Posted inଜାତୀୟ

ଦେଶରେ ନିଆଁ ଲଗାଇଛନ୍ତି ନୂପୁର

ନୂଆଦିଲ୍ଲୀ,୨ା୭: ଭାରତରେ ଯାହାସବୁ ଘଟୁଛି ସେଥିପାଇଁ ନୂପୁର ଶର୍ମା ଏକା ଦାୟୀ। ଏହି ମହିଳା ସାରା ଦେଶରେ ଭାବାବେଗକୁ ପ୍ରଜ୍ଜ୍ୱଳିତ କରିଛନ୍ତି। ରାଜସ୍ଥାନର ଉଦୟପୁରରେ ଜଣେ ଟେଲରଙ୍କ ତଣ୍ଟି କାଟି ହତ୍ୟା କରାଯିବା ଭଳି ଘଟଣା ପଛରେ ତାଙ୍କ ମନ୍ତବ୍ୟ ଦାୟୀ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ଭାଜପାର ନିଲମ୍ବିତ ମୁଖପାତ୍ରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ପ୍ରଫେଟ୍‌ ମହମ୍ମଦଙ୍କ ବିରୋଧରେ ସେ ଦେଇଥିବା ବିଚଳିତ କରିଦେବା ଭଳି ମନ୍ତବ୍ୟ ପଛରେ ଶସ୍ତା ଲୋକପ୍ରିୟତା ହାସଲ, ରାଜନୈତିକ ଏଜେଣ୍ଡା ଓ ମନ୍ଦ ଗତିବିଧି ରହିଛି। ତେଣୁ ନୂପୁର ସାରା ଦେଶକୁ କ୍ଷମା ମାଗିବା ଉଚିତ ବୋଲି ଶୀର୍ଷ ଅଦାଲତ କହିଛନ୍ତି।
ଗତ ମେ’ ୨୨ରେ ଭାଜପାର ତତ୍କାଳୀନ ରାଷ୍ଟ୍ରୀୟ ମୁଖପାତ୍ର ନୂପୁର ଶର୍ମା ଏକ ଟିଭି ଚ୍ୟାନେଲରେ ଜ୍ଞାନବାପି ମସ୍‌ଜିଦ ବିବାଦ ଉପରେ ବିତର୍କ କାର୍ଯ୍ୟକ୍ରମରେ ଭାଗନେଇ ପ୍ରଫେଟ୍‌ ମହମ୍ମଦଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦେଇ ବିବାଦୀୟ ହୋଇଥିଲେ। ଏହି ମନ୍ତବ୍ୟ ବିରୋଧରେ ଦେଶବ୍ୟାପୀ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଏପରି କି ଉପସାଗରୀୟ (ଗଲ୍ଫ) ଏବଂ ଇସ୍‌ଲାମିକ୍‌ ରାଷ୍ଟ୍ରଗୁଡ଼ିକ ମଧ୍ୟ ଏଥିପାଇଁ ଭାରତ ସରକାରଙ୍କୁ ସମାଲୋଚନା କରିଥିଲେ। ତାଙ୍କ ମନ୍ତବ୍ୟକୁ ନେଇ ଦେଶର ବିଭିନ୍ନ ଭାଗରେ ୧୨ରୁ ଊର୍ଦ୍ଧ୍ୱ ଏଫ୍‌ଆଇଆର୍‌ ହୋଇଛି। ସବୁ ମାମଲାର ତଦନ୍ତ ପାଇଁ ସେଗୁଡ଼ିକୁ ଦିଲ୍ଲୀକୁ ସ୍ଥାନାନ୍ତର କରିବା ଲାଗି ନୂପୁର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଜଷ୍ଟିସ୍‌ ସୂର୍ଯ୍ୟକାନ୍ତ ଏବଂ ଜେ.ବି. ପରଡିଓ୍ବାଲାଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ତାଙ୍କ ପିଟିଶନର ଶୁଣାଣି କରିବାକୁ ଅଗ୍ରାହ୍ୟ କରିବା ସହ ତାଙ୍କୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନୂପୁର ସର୍ବୋଚ୍ଚ ଅଦାଲତରୁ ନିଜ ପିଟିଶନ ପ୍ରତ୍ୟାହାର କରିନେଇଛନ୍ତି।
ଦୁଇଜଣିଆ ଖଣ୍ଡପୀଠ କହିଛନ୍ତି, ନୂପୁରଙ୍କ ମନ୍ତବ୍ୟ ସାରା ଦେଶକୁ ଅଶାନ୍ତ କରିଦେଇଛି। ଏକ ଦଳର ମୁଖପାତ୍ର ହେବାର ତାତ୍ପର୍ଯ୍ୟ ଏଇୟା ନୁହେଁ ଯେ, ତାଙ୍କ ପାଖରେ ଏପରି ମନ୍ତବ୍ୟ ଦେବା ପାଇଁ ଲାଇସେନ୍ସ ରହିଛି। ସେ ଏପରି ମନ୍ତବ୍ୟ ଦେବା କ’ଣ ଦରକାର ଥିଲା। ଏକ ଟିଭି ଚ୍ୟାନେଲର ଏଜେଣ୍ଡା ଚଳାଇବା ବ୍ୟତୀତ କୋର୍ଟରେ ବିଚାରାଧୀନ ଥିବା ଏହି ପ୍ରସଙ୍ଗରେ ବିତର୍କ କରିବା ପଛର ଉଦ୍ଦେଶ୍ୟ କ’ଣ ଥିଲା ବୋଲି ଶୀର୍ଷ ଅଦାଲତ ପ୍ରଶ୍ନ କରିଛନ୍ତି। ନୂପୁରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଇନଜୀବୀ ମନିନ୍ଦର ସିଂ କହିଥିଲେ, ତାଙ୍କ ମହକିଲ ତତ୍କାଳ ନିଜ ମନ୍ତବ୍ୟକୁ ପ୍ରତ୍ୟାହାର କରି କ୍ଷମା ମଧ୍ୟ ମାଗିଥିଲେ। ଏହା ଉପରେ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ, ଯଦି କାହାରି ଭାବାବେଗ ପ୍ରତି କୁଠାରାଘାତ ହୋଇଛି ତେବେ ସେ କ୍ଷମା ମାଗୁଛନ୍ତି ବୋଲି ନୂପୁର ବହୁ ବିଳମ୍ବରେ କହିଥିଲେ। ସେ ନିଜ ମନ୍ତବ୍ୟରୁ ଏପରି ସସର୍ତ୍ତ ଓହରିବା ପରିବର୍ତ୍ତେ ଟିଭି ଚ୍ୟାନେଲକୁ ଯାଇ ସାରା ଦେଶକୁ କ୍ଷମା ମାଗିବା ଆବଶ୍ୟକ ଥିଲା। ଦେଶରେ ଆଜି ଯାହାକିଛି ବି ହେଉଛି ସେଥିପାଇଁ ନୂପୁର ଏକାକୀ ଦାୟୀ।
ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରିବା ନେଇ ଖଣ୍ଡପୀଠ କହିଥିଲେ, ନୂପୁରଙ୍କ ଆବେଦନ ତାଙ୍କ ଅହଂକାରକୁ ଦର୍ଶାଉଛି। ୧୦ ବର୍ଷ ଧରି ଓକିଲାତି କରୁଛନ୍ତି ବୋଲି ଦାବି କରୁଥିବା ନୂପୁରଙ୍କ ପାଇଁ ଦେଶର ବିଚାରପତିମାନଙ୍କୁ ସେ ବହୁ ଛୋଟ ମନେକରୁଛନ୍ତି। ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ହୋଇଛି। କିନ୍ତୁ ସେ ଗିରଫ ହୋଇନାହାନ୍ତି। ଏହା ତାଙ୍କ ପହଞ୍ଚକୁ ଦର୍ଶାଉଛି। ଲୋକେ ତାଙ୍କ ପଛରେ ଅଛନ୍ତି ଓ ସେ ଦାୟିତ୍ୱହୀନ ମନ୍ତବ୍ୟ ଦେଇଚାଲିଥିବେ ବୋଲି ନୂପୁର ମନେକରୁଛନ୍ତି ବୋଲି ଖଣ୍ଡପୀଠ କହିଥିଲେ। ନୂପୁରଙ୍କ ଓକିଲ ସୁପ୍ରିମକୋର୍ଟଙ୍କୁ ନିଜ ପିଟିଶନ ପ୍ରତ୍ୟାହାର ପାଇଁ ଅନୁମତି ମାଗିଥିଲେ। ଏଥିସହ ସେ କୁଆଡେ ଯିବେ ନାହିଁ ଏବଂ ତଦନ୍ତ ପାଇଁ ଏଜେନ୍ସିଗୁଡ଼ିକ ଯେତେବେଳେ ଡାକିବେ ନୂପୁର ସହଯୋଗ କରିବେ ବୋଲି ଖଣ୍ଡପୀଠଙ୍କ ଆଗରେ ମନିନ୍ଦର ସୁନିଶ୍ଚିତ କରିଥିଲେ। ନୂପୁରଙ୍କ ବିରୋଧରେ ସୁପ୍ରିମକୋର୍ଟଙ୍କ ପ୍ରତିକୂଳ ମନ୍ତବ୍ୟ ଆସିବା ପରେ ଦିଲ୍ଲୀର ସାମାଜିକ କର୍ମୀ ଅଜୟ ଗୌତମ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏନ୍‌.ଭି. ରମନାଙ୍କୁ ଏକ ପତ୍ର ଲେଖିଛନ୍ତି। ନୂପରଙ୍କୁ ତାଙ୍କ ମତ ରଖିବା ପାଇଁ ସୁଯୋଗ ଦିଆଯାଉ। ଏଥିସହ ତାଙ୍କ ବିରୋଧରେ ଦିଆଯାଇଥିବା ନକାରାମତ୍କ ମନ୍ତବ୍ୟକୁ ପ୍ରତ୍ୟାହାର ପାଇଁ ସିଜେଆଇ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଏଥିରେ ସେ ଉଲ୍ଲେଖ କରିଛନ୍ତି। ଅଜୟ ଗୌତମ ନିଜ ପତ୍ରକୁ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ରୂପେ ବିବେଚନା କରି ଶୁଣାଣି କରିବାକୁ ସିଜେଆଇଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

ବଡ଼ ଧୂମଧାମରେ ପାଳିତ ହେଲା ବଡ଼ଦିନ: ପୁଣି ବର୍ଷେ ଅପେକ୍ଷା

ଦାରିଙ୍ଗବାଡି, ୨୫।୧୨ (ଅରୁଣ ସାହୁ): ଆସିଛି ଖୁସିର ମୁହୂର୍ତ୍ତ। ଯୀଶୁଖ୍ରୀଷ୍ଟଙ୍କ ଆଗମନକୁ ନେଇ ସବୁଠି ଖୁସି ଓ ଆନନ୍ଦର ମୁହୂର୍ତ୍ତ ଘରେ ଘରେ ଜମିଛି ମିଠା...

ଭଉଣୀଙ୍କୁ ଅସଦାଚରଣ କରିଥିଲେ ଭାଇ, ଅଭିଯୋଗ ହେବାପରେ ଘଟିଲା…

ଦିଗପହଣ୍ଡି, ୨୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମକୋଇ ପଞ୍ଚାୟତ ସିନ୍ଧୁଖାଳି ଗ୍ରାମରେ ଭଉଣୀଙ୍କୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗରେ...

ସୋସିଆଲ ମିଡିଆ ନୀତିରେ ବଡ଼ ପରିବର୍ତ୍ତନ କଲା ଭାରତୀୟ ସେନା, ଏଣିକି ଦେଖିପାରିବେ ହେଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ ସେନା ଏହାର ସୈନିକ ଏବଂ ଅଧିକାରୀମାନଙ୍କ ପାଇଁ ସୋସିଆଲ ମିଡିଆ ଆପ୍ ବ୍ୟବହାର ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛି । ପ୍ରତିରକ୍ଷା ଅଧିକାରୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri