ଅନଲାଇନ୍‌ ଗେମ୍‌ ଖେଳୁ ଖେଳୁ ଲିକ୍‌ ହେଲା ଚାଇନାର ଶକ୍ତିଶାଳୀ ଟ୍ୟାଙ୍କର ଗୁପ୍ତ ତଥ୍ୟ…

ବେଜିଂ, ୮।୬ : ଚାଇନାରେ ଅନଲାଇନ ଗେମ୍‌ ଖେଳିବାକୁ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସଭିଏଁ ପସନ୍ଦ କରିଥାନ୍ତି। ବିଶେଷକରି ସାମରିକ ଯୁଦ୍ଧ ଖେଳ ଯୁବକମାନଙ୍କ ମଧ୍ୟରେ ବହୁତ କ୍ରେଜ ସୃଷ୍ଟି କରିଛି। ଅନଲାଇନ୍‌ ଖେଳ ଖେଳି ବ୍ୟକ୍ତି ଇଣ୍ଟରନେଟରେ ଚାଇନାର ମୁଖ୍ୟ ତଥା ଶକ୍ତିଶାଳୀ ଯୁଦ୍ଧ ଟ୍ୟାଙ୍କ ଟାଇପ-୯୯ର ସବିଶେଷ ତଥ୍ୟ ଲିକ କରିଥିଲେ।

ଆମେରିକୀୟ ମିଲିଟାରୀ ନ୍ୟୁଜ ୱେବସାଇଟ ଅନୁଯାୟୀ, ମାଗଣା ଟୁ-ପ୍ଲେ ଅନଲାଇନ୍‌ ସାମରିକ ଯାନ ଯୁଦ୍ଧ ଖେଳ ୱାର୍‌ ଥଣ୍ଡର ଖେଳିବାବେଳେ ଖେଳାଳୀ ଜଣକ ଚାଇନାର ଟ୍ୟାଙ୍କର ବର୍ଗୀକୃତ ସ୍କିମେଟିକ୍ସ ଲିକ କରିଥିବା ଅଭିଯୋଗ ହୋଇଛି। ଜଣେ ୟୁଜରଙ୍କ ସହିତ ଯୁକ୍ତିତର୍କ ସମୟରେ ସେ ଏଭଳି ବଡ଼ ଭୁଲ୍‌ କରି ବସିଛନ୍ତି।

 

ଚାଇନାରେ ସୂଚନା ପ୍ରସାରଣକୁ କଠୋର ନିୟନ୍ତ୍ରଣ କରାଯାଇଛି । ବିଶେଷ କରି ସୈନ୍ୟବାହିନୀ ସମ୍ବନ୍ଧୀୟ କୌଣସି ସୂଚନା ଲିକ୍‌ କରାଯାଇ ନଥାଏ। କିନ୍ତୁ ଖେଳାଳି ଜଣଙ୍କର ଏହି କାର୍ଯ୍ୟ ପରେ ସୋସିଆଲ ମିଡିଆରେ ଚାଇନାର ଟ୍ୟାଙ୍କର ସବିଶେଷ ତଥ୍ୟ ଭାଇରାଲ ହେବାରେ ଲାଗିଛି ।

ଟ୍ୟାଙ୍କର ଲିକ ହୋଇଥିବା ବିବରଣୀକୁ ସୋସିଆଲ ମିଡିଆରେ ଗତ ସପ୍ତାହରେ ହ୍ୟାଣ୍ଡେଲ ଆଟ୍‌ ଦି ରେଟ୍‌ ଓଣ୍ଟଟେକ୍ନିକାଲ(@Osinttechnical ) ରେ ଚିହ୍ନଟ କରାଯାଇଥିଲା। ଖେଳାଳୀ ଜଣକ ଶେଲର ଏକ କପି ଶେୟାର କରିଛନ୍ତି। ତଥ୍ୟ ଲିକ ହେବାର କିଛି ସମୟ ପରେ, ଖେଳାଳୀ ଏହାର କପି ୱାର୍ଡ଼ ଥଣ୍ଡରର ସମସ୍ତ ପ୍ଲାଟଫର୍ମରୁ ବାହାର କରିଦେଇଥିଲେ। କିନ୍ତୁ, ସେତେବେଳକୁ ଏହା ଅନ୍ୟତ୍ର ଶେୟାର କରାଯାଇଥିଲା ଏବଂ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି।

ଏହି ଘଟଣା ସାମ୍ନାକୁ ଆସିବା ପରେ ଖେଳାଳୀଙ୍କୁ ୱାର୍ଡ଼ ଥଣ୍ଡର ଫୋରମରୁ ବାରଣ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାରା ଦେଶରେ ‘ନକଲି ପନିର’ ବିପଦ; ୮୩% ନମୁନା ବିଫଳ ହେବା ପରେ FSSAI’ର ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୧୭ା୧୨: ଦେଶରେ କ୍ଷୀର ଏବଂ କ୍ଷୀରଜାତ ଦ୍ରବ୍ୟରେ ବଢୁଥିବା ଭେଜାଲ ଓ ମିସ୍‌ବ୍ରାଣ୍ଡିଂ ସମସ୍ୟାର ସମାଧାନ ପାଇଁ ଭାରତୀୟ ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ...

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri