ଦୁଇବର୍ଷରେ ଦୟନୀୟ

ଭୁବନ, ୧୭ା୬(ଡି.ଏନ୍‌.ଏ.) କେଉଁଠି ଭାଙ୍ଗିପଡ଼ିଛି କଳକବ୍‌ଜା ତ ଆଉ କେଉଁଠି ଚୋରି ହୋଇଗଲାଣି ଯନ୍ତ୍ରାଂଶ। ଦୁଇବର୍ଷ ତଳେ ଯେଉଁ ବ୍ୟାୟାମଶାଳାରେ ସକାଳେ ସଞ୍ଜରେ ଅସମ୍ଭବ ଭିଡ଼ ହେଉଥିଲା, ଏବେ ସେହି ସ୍ଥାନ ଖଁା ଖଁା। ହାତଗଣତି ଲୋକ ଆସୁଛନ୍ତି। ଯେଉଁମାନେ ଆସୁଛନ୍ତି, ଘଣ୍ଟାଏ ଅଧଘଣ୍ଟା ଭିତରେ ପଳାଉଛନ୍ତି। ପରିଚାଳନା ଅଭାବରୁ ମାତ୍ର ଦୁଇବର୍ଷ ମଧ୍ୟରେ ଏଭଳି ଦୟନୀୟ ସ୍ଥିତିରେ ପହଞ୍ଚତ୍ୟାଇଛି ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ୧ନଂ. ଓ୍ବାର୍ଡରେ କରାଯାଇଥିବା ଓପନ୍‌ ଜିମ୍‌। କରୋନା ମହାମାରୀ ପୂର୍ବରୁ ଭୂରିଭୂରି ପ୍ରଶଂସା ସାଉଁଟୁଥିବା ଜିମ୍‌ର ଏଭଳି ଅବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସହରର ଯୁବପିଢ଼ି ଏବଂ ବୟୋଜ୍ୟେଷ୍ଠ।
ସୁସ୍ଥ ରହିବେ ସହରବାସୀ। ସୈନ୍ୟବାହିନୀରେ ଯୋଗଦେବାକୁ ଆଶାୟୀ ଯୁବକମାନେ ସୁବିଧାରେ ବ୍ୟାୟାମ କରିବେ। ବୟୋଜ୍ୟେଷ୍ଠମାନେ ନେଇପାରିବେ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣର ମଜା। ଏଭଳି କିଛି ମହତ୍‌ ଉଦ୍ଦେଶ୍ୟ ରଖି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ୧ନଂ. ଓ୍ବାର୍ଡ ଅଧୀନ ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆରେ ଏନ୍‌ଏସି ପକ୍ଷରୁ ଦୁଇବର୍ଷ ତଳେ ଖୋଲିଥିଲା ଓପନ୍‌ ଜିମ୍‌। ଏଥିରେ ଖର୍ଚ୍ଚ ହୋଇଥିଲା ସର୍ବମୋଟ ୨୨ ଲକ୍ଷ ଟଙ୍କା। ତନ୍ମଧ୍ୟରୁ ୭ ଲକ୍ଷ ଟଙ୍କା ନିର୍ମାଣ କାର୍ଯ୍ୟରେ ଏବଂ ଅବଶିଷ୍ଟ ୧୫ ଲକ୍ଷ ଟଙ୍କାରେ ବିଭିନ୍ନ ବ୍ୟାୟାମ ଉପକରଣ କିଣାଯାଇଥିଲା। ଏଥିସହ ମହିଳା ଓ ପୁରୁଷଙ୍କ ଲାଗି ପୃଥକ୍‌ ଶୌଚାଳୟ ମଧ୍ୟ ନିର୍ମାଣ କରାଯାଇଥିଲା। ସହରରେ ଥିବା ବେସରକାରୀ ଜିମ୍‌ରେ ଯୁବପିଢ଼ି ବ୍ୟାୟାମ କରୁଥିବାବେଳେ ଏଥିଲାଗି ମାସିକ ଶୁଳ୍କ ଦେବାକୁ ପଡୁଥିଲା। ତେବେ ଓପନ୍‌ ଜିମ୍‌ ନିଃଶୁଳ୍କ ହୋଇଥିବାରୁ ଛୋଟ ପିଲାଙ୍କଠାରୁ ବୟସ୍କ ଯାଏ ଏହି ମୁକ୍ତ ବ୍ୟାୟାମଶାଳା ମୁହଁା ହୋଇଥିଲେ। ବିଶେଷ କରି ବରିଷ୍ଠମାନଙ୍କ ପାଇଁ ଏହା ପାଲଟିଥିଲା ଅବସର ବିନୋଦନର ମାଧ୍ୟମ। କିନ୍ତୁ ନିର୍ମାଣର ମାତ୍ର ଦୁଇବର୍ଷ ମଧ୍ୟରେ ଅବ୍ୟବହୃତ ହୋଇପଡ଼ିଛି ଏହି ମୁକ୍ତାକାଶ ବ୍ୟାୟାମଶାଳା। କରୋନା ସମୟରେ ସଂକ୍ରମଣ ପାଇଁ ଏହା ଦୀର୍ଘଦିନ ଧରି ବନ୍ଦ ରହିଲା। ଏହାର ସୁଯୋଗରେ ଉପକରଣଗୁଡ଼ିକ ଚୋରି ହୋଇଯାଇଛି। ରକ୍ଷଣାବେକ୍ଷଣା ଅଭାବରୁ କେତେକ ଭାଙ୍ଗିରୁଜି ଯାଇ ବ୍ୟବହାର ଅନୁପଯୋଗୀ ହୋଇପଡ଼ିଛି। ତେଣୁ ବ୍ୟାୟାମଶାଳାକୁ ଆସିବାକୁ ମୁହଁ ଫେରାଉଛନ୍ତି ଲୋକେ।
ଅନ୍ୟପଟେ ଶୌଚାଳୟ ଦୁଇଟି ଆରମ୍ଭରୁ ତାଲା ପଡ଼ିଛି। ଫଳରେ ସକାଳେ ଓ୍ବାକିଂ କରିବାକୁ ଆସୁଥିବା ଯୁବତୀଯୁବକମାନେ ଶୌଚ, ପରିସ୍ରା କରିବା ଲାଗି ଅସ୍ବାଭାବିକ ସ୍ଥିତିରେ ପଡୁଛନ୍ତି। ଅନେକ ସମୟରେ ଗଛ ଆଢୁଆଳରେ ପରିସ୍ରା କରିବାକୁ ବାଧ୍ୟ ହେଉଛନ୍ତି। ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ସତ୍ତ୍ୱେ ଶୌଚାଳୟ ଖୋଲିବା, ଉପକରଣଗୁଡ଼ିକର ଯନ୍ତ୍ରାଂଶ ଲଗାଇ କାର୍ଯ୍ୟକ୍ଷମ କରିବା ନେଇ ଆନ୍ତରିକତା ଦେଖିବାକୁ ମିଳୁନାହିଁ। ଏହାକୁ ନେଇ କ୍ରୀଡ଼ାବିତ୍‌, ବରିଷ୍ଠ ନାଗରିକ ଏବଂ ଯୁବପିଢ଼ିଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri