ଢେଙ୍କାନାଳ ଅଫିସ,୨୧।୬, ୨ ବର୍ଷ ତଳୁ ମା’ ବାପାଙ୍କ ମୃତ୍ୟୁ ହୋଇଯାଇଛି। ଜେଜେମା ଓ ଜେଜେ ମଧ୍ୟ ନାହାନ୍ତି। ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଦାଦା ସେମାନଙ୍କ ଲାଳନପାଳନ ନିମନ୍ତେ ସକ୍ଷମ ହୋଇପାରୁ ନାହାନ୍ତି। ତେଣୁ ଜିଲା ପ୍ରଶାସନ ସହାୟ ହେଲେ ସେମାନେ ସାହାରା ପାଇପାରନ୍ତେ ବୋଲି ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ମୋଟଙ୍ଗା ଥାନା ଗୁଡିଆକାଟେଣୀ ନାଣ୍ଡିପୋଲିଆ ଅଞ୍ଚଳର ୨ ଅନାଥ ଭଉଣୀ ଭାଇ ଜିଲା ପ୍ରଶାସନ ନିକଟରେ ସୋମବାର ଅଭିଯୋଗ କରିଛନ୍ତି। ଜିଲାପାଳ ହିନ୍ଦୋଳଠାରେ ଜନ ଅଭିଯୋଗ ଶୁଣାଣି ଶିବିରରେ ଯୋଗ ଦେବାକୁ ଯାଇଥିବାରୁ ଦୁଇ ଶିଶୁ ନିଜର ଦାଦା ରାଜେନ୍ଦ୍ର ନାଏକ ଏବଂ ଓଡ଼ିଶା ଦଳିତ ଅଧିକାର ମଞ୍ଚ ଜିଲା ସଭାପତି କାମାକ୍ଷା ପ୍ରସାଦ ନାଏକଙ୍କ ସହ ଆସି ଅତିରିକ୍ତ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେମାନେ ଦର୍ଶାଇଛନ୍ତି, ନାଣ୍ଡିପୋଲିଆ ଗ୍ରାମର ଶ୍ରମିକ ଭାବେ କାମ କରୁଥିବା ଅନୁସୂଜିତ ଜାତି ସମ୍ପ୍ରଦାୟର ମିଟିକା ନାଏକ(୪୦) ଓ ତାଙ୍କ ସ୍ତ୍ରୀ ଶାନ୍ତିଲତା ନାଏକ(୩୦)ଙ୍କ ଗତ ଦୁଇବର୍ଷ ଭିତରେ କିଡ୍ନୀ ରୋଗରେ ମୃତ୍ୟୁ ହୋଇଯାଇଥିଲା। ସମ୍ପୃକ୍ତ ଦମ୍ପତିଙ୍କ ଦୁଇ ସନ୍ତାନ ମଧ୍ୟରୁ ପୁଅ ଲକ୍ଷ୍ମୀଧର ନାଏକ ତୃତୀୟ ଓ ଝିଅ ଅନ୍ନପୂର୍ଣ୍ଣା ନାଏକ ପ୍ରଥମ ଶ୍ରେଣୀରେ ପଢୁଛନ୍ତି ା ଦୁଇ ଶିଶୁଙ୍କ ଜେଜେମା ଓ ଜେଜେ ବାପାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। ଫଳରେ ସେମାନେ ହିନ୍ଦୋଳ ବ୍ଲକ ବାବନ୍ଧଠାରେ ରହି ଶ୍ରମିକ ଭାବେ କାମ କରୁଥିବା ଦାଦା ରାଜେନ୍ଦ୍ର ନାଏକଙ୍କ ପାଖରେ ରହୁଛନ୍ତି। ରାଜେନ୍ଦ୍ର ଶ୍ରମିକ ଭାବେ କାମ କରୁଥିବାବେଳେ ତାଙ୍କର ମଧ୍ୟ ଦୁଇଟି ଶିଶୁ ରହିଛନ୍ତି। ଫଳରେ ରାଜେନ୍ଦ୍ର ଲକ୍ଷ୍ମୀଧର ଓ ଅନ୍ନପୂର୍ଣ୍ଣାଙ୍କୁ ପାଠ ପଢାଇବା ଓ ପାଳିବାରେ ସକ୍ଷମ ହୋଇପାରୁନାହାନ୍ତି। ପାଠ ପଢିବାରେ ଆଗ୍ରହ ଥିଲେ ମଧ୍ୟ ମା, ବାପାଙ୍କୁ ହରାଇଥିବା ଦୁଇ ଶିଶୁଙ୍କ ପାଇଁ ଥଇଥାନ ଏବଂ ଆର୍ଥିକ ସଙ୍କଟ ପ୍ରମୁଖ ପ୍ରତିବନ୍ଧକ ସାଜିଛି। ସହାୟତାର ହାତ ବଢାଇବା ପାଇଁ ଏବଂ ସାହାରା ପ୍ରଦାନ ପାଇଁ ଉଭୟେ ଶିଶୁ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।
ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା
ଭୁବନେଶ୍ୱର,୨୧ା୧୨(ସୁନିତ୍ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...
ପିୟୁସିସି ନ ଥିଲେ ପେଟ୍ରୋଲ ପମ୍ପରେ ତେଲ ମିଳିବନି
ଭୁବନେଶ୍ୱର/କଟକ,୨୧ା୧୨ (ତ୍ରିନାଥ ମହାନ୍ତି/କାର୍ତ୍ତିକ ସାହୁ): ଦିଲ୍ଲୀ ଭଳି ଭୁବନେଶ୍ୱର ଏବଂ ରାଜ୍ୟର ବିଭିନ୍ନ ସହରରେ ବାୟୁ ପ୍ରଦୂଷଣ ମାତ୍ର ଦିନକୁ ଦିନ ବଢ଼ିବାରେ ଲାଗିଛି। ପ୍ରତିଦିନ...
୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର
ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...
ରାଜଧାନୀରେ ନାବାଳିକାଙ୍କୁ ଗଣବଳାତ୍କାର: ପୁରୁଷବନ୍ଧୁ ସାଥିରେ ଆଣି…
ଭୁବନେଶ୍ୱର,୨୧।୧୨(ତ୍ରିନାଥ ମହାନ୍ତି): ଧଉଳିରେ ନାବାଳିକାଙ୍କୁ ଗଣବଳାତ୍କାର ଘଟଣା ମନରୁ ଲିଭି ନ ଥିବାବେଳେ ପୁଣି ଶହୀଦନଗର ଥାନା ଅଞ୍ଚଳରେ ଆଉ ଜଣେ ୧୭ ବର୍ଷର ନାବାଳିକା...
ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ
ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...
ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?
ଭୁବନେଶ୍ୱର,୨୧ା୧୨(ସୁନିତ୍ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...
ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…
ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...
ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!
କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...
Archives


