ବାଲିପ୍ଲଟ୍‌ର ଦୁଃଖ, ସଂଯୋଗ ରାସ୍ତା

ପାରାଦୀପ, ୧୭ା୬(ସ୍ବ.ପ୍ର.): ପାରାଦୀପ ଅଠରବାଙ୍କିର ସବୁଠାରୁ ଚଳଚଞ୍ଚଳ ଜାଗା ହେଲା ବାଲିପ୍ଲଟ୍‌। ପ୍ରତିଦିନ ବାଲିପ୍ଲଟ୍‌କୁ ୫ ହଜାରରୁ ଅଧିକ ଲୋକ ଯାତାୟାତ କରିଥାନ୍ତି। ତା’ ମଧ୍ୟରେ ରହିଛି ୧୦୬ଟି ମାଛଗଦି, ୧୪୮ଟି ଦୋକାନ ଘର, ପାରାଦୀପ ଡମ୍ପର ମାଲିକ ସଂଘ କାର୍ଯ୍ୟାଳୟ, ଉତ୍କଳ ମେରାଇନ୍‌ ଓ ଏକାଧିକ ସଂଗଠନ। ସେଥିମଧ୍ୟରୁ ଅଧିକାଂଶ ଲୋକ ଯାଇଥା’ନ୍ତି ମାଛଗଦିକୁ। ଏହି ବାଲିପ୍ଲଟ୍‌କୁ ସଂଯୋଗ ରାସ୍ତା ରହିଛି ପାରାଦୀପ ବନ୍ଦର ୨ନଂ. ଗେଟ୍‌ ସମ୍ମୁଖରେ। ସେହି ସଂଯୋଗ ସ୍ଥଳକୁ ଚାରିଛକ କୁହାଯାଏ। ସେହି ଛକରୁ ନେହେରୁ ବଙ୍ଗଳା ରାସ୍ତା, ବନ୍ଦର ଭିତରକୁ ଭାରିଯାନ ଚଳାଚଳ, ବାଲିପ୍ଲଟ୍‌କୁ ଲୋକ ଓ ଗାଡ଼ି ଏବଂ କଳିଙ୍ଗ ମେରାଇନ୍‌ ଅଞ୍ଚଳକୁ ରାସ୍ତା ଯାଇଛି। ଅଠରବାଙ୍କି ଓଭରବ୍ରିଜ୍‌ରୁ ଗଡାଣି ଜାଗାରେ ଏହି ଚାରିଛକ ଥିବାରୁ ସେହି ସ୍ଥାନ ଅତ୍ୟନ୍ତ ବିପଦଯୁକ୍ତ ରହିଥାଏ। ବାଲିପ୍ଲଟ୍‌ର ସଂଯୋଗ ରାସ୍ତା ଇଂଲିଶ୍‌ ଅକ୍ଷର ଭି ସଦୃଶ। ଅର୍ଥାତ୍‌ ସେହି ଗଡ଼ାଣିରେ ଗାଡ଼ି ପ୍ରବେଶ ଓ ପ୍ରସ୍ଥାନ ବେଳେ ଅଧିକାଂଶ ସମୟରେ ଦୁର୍ଘଟଣା ଘଟିଥାଏ। ଉକ୍ତ ଗଡାଣି ରାସ୍ତା ଗତ କିଛି ବର୍ଷ ହେଲା ବିପର୍ଯ୍ୟସ୍ତ ହୋଇପଡିଛି। କଂକ୍ରିଟ ରାସ୍ତାକୁ ସଂଯୋଗ ସ୍ଥଳରେ ଖାଲ, କୋଇଲା ଗୁଣ୍ଡ, ପଥର, ମାଛ ବେପାରରୁ ବାହାରୁଥିବା ପାଣି ଆଦି ମିଶି ସନ୍ତସନ୍ତିଆ ରହୁଛି। ଏହା ପ୍ରଭାବରେ ଦୁଇଚକିଆ ଯାନର ଚକା ଖସଡ଼ା ଯୋଗୁ ସ୍ଲିପ୍‌ କରିଥାଏ। ବଡ଼ ଗାଡ଼ି ବେଳେବେଳେ ଓଲଟି ପଡିଥାଏ। ଏହାକୁ ବ୍ୟବସ୍ଥିତ କରିବାକୁ ଏ ପର୍ଯ୍ୟନ୍ତ ସେପରି କୌଣସି ସ୍ଥାୟୀ ପଦକ୍ଷେପ ନିଆଯାଇ ନାହିଁ। ଉକ୍ତ ବାଲିପ୍ଲଟ୍‌ରୁ ହୋଲ୍ଡିଂ ଟ୍ୟାକ୍ସ ଦୁଇଟି ସଂସ୍ଥା ଆଦାୟ କରୁଛନ୍ତି। ପାରାଦୀପ ବନ୍ଦର ଓ ପୌର ପରିଷଦ। କିନ୍ତୁ ଚାରିଛକକୁ ସଂଯୋଗ ରାସ୍ତା ଠିକ୍‌ ଭାବେ ହୋଇନାହିଁ ବୋଲି କୁହନ୍ତି ମାଛଗଦି ମାଲିକ ପରେଶ ମଣ୍ଡଳ।
ବାଲିପ୍ଲଟ୍‌ର ନାମ ପଛରେ ଏକ କୌତୂହଳପୂର୍ଣ୍ଣ ଘଟଣା ରହିଛି। ଯଥା: ୧୯୯୮ ପର୍ଯ୍ୟନ୍ତ ନେହେରୁ ବଙ୍ଗଳା ରାସ୍ତାର ମଧ୍ୟଭାଗରେ ଦୁଇଟି ବଡ଼ ବସ୍ତି ଓ ବ୍ୟବସାୟିକ ଜାଗା ଥିଲା। ତାହା ହେଲା ଘନଗଳିଆ ଓ ଇନ୍ଦିରାପାର୍କ। ୧୯୯୮ରେ ବନ୍ଦର ସମ୍ପ୍ରସାରଣ ବେଳେ ସେହି ଘନଗଳିଆ ଓ ଇନ୍ଦିରାପାର୍କକୁ ଉଚ୍ଛେଦ କରାଯାଇଥିଲା। ବସ୍ତି ଲୋକଙ୍କୁ ଭିତରଗଡଠାରେ ଥଇଥାନ କରାଯାଇଥିଲା। ବ୍ୟବସାୟୀଙ୍କୁ ଅଠରବାଙ୍କି ବାଲିପ୍ଲଟ୍‌ରେ ଥଇଥାନ କରାଯାଇଥିଲା। ଅଠରବାଙ୍କି କାଉଡିଆ ନଦୀପଠାରେ ବାଲି ପକାଇ ପ୍ଲଟ୍‌ କରାଯାଇ ଥଇଥାନ କରାଯାଇଥିବାରୁ ତା’ର ନାମ ବାଲିପ୍ଲଟ୍‌ ରହିଗଲା ବୋଲି ମାଛ ବ୍ୟବସାୟୀ ତଥା ପୂର୍ବତନ କାଉନ୍‌ସିଲର ଅଜୟ ନାୟକ କୁହନ୍ତି। ନଦୀ ପାଖରେ ମାଛଗଦିଗୁଡିକ ରହିଛି। ଏହାକୁ ସେତେବେଳେ ପାରାଦୀପ ବନ୍ଦର ଥଇଥାନ କରିଥିଲା। ପରବର୍ତ୍ତୀ ସମୟରେ ସେଠାରେ ଲୋକଙ୍କ ଆବଶ୍ୟକତା ଅନୁସାରେ ଶୌଚାଳୟ, ଗୋଷ୍ଠୀ କେନ୍ଦ୍ର, ବିଶ୍ରାମାଗାର, ବିଦ୍ୟୁତ୍‌, ପାଣି ସଂଯୋଗ ଆଦି ପୌର ପରିଷଦ ପକ୍ଷରୁ କରାଯାଇଥିଲା। ଉକ୍ତ ସ୍ଥାନ ୨ ନଂ. ୱାର୍ଡରେ ଯାଉଛି। ବାଲିପ୍ଲଟ୍‌ରୁ ଉପକୂଳ ଓଡ଼ିଶାର ଅର୍ଦ୍ଧାଧିକ ଜିଲାକୁ ମାଛ ଆମଦାନୀ ରପ୍ତାନି ହେଉଛି। ଏଥିସହ ସାମୁଦ୍ରିକ ଡଙ୍ଗାରୁ ଉତ୍ପାଦିତ ମାଛ ଏହି ଗଦିରେ ବିକ୍ରି ହୁଏ। ସେହି ମାଛକୁ ବ୍ୟବସାୟୀମାନେ କଲିକତା, ବିଶାଖାପାଟଣା, କେରଳ ଆଦି ରାଜ୍ୟକୁ ନେଇଥାନ୍ତି। ପ୍ରତ୍ୟେକ ରବିବାର, ବୁଧବାର, ଶୁକ୍ରବାର ଅଧିକ ଗହଳି ହୋଇଥାଏ। ସମସ୍ତ ଲୋକଙ୍କ ପାଇଁ ସମସ୍ୟା ହୁଏ ସେହି ଚାରିଛକ ସଂଯୋଗ ରାସ୍ତା ବୋଲି କୁହନ୍ତି ଦେବୀପ୍ରସାଦ ସାହୁ। ପୌର ପରିଷଦ ପକ୍ଷରୁ ଗତବର୍ଷ ସେହି ଗଡ଼ାଣି ରାସ୍ତାକୁ କଂକ୍ର୍ରିଟ ଓ ଓସାରିଆ କରିବାକୁ କାମ ଆରମ୍ଭ ହୋଇଥିଲା। ଠିକାସଂସ୍ଥା ଅଧା କାମ କରି ରଖିଥିବାରୁ ସେହି ସମସ୍ୟା ଦ୍ୱିଗୁଣିତ ହୋଇଛି। ଏ ସମ୍ପର୍କରେ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କୁ ପଚାରିବାରେ ସମ୍ପୃକ୍ତ ରାସ୍ତାକୁ ମରାମତି ଓ ସମ୍ପ୍ରସାରଣ କରିବାକୁ ଟେଣ୍ଡର କରାଯାଇଥିଲା। ସେଥିରେ କିଛି ବାଧକ ହେବାରୁ କାମ ବନ୍ଦ ଅଛି। ବର୍ଷାଦିନ ପୂର୍ବରୁ ରାସ୍ତାକୁ କଂକ୍ରିଟ କରିବା ଯୋଜନା ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଲାଞ୍ଜିଗଡ଼ ବ୍ଲକ ଗସ୍ତରେ ଜାତୀୟ ସ୍ବାସ୍ଥ୍ୟ ମିଶନ ନିର୍ଦ୍ଦେଶକ

ଲାଞ୍ଜିଗଡ଼, ୧୭ା୧୨ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଦିନିକିଆ ଗସ୍ତରେ ଆସି ବୁଧବାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଛନ୍ତି ଜାତୀୟ ସ୍ବାସ୍ଥ୍ୟ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

ଦିଗପହଣ୍ଡି ବସଷ୍ଟାଣ୍ଡକୁ ଯାଉନି ଯାତ୍ରୀବାହୀ ବସ, ଜରିମାନା ପାଇଁ ନୋଟିସ  

ଦିଗପହଣ୍ଡି,୧୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡିସ୍ଥିତ ନୂଆ ବସଷ୍ଟାଣ୍ଡକୁ ଯାତ୍ରୀବାହୀ ବସଗୁଡ଼ିକ ପ୍ରବେଶ କରୁନାହିଁ। ଏନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ତାଗିଦ ପରେ ମଧ୍ୟ ବସ ଚାଳକମାନେ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

୪୮ ଘଣ୍ଟା ପୂରିଲାନି: ଧରାପଡିଲେ ୨ଅଭିଯୁକ୍ତ, ଉଦ୍ଧାର ହେଲା ସାମଗ୍ରୀ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସଦର ଥାନା ଅନ୍ତର୍ଗତ ଗାଇସୀମାସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରୁ ଗତ ୧୬ତାରିଖ ବିଳମ୍ବିତ ରାତିରେ ହୋଇଥିବା ଚୋରି ଘଟଣାର ପର୍ଦ୍ଧାଫାସ ହୋଇଛି।...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri