୫ ବର୍ଷରେ ୪,୫୮୧ ନାମ ପଞ୍ଜୀକରଣ: ନିଯୁକ୍ତି ଶୂନ

ପାରାଦୀପ,୨୪ା୬ (ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲା ପାରାଦୀପ ବନ୍ଦର ସହରରେ ଅଛି ୧୫ଟି ବୃହତ୍‌ ଶିଳ୍ପ। ଏହା ବ୍ୟତୀତ ଶତାଧିକ କ୍ଷୁଦ୍ରଶିଳ୍ପ, ଠିକା ସଂସ୍ଥା, ପାରାଦୀପ ବନ୍ଦର, ଭାରତୀୟ ତୈଳ ନିଗମର ତୈଳ ବିଶୋଧନାଗାର ଆଦି ରହିଛି। କିନ୍ତୁ ନିଯୁକ୍ତି ସୁଯୋଗ ପାରାଦୀପରେ ଗତ ୫ ବର୍ଷ ମଧ୍ୟରେ ଆଦୌ ନାହିଁ ବୋଲି ସରକାରୀ ଭାବେ ଜଣାପଡିଛି। ପାରାଦୀପରେ ରହିଛି ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର କର୍ମ ନିୟୋଜନ କାର୍ଯ୍ୟାଳୟ। ଏହି ସରକାରୀ କାର୍ଯ୍ୟାଳୟ ସୀମା ମଧ୍ୟରେ ପାରାଦୀପ ପୌରାଞ୍ଚଳ, କୁଜଙ୍ଗ, ଏରସମା ଓ ତିର୍ତ୍ତୋଲ ବ୍ଲକ ରହିଛି। ଏହିସବୁ ଅଞ୍ଚଳର ବେକାର ଯୁବତୀଯୁବକମାନେ ନିଯୁକ୍ତି ନିମନ୍ତେ ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜୀକରଣ କରିଥା’ନ୍ତି। ଉକ୍ତ କାର୍ଯ୍ୟାଳୟର ରିପୋର୍ଟ ଅନୁସାରେ ଗତ ୫ ବର୍ଷରେ ଏଠାରେ ୪,୫୮୧ ଜଣ ନାମ ପଞ୍ଜୀକରଣ କରିଛନ୍ତି। ୨୦୧୭ରେ ୧,୫୮୩, ୨୦୧୮ରେ ୧,୨୧୮, ୨୦୧୯ରେ ୯୯୫, ୨୦୨୦ରେ ୩୦୭, ୨୦୨୧ରେ ୩୫୪ ଓ ୨୦୨୨ ଜୁନ ୧୮ ସୁଦ୍ଧା ୧୨୪ ଜଣ ନାମ ପଞ୍ଜୀକରଣ କରିଛନ୍ତି।
ଓଆରଭି (ଓଡ଼ିଶା ରିଜର୍ଭେଶନ ଭାକାନ୍ସି) ଆଇନ ୧୯୫୯ ଅନୁଯାୟୀ ପ୍ରତ୍ୟେକ ଶିଳ୍ପ ସଂସ୍ଥା ଓ ସରକାରୀ ଉଦ୍ୟୋଗ ତାଙ୍କର ନିଯୁକ୍ତି ବେଳେ ନିୟୋଜନ କାର୍ଯ୍ୟାଳୟକୁ ଆବେଦନ କରିବା କଥା। ନିଯୁକ୍ତି କ୍ଷେତ୍ରରେ ୧ମରୁ ୪ର୍ଥ ଶ୍ରେଣୀ କର୍ମଚାରୀ ନିୟୋଜନ ପାଇଁ ପ୍ରତିଶତ ଧାର୍ଯ୍ୟ କରାଯାଇଛି। ଯେମିତି ତୃତୀୟ, ଚତୁର୍ଥ ଶ୍ରେଣୀ କର୍ମଚାରୀ କ୍ଷେତ୍ରରେ ୯୦%, ପ୍ରଥମ ଏବଂ ଦ୍ବିତୀୟ ଶ୍ରେଣୀ ପଦବୀ ପାଇଁ ସେମିତି ନିୟମ ରହିଛି। କିନ୍ତୁ ଉକ୍ତ ନିୟମ କେବେ କାର୍ଯ୍ୟକାରୀ ହେବାର ଦୃଷ୍ଟାନ୍ତ ନାହିଁ ବୋଲି ଅଭିଯୋଗ ହୁଏ। ଏତଦ୍‌ବ୍ୟତୀତ କେଉଁ ଶିଳ୍ପ ସଂସ୍ଥାର କେତେ କର୍ମଚାରୀ ଅଛନ୍ତି, ତା’ର ସବିଶେଷ ବିବରଣୀ ପ୍ରତିବର୍ଷ ଉକ୍ତ ବିଭାଗ ପାଖରେ ସୂଚନା ଦେବା କଥା। ତା’ମଧ୍ୟ ହେଉ ନ ଥିବା ଜଣାପଡ଼ିଛି।
ପାରାଦୀପର ଯେତେବେଳେ କେଉଁଠି ନିଯୁକ୍ତି ସୁଯୋଗ ସୃଷ୍ଟି ହୁଏ, ସେତେବେଳେ ତଥାକଥିତ ରାଜନେତା, ଶ୍ରମିକ ନେତା ଆବଶ୍ୟକ ପଡ଼ନ୍ତି। ଯେଉଁ ନେତାଙ୍କ ପତିଆରା ଅଧିକ ତାଙ୍କ ପିଲା ନିଯୁକ୍ତି କ୍ଷେତ୍ରରେ ଅଧିକ ସୁଯୋଗ ପାଇଥା’ନ୍ତି। ଏହାର ସୁଯୋଗ ନେଇ କେତେଜଣ ନେତାଙ୍କ ଅନୁଗତମାନେ ଚାକିରି ନାମରେ ଅର୍ଥ ଆଦାୟ କରୁଛନ୍ତି। ଏହା ସତ୍ତ୍ୱେ ନିୟୋଜନ କାର୍ଯ୍ୟାଳୟ ପକ୍ଷରୁ ସେପରି କୌଣସି ପଦକ୍ଷେପ ନିଆଯାଉ ନାହିଁ। କୌତୂହଳ କଥା, ଉକ୍ତ ବିଭାଗର କର୍ମଚାରୀ, ତାଙ୍କ ସନ୍ତାନ ଓ ଆତ୍ମୀୟଙ୍କ ନିଯୁକ୍ତି ପାଇଁ ଏହି ନେତାଙ୍କ ପଛରେ ଦୌଡୁଛନ୍ତି। ଅପରପକ୍ଷେ ପ୍ରଶାସନ ବେଳେବେଳେ କିଛି ସ୍ଥାନରେ ନିଯୁକ୍ତି ମେଳା କରୁଛନ୍ତି। ଏହାବାଦ୍‌ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ମଧ୍ୟ ହେଉଛି। ସେସବୁ କେବଳ ନାମକୁମାତ୍ର ବୋଲି ଦେବୀପ୍ରସାଦ ସାହୁ ନାମକ ଜଣେ ଯୁବକ କହିଛନ୍ତି। ଏ ସମ୍ପର୍କରେ ଜିଲା ନିୟୋଜନ ଅଧିକାରୀ ତାପସ ସ୍ବାଇଁଙ୍କୁ ପଚାରିବାରେ ନିୟମ ତ ଅନେକ ଅଛି, କିନ୍ତୁ ବ୍ୟବସ୍ଥା ବଦଳି ଯାଇଛି; ଯେଉଁଥିପାଇଁ ନିଯୁକ୍ତି ମିଶନ କାର୍ଯ୍ୟକାରୀ ହୋଇପାରୁନି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri