ଦାୟିତ୍ୱ ନେଲେ ପିସିସି ସଭାପତି

ଭୁବନେଶ୍ୱର, ୧୧ା୬(ବ୍ୟୁରୋ): କଂଗ୍ରେସର ଗୌରବମୟ ଇତିହାସ ରହିଛି। ଏ ରାଜ୍ୟ, ଜାତି ଓ ଦେଶକୁ କଂଗ୍ରେସ ବହୁତ କିଛି ଦେଇଛି। ରାଜନୈତିକ ଯାତ୍ରାରେ ଉତ୍‌ଥାନ-ପତନ ଲାଗି ରହିବ। ସମସ୍ତେ ଏକଜୁଟ୍‌ ହେବା ସହ ଶୃଙ୍ଖଳିତ ଭାବେ କାର୍ଯ୍ୟ କଲେ ନିଶ୍ଚିତ ସଫଳତା ମିଳିବ। ଓଡ଼ିଶା ବିଧାନସଭାରେ ଏବେ ୯ ଜଣ ସଦସ୍ୟ ଅଛନ୍ତି। ଶୃଙ୍ଖଳା ଓ ଏକତା କଂଗ୍ରେସକୁ ୯ରୁ ୯୦କୁ ନେବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ନବନିଯୁକ୍ତ ପିସିସି ସଭାପତି ଶରତ ପଟ୍ଟନାୟକ। ଶୁକ୍ରବାର କଂଗ୍ରେସ ଭବନରେ ଦାୟିତ୍ୱ ଗ୍ରହଣ କରିବା ଅବସରରେ ସେ ଦେଶର ସର୍ବପୁରାତନ ଦଳର ରୁଦ୍ଧିମନ୍ତ ଇତିହାସର ସ୍ମୃତି ରୋମନ୍ଥନ କରିଥିଲେ। ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବିଧିବଦ୍ଧ ଭାବେ ତାଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିଲେ।
ଏହି ଅବସରରେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ଶରତ ବର୍ଷିଥିଲେ। ସେ କହିଥିଲେ, କେନ୍ଦ୍ରରେ ଏକ ଜନବିରୋଧୀ ସରକାର ରହିଛି। ୨୨ ବର୍ଷର ଶାସନ ସତ୍ତ୍ୱେ ଓଡ଼ିଶା ଯଥେଷ୍ଟ ଉନ୍ନତି କରିପାରିନାହିଁ। କେନ୍ଦ୍ର ଓ ରାଜ୍ୟରେ କଂଗ୍ରେସ ହିଁ ଉପଯୁକ୍ତ ବିକଳ୍ପ ହୋଇପାରିବ ବୋଲି ସେ କହିଛନ୍ତି। ନୂଆଦିଲ୍ଲୀରୁ ଫେରିବା ପରେ ପିସିସି ସଭାପତିଙ୍କୁ ବିମାନବନ୍ଦରରେ ଦଳ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବିମାନବନ୍ଦରରୁ ଏକ ବିଶାଳ ରାଲିରେ ଦଳୀୟ କର୍ମକର୍ତ୍ତାମାନେ ତାଙ୍କୁ କଂଗ୍ରେସ ଭବନ ଯାଏ ପାଛୋଟି ନେଇଥିଲେ।
ଅନ୍ୟପଟେ ଏହି କାର୍ଯ୍ୟକ୍ରମରେ ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗ ଦେଇଥିବାର ଦେଖିବାକୁ ମିଳିଛି। କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ପିସିସି ସଭାପତି କରିବା ଲାଗି ତାରା ଦାବି କରିଥିଲେ। ତେବେ ଅଖିଳ ଭାରତ କଂଗ୍ରେସ କମିଟି ବିଧାୟକଙ୍କୁ ବାଦ୍‌ ଦେଇ ଶରତଙ୍କ ଉପରେ ଭରସା କଲା। ଏହାପରେ ଅନୁଷ୍ଠିତ ଦୁଇଦିନିଆ ଶିବିରରେ ଅସନ୍ତୁଷ୍ଟ ବିଧାୟକମାନେ ଅନୁପସ୍ଥିତ ରହିବା ଚର୍ଚ୍ଚାର ବିଷୟ ପାଲଟିଥିଲା। ତେବେ ନୂତନ ପିସିସି ସଭାପତିଙ୍କ ଦାୟିତ୍ୱ ଗ୍ରହଣ କାର୍ଯ୍ୟକ୍ରମରେ ତାରାଙ୍କ ଉପସ୍ଥିତ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛି। ଏହି ଅବସରରେ ତାରା ନିଜ ଭାଷଣରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, ସମସ୍ତେ ଏକାଠି ହୋଲେ ଓଡ଼ିଶାର ବିକାଶ କରିହେବ। ସେହିପରି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ସଂହତି, ସଙ୍ଗଠନ ଏବଂ ଆନ୍ଦୋଳନ କଂଗ୍ରେସକୁ ଆଗକୁ ବଢ଼ାଇବ। ବିଧାୟକ ଦଳ ମଧ୍ୟରେ ସଂହତି ଆସୁ। ତା’ହେଲେ ଦଳ ଆଗକୁ ବଢ଼ିବ ଏବଂ ସଫଳତା ମଳିବ।
ଅନ୍ୟପଟେ ଏହି ସଭାରେ ବରିଷ୍ଠ ବିଧାୟକ ନରସିଂହ ମିଶ୍ରଙ୍କ ଯୋଗଦେଇ ନ ଥିବା ଦେଖିବାକୁ ମିଳିଛି। ସେହିପରି ପିସିସି ସଭାପତି ଚୟନକୁ ନେଇ ଅସନ୍ତୁଷ୍ଟ ଥିବା ବିଧାୟକ ମହମ୍ମଦ ମୋକିମ ମଧ୍ୟ ଅନୁପସ୍ଥିତ ରହିବା ଚର୍ଚ୍ଚାର ବିଷୟ ହୋଇଛି। ବିଧାୟକ ରମେଶ ଜେନାଙ୍କୁ ମଧ୍ୟ ସଭାରେ ଦେଖିବାକୁ ମିଳିନି। ତେବେ ଆଗକୁ ସମସ୍ତ ଦଳୀୟ ବିଧାୟକଙ୍କୁ ନେଇ କିପରି ନୂଆ ସଭାପତି ଆଗକୁ ବଢ଼ିବେ ତାହାକୁ ଉପରେ ଗୁଞ୍ଜରଣ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସ ପ୍ରାର୍ଥୀ ପ୍ରତିଭା ଭରିଲେ ନାମାଙ୍କନ

କେନ୍ଦୁଝର,୩।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ପ୍ରତିଭା ମଞ୍ଜରୀ ନାୟକ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେ ନିଜ ସମର୍ଥନ,...

ସମ୍ପତ୍ତି ତାଲିକା ଦାଖଲ କଲେ ଅପରାଜିତା: ଜାଣନ୍ତୁ ସମ୍ପତ୍ତି କେତେ…

ଭୁବନେଶ୍ୱର,୩।୫: ଭୁବନେଶ୍ୱର ଭାଜପା ଏମ୍‌ପି ପ୍ରାର୍ଥୀ ଅପରାଜିତା ଷଢ଼ଙ୍ଗୀ ସମ୍ପତ୍ତି ତାଲିକାର ସତ୍ୟପାଠ ଦାଖଲ କରିଛନ୍ତି। ତାଙ୍କର ମୋଟ ୨ କୋଟି ୫ ଲକ୍ଷ ଟଙ୍କାର...

ନୀଳଗିରି ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଭାଜପା, ସନ୍ତୋଷ ଖଟୁଆଙ୍କୁ ଦେଲା ଟିକେଟ୍‌

ଭୁବନେଶ୍ୱର,୩।୫: ନୀଳଗିରି ବିଧାନସଭା ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ଘୋଷଣା କରିଛି। ସନ୍ତୋଷ ଖଟୁଆଙ୍କୁ ଭାଜପା ଟିକେଟ୍‌ ଦେଇଛି। ଭୁରୁବାର ସନ୍ତୋଷ ବିଜେଡିରୁ ଇସ୍ତଫା ଦେଇଥିଲେ।...

ବିଜେଡିରେ ସାମିଲ ହେଲେ ଜିନା ସାମଲ

ଭୁବନେଶ୍ୱର,୩।୫: ଆଜି ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ମିଶିଲେ ଅଭିନେତ୍ରୀ ଜିନା ସାମଲ । ଶଙ୍ଖଭବନରେ ପହଞ୍ଚି ବିଧିବଦ୍ଧ ଭାବେ ସେ ବିଜେଡିରେ ସାମିଲ ହୋଇଛନ୍ତି...

ନାମାଙ୍କନପତ୍ର ଦାଖଲ କଲେ ଭର୍ତ୍ତୃହରି

କଟକ,୩ା୫: କଟକ ଭାଜପାର ଲୋକ ସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଶୁକ୍ରବାର ତାଙ୍କର ନାମାଙ୍କନପତ୍ର ଦାଖଲ କରିଛନ୍ତି। ହଜାର ହଜାର ସମର୍ଥକଙ୍କ ସହ ଏକ ବିରାଟ...

ବିଜେଡି ଛାଡ଼ିଲେ ରବିନାରାୟଣ

ଭୁବନେଶ୍ୱର,୩ା୫: ଶୁକ୍ରବାର ବିଜେଡି ଛାଡ଼ିଛନ୍ତି ପୂର୍ବତନ ବିଧାୟକ ରବିନାରାୟଣ ମହାପାତ୍ର। ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ନୟାଗଡ଼ ଜିଲାର ରଣପୁର ବିଧାୟକ ଥିଲେ। ୨୦୧୨ରୁ ୨୦୧୪...

ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବରିଷ୍ଠ କିରାଣି

କେନ୍ଦ୍ରାପଡା,୩।୫ (ଜଗନ୍ନାଥ ଧଳ): ଭିଜିଲାନ୍ସ ଜାଲରେ ଚକବନ୍ଦୀ ଅଫିସର ବରିଷ୍ଠ କିରାଣି। ବରିଷ୍ଠ କିରାଣି ଜିତେନ୍ଦ୍ର ସେନାପତି ୧୦ ହଜାର ଲାଞ୍ଚ ନେଇ ଗିରଫ ହୋଇଛନ୍ତି।...

ନିର୍ବାଚନ ଲଢ଼ିବେ ଦେବାଶିଷ

ଭୁବନେଶ୍ୱର,୩ା୫: ଦେବାଶିଷ ନାୟକ ନିର୍ବାଚନ ଲଢ଼ିବେ ବୋଲି ଶୁକ୍ରବାର ଘୋଷଣା କରିଛନ୍ତି। ଏନେଇ ସେ ସୋସିଆଲ ମିଡିଆରେ ଘୋଷଣା କରିଛନ୍ତି। ସେ ଲେଖିଛନ୍ତି, ବରୀବାସୀଙ୍କ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri