୧୨ ଘଣ୍ଟା ବାଲେଶ୍ୱର ବନ୍ଦ

ବାଲେଶ୍ୱର ଅଫିସ, ୧୭ା୬ ବାଲେଶ୍ୱର ଜିଲା ପୋଲିସ ପ୍ରଶାସନର ନିଷ୍କ୍ରିୟତା ଯୋଗୁ ସହରରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ଏହାର ପ୍ରତିବାଦରେ ଗୁରୁବାର ପୂର୍ବାହ୍ନ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ (୧୨ ଘଣ୍ଟିଆ) ବନ୍ଦ ସମ୍ପୂର୍ଣ୍ଣ ସଫଳ ହୋଇଛି। ବିଭିନ୍ନ ଗଣସଙ୍ଗଠନ ଓ ରାଜନୈତିକ ଦଳର କର୍ମୀମାନେ ସହରରେ ଥିବା ବିଭିନ୍ନ ବ୍ୟାଙ୍କ୍‌, ବୀମା, ଡାକ ଓ ସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ କୌଣସି କର୍ମଚାରୀ ପ୍ରବେଶ କରିପାରି ନ ଥିଲେ। ବଡ଼ ବଡ଼ ବ୍ୟବସାୟିକ ଅନୁଷ୍ଠାନ, ପନିପରିବା, ଫଳ ଓ ମାଛ ମାର୍କେଟ୍‌ ସମ୍ପୂର୍ଣ୍ଣ ବନ୍ଦ ଥିଲା। ରଜ ଛୁଟି ପରେ ଗୁରୁବାର ପୂର୍ବାହ୍ନ ୧୦ଟାରୁ ଅଫିସ୍‌ଗୁଡ଼ିକ ଖୋଲିବାର ଥିଲେ ମଧ୍ୟ କୌଣସି ସରକାରୀ ଅଫିସ୍‌, କୋର୍ଟ କଚେରୀ, ପୌର କାର୍ଯ୍ୟାଳୟ ଖୋଲି ପାରିନଥିଲା। ସହରରେ କେବଳ ଦୁଇଚକିଆ ଯାନ ଚଳାଚଳ ବ୍ୟତୀତ ଅନ୍ୟ ସମସ୍ତ ପ୍ରକାର ଗାଡ଼ି ଚଳାଚଳ ଓ ପେଟ୍ରୋଲ୍‌ ପମ୍ପ୍‌ଗୁଡ଼ିକ ବନ୍ଦ ଥିବାର ଦେଖାଯାଇଥିଲା। ସହରର ମୁଖ୍ୟ ବ୍ୟବସାୟ କେନ୍ଦ୍ର ମୋତିଗଞ୍ଜ ବଜାର ଓ ନୂଆବଜାରରେ କୌଣସି ବ୍ୟବସାୟ ପ୍ରତିଷ୍ଠାନ ଖୋଲା ନ ଥିଲା। ଷ୍ଟେଶନ ଛକ, ଫକୀରମୋହନ ଗୋଲେଇ, ଫାଣ୍ଡି ଛକ, ଗୋଳାପୋଖରୀ ଛକ ଓ ବସ୍‌ଷ୍ଟାଣ୍ଡ୍‌ରେ ଆନ୍ଦୋଳନକାରୀମାନେ ଜିଲା ପୋଲିସ୍‌ର ଅପାରଗତା ବିରୋଧରେ ବିଭିନ୍ନ ପ୍ରକାର ନାରା ଦେଇ ରାସ୍ତା ଅବରୋଧ କରିଥିଲେ। ପରିବହନ ଶ୍ରମିକ, ଉଠାଦୋକାନୀ, ଅଟୋ, ଟ୍ୟାକ୍ସି ଓ ରିକ୍ସାଚାଳକମାନେ ବନ୍ଦକୁ ଦୃଢ଼ ସମର୍ଥନ ଜଣାଇଥିଲେ।
ଗତ କିଛିଦିନ ଧରି ଚୋରି, ଡକାୟତ, ଲୁଟ୍‌, ଛିନ୍‌ତାଇ, ରାହାଜାନି, ହତ୍ୟା, ଗୁଳିଚାଳନା ଓ ନିଶା କାରବାର ଆଦି ଆପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବାରୁ ଜିଲା ଓକିଲ ସଂଘ ଓ ବାଲେଶ୍ୱର ସିଭିଲ୍‌ ସୋସାଇଟି ପକ୍ଷରୁ ଦିଆଯାଇଥିବା ବନ୍ଦ ଆହ୍ବାନକୁ ବରିଷ୍ଠ ନାଗରିକ ମଞ୍ଚ ସମେତ ବିଭିନ୍ନ ସାମାଜିକ, ସାଂସ୍କୃତିକ ସଙ୍ଗଠନ, ସମସ୍ତ ବାମପନ୍ଥୀ ଦଳ ଏବଂ କଂଗ୍ରେସ ଦଳ ସମେତ ସେମାନଙ୍କର ଗଣସଙ୍ଗଠନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ଭାଜପା ଯୁବମୋର୍ଚ୍ଚା ଉପସଭାପତି ମାନସ କୁମାର ଦତ୍ତ ବନ୍ଦ ଡାକରା ଦେଇଥିଲେ। ଯଦି ଗୃହ ବିଭାଗ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ୱ ରହିଛି। ସହରରେ ଶାନ୍ତିଶୃଙ୍ଖଳା ଫେରାଇ ଆଣିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଭାଜପା ଦାବି କରିଛି। ଭାଜପା କର୍ମୀମାନେ ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ସହରର ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ବ୍ୟାପକ ପୋଲିସ୍‌ ମୁତୟନ ହୋଇଥିଲେ। ଖୁବ୍‌ଶୀଘ୍ର ସରକାର ଜିଲା ଆରକ୍ଷୀ ଅଧୀକ୍ଷକଙ୍କୁ ବଦଳି କରି ତୁରନ୍ତ ଅପରାଧ ନିୟନ୍ତ୍ରଣ ଦିଗରେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ସାରା ଜିଲାକୁ ବନ୍ଦ କରାଯିବ ବୋଲି ଜିଲା ଓକିଲ ସଂଘ ଓ ସିଭିଲ୍‌ ସୋସାଇଟି ପକ୍ଷରୁ ଚେତାବନୀ ଦେଇଛନ୍ତି। ଏହି ୧୨ଘଣ୍ଟିଆ ବନ୍ଦ ଆନ୍ଦୋଳନରେ ଜିଲା ଓକିଲ ସଂଘର ସଭାପତି ମନୋଜ ନାୟକ ଓ ସମ୍ପାଦକ ସମ୍ବିତ୍‌ ନନ୍ଦୀ, ବାଲେଶ୍ୱର ସିଭିଲ୍‌ ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ଓ ବରିଷ୍ଠ ନାଗରିକ ମଞ୍ଚର ଜିଲା ସମ୍ପାଦକ ଲକ୍ଷ୍ମୀଧର ବେହେରାଙ୍କ ସମେତ ବାମପନ୍ଥୀ ଦଳ ଓ ଜାତୀୟ କଂଗ୍ରେସ ପକ୍ଷରୁ ଦଳୀୟ ନେତା ଓ ସେମାନଙ୍କର ବିଭିନ୍ନ ଗଣସଙ୍ଗଠନରୁ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, ଶିଶିର ହୁଇ, ଗୌରାଙ୍ଗ ପାଣିଗ୍ରାହୀ, ଜୟନ୍ତ ଦାସ, ନିରଞ୍ଜନ ପରିଡ଼ା, ପ୍ରେମରଞ୍ଜନ ପାତ୍ର, ବିକ୍ରମ ପଣ୍ଡା, ଅର୍ଚ୍ଚନା ନନ୍ଦୀ, ବିକାଶ ଦାସ, ବାସନ୍ତୀ ସାମଲ, ତୁଷାରକାନ୍ତି ତପସୀ, ବିଜୟ ପାତ୍ର, ଆଇନଜୀବୀ ଶକ୍ତିଧର ସାନ୍ତରା, ଶାନ୍ତନୁ ଦାସ, ସୂର୍ଯ୍ୟକାନ୍ତ କର ପ୍ରମୁଖ ଶାନ୍ତିପୂର୍ଣ୍ଣ ବନ୍ଦ ଆନ୍ଦୋଳନରେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଲେ

ରେମୁଣା,୩୦।୪(ରବୀନ୍ଦ୍ର ମହାକୁଡ଼): ବାଲେଶ୍ୱର ଜିଲା ରେମୁଣା ନିର୍ବାଚନମଣ୍ଡଳୀ ଅଧୀନ କୁରୁଡ଼ା ଯାତ୍ରାପଡ଼ିଆଠାରେ କଂଗ୍ରେସର ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଯାଇଛି। ଏମ୍‌ପି ପ୍ରାର୍ଥୀ ଶ୍ରୀକାନ୍ତ ଜେନା...

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମଙ୍ଗଳବାର ପୁଳାପୁଳା ଟଙ୍କା ଜବତ ହୋଇଛି। ଏହା ୭୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ଦୁଇ ଜଣ...

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

ଓଡ଼ିଶାରୁ ମାୟାନଗରୀ ଲମ୍ବିଛି ରାହୁଲଙ୍କ ନିଶା କାରବାର

ଭୁବନେଶ୍ୱର,୩୦।୪(ସୂର୍ଯ୍ୟକାନ୍ତ ବେହେରା):ଭୁବନେଶ୍ୱରସ୍ଥିତ ଝାରପଡା ଜେଲ ପରିସରରୁ ଧରାପଡିଥିବା ଗଞ୍ଜେଇ ର଼୍ୟାକେଟର ମୁଖ୍ୟ ବାରିପଦାର ରାହୁଲ ସେଠୀଙ୍କ ତିନିଦିନିଆ ରିମାଣ୍ଡ ଶେଷ ହୋଇଛି। ସୋମବାର ତାଙ୍କୁ ପୁଣି...

ନୂଆ-ଅଭିଜ୍ଞଙ୍କ ମଧ୍ୟରେ କଡ଼ା ମୁକାବିଲା

ଯାଜପୁର,୩୦ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଏଯାଏ କେହି ମହିଳା ବିଧାୟିକା ହୋଇନାହାନ୍ତି। ଏପରି କି ଏହି ଆସନରେ କେବେ କେହି ମହିଳା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା...

ମୁଖ୍ୟମନ୍ତ୍ରୀ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି: ପାଣ୍ଡିଆନ୍‌

ମାଲକାନଗିରି/କାଲିମେଳା/କୋଟପାଡ଼, ୩୦ା୪ (ଦୁର୍ଯ୍ୟୋଧନ ପାତ୍ର/ଜୀବନକୃଷ୍ଣ ଦାସ/କେ.ରାଜଶେଖର ରାଓ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କୁହନ୍ତି, ତାହା କାମରେ କରି ଦେଖାନ୍ତି ବୋଲି ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ୍‌...

ଅପରାଧୀଙ୍କୁ ଟିକେଟ ଦେବା ଭାଜପାର ସଂସ୍କୃତି: ବିଜେଡି

ଭୁବନେଶ୍ୱର,୩୦ା୪(ଅନିଲ ଦାସ):ଓଡ଼ିଆ ସଂସ୍କୃତି ବିଶ୍ୱର ଯେ କୌଣସି ରାଜନୈତିକ ଦଳଠାରୁ ଏତେ ବଡ଼ ଯେ କୌଣସି ଦଳ ନିଜକୁ ବଡ଼ ଭାବି ଓଡ଼ିଆ ସଂସ୍କୃତିର ସୁରକ୍ଷା...

ପ୍ରଚାର ପାଇଁ ଏସବୁ ନୂଆ ଟ୍ରେଣ୍ଡ୍‌ ଆପଣାଇଛନ୍ତି ନେତା

କଟକ,୩୦ା୪(ଶିଳ୍ପା ପ୍ରିୟଦର୍ଶିନୀ):ପ୍ରାର୍ଥୀମାନେ ରୋଡ୍‌ ଶୋ ଓ ସମାବେଶ ଜରିଆରେ ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଚଳାଇଥିବା ଦେଖିବାକୁ ମିଳୁଛି । ହେଲେ ନିର୍ବାଚନ ପ୍ରଚାରକୁ ସହଜ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri