ବିପଦରେ ୪୮ ସ୍ଥାନର ବାସିନ୍ଦା

ଯାଜପୁର ଅଫିସ,୧୯।୬: ପାନୀୟ ଜଳ ପାଇଁ ଉଦ୍ଦିଷ୍ଟ ‘ଆଇଏସ୍‌: ୧୦୫୦୦-୨୦୧୨’ ମାପଦଣ୍ଡ ଅନୁଯାୟୀ ରାଜ୍ୟର ୨୫ ଜିଲାର ୪୮ ସ୍ଥାନର ଭୂତଳ ଜଳ ବ୍ୟବହାର ଅନୁପଯୋଗୀ। ଏହିସବୁ ସ୍ଥାନର ଭୂତଳ ଜଳରେ ପୋଟେନ୍‌ସିଆଲ ଅଫ୍‌ ହାଇଡ୍ରୋଜେନ(ପିଏଚ୍‌), ନାଇଟ୍ରେଟ୍‌, ଫ୍ଲୋରାଇଡ, ଆଇରନ୍‌, ଟୋଟଲ କୋଲିଫର୍ମ (ଟିସି) ଓ ଫେକାଲ କୋଲିଫର୍ମ (ଏଫ୍‌ସି) ଭଳି ବିଷାକ୍ତ ରାସାୟନିକ ପଦାର୍ଥ ଆଇଏସ୍‌ ମାପଦଣ୍ଡଠାରୁ ବହୁଗୁଣ ଅଧିକ ରହିଛି। ବିଶେଷକରି ଖଣିଖାଦାନ ଅଞ୍ଚଳର ଭୂତଳ ଜଳରେ ପିଏଚ୍‌ ଏବଂ ଆଇରନ୍‌ ମାତ୍ରା ଚିନ୍ତାଜନକ ଥିବା ରିପୋର୍ଟରୁ ଜଣାପଡ଼ିଛି। ୨୦୨୧ ଏପ୍ରିଲ ଏବଂ ଅକ୍ଟୋବରରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି) ପକ୍ଷରୁ ୩୦ ଜିଲାର ୯୧ ସ୍ଥାନର ଭୂତଳ ଜଳ ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି। ଏନେଇ ଏସ୍‌ପିସିବି ସଦସ୍ୟ ସଚିବ କେ. ମୁରୁଗେଶନ ଗତ ମେ ୨୩ରେ ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବଙ୍କୁ ଅବଗତ କରାଇଛନ୍ତି। ଏହି ରିପୋର୍ଟ ସଂକ୍ରାନ୍ତରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ଅନୀଲ କୁମାର ପଟ୍ଟନାୟକ ଗତ ଜୁନ୍‌ ୩ରେ ରାଜ୍ୟ ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ଗୃହ ଓ ନଗର ଉନ୍ନୟନ, ଭୂତଳ ଜଳ ଉନ୍ନୟନ ବିଭାଗକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଚିଠି କରିଛନ୍ତି। ତେବେ ଗତ ପ୍ରାୟ ୫ ବର୍ଷ ହେଲା ଭୂତଳ ଜଳ ପରୀକ୍ଷା ଏବଂ କାଗଜପତ୍ରରେ କାର୍ଯ୍ୟାନୁଷ୍ଠାନ ସୀମିତ ରହିଥିବାରୁ ସମ୍ପୃକ୍ତ ଅଞ୍ଚଳରେ କିଡ୍‌ନୀ ଜନିତ ଏବଂ ଅନ୍ୟାନ୍ୟ ଜଳବାହିତ ରୋଗ ବୃଦ୍ଧି ପାଉଥିବା ମତପ୍ରକାଶ ପାଇଛି।
ରାଜ୍ୟରେ କେବଳ ନଦୀଜଳ କିମ୍ବା ଭୂପୃଷ୍ଠ ଜଳ ନୁହେଁ, ଭୂତଳ ଜଳ ମଧ୍ୟ ବିଷାକ୍ତ ହୋଇପଡ଼ିଲାଣି। ରିପୋର୍ଟକୁ ଅବଲୋକନ କଲେ ଆଗାମୀ ଦିନରେ ସ୍ବଚ୍ଛ ପାନୀୟ ଜଳ ମିଳିବା ନେଇ ଆଶଙ୍କା ଉପୁଜିଛି। ଶିଳ୍ପ ଓ ଖଣି ଆଖପାଖ ଅଞ୍ଚଳରେ ଶତାଧିକ ଲୋକ କିଡ୍‌ନୀ ରୋଗରେ ପ୍ରାଣ ହରାଉଥିବା ଅନେକ ନଜିର ରହିଛି। ଯାଜପୁର ଜିଲାର କଳିଙ୍ଗନଗର ଏବଂ ସୁକିନ୍ଦା ଖଣି ଅଞ୍ଚଳକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ। ଗତ ୧୦ ବର୍ଷରେ ଏଠାରେ ପ୍ରାୟ ୫୦୦ ଲୋକ କିଡ୍‌ନୀ ରୋଗରେ ପ୍ରାଣ ହରାଇଥିବାବେଳେ ଏବେ ବି ୧ ହଜାରରୁ ଊର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଭୂତଳ ଜଳରେ ଆଇରନ୍‌ ସହ ଅନ୍ୟାନ୍ୟ ବିଷାକ୍ତ ପଦାର୍ଥ ରହିଥିବା ପ୍ରମାଣିତ ହୋଇଥିଲେ ହେଁ ପ୍ରଶାସନିକସ୍ତରରେ କୌଣସି ଦୃଷ୍ଟାନ୍ତମୂଳକ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରା ନ ଯିବା ଲୋକଙ୍କ ଜୀବନ ସହିତ ଖେଳିବା ସଦୃଶ ମନେହେଉଛି। ଏସ୍‌ପିସିବିର ରିପୋର୍ଟ ଅନୁସାରେ ଭୁବନେଶ୍ୱରର ଖଣ୍ଡଗିରି, କଳ୍ପନା, ଲକ୍ଷ୍ମୀନଗର, ସାମନ୍ତରାପୁର, ଚନ୍ଦ୍ରଶେଖରପୁର, କ୍ୟାପିଟାଲ ହସ୍ପିଟାଲ ଏବଂ ଗର୍ଭନର ହାଉସ ଅଞ୍ଚଳର ଭୂତଳ ଜଳରେ ପିଏଚ୍‌ ପରିମାଣ ଅଧିକ ରହିଛି। ସେହିପରି ସମ୍ବଲପୁରର ପାନ୍ଥନିବାସ, ଝାରସୁଗୁଡାର ବଡ଼ମାଳ, ବ୍ରଜରାଜନଗର ମାଇନିଂ ବେଲ୍ଟ, ଆଇବି ଥର୍ମାଲ ପାୱାର ଷ୍ଟେଶନ ଓ ବେଲପାହାଡ, କେନ୍ଦୁଝର ଜିଲାର ଯୋଡ଼ା ଇଷ୍ଟ ଆଇରନ୍‌ ଓର୍‌ ମାଇନ୍ସ, ଟାଟା ଷ୍ଟିଲ୍‌ର ଯୋଡ଼ା ୱେଷ୍ଟ ମାଇନ୍ସ, ସିରାଜୁଦ୍ଦିନର ବାଲଦା ବ୍ଲକ ଆଇରନ୍‌ ଓର୍‌ ମାଇନ୍ସ, କେ.ଏନ. ରାମ ଆଣ୍ଡ କୋ’ର ରୋଇଡା-୨ ଆଇରନ୍‌ ଓର୍‌ ମାଇନ୍ସ, କେପି ଏଣ୍ଟରପ୍ରାଇଜର୍ସର ଠାକୁରାଣୀ ଆଇରନ୍‌ ଓର୍‌ ମାଇନ୍ସ ଏବଂ ନୟାଗଡ଼ ଜିଲାର ସଲିଡ୍‌ ୱେଷ୍ଟ ଡମ୍ପ୍‌ସାଇଟ୍‌ ନିକଟ ଅଞ୍ଚଳ ଓ ଜିଲା ମେଡିକାଲ ପରିସର ଭୂତଳ ଜଳରେ ପିଏଚ୍‌ ପରିମାଣ ମାପଦଣ୍ଡଠାରୁ ବହୁ ଗୁଣରେ ଅଧିକ ରହିଛି। ପୁରୀ ସମୁଦ୍ର କୂଳ, ଅନୁଗୋଳ ଟାଉନଶିପ ଓ ବଅଁରପାଳ, ଝାରସୁଗୁଡ଼ା ବେଲପାହାଡ଼, ବ୍ରହ୍ମପୁର ରେଳଷ୍ଟେଶନ ଓ ବଡ଼ବଜାର, ଗଜପତି ଜିଲାର ମ୍ୟୁନିସିପାଲ ସଲିଡ୍‌ ୱେଷ୍ଟ ଡମ୍ପ୍‌ସାଇଟ୍‌, କେଲିସାହି, ପାରଳାଖେମୁଣ୍ଡି ଜିଲା ସଦର ଡାକ୍ତରଖାନା ପରିସର ଭୂତଳ ଜଳରେ ନାଇଟ୍ରେଟ୍‌ ମାତ୍ର ଅଧିକ ରହିଛି। ବାଲେଶ୍ୱର ଜିଲାର କୁଅଁରପୁର ଅଞ୍ଚଳ ଭୂତଳ ଜଳରେ ଫ୍ଲୋରାଇଡ୍‌ ମାତ୍ରା ଅଧିକ ରହିଥିବା ଜଣାପଡିଛି। ଏହାବାଦ ଭୁବନେଶ୍ୱର ଖଣ୍ଡଗିରି, କଳ୍ପନା-ଲକ୍ଷ୍ମୀନଗର ଅଞ୍ଚଳ, କ୍ୟାପିଟାଲ ହସ୍ପିଟାଲ ଅଞ୍ଚଳ, କଟକ ବାଦାମବାଡ଼ି, ଯାଜପୁର ଜିଲାର କମର୍ଦ୍ଦା ଖଣି ଅଞ୍ଚଳ, ଅନୁଗୋଳ ନାଲ୍‌କୋ ଟାଉନଶିପ ଓ କୁଲାଡ, ଝାରସୁଗୁଡା ରାମପୁର ପାଣିଟାଙ୍କି, ଇବ୍‌ଥର୍ମାଲ ପାୱାର ଷ୍ଟେଶନ ଓ ବେଲପାହାଡ ଅଞ୍ଚଳ, ମୟୂରଭଞ୍ଜ ଜିଲା ଧାଙ୍ଗିଡିମୁଲା ଗ୍ରାମ, କୁସୁମୀ ଓ ନୂଆପଡ଼ା ସରକାର ଡାକ୍ତରଖାନା, କେନ୍ଦ୍ରାପଡ଼ା ଜିଲା କୋର୍ଟଛକ, ନୟାଗଡ ଜିଲା ସଲିଡ୍‌ ୱେଷ୍ଟ ଡମ୍ପ୍‌ସାଇଟ୍‌, ଜିଲା ସଦର ଡାକ୍ତରଖାନା ପରିସର ଭୂତଳ ଜଳରେ ଆଇରନ ମାତ୍ରା ଅଧିକ ରହିଛି। ବାଲେଶ୍ୱର ଜିଲା ଚକୁଳିଆ, କୋରାପୁଟ ଜଗନ୍ନାଥ ମନ୍ଦିର ନିକଟ, ମୟୂରଭଞ୍ଜ ଜିଲା ଧାଙ୍ଗିଡିମୁଲା ଗ୍ରାମ ଓ ସୁକ୍ରିବାଟିଂ ବସ୍ତି ଏବଂ ବଲାଙ୍ଗୀର ସୁଦପଡ଼ା ପୋଷ୍ଟ ଅଫିସ ନିକଟ ଭୂତଳ ଜଳରେ ଟୋଟଲ କୋଲିଫର୍ମ ଓ ଫେକାଲ କୋଲିଫର୍ମ ମାତ୍ରା ଅଧିକ ରହିଥିବାରୁ ତାହା ବ୍ୟବହାର ଅନୁପଯୋଗୀ ବୋଲି ରିପୋର୍ଟରେ ଦର୍ଶାଯାଇଛି।
ବାୟୁ ଓ ଜଳ ପ୍ରଦୂଷଣକୁ ନେଇ ଖଣି ଓ ଶିଳ୍ପ ସଂସ୍ଥାଗୁଡ଼ିକ କାହାରି ବୋଲ ମାନୁନାହାନ୍ତି। ଖଣି ପରିସର ବିଷାକ୍ତ ପାଣିକୁ ଆବଶ୍ୟକ ଉପଚାର ନ କରି ନିକଟସ୍ଥ ନଦୀନାଳକୁ ଛାଡି ଦେଉଛନ୍ତି। ସେହି ପାଣି ଭୂତଳକୁ ରିଚାର୍ଜ ହୋଇ ଭୂତଳ ଜଳ ବିଷାକ୍ତ ହେଉଥିବା ମତପ୍ରକାଶ ପାଇଛି।

 

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ୍‌ସେବା, ମାଗଣାରେ ପିଲାଙ୍କୁ ମିଳିବ…

ଭୁବନେଶ୍ୱର,୨୭ା୧୨: ରାଜ୍ୟରେ ଖୁବ୍‌ଶୀଘ୍ର ଲାଗୁ ହେବ ମୁଖ୍ୟମନ୍ତ୍ରୀ ବସ ସେବା ବା ଏମ୍‌ବିଏସ୍‌। ଏନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି। ବିଦ୍ୟାଳୟ ଓ...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri