷକ ଡ. ସୁରେନ୍ଦ୍ର ମିଶ୍ର କହିଛନ୍ତି, ରତ୍ନଭଣ୍ଡାର କୁହେଳିକା ହଟୁ। ଗଜପତିଙ୍କ ଇଚ୍ଛା ପରେ ରତ୍ନଭଣ୍ଡାର ଖୋଲି ମରାମତି କରାଯାଉ। ଅନେକ ରହସ୍ୟ ଉନ୍ମୋଚନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଡିଙ୍କ ଅଚାନକ କଲେଜ ପରିଦର୍ଶନ

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ): ବ୍ରହ୍ମପୁର ଆଞ୍ଚଳିକ ଉଚ୍ଚ ଶିକ୍ଷା ନିର୍ଦ୍ଧେଶକ(ଆର୍‌ଡି) ପ୍ରଫେସର ଡ.ନାରାୟଣ ବେହେରା ମଙ୍ଗଳବାର ଅଚାନକ ଭଞ୍ଜନଗର ସହରରେ ଥିବା ୩ ପ୍ରମୁଖ କଲେଜ କବି...

୩ ଦିନ ହେଲା ଅଟକି ରହିଛି ଟ୍ରକ୍‌, ବାହାରୁଛି ପଚା ଦୁର୍ଗନ୍ଧ, ରକ୍ତ: ଅଞ୍ଚଳରେ ଚାଞ୍ଚଲ୍ୟ

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ଟ୍ରକରୁ ବାହାରୁଛି ପଚା ଦୁର୍ଗନ୍ଧ ଏବଂ ରକ୍ତ। ନୟାଗଡ଼ ବ୍ଲକ ଶାଳଭଙ୍ଗା ଜଙ୍ଗଲ ଫରେଷ୍ଟ ଟାୱାର ନିକଟରେ ଟ୍ରକଟି ଅଟକି ରହିଛି।...

ସରପଞ୍ଚଙ୍କ ଘରୁ ଲୁଟ୍‌

ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ଗୋପୀନାଥ ମନ୍ଦିରରୁ ଚୋରି: ନେଇଗଲେ ଦିଅଙ୍କ ଅଳଙ୍କାର

ଗଜପତି,୯।୧୨(ଗିରିଧାରୀ ପରିଛା): ଆନ୍ଧ୍ରପ୍ରଦେଶ କତୁରୁ ମଡ଼ଲମରେ ଥିବା ଲିହୁରୀ ଗ୍ରାମ ଗୋପୀନାଥ ମନ୍ଦିରରୁ ଚୋରି ହୋଇଛି । ଦୁର୍ବୃତ୍ତମାନେ ଦିଅଙ୍କ ଅଳଙ୍କାର ସହ ମନ୍ଦିରରେ ଲାଗିଥିବା...

ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…

ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...

ପାହାଡ ପାର୍ଶ୍ୱରୁ ମୋରମ ତାଢି ନେଉଯାଉଥିଲେ, ରୋକିଲେ ଗ୍ରାମବାସୀ

ଧର୍ମଶାଳା,୯।୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ବଡ଼କାଏମା ପଞ୍ଚାୟତରେ ଥିବା ଐତିହାସିକ କାଏମା ପାହାଡ ପାର୍ଶ୍ୱରୁ ମୋରମ ତାଡ଼ି ନେଇ ଅନ୍ୟ ଏକ...

ସାଇବର ଠକେଇ ଅଭିଯୋଗରେ ୩ ଗିରଫ : ଅଭିଯୁକ୍ତଙ୍କ ନିକଟରୁ ଜବତ ହେଲା…

ଆନନ୍ଦପୁର,୯।୧୨(ସୁଶାନ୍ତ କୁମାର ସାହୁ): ପୃଥକ ଦୁଇଟି ମାମଲାରେ ୩ ଜଣ ସାଇବର ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଗୋଟିଏ ମାମଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri