ଆମେରିକା ନିମ୍ନ ସଦନରେ ବନ୍ଧୁକ ବିଲ୍‌ ପାରିତ

ଓ୍ବାଶିଂଟନ୍‌ ୧୦ା୬: ବଫାଲୋ, ନ୍ୟୁୟର୍କ, ଉଭାଲଡେ ଗୁଳିକାଣ୍ଡ ପରେ ଆମେରିକାର ଜୋ ବାଇଡେନ୍‌ଙ୍କ ସରକାର ବୁଧବାର ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସ୍‌ରେ ବନ୍ଧୁକ ନିୟନ୍ତ୍ରଣ ବିଲ୍‌ ଆଣିଛନ୍ତି। ବିଲ୍‌ ସପକ୍ଷରେ ୨୨୩ ଭୋଟ ଏବଂ ବିପକ୍ଷରେ ୨୦୪ ଭୋଟ ପଡ଼ିଥିଲା। ଫଳରେ ନିମ୍ନସଦନରେ ଏହି ବିଲ୍‌ ପାରିତ ହୋଇଛି। ଏଥିରେ ସେମି-ଅଟୋମେଟିକ୍‌ ବନ୍ଧୁକ କିଣିବା ପାଇଁ ସର୍ବନିମ୍ନ ବୟସ ସୀମା ବଢ଼ାଯିବା ପ୍ରାବଧାନ ରହିଛି। ଏଥିସହ ୧୫ ରାଉଣ୍ଡରୁ ଅଧିକ ମାଗାଜିନ୍‌ ଧାରଣ କ୍ଷମତା ବିଶିଷ୍ଟ ବନ୍ଧୁକ ବ୍ୟବହାର ଉପରେ କଟକଣା ଲଗାଯିବ। ତେବେ ଏହି ବିଲ୍‌ ଆଇନରେ ପରିଣତ ହେବା ସମ୍ଭାବନା ବହୁତ କମ୍‌। ପ୍ରାୟ ଅଧିକାଂଶ ରିପବ୍ଲିକାନ୍‌ ସଦସ୍ୟ ଏହାକୁ ବିରୋଧ କରିଛନ୍ତି। ସିନେଟ୍‌ରେ ବିଲ୍‌ ପାରିତ ହେବାକୁ ଆଉ ୧୦ ରିପବ୍ଲିକାନ୍‌ଙ୍କ ସମର୍ଥନ ଆବଶ୍ୟକ। ଏହାବାଦ୍‌ ଅଧିକାଂଶ ସିନେଟରମାନେ ମାନସିକ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ, ସାମାଜିକ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ଏବଂ ତଦନ୍ତ ପ୍ରକ୍ରିୟାକୁ ଅଧିକ ମଜଭୁତ କରିବା ଦିଗରେ ସେମାନଙ୍କ ଧ୍ୟାନ କେନ୍ଦ୍ରୀଭୂତ କରିଛନ୍ତି। ଆସନ୍ତା ନଭେମ୍ବରରେ ଡେମୋକ୍ରାଟ୍‌ ସଦସ୍ୟ ମତଦାତାଙ୍କ ପାଇଁ ଏକ ନୀତି ଆଣିବାର ସୁଯୋଗ ମିଳିବ। ଏହାଦ୍ୱାରା ସେମାନେ ବନ୍ଧୁକ ନିୟନ୍ତ୍ରଣ ପଲିସି ଉପରେ ନିଜ ମତ ରଖିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ଚଢ଼ିଗଲା ପିତ୍ତ: ରାସ୍ତା ମଝିରେ କଲେ…

ଭୁବନେଶ୍ୱର,୨୨ା୧୨(ତ୍ରିନାଥ ମହାନ୍ତି):ପ୍ରେମିକା ମୋବାଇଲ୍‌ ନ ଦେଖାଇବାରୁ ପ୍ରେମିକ ମୁଣ୍ଡକୁ ପିତ୍ତ ଚଢ଼ିଗଲା। ରାସ୍ତା ମଝିରେ ପ୍ରେମିକାଙ୍କୁ ଗୋଡ଼ାଇ ପିଟିଲେ। ଏଭଳି ଘଟଣା ଇନ୍‌ଫୋଭ୍ୟାଲି ଥାନା ପିତାପଲ୍ଲୀ...

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri