ରକ୍ଷିତା ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ୨ ଅଟକ

ପୁରୁଷୋତ୍ତମପୁର, ୨୬।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମହିଳାଙ୍କୁ ରକ୍ଷିତା ଭାବେ ରଖିଥିବା ଯୁବକ ଅନ୍ୟ ଜଣେ ପୁରୁଷଙ୍କ ସହ ଶାରୀରିକ ସମ୍ପର୍କ ଲାଗି ବାଧ୍ୟ କରିଥିଲେ। ଏଥିରେ ସେ ରାଜି ନ ହେବାରୁ ତାଙ୍କୁ ଏକ କୋଠରିରେ ବନ୍ଦୀ କରି ହତ୍ୟା ଉଦ୍ୟମ କରିଥିବା ଶନିବାର ପୁରୁଷୋତ୍ତମପୁର ଥାନାରେ ଅଭିଯୋଗ ହୋଇଛି। ଏ ନେଇ ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଆଇଆଇସି ପ୍ରିୟରଞ୍ଜନ ଛୋଟରାୟ ନଂ.୩୫୨/୨୨ରେ ମାମଲା ରୁଜୁକରି ୨ ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଛନ୍ତି। ଅଭିଯୁକ୍ତମାନେ ହେଲେ ବ୍ରହ୍ମପୁର ରାମକୃଷ୍ଣ ନଗରର ମହମ୍ମଦ ଲାଇକ ଓ ପୁରୁଷୋତ୍ତମପୁର ନାରାୟଣୀ ଢାବା ହୋଟେଲ ମାଲିକ ଅରୁଣ କୁମାର ନାୟକ।
ମହିଳାଙ୍କ ଏତଲା ଅନୁସାରେ, ଦୀର୍ଘ ୪ ବର୍ଷ ହେଲା ମହମ୍ମଦ ତାଙ୍କୁ ଭଲପାଇ ବ୍ରହ୍ମପୁରରେ ଏକ ଭଡ଼ାଘରେ ସ୍ତ୍ରୀ ଭାବେ ରଖିଛନ୍ତି। ମାତ୍ର ବିବାହ କରିନାହାନ୍ତି। ମହମ୍ମଦ ଜଣେ ରୋଷେୟା ହୋଇଥିବାରୁ ପୁରୁଷୋତ୍ତମପୁର ସହରରେ ଥିବା ଏକ ଢାବାରେ କାର୍ଯ୍ୟ କରୁଛନ୍ତି। ଶୁକ୍ରବାର ରକ୍ଷିତାଙ୍କୁ ପୁରୁଷୋତ୍ତମପୁରରେ ଘର ଭଡ଼ାନେଇ ରହିବା ଲାଗି ଡାକିଥିଲେ। ସେ ଆସିବା ପରେ ହୋଟେଲ ପଛପଟେ ଥିବା ଘରକୁ ନେଇ ବସାଇଥିଲେ ଓ ତାଙ୍କ ହୋଟେଲ ମାଲିକଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ କହିଥିଲେ। ମହିଳା ଏହାକୁ ମନାକରି ଘର ବାହାରକୁ ଚାଲି ଆସିବାରୁ ଉଭୟେ ମିଶି ଶାରୀରିକ ସମ୍ପର୍କ ଲାଗି ବାଧ୍ୟ କରିଥିଲେ। ମହିଳା ଜଣକ ଏଥିରେ ରାଜି ନ ହେବାରୁ ସେମାନେ ତାଙ୍କୁ ନିର୍ଧୂମ ମାଡ଼ ମାରି ହତ୍ୟା ଉଦ୍ୟମ କରି ପିନ୍ଧିଥିବା ସୁନା ଚେନ୍‌ ଛିଣ୍ଡାଇ ନେଇ ଯାଇଥିଲେ। ମହିଳା ଜଣଙ୍କ ସେମାନଙ୍କ କବଳରୁ ମୁକୁଳି ମୁଖ୍ୟ ରାସ୍ତାକୁ ଆସି ବସ୍‌ ଯୋଗେ ବ୍ରହ୍ମପୁର ଯାଇ ରାତିରେ ମହିଳା ଥାନାରେ ଜଣାଇଥିଲେ। ପୋଲିସ ତାଙ୍କ ଅବସ୍ଥା ଦେଖି ଚିକିତ୍ସା କରାଇଥିଲେ। ଘଟଣାଟି ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ ହୋଇ ଥିବାରୁ ମହିଳା ଥାନା ପୋଲିସ ପୁରୁଷୋତ୍ତମପୁର ପୋଲିସକୁ ଜଣାଇବା ସହ ମହିଳା ଜଣଙ୍କୁ ଅଭିଯୋଗ କରିବା ଲାଗି ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭୟଙ୍କର ଦୁର୍ଘଟଣା: ଏକାବେଳକେ ୨ ବାଇକ୍‌କୁ ଧକ୍କା ଦେଲା କାର୍‌,ପରେ…

ଗଞ୍ଜାମ,୨୨।୧୨(ଅନାଥ ତରାଇ): ଗଞ୍ଜାମ ବ୍ଲକ ପୋଇରାସୀ ପଞ୍ଚାୟତର କାଇଁଚପୁର ନିକଟରେ ସୋମବାର ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର (ନଂ ଓଡ଼ି୦୭ଏପି୪୪୩୩) ଦୃତ ଗତିରେ ଆସି...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

୨ଜଣଙ୍କୁ ଧକ୍କା ଦେଇ ଚାଲିଯାଇଥିଲା ଡାଲା ଅଟୋ, ଚିକିତ୍ସିତ ଅବସ୍ଥାରେ ଚାଲିଗଲା ଜଣକର ଜୀବନ

ଦିଗପହଣ୍ଡି, ୨୧|୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା  ଝାଟିପିଟିଆ ଗ୍ରାମ ହରିଜନ ସାହି ନିକଟ ମୁଖ୍ୟରାସ୍ତା ରେ ଘଟିଥିବା ଦୁର୍ଘଟଣାରେ ଗୁରୁତର ଆହତ ଯୁବକଙ୍କ ମୃତ୍ୟୁ...

କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟିତ କଲେ ଆସିକା ଏମ୍‌ପି: ଯୋଗଦେଲେ ୭ ବିଧାନସଭା କ୍ଷେତ୍ରର କ୍ରୀଡ଼ାବିତ୍‌

ହିଞ୍ଜିଳିକାଟୁ,୨୧।୧୨(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ଜିଲାସ୍ତରୀୟ ସାଂସଦ କ୍ରୀଡା ମହୋତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଆସିକା...

ଦୂର ହେବ ଶିକ୍ଷକଙ୍କ ସମସ୍ୟା, ଶିଶୁ ଉତ୍ସବରେ ଯୋଗଦେଇ ପ୍ରତିଶୃତି ଦେଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର, ୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟରେ ଦୁଇଦିନ ଧରି ଓଷ୍ଠା ପକ୍ଷରୁ ଚାଲିଥିବା ଜିଲ୍ଲା ସ୍ତରୀୟ ଶିଶୁ ଉତ୍ସବ ରବିବାର...

ଧରିତ୍ରୀର ପ୍ରଭାବ: ବେସାହାରା ଭାଇ ଭଉଣୀଙ୍କୁ ସାହାଯ୍ୟର ହାତ ବଢ଼ାଇଲେ ବିଧାୟକ

ଗଞ୍ଜାମ,୨୧।୧୨(ବିଦ୍ୟାଧର ସାହୁ ): ଧରିତ୍ରୀରେ ଖବର ପ୍ରକାଶ ପରେ ପଡିଲା ପ୍ରଭାବ । ବେସାହାରା ଭାଇଭଉଣୀକୁ ସାହାଯ୍ୟର ହାତ ବଢ଼ାଇଲେ ଛତ୍ରପୁର ବିଧାୟକ । ଗଞ୍ଜାମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri