Posted inଫୁରସତ

ଭୂସ୍ବର୍ଗରେ ମାହାପୁରୁ

ଆମେ ଯେଉଁ ଲୋକରେ ବାସ କରୁଛେ, ସେହି ଲୋକର ସ୍ବର୍ଗ ହେଉଛି ଶ୍ରୀପୁରୁଷୋତ୍ତମ କ୍ଷେତ୍ର। ୟେ ମନଗଢ଼ା କଥା ନୁହେଁ। ମହର୍ଷିମାନଙ୍କର ଘୋଷଣା। ପ୍ରାଚୀନ ପୋଥିପତ୍ରରେ ଦରଜ ହୋଇଛି ‘ଭୂସ୍ବର୍ଗ’।
‘ଭୂସ୍ବର୍ଗଂ ସାମ୍ପ୍ରତଂ ହ୍ୟେଷ ପଥିତ ପୁରୁଷୋତ୍ତମଃ।’
ଏହା ସ୍କନ୍ଦ ପୁରାଣ(ଉ.ଖ.୬/୨୮)ର ଘୋଷଣା। ଆମେ ଜାଣିଛେ ବ୍ରହ୍ମବୈବର୍ତ୍ତ ମହାପୁରାଣରେ କୁହାଯାଇଥିଲା ବୈଷ୍ଣବୀୟ ଧାରାରେ ପୁରୁଷୋତ୍ତମ କ୍ଷେତ୍ର ସାକ୍ଷାତ ‘ମର୍ତ୍ତ୍ୟ-ବୃନ୍ଦାବନ’।
‘ଏକଂ ତୁ ମାଥୁରେଦେଶେ ତଥାନ୍ୟତ୍‌ ପୁରୁଷୋତ୍ତମେ’
ଅନେକ ଶାସ୍ତ୍ରରେ ପୁରୁଷୋତ୍ତମ କ୍ଷେତ୍ରର ଅଧିପତି ଶ୍ରୀପୁରୁଷୋତ୍ତମ ବୋଲି ସ୍ବୀକାର କରାଯାଇଛି। ଆଦି ଶଙ୍କରାଚାର୍ଯ୍ୟ ସେଇ ଧାରାକୁ ପ୍ରବର୍ତ୍ତନ କରାଇ ନୂତନ ଦିଗ ପ୍ରତିଷ୍ଠା କରିଦେଇଗଲେ। ଆମକୁ ଏକ ଧାରଣା ଦିଆଯାଇଛି ପ୍ରଥମେ ଶ୍ରୀପୁରୁଷୋତ୍ତମ, ପରେ ଶ୍ରୀଜଗନ୍ନାଥ ସମୀକରଣ ହୋଇଛନ୍ତି। କିନ୍ତୁ ଅନୁସନ୍ଧାନରୁ ଜଣାଯାଏ ତାହା ଠିକ୍‌ ନୁହେଁ। ଏହି ସମୀକରଣ ବହୁ ପ୍ରାଚୀନ। ଶ୍ରୀଲକ୍ଷ୍ମୀ ତନ୍ତ୍ରମ୍‌ ଗ୍ରନ୍ଥରୁ ଏହାର ପ୍ରମାଣ ମିଳେ। ପଞ୍ଚରାତ୍ର ଶାସ୍ତ୍ରର ଅନ୍ୟତମ ଶ୍ରେଷ୍ଠ ଗ୍ରନ୍ଥ ଶ୍ରୀଲକ୍ଷ୍ମୀତନ୍ତ୍ରରେ ପ୍ରମାଣ କରାଯାଇଛି ଶ୍ରୀଜଗନ୍ନାଥ ହେଉଛନ୍ତି ବିଭବାନ୍ତର ସ୍ବରୂପ। ପାଞ୍ଚରାତ୍ରର ଯୋଗୀମାନେ ଏହି ଶବ୍ଦର ଅର୍ଥ କରିଛନ୍ତି- ଦେବତା ଅଥବା ମଣିଷ ରୂପରେ ଆବିଷ୍ଟ ହୋଇ ଯେତେବେଳେ ପରମସତ୍ତା ଅର୍ଥାତ୍‌ ବ୍ରହ୍ମ ଜଗତର ମଙ୍ଗଳ କରନ୍ତି, ସେହି ସ୍ବରୂପ ହେଉଛି-ବିଭବାନ୍ତର ସ୍ବରୂପ।
ସେଥିପାଇଁ ଘୋଷଣା କରେ-
‘ଜଗଦ୍ଧିତଂ ଜଗନ୍ନାଥ ସ୍ତଜଜ୍ଞେୟଂ ବିଭବାନ୍ତରମ’। ଜଗତର ହିତ ପାଇଁ ଜଗନ୍ନାଥ ସାରଣ କରିଛନ୍ତି ବିଭବାନ୍ତର ରୂପ। ଜଗତ ମଙ୍ଗଳ ରହସ୍ୟର କଥା ଇୟେ। ତାରି ଭିତରେ ଲୋକ-ମଙ୍ଗଳ କାମନା ରହିଛି। ଉପାସନା ମାଧ୍ୟମରେ ଆମେ ତାଙ୍କର ନିକଟତର ହୋଇଛେ। ଲୋକବତ୍‌ ଲୀଳା କୈବାଲ୍ୟମ୍‌’ର ଗହନ ରହସ୍ୟ ହେଉଛି ଇୟେ…।

ଦାରୁ ଦିଅଁଙ୍କ ପ୍ରିୟ

‘ଯଥା ଦେହେ ତଥା ଦେବେ’ କର୍ମକାଣ୍ଡ ବିଜ୍ଞାନର ଏହି ରହସ୍ୟକୁ ଆଧାର କରି ମହାପ୍ରଭୁଙ୍କର ଉପାସନା ପ୍ରଚଳିତ। ଏହା ମଧ୍ୟ ଆମର ସନାତନ ପରମ୍ପରା ସ୍ବୀକୃତ। ଓଡ଼ିଆ ପରମ୍ପରାରେ ଖାଦ୍ୟର ଯେଉଁ ବିଶେଷତ୍ୱ ରହିଛି ତାହା ମଧ୍ୟରୁ ପଖାଳ ଅନ୍ୟତମ। ଲୋକ ଜୀବନରେ ଉଷୁନା ପଖାଳ ଓ ଅରୁଆ ପଖାଳ ପାଞ୍ଚଟି ନାମ ଧାରଣ କରିଛି। ମହାପ୍ରଭୁଙ୍କ ଉପାସନାରେ କେବଳ ଅରୁଆ ପଖାଳ ପ୍ରଚଳନର ବ୍ୟବସ୍ଥା ରହିଛି। ଆଠକାଳି ବାରମାସି ପଖାଳ ପରମ୍ପରା ପ୍ରଚଳିତ ଥିବାବେଳେ ମହାପ୍ରଭୁଙ୍କ ଉପାସନାରେ ମଧ୍ୟ ସବୁ ଋତୁରେ ବାରମାସ ଏହି ପରମ୍ପରା ଦେଖାଯାଏ। ସାଧାରଣ ଲୋକଟିଏ ଯେପରି ପଖାଳପ୍ରିୟ, ମହାପ୍ରଭୁଙ୍କ ଉପାସନାକୁ ଲକ୍ଷ୍ୟକଲେ ଜଣାପଡୁଛି, ମହାପ୍ରଭୁ ମଧ୍ୟ ପଖାଳପ୍ରିୟ। ସାଧାରଣ ଜୀବନରେ ଆବଶ୍ୟକତା ଅନୁଯାୟୀ ମଣିଷଟିଏ ଦିନରେ ଏବଂ ରାତିରେ ପଖାଳ ଗ୍ରହଣ କରୁଥିବା ବେଳେ ମହାପ୍ରଭୁ କେବଳ ସନ୍ଧ୍ୟାଧୂପରେ ପଖାଳ ଭୋଗ ଗ୍ରହଣ କରନ୍ତି। ପ୍ରକାର ଭେଦରେ ଏଗୁଡ଼ିକ ବିଭିନ୍ନ ପ୍ରକାରର ରହିଥାଏ। ଅଦା ପକାଯାଇ ଚୁପୁଡା ପଖାଳ, ଟଭାରେ ଟଭା ପଖାଳ, ଜିରା ଅଦା ଓ ମସଲା ଦ୍ୱାରା ପ୍ରସ୍ତୁତ ସୁବାସିତ ପଖାଳ ଏବଂ ଦହିରେ ହୋଇଥାଏ ଦହି ପଖାଳ। ଶ୍ରୀଗୁଣ୍ଡିଚାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମୟକୁ ଛାଡିଦେଲେ ବାକି ବର୍ଷର ସମସ୍ତ ଦିବସରେ ଦାରୁଦିଅଁ ପଖାଳରେ ଆତ୍ମସନ୍ତୋଷ ପାଇଥା’ନ୍ତି।

ଶ୍ରୀମନ୍ଦିରରେ ଅକ୍ଷୟବଟ

କଳ୍ପବଟ ମଧ୍ୟ ଅକ୍ଷୟବଟ ନାମରେ ପରିଚିତ। କଳ୍ପ ହେଉଛି କଳ୍ପନା। ବଟ ହେଉଛି ବୃକ୍ଷ। ଋଷି ବଶିଷ୍ଠଙ୍କ କାମଧେନୁ ପରି ଭକ୍ତଙ୍କର ମନୋବାଞ୍ଛା ପୂର୍ଣ୍ଣ କରୁଥିବାରୁ ଏହାକୁ କଳ୍ପବଟ କୁହାଯାଏ। ‘କଳ୍ପବଟ ମୂଳେ ଯିଏ ବସିଛି, ସେ ଉପବାସ ରହିବ ନାହିଁ। ଏଣୁ ଭକ୍ତଟିଏ ଶ୍ରୀମନ୍ଦିର ଯିବା ବେଳେ କଳ୍ପବଟ ଡାଳରେ ଗୋଡିଟିଏ ବାନ୍ଧି ମାନସିକ କରେ। ପ୍ରବାଦ ଅଛି-ପୃଥିବୀ ଯେତେବେଳେ ପ୍ରଳୟ ପୟୋଧି ଜଳେ ବୁଡି ରହିଥିଲା, ସେତେବେଳେ ଏହି ବଟବୃକ୍ଷରେ ମହାପ୍ରଭୁ ଆଶ୍ରୟ ନେଇଥିଲେ। ଏଣୁ ବିଷ୍ଣୁଙ୍କର ସହସ୍ର ନାମ ମଧ୍ୟରୁ ଏହି ବଟବୃକ୍ଷ ଗୋଟିଏ ନାମ। ଏହି ବୃକ୍ଷମୂଳେ ବସି ଅନେକ ସାଧୁ ସିଦ୍ଧିପ୍ରାପ୍ତ ହୋଇଥିବା ଲୋକମୁଖରୁ ଶୁଣାଯାଏ। ଶ୍ରୀମନ୍ଦିର ବେଢ଼ା ଭିତରେ ରହିଛି ଏହି କଳ୍ପବଟ ବା ଅକ୍ଷୟବଟ।

ଦିନଟିଏ ମନ୍ଦାର

ବର୍ଷସାରା ଭଳିକି ଭଳି ଫୁଲ ଲାଗି ହୋଇଥାଆନ୍ତି ତିନିଠାକୁର। ଅଣସରରେ କେବଳ ଧଳାଫୁଲ ଲାଗି ହେଉଥିବା ବେଳେ ବର୍ଷକରେ ମାତ୍ର ଗୋଟିଏ ଦିନ ଠାକୁରଙ୍କ ରତ୍ନସିଂହାସନକୁ ମନ୍ଦାରମାଳ ଯାଇଥାଏ। ରାମଙ୍କ ବନବାସ ବେଳେ ଦେବୀ ସୀତାଙ୍କୁ ରାବଣ ଅପହରଣ କରିନେଇଥିଲା। ରାମ ସୀତାଙ୍କୁ ଖୋଜି ଖୋଜି ଲଙ୍କାରେ ଠାବ କରିଥିଲେ। ରାବଣ ସହ ଯୁଦ୍ଧ କରି ସୀତାଙ୍କୁ ଉଦ୍ଧାର କରିଥିଲେ। ଏହି ପରମ୍ପରାକୁ ନେଇ ପୁରୀରେ ହୋଇଥାଏ ସାହିଯାତ। ସାହିଯାତର ଶେଷଦିନ ଅର୍ଥାତ୍‌ ରାବଣ ବଧ ଦିନ ରାବଣ ସହ ଯୁଦ୍ଧ କରିବା ପାଇଁ ରାମ ଶ୍ରୀଜଗନ୍ନାଥ ଶରଣାପନ୍ନ ହୋଇଥିଲେ। ଆଜ୍ଞାମାଳ ପାଇ ରାବଣ ସହ ଯୁଦ୍ଧ କରିବାକୁ ରାମ ବାହାରିବା ପରେ ପରେ ରାବଣ ମଧ୍ୟ ଶ୍ରୀଜଗନ୍ନାଥଙ୍କ ନିକଟରେ ପହଞ୍ଚତ୍ ଆଶୀର୍ବାଦ ଭିକ୍ଷା କରିଥିଲେ। ଏହି ସମୟରେ ରାବଣଙ୍କୁ ଏକ ମନ୍ଦାର ମାଳ ଦିଆଯାଇଥିଲା। କେବେ ମନ୍ଦାର ମାଳ ଲାଗି ହେଉ ନ ଥିବା ଶ୍ରୀଜଗନ୍ନାଥଙ୍କ ରତ୍ନସିଂହାସନରେ ସେହିଦିନ ମନ୍ଦାରମାଳ ଲାଗି ହୋଇ ରାବଣକୁ ଦିଆଯାଏ। ରାବଣ ମନ୍ଦାରମାଳ ନେଇ ଯୁଦ୍ଧକୁ ଯାଆନ୍ତି ଏବଂ ପରାଜିତ ହୁଅନ୍ତି। ଏହି ପରମ୍ପରା ଏବେ ମଧ୍ୟ ଶ୍ରୀମନ୍ଦିରରେ ପ୍ରଚଳିତ ଅଛି।

ମାଉସୀ ମା’ର ପୋଡ଼ପିଠା ପାଇଁ…

ବାହୁଡ଼ା ଦିନ ଦାରୁଦିଅଁ ରଥାରୂଢ଼ ହେବା ପରେ ନୀଳାଚଳ ଅଭିମୁଖେ ଯାତ୍ରା କରନ୍ତି। କିଛି ବାଟ ଗଡିଲା ପରେ ରଥ ଅଟକିଯାଏ। ସେହି ସ୍ଥାନ ହେଉଛି ମାଉସୀ ମା’ ମନ୍ଦିର। ମାଉସୀ ଠାରୁ ପୋଡ଼ପିଠା ଖାଇବା ପାଇଁ ଭଗବାନ୍‌ ବ୍ୟଗ୍ର ହୋଇ ଉଠନ୍ତି। ବହୁ କଥା ଓ ଗାଥାକୁ ନେଇ ଏହା ଉଜ୍ଜୀବିତ। ମାଉସୀ ମା’ଙ୍କ ପୋଡ଼ପିଠା ସମ୍ପର୍କରେ ପୂଜକ ବିଶ୍ୱନାଥ ମିଶ୍ର କୁହନ୍ତି, ଅଟା, ଛେନା, ଦେଶୀ ଗାଈ ଘିଅ, କିସ୍‌ମିସ୍‌, ଲବଙ୍ଗ, ଗୁଜୁରାତି ଓ ଅଳେଇଚ ଆଦି ଦ୍ରବ୍ୟରେ ପ୍ରସ୍ତୁତ ହୋଇଥାଏ ପୋଡ଼ପିଠା। ମାଟି ପଲମରେ ସିଝିଲା ପରେ ଏହି ପିଠାକୁ ଖଣ୍ଡ ଖଣ୍ଡ କରି ଦେଶୀ ଗୁଆଘିଅରେ ଛଣାଯାଏ। ତତ୍ପରେ ଏହା ନୈବେଦ୍ୟ ଉପଯୋଗୀ ହୋଇଥାଏ। ତେବେ ଗତ ୨ବର୍ଷ ହେଲା ମହାମାରୀ କରୋନା ଯୋଗୁ ବିନା ଭକ୍ତରେ ହୋଇଥିଲା ମହାପ୍ରଭୁଙ୍କ ରଥଯାତ୍ରା। କିନ୍ତୁ ଏବର୍ଷ ରଥଯାତ୍ରାରେ ଭକ୍ତ ଓ ଭଗବାନ୍‌ ହେବେ ଏକାଠି। ପୁଣି ଭରିଯିବ ମାଦକତା। କାଳିଆ ସାଆନ୍ତଙ୍କ ପ୍ରାର୍ଥନା ଏ କୋଭିଡ୍‌ ଭଷ୍ମାସୁର ସବୁଦିନ ପାଇଁ ବିଦାୟ ନେଉ।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri