ବାଲିକୁଦାରେ ମାଙ୍କଡ଼ ମଡ଼କ, ଚିନ୍ତାରେ ପ୍ରାଣୀପ୍ରେମୀ

ଜଗତ୍‌ସିଂହପୁର ଅଫିସ,୧ା୭: ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ସଂଗ୍ରାମପୁର ପଞ୍ଚାୟତ ଅନ୍ତର୍ଗତ ବୁଦ୍ଧିସାହି ଗାଁର ଗୋପାଳସାହିରେ ମାଙ୍କଡ଼ ମଡ଼କ ଦେଖିବାକୁ ମିଳିଛି। ଗୋଟିଏ ପରେ ଗୋଟିଏ କରି ୬ ମାଙ୍କଡ଼ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ଖେଳିଯାଇଛି। କାହିଁକି ଓ କେଉଁ ପରିସ୍ଥିତିରେ ମାଙ୍କଡ଼ମାନଙ୍କର ମୃତ୍ୟୁ ହେଉଛି ତାକୁ ନେଇ ସାଧାରଣରେ ଆଲୋଚନା ଜୋର୍‌ ଧରିଥିବାବେଳେ ପ୍ରାଣୀପ୍ରେମୀମାନେ ଚିନ୍ତାପ୍ରକଟ କରିଛନ୍ତି। ତେବେ ଏ ସମ୍ପର୍କରେ ଧରିତ୍ରୀରୁ ଖବର ପାଇଲା ପରେ ବନ ବିଭାଗ କୁଜଙ୍ଗ ରେଞ୍ଜ୍‌ ଅଫିସର ରଞ୍ଜନ କୁମାର ମିଶ୍ର କହିଛନ୍ତି, ବାସ୍ତବରେ ରୋଗରେ କିମ୍ବା ବିଷକ୍ରିୟା ଯୋଗୁ ଏଭଳି ଘଟିଛି ତାହା ଅନୁଧ୍ୟାନ ପରେ ଜଣାପଡିବ। ବାସ୍ତବ ଚିତ୍ର ଜାଣିବାକୁ ବନ ବିଭାଗ କର୍ମଚାରୀଙ୍କୁ ଗୋପାଳସାହି ପଠାଯାଇଛି। ସେମାନେ ଏ ସମ୍ପର୍କରେ ସୂଚନା ଦେଲା ପରେ ବିଭାଗୀୟ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ। ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ। ଯଦି ବହୁସଂଖ୍ୟାରେ ମାଙ୍କଡ଼ଙ୍କ ମୃତ୍ୟୁ ହୁଏ ତେବେ ସେମାନଙ୍କୁ ତୁରନ୍ତ ଉଦ୍ଧାର କରା ନ ଗଲେ ପରିବେଶ ପ୍ରଦୂଷିତ ହେବାର ଭୟ ମଧ୍ୟ ଦେଖାଦେଇଛି।
ଗୋପାଳସାହିରେ ୨୫ଟି ଘର ରହିଛି। ଏହି ସାହିର ମୁରଲୀଧର ବିଶ୍ୱାଳ ଓ ବିକାଶ ପରିଡ଼ା ପ୍ରମୁଖ କହିଛନ୍ତି, ବିଭିନ୍ନ ସମୟରେ ମାଙ୍କଡ଼ମାନେ ଆସିଥାନ୍ତି। ଗୁରୁବାର ପାଖାପାଖି ୩୦ ମାଙ୍କଡ଼ ଏଣେତେଣେ ବୁଲୁଥିଲେ। ମଧ୍ୟାହ୍ନ ପ୍ରାୟ ୧ଟା ବେଳେ ମୁରଲୀଧରଙ୍କ ଘରଠାରୁ ୨୦/୩୦ ଫୁଟ ଦୂର ଅନାବାଦୀ ଜମିରେ ଥିବା ଏକ ବଡ଼ ଚାକୁଣ୍ଡା ଗଛରୁ ମାଙ୍କଡ଼ଟିଏ ଖସିପଡ଼ିଥିଲା। ସେଠାକୁ ଗଲାପରେ ଅନେକ କଥା ଜଣାପଡ଼ିଥିଲା। ତଳେ ପଡ଼ିଥିବା ମାଙ୍କଡ଼ଟିର ପାଟିରୁ ଫେଣ ବାହାରୁଥିବାବେଳେ ତା’ର ମୃତ୍ୟୁ ହୋଇଯାଇଥିଲା। କେତେକ ମାଙ୍କଡ଼ ଗଛରେ ବିଚଳିତ ଅବସ୍ଥାରେ ଡେଉଁଥିଲେ। ଏପରି କି ଗଛର ଗଣ୍ଡି ଓ ଡାଳସନ୍ଧିରେ ଛନ୍ଦା ଏବଂ ମୃତ ଅବସ୍ଥାରେ ଝୁଲୁଥିବା ଅନ୍ୟ ୩ଟି ମାଙ୍କଡ଼ ବଞ୍ଚତ୍ଥିବା ଭାବି ସେମାନଙ୍କ ଚେତା ଫେରାଇ ଆଣିବାକୁ ଏହି ମାଙ୍କଡ଼ମାନେ ଚେଷ୍ଟା କରୁଥିଲେ। ତା’ ପରେ ଗଛରେ ଡେଉଁଥିବା ମାଙ୍କଡ଼ଗୁଡିକ ମଧ୍ୟରୁ ୨ଟି ଧୀରେ ଧୀରେ ଦୁର୍ବଳ ହୋଇ ଘୁମାଇବାକୁ ଲାଗିଥିଲେ। ତା’ର କିଛି ଦୂର ଅନ୍ୟ ଏକ ଚାକୁଣ୍ଡା ଗଛରେ ମଧ୍ୟ ଅନୁରୂପ ଅବସ୍ଥା ଦେଖିବାକୁ ମିଳିଥିଲା। ୪ରୁ ୫ଟି ମାଙ୍କଡ଼ ଘୁମାଉଥିବା ବେଳେ ଅନ୍ୟଗୁଡିକ ସେମାନଙ୍କ ପାଖରେ ପ୍ରଥମେ ଡେଇଁବା ସହ ପରେ ଘୁମାଉଥିବା ଖବର ଲେଖାହେବା ପର୍ଯ୍ୟନ୍ତ ଜଣାପଡ଼ିଛି। ତେବେ କେହି କେହି ମାଙ୍କଡ଼ଙ୍କୁ ମାରିବା ପାଇଁ ଖାଦ୍ୟରେ ବିଷ ଦେଇଥିବା କୁହାଯାଉଛି। ଅନ୍ୟପକ୍ଷେ ବିଲରେ ହୋଇଥିବା ପନିପରିବାରେ କୀଟନାଶକ ପକାଯାଇଥିବାବେଳେ ମାଙ୍କଡ଼ମାନେ ତାହାକୁ ଖାଇ ପ୍ରଥମେ ଅସୁସ୍ଥ ଓ ପରେ ମୃତ୍ୟୁ ମୁଖରେ ପଡ଼ୁଥିବା ସନ୍ଦେହ କରାଯାଉଛି। ନଚେତ କୌଣସି ରୋଗ କାରଣରୁ ଏଭଳି ଘଟିଥିବା ସନ୍ଦେହ ଘନୀଭୂତ ହେଉଛି। ତେବେ ଯାହା ହେଉନା କାହିଁକି ମୃତ ମାଙ୍କଡ଼ଗୁଡିକୁ ଉଦ୍ଧାର ପରେ ବ୍ୟବଛେଦ କରାଗଲେ କାରଣ ଜଣାପଡ଼ିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri