ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ ଜେଲଦଣ୍ଡ

ଭୁବନେଶ୍ୱର,୫।୭(ବ୍ୟୁରୋ):ଶହୀଦନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତିରେ ୨୦୧୨ରେ ଜଣେ ମହିଳାଙ୍କୁ କିରୋସିନ ଢାଳି ହତ୍ୟା ମାମଲାର ରାୟ ପ୍ରକାଶ ସୋମବାର ପ୍ରକାଶ ପାଇଛି। ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ସ୍ବାମୀ ଟୁଟୁ ଗୁନି (୪୭)ଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ହୋଇଛି। ଏଥିସହ ୫ ହଜାର ଟଙ୍କା ଅର୍ଥଦଣ୍ଡରେ ମଧ୍ୟ ଦଣ୍ଡିତ କରାଯାଇଛି। ଜରିମାନା ଅନାଦାୟ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବେ ବୋଲି ଭୁବନେଶ୍ୱର ଅତିରିକ୍ତ ଦୌରାଜଜ୍‌ ଜଷ୍ଟିସ ମୀନାକ୍ଷୀ ଦାସ ତାଙ୍କ ରାୟରେ ଶୁଣାଇଛନ୍ତି। ଅନ୍ୟପକ୍ଷରେ ଏହି ମାମଲାରେ ଗିରଫ ହୋଇ ବେଲରେ ଥିବା ଟୁଟୁଙ୍କ ବାପା କୈଳାସ (୬୫) ଓ ମା’ ସବିତା (୫୦)ଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି।
ସୂଚନା ଅନୁଯାୟୀ, ଟୁଟୁ ତାଙ୍କ ବାପା, ମା, ସ୍ତ୍ରୀ ରଞ୍ଜୁ ଓ ୩ ବର୍ଷର ଝିଅଙ୍କୁ ନେଇ ଶାନ୍ତିପଲ୍ଲୀ ବସ୍ତିରେ ରହୁଥିଲେ। ଅନେକ ସମୟରେ ଟୁଟୁ ମଦ୍ୟପାନ କରି ରଞ୍ଜୁଙ୍କୁ ମାରପିଟ କରିବା ସହ ଗାଳିଗୁଲଜ କରୁଥିଲେ। ହେଲେ ରଞ୍ଜୁ ଦ୍ୱିତୀୟ ବିବାହ କରିଥିବାରୁ ପ୍ରତିବାଦ କରୁ ନ ଥିଲେ। ୨୦୧୨ ମେ ୧୦ ବିଳମ୍ବିତ ରାତିରେ ରଞ୍ଜୁ ଶୋଇଥିବାବେଳେ ଟୁଟୁ ତାଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଚିତ୍କାର ଶୁଣି ପଡ଼ୋଶୀ ଲୋକେ ପହଞ୍ଚତ୍ଥିଲେ। ସେମାନଙ୍କ ସହଯୋଗ ଟୁଟୁ ଗୁରୁତର ଅବସ୍ଥାରେ ରଞ୍ଜୁଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ଚିକିତ୍ସାରେ କିଛିଦିନ ପରେ ରଞ୍ଜୁଙ୍କୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରିବାକୁ ଡାକ୍ତର କହିଥିଲେ। ହେଲେ ସ୍ବାମୀ ଟୁଟୁ ତାଙ୍କୁ ଏସ୍‌ସିବିକୁ ନ ନେଇ ଚନ୍ଦ୍ରଶେଖରପୁର ଥାନା ନିଳମାଧବ ବସ୍ତିସ୍ଥିତ ରଞ୍ଜୁଙ୍କ ଭିଣୋଇ ଘରେ ଛାଡ଼ି ପଳାଇଥିଲେ। ଏହାପରେ ଭିଣୋଇ ଓ ଭଉଣୀ ରଞ୍ଜୁଙ୍କୁ ନେଇ ଭୁବନେଶ୍ୱର ମହିଳା ଥାନାରେ ଅଭିଯୋଗ କରିବା ପରେ ପାଲିସ ଆଇପିସି ଦଫା ୪୯୮-ଏ, ୩୦୭, ୩୪ରେ ଏକ ମାମଲା ( ୨୯୫/୨୦୧୨) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସେହିବର୍ଷ ଜୁଲାଇ ୭ରେ ଅଭିଯୁକ୍ତ ଟୁଟୁଙ୍କୁ ପୋଲିସ ଗିରଫ କରିଥିଲା। ଅଗଷ୍ଟ ୧୮ରେ ଗୁରୁତର ଥିବା ରଞ୍ଜୁଙ୍କ ମୃତ୍ୟୁ ହୋଇଯାଇଥିଲା। ପରେ କୋର୍ଟଙ୍କ ଅନୁମତି ଅନୁଯାୟୀ ପୋଲିସ ଉକ୍ତ ମାମଲାରେ ଆଇପିସିର ହତ୍ୟା ଦଫା (୩୦୨) ଯୋଡ଼ିଥିଲା। ନଭେମ୍ବର ୨ରେ ଟୁଟୁଙ୍କ ବାପା କୈଳାଶ ଓ ମା’ ସବିତାଙ୍କୁ ପୋଲିସ ଗିରଫ କରିଥିଲା। ହେଲେ ୨୦୧୪ରେ ସେପ୍ଟେମ୍ବର ୧୬ରେ ଉଭୟ ଜାମିନରେ ଆସିଥିଲେ। ଅଭିଯୁକ୍ତ ଟୁଟୁ ବିଚାରଧିନ କଏଦୀ ଭାବେ ଜେଲରେ ଥିଲେ। ତେବେ ଏହି ମାମଲାରେ ବିଚାରପତି ୧୨ ଜଣ ସାକ୍ଷୀ ଓ ୨୧ଟି ଦସ୍ତାବିଜ୍‌କୁ ଆଧାର କରି ଏହି ରାୟ ଶୁଣାଇଛନ୍ତି। ପୀଡ଼ିତାଙ୍କ ପକ୍ଷରୁ ସରକାରୀ ଓକିଲ ସୁରେଶ କୁମାର ବାରିକ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Christmas 2025: ଖ୍ରୀଷ୍ଟମାସରେ ସାଣ୍ଟା ସବୁବେଳେ କାହିଁକି ମୋଜାରେ ଦିଅନ୍ତି ଉପହାର? ଜାଣନ୍ତୁ ଏହା ପଛରେ ଥିବା ରୋଚକ କାହାଣୀ

ନୂଆଦିଲ୍ଲୀ: ଡିସେମ୍ବର ୨୫ରେ ପାଳିତ ଖ୍ରୀଷ୍ଟମାସ କେବଳ ଏକ ପର୍ବ ନୁହେଁ, ବରଂ ଆନନ୍ଦ ଏବଂ ଆଶାର ଦିନ। ଏହି ଦିନ ପିଲାମାନେ ସବୁଠାରୁ ଅଧିକ...

ବର୍ଷର ଶେଷ ଗୁରୁବାରରେ ଅଦ୍ଭୁତ ସଂଯୋଗ, ମିଥୁନ ସମେତ ୫ ରାଶିଙ୍କୁ ଖ୍ରୀଷ୍ଟମାସରେ ହେବ ଧନବର୍ଷା!

ଆଜି ୨୦୨୫ ମସିହା ଡିସେମ୍ୱର ମାସ ୨୫ ତାରିଖ ଗୁରୁବାର। ଗୁରୁବାର ବ୍ରହ୍ମାଣ୍ଡର ଶାସକ ଏବଂ ଦେବତାମାନଙ୍କ ଗୁରୁ ବୃହସ୍ପତିଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଏହା ବ୍ୟତୀତ,...

ଅଧ୍ୟାପକ ନିଯୁକ୍ତିରେ ଲାଗୁହେବ ସଂରକ୍ଷଣ ନୀତି

ଭୁବନେଶ୍ୱର,୨୫ା୧୨ (ରବିନାରାୟଣ ଜେନା): ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟରେ ଯେପରି ଅଧ୍ୟାପକ ଅଭାବ ରହିବ ନାହିଁ ଏବଂ ସବୁ ବର୍ଗଙ୍କୁ ଉପଯୁକ୍ତ ନିଯୁକ୍ତି ସୁଯୋଗ ମିଳିବ,...

ବଡ଼ ଦିନରେ ବଡ଼ ଅଘଟଣ, ବସ-ଟ୍ରକ ଧକ୍କାରେ ଜୀବନ୍ତ ଜଳିଗରେ ୧୭ ଯାତ୍ରୀ

ବେଙ୍ଗାଲୁରୁ,୨୫।୧୨: ଗୁରୁବାର ସକାଳେ କର୍ନାଟକର ଚିତ୍ରଦୁର୍ଗ ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ରୁ ଅଧିକ ଲୋକ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ହିରିୟୁର ତାଲୁକର...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ

ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...

ଗାନ୍ଧୀ ନୂଅଁାଖାଇ

ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...

ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ

ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri