ବଣରୁ ବାଉଁଶ ଆଣୁଥିବା ବେଳେ ୨ ଜଣଙ୍କୁ ଆକ୍ରମଣ

ବୁଗୁଡ଼ା,୧୯ ।୬(ଡି.ଏନ.ଏ.) ସ୍ତ୍ରୀ ଫରେଷ୍ଟର ହେଲେ ସ୍ବାମୀ ଚଳାଇଛନ୍ତି ଦୌରାତ୍ମ୍ୟ। ଗତ ଶୁକ୍ରବାର ବଣରୁ ବାଉଁଶ ଆଣୁଥିବା ବେଳେ ୨ ଜଣଙ୍କ ହାତ ଭାଙ୍ଗି ଦେଇଥିବା ଜଣେ ଫରେଷ୍ଟରଙ୍କ ସ୍ବାମୀଙ୍କ ନଁାରେ ଅଭିଯୋଗ ହୋଇଛି। ବୁଗୁଡ଼ା ଥାନା ମାଣିତରା ପଞ୍ଚାୟତ ଅନ୍ତର୍ଗତ ତାମ୍ବିରି ଗ୍ରାମର ବାଉଁଶରେ ବିଭିନ୍ନ ସାମଗ୍ରୀ କରି ପରିବାର ପ୍ରତିପୋଷଣ କରୁଥିବା ଚୈତନ୍ୟ ନାୟକ ଓ ପ୍ରତାପ ନାୟକ ନଗୁଡୁ ପାହାଡ଼ରୁ କୁଲା, ଡାଲା ଓ ବାଉଁଶ ତାଟ ପାଇଁ ବାଉଁଶ ନେଇ ଆସୁଥିବା ବେଳେ ନଗୁଡୁ-ଭୋଗଡ଼ା ରାସ୍ତାରେ ସମ୍ପୃକ୍ତ ଫରେଷ୍ଟରଙ୍କ ସ୍ବାମୀ ସେମାନଙ୍କୁ ଧରି ନେଇ ଫରେଷ୍ଟ ବଙ୍ଗଳାର ଗୋଟିଏ ଘରେ ତାଲା ପକାଇ ରଖି ପ୍ରବଳ ମାଡ଼ ମାରିଥିଲେ। ସେମାନେ ଘରକୁ ଫେରିବା ଡେରି ହେବାରୁ ଚୈତନ୍ୟଙ୍କ ସ୍ତ୍ରୀ ଜୟନ୍ତୀ ଓ ପ୍ରତାପର ସ୍ତ୍ରୀ ଝୁନୁ ନାୟକ ଖୋଜି ଖୋଜି କରି ଅପରାହ୍ନରେ ମାଣିତରା ଫରେଷ୍ଟ ବଙ୍ଗଳାରେ ଭେଟିଥିଲେ। ସେମାନଙ୍କୁ ଖାଇବାକୁ ନ ଦେଇ ପ୍ରବଳ ମାଡ଼ ମରାଯାଇଥିବାରୁ ହାତ ଗୋଡ଼ ଫୁଲି ଯାଇଥିବା ଦେଖିଥିଲେ ଏବଂ ଉଭୟଙ୍କୁ ଛାଡି ଦେବାକୁ ଫରେଷ୍ଟରଙ୍କ ଆଗରେ ଜୟନ୍ତୀ ଓ ଝୁନୁ ନେହୁରା ହୋଇଥିଲେ। କିନ୍ତୁ ୫ ହଜାର ଟଙ୍କା ଓ ଗାଁର ୫ ଜଣକୁ ଧରିକି ଆସିଲେ ସେମାନଙ୍କୁ ଛଡା ଯିବ ବୋଲି ଫରେଷ୍ଟରଙ୍କ ସ୍ବାମୀ କହିଥିଲେ। ଦୁଇ ମହିଳା ଫେରି ଯାଇ ଗାଁ ଲୋକଙ୍କୁ ସବୁ ବିଷୟ କହିବା ପରେ ଫରେଷ୍ଟରଙ୍କ ସ୍ବାମୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଖବର ଲେଖା ହେବା ସୁଦ୍ଧା ଥାନାରେ କୌଣସି ମାମଲା ପଞ୍ଜିକରଣ ହୋଇ ନ ଥିବା ବେଳେ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଇଆଇସି ଚିତ୍ତରଞ୍ଜନ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ନିକଟରେ କୁଟୁରାକୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ ଘଟିଗଲା…

ଭଞ୍ଜନଗର,୯।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଦୁର୍ଗାପ୍ରାସାଦ ମୁଖ୍ୟ ରାସ୍ତାର ସୋରଦେବୀ ମନ୍ଦିର ନିକଟରେ ମଙ୍ଗଳବାର ସକାଳେ ବାଇକ ଧକ୍କାରେ ଏକ କୁଟୁରା ମୃତ୍ୟୁବରଣ କରିଛି। ଏଥିରେ...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଟାଇକୋଣ୍ଡୋ ଏକାଡେମୀର ଗୌରବମୟ ସଫଳତା: ସୋହନଙ୍କୁ ମିଳିଲା…

ଛତ୍ରପୁର,୮।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ନିକଟ ଧିରେଶର୍‌ ବିଦ୍ୟାପୀଠର ନବମ ଶ୍ରେଣୀ ଛାତ୍ର ଏସ୍‌. ସୋହନ ରେଡ୍ଡି ଅରୁଣାଞ୍ଚଳ ପ୍ରଦେଶରେ ହୋଇଥିବା ଜାତୀୟ ବିଦ୍ୟାଳୟ ସମୂହ କ୍ରୀଡା...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri