ଅବକ୍ଷୟମୁଖୀ ଜଙ୍ଗଲ, ଅସୁରକ୍ଷିତ ବନ୍ୟପ୍ରାଣୀ

ଜଗତ୍‌ସିଂହପୁର ଅଫିସ, ୫।୬: ପରିବେଶକୁ ନେଇ ସାରା ବିଶ୍ୱରେ ଚିନ୍ତା ପ୍ରକଟ କରାଯାଉଛି। ବର୍ଯ୍ୟବସ୍ତୁ, ଯାନବାହାନ ଚଳାଚଳ, ଶିଳ୍ପ ଆଦି ମାଧ୍ୟମରେ ପରିବେଶ ପ୍ରଦୂଷିତ ହେଉଛି। ସମ୍ଭାବ୍ୟ ପରିସ୍ଥିତିକୁ ନେଇ ବିଶ୍ୱବ୍ୟାପୀ ସମ୍ମିଳନୀ ହେବା ସହ ପ୍ରତି ଦେଶ ଦାୟିତ୍ୱବାନ ହେବାକୁ ପରାମର୍ଶ ଦିଆଯାଉଛି। ଏହିକ୍ରମରେ ଭାରତ ସରକାର ବୃକ୍ଷରୋପଣଠାରୁ ଆରମ୍ଭ କରି ଅନେକ ପଦକ୍ଷେପ ନେଉଥିବା କୁହାଯାଉଛି। ଅନୁରୂପ ଭାବେ ପ୍ରତି ରାଜ୍ୟ ସରକାର ମଧ୍ୟ ପରିବେଶ ସୁରକ୍ଷା ଉପରେ ଦାୟିତ୍ୱବାନ ଥିବା କହୁଛନ୍ତି। ବିଶ୍ୱ ପରିବେଶ ଦିବସରେ ଏସବୁ ଉପରେ ବିସ୍ତୃତ ଆଲୋଚନା ସହ ସଚେତନତା ଉପରେ ଗୁରୁତ୍ୱାରୋପ କରାଯାଉଛି। କିନ୍ତୁ ଏହି ଦିବସର ମାହାତ୍ମ୍ୟ ଦିନକୁ ଦିନ କମିବାରେ ଲାଗିଛି। ରବିବାର ବିଶ୍ୱ ପରିବେଶ ଦିବସ ହୋଇଥିଲେ ସୁଦ୍ଧା ଜିଲାରେ ସେଭଳି କିଛି କାର୍ଯ୍ୟକ୍ରମ ହେବାକୁ ଥିବା ନଜରକୁ ଆସିନି। ଯଦି ବି ହେବ ତାହା କେବଳ ଉପର ଠାଉରିଆ। ପ୍ରତିବର୍ଷ ବୃକ୍ଷରୋପଣ ନଁାରେ କୋଟି କୋଟି ଟଙ୍କା ଖର୍ଚ୍ଚ ଦର୍ଶାଯାଉଛି। ହେଲେ ଯେତିକି ଗଛ ଲାଗୁଛି ତାହା ଠାରୁ ଯଥେଷ୍ଟ କଟା ଚାଲିଛି। ଯାହାଦ୍ୱାରା ବାସ୍ତବ ଲକ୍ଷ୍ୟ ପୂରଣ ହୋଇପାରୁନାହିଁ।
ଜଗତ୍‌ସିଂହପୁର ଜିଲାରେ ପ୍ରତିବର୍ଷ ବିଭିନ୍ନ ସ୍ଥାନରେ ଲକ୍ଷାଧିକ ଚାରା ରୋପଣ କରାଯାଉଥିବା ଦର୍ଶାଯାଉଛି। କିନ୍ତୁ ବାସ୍ତବରେ ଏହା କେବଳ କାଗଜପତ୍ରରେ ସୀମିତ। ଅତୀତରେ ରେଢୁଆରୁ ପୁରୁଣାବସନ୍ତ ପର୍ଯ୍ୟନ୍ତ ରାସ୍ତାପାର୍ଶ୍ୱରେ ବୃକ୍ଷରୋପଣ ହୋଇଥିଲା। ବିଶେଷକରି ଆକାଶିଆ, ରାଧାଚୂଡା, କୃଷ୍ଣ ଚୂଡା, ଶିଶୁ, କଦମ୍ବ ଓ ନିମ୍ବ ଆଦି ଗଛ ଲାଗିଥିଲା। ଉଦ୍ଦେଶ୍ୟ ଥିଲା ମୂର୍ତ୍ତିକା ସଂରକ୍ଷଣ ସହ ସୁନ୍ଦର ପରିବେଶ ସୃଷ୍ଟି କରିବା। ଏଥିସହ ବାଟୋଇଙ୍କୁ ପ୍ରବଳ ଖରା ସମୟରେ ଛାଇ ପ୍ରଦାନ କରିବା। କିନ୍ତୁ ଲାଗିଥିବା ଗଛଗୁଡିକ ମଧ୍ୟରୁ ଶତାଧିକ ଆବଶ୍ୟକ ଯତ୍ନ ଅଭାବରୁ ମରିଯାଇଥିଲା। ଅବଶିଷ୍ଟ ସହସ୍ରାଧିକ ଗଛ ବହୁ କଷ୍ଟରେ ବଡ ହେବା ସହ ମୋଟା ହୋଇଯାଇଥିଲା। ଦୁଃଖର କଥା ହେଲା କିଛି ମାସ ଭିତରେ ଏହି ଗଛଗୁଡିକ ଉପରେ ଜଙ୍ଗଲ ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଥିଲା। ସେମାନେ କେତେଜଣ ଅସାଧୁ ବନ ବିଭାଗ କର୍ମଚାରୀଙ୍କ ସହାୟତାରେ ଅନେକ ଗଛ ଚୋରା ଚାଲାଣ କରିବାରେ ସଫଳ ହୋଇଥିଲେ। ତା’ ପରେ ବାତ୍ୟା ପ୍ରଭାବରେ କେତେକ ଗଛ କ୍ଷତିଗ୍ରସ୍ତ ହୋଇଥିଲା। ଏହିପରି ବିଭିନ୍ନ ମାଧ୍ୟମରେ ପାଖାପାଖି ୭୦% ଗଛ ଏହି ରାସ୍ତାପାର୍ଶ୍ୱରୁ ଉଭ୍ଭାନ ହୋଇଯାଇଛି। ନିକଟରେ ପୁରୁଣାବସନ୍ତଠାରୁ ନାଲିବର ୨ କି.ମି. ପର୍ଯ୍ୟନ୍ତ ନୂଆ ଗଛ ଲାଗିଛି। ସେଥିମଧ୍ୟରୁ କେତୋଟି ବଞ୍ଚତ୍କି ରହିବ ତାହା ସମୟ କହିବ।
ଅନ୍ୟପକ୍ଷେ ଧଳତଙ୍ଗଗଡ଼ ସଂରକ୍ଷିତ ଜଙ୍ଗଲ ଦିନକୁଦିନ ଅସୁରକ୍ଷିତ ହୋଇପଡୁଛି। ଏହି ଜଙ୍ଗଲ ବିଶେଷକରି ହରିଣମାନଙ୍କ ପାଇଁ ପରିଚିତ। ଏଠାରେ ଥିବା ଶତାଧିକ ହରିଣ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାନ୍ତି। କେବଳ ଏତିକି ନୁହେଁ ଏହି ଜଙ୍ଗଲରେ ବହୁ ସଂଖ୍ୟକ ଠେକୁଆ, ହେଟା ବାଘ, ଝିଙ୍କ, ସାଳିଆପତନି, କଟାସ, ବିଲୁଆ ଏବଂ ସରୀସୃପ ଆଦି ଥିବା ଜାଣିବାକୁ ମିଳେ। ହେଲେ ପ୍ରତ୍ୟେକ ଅସୁରକ୍ଷିତ। ବନ ବିଭାଗ ପକ୍ଷରୁ ତା’ର ବାଡ ଏବଂ ଅନ୍ୟ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉ ନ ଥିବାରୁ ଏହି ପ୍ରାଣୀଗୁଡିକ ପ୍ରତି ବିପଦ ବଢିଚାଲିଛି। ବିଶେଷକରି ହରିଣମାନଙ୍କ ନିରାପଦ ଖାଦ୍ୟ ସଂଗ୍ରହ ପାଇଁ ଏକ ମିଡୋ (ଘାସ ଚାଷ) କରାଯିବା ଜରୁରୀ ଥିବାବେଳେ ତାହା ଏଯାଏ କରାଯାଇ ପାରିନାହିଁ। ହଂସୁଆର ଉତ୍ତର ପାର୍ଶ୍ୱରେ ଟ୍ରେନ୍‌ ଲାଇନ୍‌ ଯାଇଛି। ଅନେକ ସମୟରେ ହରିଣମାନେ ଏହି ଟ୍ରେନ୍‌ ଲାଇନ ଆଡକୁ ଖାଦ୍ୟ ଅନ୍ବେଷଣରେ ଯାଇ ଦୁର୍ଘଟଣାରେ ମୃତ୍ୟୁ ମୁଖରେ ପଡୁଛନ୍ତି। ତେଣୁ ଏହି ପାର୍ଶ୍ୱରେ ତାର ବାଡ ପାଇଁ ବିଭିନ୍ନ ସମୟରେ ପରିବେଶପ୍ରେମୀ ଦାବି କରି ଆସୁଛନ୍ତି। ଏଥିସହ ଜଙ୍ଗଲରେ ଶୁଖିଲା ରହୁଥିବା ପୋଖରୀ ସବୁବେଳେ ଯେପରି ଜଳପୂର୍ଣ୍ଣ ରହିବ ସେନେଇ ପଦକ୍ଷେପ ଗ୍ରହଣ କରାଯିବାକୁ ଦାବି ହେଉଛି। ଜଙ୍ଗଲରେ ବିଟ୍‌ ହାଉସ୍‌ ଥିବା ସତ୍ତ୍ୱେ ବହୁ ମୂଲ୍ୟବାନ ବୃକ୍ଷ ଚୋରା ଚାଲାଣ ଚାଲିଛି। ଫଳରେ ବନ୍ୟପ୍ରାଣୀ ପ୍ରଭାବିତ ହେଉଛନ୍ତି। ଜଙ୍ଗଲ ଭିତରେ ଖରାଦିନେ ନିଆଁ ଲାଗି ପ୍ରଭୃତ କ୍ଷତି ହେଉଛି। ମେ ୨୭ରେ ଅଗ୍ନିକାଣ୍ଡରେ ବହୁ ସଂଖ୍ୟକ ଔଷଧୀୟ ସାଙ୍ଗକୁ ଅନ୍ୟ କମ୍‌ ଉଚ୍ଚର କଣ୍ଟା ବାଉଁଶ, କେନ୍ଦୁ, କୋଚିଲା ଆଦି ଗଛ ପୋଡି ଯାଇଥିଲା। ସିଗାରେଟ୍‌ କିମ୍ବା ବିଡି ଟାଣୁଥିବା ଲୋକ ଏହା ପକାଇ ଦେଇଥିବାରୁ ଏଭଳି ଅଘଟଣ ଘଟିଥିବା ବନ ବିଭାଗ ପକ୍ଷରୁ କୁହାଯାଇଥିଲା। ତେଣୁ ପରିବେଶ ସୁରକ୍ଷା ନେଇ ପ୍ରତ୍ୟେକ ମିଳିତ ଭାବେ ଉଦ୍ୟମ କରିବା ଜରୁରୀ ହୋଇପଡିଛି। ଏ ସମ୍ପର୍କରେ ଧଳତଙ୍ଗଗଡ଼ ରେଞ୍ଜ ଅଫିସର ରବୀନ୍ଦ୍ର କୁମାର ମହାନ୍ତିଙ୍କୁ ପଚାରିବାରୁ ହରିଣ ସୁରକ୍ଷା ନେଇ ପଦକ୍ଷେପ ନିଆଯାଇଛି। ୧୨ ଜଣ ପିଲା ଟ୍ରେନ ଲାଇନ୍‌ ଜଗୁଛନ୍ତି। ନିଆଁରୁ ରକ୍ଷା ପାଇଁ ଫାୟାର ଲାଇନ୍‌ କରାଯାଇଛି। ଗଛ ଚୋରା ଚାଲାଣ ରୋକିବାକୁ ମଧ୍ୟ ପାଟ୍ରୋଲିଂ କଡାକଡି କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri