ଲଗାଣ ବର୍ଷାରେ ଭାଙ୍ଗିଲା ଘର, ବେସାହାରା ହେଲେ ଦୁଇ ପରିବାର

କୋକସରା,୨୫ା୬(ଡି.ଏନ୍‌.ଏ.): ଲଗାଣ ବର୍ଷାରେ ଦୁଇ ପରିବାରର ମାଟିଘର ଭାଙ୍ଗିଯାଇଛି। ଫଳରେ ଏବେ ଅସହାୟ ଅବସ୍ଥାରେ ସରକାରୀ ସହାୟତା ଲୋଡୁଛନ୍ତି ବିପନ୍ନ ପରିବାର। କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ଗାଁର ଶଙ୍କର ନାଏକ ଓ ଶଙ୍କରା ରାଉତ। ଶଙ୍କର ନାଏକଙ୍କ ଘରେ ସ୍ତ୍ରୀ ସହ ଦୁଇ ପୁଅ ରହୁଥିବା ବେଳେ ଶଙ୍କରା ରାଉତ ନିଜ ବୃଦ୍ଧା ପିଉସୀଙ୍କ ସହ ରହୁଛନ୍ତି। ଗରିବ ଶ୍ରେଣୀର ହୋଇଥିବା ବେଳେ ପୂର୍ବରୁ ଅନେକ ଥର ପଞ୍ଚାୟତ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବ୍ଲକ ଅଧିକାରୀଙ୍କୁ ଆବାସ ପାଇଁ ଆବେଦନ କରିଛନ୍ତି, ହେଲେ ଫଳ କିଛି ମିଳିନାହିଁ । ମାଟି ଘରେ ଅତି ଦୟନୀୟ ଅବସ୍ଥାରେରେ ପରିବାର ସହ ରହୁଥିଲେ। ହେଲେ ତାହା ବି ଦଇବ ସହିଲା ନାହିଁ। ଶୁକ୍ରବାର ହୋଇଥିବା ବର୍ଷାରେ ଦୁଇ ପରିବାରର ମାଟି କାନ୍ଥ ଭାଙ୍ଗି ପଡ଼ିଛି। ଶନିବାର ଏ ନେଇ ପରିବାର ପକ୍ଷରୁ ଲଡୁଗାଁ ରାଜସ୍ବ ନିରୀକ୍ଷିକ ମମତା ସାଏଙ୍କୁ ଖବର ଦେବା ପରେ ସେ ପହଞ୍ଚି କ୍ଷୟକ୍ଷତି ଆକଳନ କରି ରିପୋର୍ଟ ତହସିଲ କାର୍ଯ୍ୟାଳୟରେ ଦେଇଥିବା ଜଣାପଡ଼ିଛି। ଅନ୍ୟପଟେ ତହସିଲ କାର୍ଯ୍ୟାଳୟ ପକ୍ଷରୁ ୨ ପରିବାରକୁ ପଲିଥିନ୍‌ ଯୋଗାଇ ଦିଆଯାଇଥିବା ନେଇ ରାଜସ୍ବ ନିରୀକ୍ଷକ ମମତା ସାଏ ସୂଚନା ଦେଇଛନ୍ତି। ତେବେ ଆବାସ ଘର ଯୋଜନାରେ ଦୁଇ ପରିବାରକୁ ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri