ଆଦାନୀଙ୍କ ପାଓ୍ବାର ପ୍ରୋଜେକ୍ଟ ପ୍ରତିଷ୍ଠା ପାଇଁ ଜୋର ଦେଇଥିଲେ ମୋଦି

କଲମ୍ବୋ, ୧୩ା୬: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କାରେ ୫ଶହ ମେଗାଓ୍ବାଟ୍‌ ବିଶିଷ୍ଟ ପବନଚାଳିତ ଏକ ବିଦ୍ୟୁତ୍‌ ପ୍ରକଳ୍ପ ପ୍ରତିଷ୍ଠା ଦାୟିତ୍ୱ ଆଦାନୀ ଗ୍ରୁପ୍‌କୁ ଦେବା ପାଇଁ ଜୋର ଦେଇଥିବା ନେଇ ସେଠାକାର ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେଙ୍କୁ କହିଥିଲେ। ଶ୍ରୀଲଙ୍କା ବିଦ୍ୟୁତ୍‌ କର୍ତ୍ତୃପକ୍ଷ ମୁଖ୍ୟ ଏକ ସଂସଦୀୟ କମିଟି ଆଗରେ ଏଭଳି ଅଭିଯୋଗ ଆଣିବାର ଦୁଇ ଦିନ ପରେ ନିଜ କଥାରୁ ଓହରି ଯାଇଛନ୍ତି।

୧୦ ତାରିଖରେ ଶ୍ରୀଲଙ୍କା ପବ୍ଲିକ୍‌ ଏଣ୍ଟପ୍ରାଇଜେସ୍‌ ସମ୍ପର୍କିତ ପାର୍ଲାମେଣ୍ଟାରୀ କମିଟିର ଏକ ଖୋଲା ଶୁଣାଣି ହୋଇଥିଲା। ଏଥିରେ ସେଲନ୍‌ ଇଲେକ୍ଟ୍ରିସିଟି ବୋର୍ଡ (ସିଇବି) ମୁଖ୍ୟ ଏମ୍‌. ଏମ୍‌. ସି. ଫର୍ଡିନାଣ୍ଡୋ ହାଜର ହୋଇ ନିଜ ବକ୍ତବ୍ୟ ରଖିଥିଲେ। ଭାରତର ପ୍ରଧାନମନ୍ତ୍ରୀ ମୋଦି ଉକ୍ତ ପାଓ୍ବାର ପ୍ଲାଣ୍ଟ ଆଦାନୀ ଗ୍ରୁପ୍‌ ଜରିଆରେ ପ୍ରତିଷ୍ଠା କରାଇବା ପାଇଁ ଚାହୁଁଥିବା ୨୦୨୧ ନଭେମ୍ବର ୨୪ରେ ରାଷ୍ଟ୍ରପତି ରାଜପାକ୍‌ସେ କହିଥିବା ନେଇ ଫର୍ଡିନାଣ୍ଡୋ ପ୍ରକାଶ କରିଥିଲେ। ଏହାର ଜବାବରେ ଫର୍ଡିନାଣ୍ଡୋ ରାଷ୍ଟ୍ରପତିଙ୍କୁ ପତ୍ର ଲେଖି ଜଣାଇଥିଲେ ଯେ, ଏହି ପ୍ରସଙ୍ଗ ଉପରେ ସିଇବି ନିଷ୍ପତ୍ତି ନେଇପାରିବ ନାହିଁ।

ଏହା ନିବେଶ ବୋର୍ଡ ଅଧୀନରେ ଆସୁଥିବାରୁ ଅର୍ଥ ସଚିବ ଆବଶ୍ୟକ ପଦକ୍ଷେପ ନେବା ଉଚିତ। କାରଣ ଏହା ଆନ୍ତଃସରକାରୀ ଡିଲ୍‌ ବୋଲି ସେ ପ୍ରକାଶ କରିଥିଲେ। ତେବେ ରାଷ୍ଟ୍ରପତି ରାଜପାକ୍‌ସେ ଅଭିଯୋଗକୁ ଖଣ୍ଡନ କରି ଫର୍ଡିନାଣ୍ଡୋଙ୍କୁ ଏଭଳି ନିର୍ଦ୍ଦେଶ ଦେଇ ନ ଥିବା ଜୁନ୍‌ ୧୧ରେ ଟୁଇଟ୍‌ କରି କହିଥିଲେ। ଫଳରେ ଫର୍ଡିନାଣ୍ଡୋ ନିଜ ମନ୍ତବ୍ୟରୁ ୟୁ-ଟର୍ନ କରିଛନ୍ତି। ସେ କହିଛନ୍ତି, ତାଙ୍କ ଉପରେ ବଢ଼ୁଥିବା ଚାପରେ ବିବ୍ରତ ଓ ଭାବପ୍ରବଣ ହୋଇ ସେ ଭାରତର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଥିଲେ।

ପ୍ରକାଶ ଯେ, ଗତବର୍ଷ ଅକ୍ଟୋବର ୨୧ରେ ଆଦାନୀ ଗ୍ରୁପ୍‌ ମୁଖ୍ୟ ଗୌତମ ଆଦାନୀ ଶ୍ରୀଲଙ୍କା ଗସ୍ତ କରିଥିଲେ। ସେହି ସମୟରେ ଆଦାନୀ ଗ୍ରୁପ୍‌ ଏବଂ ସିଇବି ମଧ୍ୟରେ ମନାର୍‌ ଓ ପୁନେରନ୍‌ ପ୍ରଦେଶରେ ୫୦୦ ମେଗାଓ୍ବାଟ୍‌ ବିଶିଷ୍ଟ ନବୀକରଣୀୟ ବିଦ୍ୟୁତ୍‌ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଚୁକ୍ତିନାମା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିସମାସ ଶୁଭକାମନାରେ ରୁଷିଆ ରାଷ୍ଟ୍ରପତି ପୁଟିନଙ୍କ ‘ମୃତ୍ୟୁ’ କାମନା କଲେ ଜେଲେନସ୍କି 

କ୍ୱିଭ,୨୫।୧୨: ଯୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କ୍ରିସମସ ଇଭ (ଡିସେମ୍ବର ୨୪) ରେ ତାଙ୍କ ପାରମ୍ପରିକ ଭାଷଣରେ ରୁଷିଆ ରାଷ୍ଟ୍ରପତି ଭ୍ଲାଡ଼ିମିର ପୁଟିିନଙ୍କ ଅପ୍ରତ୍ୟକ୍ଷ ମୃତ୍ୟୁ...

୨୪ ବର୍ଷ ପୂର୍ବେ ପାକିସ୍ତାନକୁ ନେଇ ଏମିତି କଥା କହିଥିଲେ ପୁଟିନ: ଏବେ ହେଉଛି ସତ

ମସ୍କୋ,୨୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପାକିସ୍ତାନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ଏହି ବିବୃତ୍ତି ପ୍ରାୟ ୨୪ ବର୍ଷ ପୁରୁଣା, ଯେତେବେଳେ ସେ...

ସାନ୍ତାଳୀ ଭାଷାରେ ଉନ୍ମୋଚନ ହେଲା ଭାରତର ସମ୍ବିଧାନ: ରାଷ୍ଟ୍ରପତି କହିଲେ, ଗର୍ବର ବିଷୟ

ନୂଆଦିଲ୍ଲୀ,୨୫ା୧୨:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହାର ଉନ୍ମୋଚନ କରାଯାଇଛି। ୨୦୦୩ର ଆଇନରେ ସଂଶୋଧନ ଅଣାଯାଇ...

ମାତ୍ର ୫ ଦିନରେ ଦୋଷୀଙ୍କୁ ମିଳିଲା ଦଣ୍ଡ: କୋର୍ଟଙ୍କ ରାୟଙ୍କ ଦେଖି ଲୋକେ ଆଶ୍ଚର୍ଯ୍ୟ

ଜୟପୁର,୨୫।୧୨: ରାଜସ୍ଥାନର କୋଟପୁଟଲି-ବେହରର ଜିଲାରେ ଏକ ଚୋରି ମାମଲାରେ ଅଭିଯୁକ୍ତକୁ ପାଞ୍ଚ ଦିନ ମଧ୍ୟରେ କୋର୍ଟ ଦଣ୍ଡାଦେଶ ଶୁଣାଇଛି। କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ...

ବରଗଡ଼ ଧନୁଯାତ୍ରା: ଦେବକୀଙ୍କ କୋଳରେ ଜନ୍ମନେଲେ ଶ୍ରୀକୃଷ୍ଣ

ମଥୁରାନଗରୀ,୨୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବର ଦ୍ୱିତୀୟ ଦିବସ ଗୁରୁବାରରେ ମଥୁରାନଗରୀର ଲୋକ ମଣ୍ଡପ ପଡ଼ିଆରେ ରଙ୍ଗମହଲ ଉଦଘାଟିତ ହୋଇଛି। ଜିଲାପାଳ ଆଦିତ୍ୟ ଗୋୟଲ ଏହି...

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

୧୭ ବର୍ଷ ପରେ ପୁଣି ଚର୍ଚ୍ଚାରେ ଗସମା ଜଙ୍ଗଲ: ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା, ପୋଲିସକୁ ବଡ ସଫଳତା 

ଭଞ୍ଜନଗର,୨୫।୧୨(ବାବୁଲା ପ୍ରଧାନ)- ଦୀର୍ଘ ୧୭ ବର୍ଷ ପରେ ପୁଣି ଚର୍ଚ୍ଚାକୁ ଆସିଛି ଗସମା ଜଙ୍ଗଲ । ୨୦୦୮ ମସିହା ଫେବୃୟାରୀ ମାସ ୧୫ ତାରିଖ ରାତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri