Posted inଗଜପତି

ନିୟମ ମାନୁନାହାନ୍ତି ରାୟଗଡ଼ ମଦ ଦୋକାନୀ

ରାୟଗଡ଼(ଗଜପତି)୪ା୭(ଡି.ଏନ୍‌.ଏ.):  ରାୟଗଡ଼ ବ୍ଲକ ସଦର ମହକୁମାଠାରେ ଥିବା ବିଦେଶୀ ମଦ ଦୋକାନରେ କେତେବେଳେ ଚଢାଦରରେ ବିକ୍ରି ହେଉଛି ତ ଆଉ କେତେବେଳେ ଆନ୍ଧ୍ରକୁ ବେଆଇନ ମଦ ଚୋରାଚାଲାଣ କରୁଥିବା ଅଭିଯୋଗ ହେଉଛି। ହେଲେ ଏବେ ମଦ ବ୍ୟବସାୟୀ ଆଉ ଏକ ବିବାଦୀୟ ବିଷୟରେ ଛନ୍ଦି ହୋଇଥିବା ଦେଖିବାକୁ ମିଳୁଛି। ବ୍ୟବସାୟୀ ଜଣକ ସରକାରଙ୍କ ନିୟମକୁ ଫୁ କରି ମଧ୍ୟରାତ୍ର ପର୍ଯ୍ୟନ୍ତ ଦୋକାନ ଖୋଲାରଖି ବିକ୍ରି କରୁଥିବାରୁ ଗତ ଗୁରୁବାର ରାତିରେ ଥାନାଧିକାରୀ ଗୋବିନ୍ଦ ଗୌଡ଼ଙ୍କ ନିର୍ଦ୍ଦେଶ କ୍ରମେ ଏସ୍‌ଆଇ ନିରଞ୍ଜନ ପାଣିଗ୍ରାହୀ ଉକ୍ତ ଦୋକାନରେ ପହଞ୍ଚି ଦୋକାନ ବନ୍ଦ କରାଇବା ସହ ଚେତାବନୀ ଦେଇଥିବା ବିଷୟଟି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ରାମାଞ୍ଚଳରେ ସକାଳ ୧୦.୩୦ରୁ ରାତ୍ରି ୧୦.୩୦ମିନିଟ୍‌ ଯାଏ ମଦ ଦୋକାନ ଖୋଲିବା ସରକାରୀ ନିୟମ ଥିବା ବେଳେ ବ୍ୟବସାୟୀ ଜଣକ ସକାଳ ୮ଟାରୁ ମଧ୍ୟରାତ୍ରି ପର୍ଯ୍ୟନ୍ତ ଦୋକାନ ଖୋଲା ରଖିଥିବା ଅଭିଯୋଗ ହୋଇଛି। ଖୁଲମ୍‌ଖୁଲ୍ଲା ଭାବେ ସରକାରୀ ନିୟମକୁ ଉଲ୍ଲଂଘନ କରି ଲଗାମଛଡା ହୋଇଛି ରାୟଗଡ଼ ବିଦେଶୀ ମଦ ଦୋକାନ। ସରକାରୀ ନିୟମକୁ ଫୁ କରି ରାତି ୧୨.୩୦ ମିନିଟ୍‌ ଯାଏ ଦୋକାନ ଖୋଲା ରଖି ମଦ ବିକ୍ରି କରିବା ସହ ମଦ ଚୋରାଚାଲାଣ କରୁଥିବା ଅଭିଯୋଗ ହୋଇଛି। ଯଦ୍ଦ୍ବାରା ଅସାମାଜିକ କାର୍ଯ୍ୟ ଅଞ୍ଚଳରେ ବଢିବା ଆଶଙ୍କା କରାଯାଉଛି। ବିଗତ ଦିନରେ ବିଭିନ୍ନ ପ୍ରକାରର ଚୋରି ହୋଇଥିବା ଖବର ନଜିର ଥିବା ବେଳେ ବର୍ତ୍ତମାନ ରଥଯାତ୍ରା ସମୟରେ ଏପରି ହେଉଥିବାରୁ ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଉଛି। ଏଥିପ୍ରତି ଅବକାରୀ ବିଭାଗ ନୀରବଦ୍ରଷ୍ଟା ସାଜିଥିବାରୁ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ଅବକାରୀ ଅଧୀକ୍ଷକ ପ୍ରଭାତ କୁମାର ସେଠୀଙ୍କ ସହିତ ଯୋଗାଯୋଗ କରାଯିବା ସତ୍ତ୍ୱେ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଲୁରୁ ଗ୍ରାମରେ ପଡ଼ିନାହିଁ ବିକାଶର ପାଦଚିହ୍ନ

ପାରଳାଖେମୁଣ୍ଡି,୨୯ା୪ (ଗିରିଧାରୀ ପରିଛା): ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ହେଲେ ଅନେକ ଯୋଜନା ବହୁ ଜାଗାରେ ପହଞ୍ଚି ପାରୁନାହିଁ। ଦୀର୍ଘ ବର୍ଷର ସ୍ଥାୟୀ ସରକାର...

ବିଳମ୍ବରେ ମିଳୁଛି ଦରମା

ମୋହନା,୨୧ା୪(ମନ୍ମଥ ମିଶ୍ର)ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ କର୍ମଚାରୀଙ୍କ ଅଶାନ୍ତି ଦେଖାଦେଇଛି । ଦିନରାତି ପରିଶ୍ରମ କଲେ ବି କର୍ମଚାରୀଙ୍କୁ ମିଳୁନି ଠିକ...

ମନ୍ଦିର ପୂଜାରୀଙ୍କ ଘରେ କଳାକନା ବୁଲାଇଲେ ଚୋର

ଚାନ୍ଦିପୁଟ,୧୪ା୪(କେ. ପ୍ରମୋଦ କୁମାର ଦୋରା)- ଗଜପତି ଜିଲା ମୋହନା ଥାନା ଅଧୀନ ଚାନ୍ଦିପୁଟ ଗ୍ରାମର ଚନ୍ଦ୍ରଶେଖର ମନ୍ଦିର ପୂଜାରୀ ଉଦୟନାଥ ମହାପାତ୍ରଙ୍କ ଘରୁ ଚୋରି ହୋଇଥିବା...

ଓଡ଼ିଶାର କ୍ଷତି, ଆନ୍ଧ୍ର ବ୍ୟବସାୟୀ ମାଲାମାଲ

ପାରଳାଖେମୁଣ୍ଡି, ୧୪ା୪ (ଗିରିଧାରୀ ପରିଛା):ଗଜପତି ଜିଲା କାଶୀନଗର ସହରର ଆଖପାଖ ଅଞ୍ଚଳରେ ଥିବା ଜମିକୁ ଆନ୍ଧ୍ରର ମାଫିଆମାନେ କିଣି ସେଥିରେ ପ୍ଲଟିଂ କରି ବ୍ୟବସାୟ କରି...

ନିର୍ବାଚନ ପ୍ରଚାର ପାଇଁ ନ ଆସିବାକୁ ନିବେଦନ

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଉପଲଡା ପଞ୍ଚାୟତ ଅଧୀନ ଚନ୍ଦନଖଳା ଗ୍ରାମକୁ ମାତ୍ର ପ୍ରାୟ ୭୦୦ ମିଟର ରାସ୍ତା ହୋଇପାରୁ ନ ଥିବାକୁ...

ତାଲା ଭାଙ୍ଗି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା ସହ ମୂଲ୍ୟବାନ ସାମଗ୍ରୀ

ପାରଳାଖେମୁଣ୍ଡି,୧୦ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ କିଛି ଦିନ ବ୍ୟବଧାନ ପରେ ପୁଣି ଚୋରି ଘଟଣା ସାମନାକୁ ଆସିଛି । ପାରଳା...

ବିକାଶର ବହୁ ଦୂରରେ କିଙ୍ଗଡାଙ୍ଗ ଗ୍ରାମବାସୀ

ପାରଳାଖେମୁଣ୍ଡି,୮ା୪(ଗିରିଧାରୀ ପରିଛା): ଦେଶ ସ୍ବାଧୀନର ୭୬ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଗଜପତି ଜିଲାର କିଙ୍ଗଡାଙ୍ଗ ଗ୍ରାମବାସୀ। ଗୁମ୍ମା ବ୍ଲକ...

ନେତା ଭୋଟ ମାଗି ଆସିଲେ ଗାଁରେ ପୂରାଇ ଦେବୁନି

ମୋହନା,୫ା୪(ମନ୍ମଥ ମିଶ୍ର)Lପାଣି ନାହିଁ ତ ଭୋଟ ନାହିଁ, ନିର୍ବାଚନ ସମୟରେ କୌଣସି ନେତା, କୁଜିନେତା ଯଦି ସାହିକୁ ଭୋଟ ମାଗିବାକୁ ଆସନ୍ତି ତେବେ ବିରୋଧ କରିବୁ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri