Posted inଜାତୀୟ

ନିର୍ଦ୍ଦୋଷଙ୍କୁ ଧରାଯିବ ନାହିଁ, ଦୋଷୀଙ୍କୁ ଛଡ଼ା ଯିବନି, କହିଲେ ଡିଜି…

ଲକ୍ଷ୍ନୌ, ୨୪।୬ : ନାଗରିକତ୍ୱ ଆଇନ (ସିଏଏ) ବିରୋଧରେ ହୋଇଥିବା ହିଂସାକୁ ନେଇ ଉତ୍ତରପ୍ରଦେଶରେ ପୋଲିସ ବିଭାଗ ପକ୍ଷରୁ ସତର୍କକତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଶୁକ୍ରବାରର ଜୁମା ନମାଜ ପାଠକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅତିରିକ୍ତ ଫୋର୍ସ ମୁତୟନ କରାଯାଇଛି। ଏହା ସହିତ ଡ୍ରୋନ ଦ୍ୱାରା ପରିସ୍ଥିତି ତଦାରଖ କରାଯାଉଛି। ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ୨୦ ଟି ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି। ଏଥିମଧ୍ୟରୁ ଅଧିକାଂଶ ଜିଲା ଅନ୍ତର୍ଭୁକ୍ତ ଯେଉଁଠାରେ ଗତ ସପ୍ତାହରେ ହିଂସାତ୍ମକ ପ୍ରଦର୍ଶନ କରାଯାଇଥିଲା ।

ଅପରପକ୍ଷରେ, ଅପରାଧୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସମ୍ପର୍କରେ ଡିଜିପି ଓମ ପ୍ରକାଶ ସିଂ କହିଛନ୍ତି ଯେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ଅଛି ଏବଂ ଆମେ ସମ୍ପୂର୍ଣ୍ଣ ରଣନୀତି ସହ ପୋଲିସ ବାହିନୀ ନିୟୋଜିତ କରିଛୁ। ଏହା ସହିତ ସେ ସ୍ପଷ୍ଟ କରିଛନ୍ତି ଯେ କୌଣସି ନିର୍ଦ୍ଦୋଷଙ୍କୁ ଧରାଯିବ ନାହିଁ ଏବଂ ଯେଉଁମାନେ ହିଂସାରେ ଜଡ଼ିତ ଅଛନ୍ତି ସେମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବ ନାହିଁ।

ଡିଜିପି ଓମ ପ୍ରକାଶ ସିଂଙ୍କ ଦ୍ୱାରା ସମସ୍ତ ଜିଲାର ଅଧ୍ୟକ୍ଷଙ୍କ ନିକଟକୁ ପଠାଯାଇଥିବା ନିର୍ଦ୍ଦେଶରେ ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ପାଇଁ କାର୍ଯ୍ୟକାରୀ ହୋଇଥିବା ଜୋନ ଏବଂ ସେକ୍ଟରଗୁଡିକର ବ୍ୟବସ୍ଥା ଜାରି ରଖିବାକୁ କୁହାଯାଇଛି। ଜିଲାର ମସଜିଦଗୁଡିକର ଇମାମମାନଙ୍କ ସହ ଯୋଗାଯୋଗ କରାଯାଇ ସେମାନଙ୍କୁ ଜୁମା ନମାଜ ପାଠ ପରେ ଶାନ୍ତି ବଜାୟ ରଖିବାକୁ ନିବେଦନ କରାଯାଇଛି। ଡିଜିପି କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ସବୁଆଡେ ଭଲ ଅଛି। ପୋଲିସ ତୀକ୍ଷଣ ନଜର ରଖିଛି। ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ ରାଜ୍ୟର ବିଭିନ୍ନ ସହରରେ ଶୁକ୍ରବାର ଜମାନ ପାଠ ପରେ ହୋଇଥିବା ହିଂସାତ୍ମକ ବିରୋଧକୁ ଦୃଷ୍ଟିରେ ରଖି ଏଥର ବିଶେଷ ସତର୍କତା ଅବଲମ୍ବନ କରାଯାଇଛି ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ସମ୍ବେଦନଶୀଳ ଜିଲାମାନଙ୍କରେ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି। ଗତ ଥର ପରି ଯେପରି କୌଣସି ଘଟଣାର ପୁନରାବୃତ୍ତି ନହୁଏ ସେଥିଲାଗ୧୨୦ କମ୍ପାନୀ ପିଏସି ଏବଂ ପ୍ରାୟ୩୫ କମ୍ପାନୀ ଅର୍ଦ୍ଧ ସୈନିକ ବଳ ମୁତୟନ କରାଯାଇଛି । ଏହା ବ୍ୟତୀତ ବହୁ ସଂଖ୍ୟକ ସବ ଇନ୍ସପେକ୍ଟର, ଇନ୍ସପେକ୍ଟର, ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ, ଅତିରିକ୍ତ ପୋଲିସ ଅଧୀକ୍ଷକ ଏବଂ ପୋଲିସ ଅଧୀକ୍ଷକଙ୍କୁ ସୁରକ୍ଷା କାର୍ଯ୍ୟ ନିୟୋଜିତ କରାଯାଇଛି।

ଉପଲବ୍ଧତା ଉପରେ ନିର୍ଭର କରି ଡ୍ରୋନ କ୍ୟାମେରା ବ୍ୟବହାର କରିବାକୁ ସମସ୍ତ ଜିଲାର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପାଟ୍ରୋଲିଂ କରିବା ଏବଂ ସାଧାରଣ ଜନତା ତଥା ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ କରିବାକୁ ପୋଲିସ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। କ୍ଷେତ୍ରଗୁଡିକୁ ଜୋନ ଏବଂ ସେକ୍ଟରରେ ବିଭକ୍ତ କରି ବ୍ୟବସ୍ଥା ଜାରି ରଖିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri