ଆଜି ଶପଥ ଗ୍ରହଣ

ଭୁବନେଶ୍ୱର,୫।୬(ବ୍ୟୁରୋ): ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଜେଡି ସରକାର ପଞ୍ଚମ ପାଳିର ୩ ବର୍ଷ ପୂରଣ କରିଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଷ୍ଟରଷ୍ଟ୍ରୋକ୍‌ ଖେଳି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି। ପ୍ରଥମ ଥର ପାଇଁ ତାଙ୍କ ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ଶନିବାର ସକାଳୁ ଜଣଙ୍କ ପରେ ଜଣେ ମନ୍ତ୍ରୀଙ୍କୁ ଫୋନ କରାଯାଇ ଇସ୍ତଫା ଦେବାକୁ କୁହାଯାଇଥିଲା। ତଦନୁଯାୟୀ ମଧ୍ୟାହ୍ନ ୧୨ଟା ସୁଦ୍ଧା ୨୦ ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି। ଏଥିସହିତ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।
ରବିବାର ପୂର୍ବାହ୍ନ ୧୧ଟା ୪୫ରେ ଲୋକସେବା ଭବନର କନ୍‌ଭେନଶନ ହଲ୍‌ରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଇସ୍ତଫା ଦେଇଥିବା ମନ୍ତ୍ରୀଙ୍କ ମଧ୍ୟରୁ ୯ଜଣଙ୍କୁ ନବୀନଙ୍କ ନୂଆ ଟିମ୍‌ରେ ସ୍ଥାନ ମିଳିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସେମାନେ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଭିନ୍ନକ୍ଷମ ଓ ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା। ସେହିପରି ନବୀନ ନିଜ ମନ୍ତ୍ରିମଣ୍ଡଳରୁ ୧୧ ମନ୍ତ୍ରୀଙ୍କୁ ହଟାଇଥିବା କୁହାଯାଉଛି। ନୂଆ ଟିମ୍‌ରେ ଉପରୋକ୍ତ ୯ ମନ୍ତ୍ରୀଙ୍କ ସମେତ ୫ ପୂର୍ବତନ ମନ୍ତ୍ରୀ ଏବଂ ୭ ନୂଆ ମୁହଁଙ୍କୁ ମିଶାଇ ମୋଟ ୨୧ଜଣଙ୍କୁ ସାମିଲ କରାଯାଇଥିବା ଚର୍ଚ୍ଚା ହେଉଛି। ୫ ପୂର୍ବତନ ମନ୍ତ୍ରୀ ହେଲେ ପ୍ରଦୀପ ଅମାତ, ପ୍ରତାପ ଦେବ, ପ୍ରମିଳା ମଲ୍ଲିକ, ଅତନୁ ସବ୍ୟସାଚୀ ନାୟକ ଓ ଉଷା ଦେବୀ। ସେହିପରି ୭ ନୂଆ ମୁହଁ ହେଲେ ରାଜେନ୍ଦ୍ର ଢୋଲକିଆ (ନୂଆପଡ଼ା), ରୋହିତ ପୂଜାରୀ (ରେଢ଼ାଖୋଲ), ଶ୍ରୀକାନ୍ତ ସାହୁ (ପୋଲସରା), ଅଶ୍ୱିନୀ ପାତ୍ର (ଜଳେଶ୍ୱର), ପ୍ରୀତିରଞ୍ଜନ ଘଡାଇ (ସୁକିନ୍ଦା), ରୀତା ସାହୁ (ବିଜେପୁର) ଏବଂ ବାସନ୍ତୀ ହେମ୍ବ୍ରମ୍‌ (କରଞ୍ଜିଆ)। ଏହି ୨୧ଜଣଙ୍କ ମଧ୍ୟରୁ ୧୩ଜଣ ଅର୍ଥାତ୍‌ ପ୍ରଦୀପ ଅମାତ, ପ୍ରତାପ ଦେବ, ନିରଞ୍ଜନ ପୂଜାରୀ, ପ୍ରମିଳା ମଲ୍ଲିକ, ଉଷା ଦେବୀ, ନବକିଶୋର ଦାସ, ଅତନୁ ସବ୍ୟସାଚୀ ନାୟକ, ଟୁକୁନି ସାହୁ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ଅଶୋକ ଚନ୍ଦ୍ର ପଣ୍ଡା, ପ୍ରଫୁଲ୍ଲ ମଲ୍ଲିକ, ଜଗନ୍ନାଥ ସାରକା ଏବଂ ରାଜେନ୍ଦ୍ର ଢୋଲକିଆଙ୍କୁ କ୍ୟାବିନେଟ୍‌ ପାହ୍ୟା ମିଳିବା ସମ୍ଭାବନା ରହିଛି। ଏଥିସହିତ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଥିବା ବିକ୍ରମ କେଶରୀ ଆରୁଖ ବାଚସ୍ପତି, ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ସରକାରୀ ଦଳର ମୁଖ୍ୟ ସଚେତକ ଓ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର ଉପମୁଖ୍ୟ ସଚେତକ ହୋଇପାରନ୍ତି।
କେଉଁମାନେ ମନ୍ତ୍ରୀ ହେବେ ସେ ନେଇ ଶନିବାର ଦିନତମାମ କଳ୍ପନାଜଳ୍ପନା ଚାଲିଥିଲା। ଫୋନ କଲ୍‌କୁ ନେଇ ମନ୍ତ୍ରୀ ଓ ବିଧାୟକଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଥିଲା। ଅପରାହ୍ନ ୫ଟାରୁ ବିଧାୟକମାନଙ୍କୁ ଗୋଟିଏ ପରେ ଗୋଟିଏ ଫୋନ୍‌ କଲ୍‌ କରାଯାଇ ମୁଖ୍ୟାଳୟରେ ରହିବାକୁ କୁହାଯାଇଥିଲା। ମନ୍ତ୍ରୀ ଭାବେ ଉତ୍ତମ ପ୍ରଦର୍ଶନ ଓ ଦଳ ପ୍ରତି ଆନୁଗତ୍ୟ ଥିବା କେତେଜଣ ମନ୍ତ୍ରୀଙ୍କର ବିଭାଗ ବଦଳିବା ସହିତ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ଦିଆଯିବାର ସଙ୍କେତ ମିଳିଛି। ତେବେ ଯେଉଁ ମନ୍ତ୍ରୀମାନଙ୍କ ନାମରେ ଅଭିଯୋଗ ରହିଛି କିମ୍ବା ସେମାନେ ନିଜର ଦାୟିତ୍ୱକୁ ଠିକ୍‌ ଭାବେ ତୁଲାଇ ପାରିନାହାନ୍ତି, ସେଭଳି ମନ୍ତ୍ରୀଙ୍କୁ ହଟାଯାଇଛି। ଅନ୍ୟପକ୍ଷରେ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ନବୀନ ମନ୍ତ୍ରିମଣ୍ଡଳ ପରିବର୍ତ୍ତନ କରିଥିବା କୁହାଯାଉଛି। ଯେଉଁ ମନ୍ତ୍ରୀଙ୍କ ନାମରେ କୌଣସି ଅଭିଯୋଗ ନାହିଁ, ସେମାନଙ୍କୁ ଆସନ୍ତା ନିର୍ବାଚନ ଲାଗି ଦଳୀୟ ସଂଗଠନକୁ ମଜଭୁତ କରିବା ସକାଶେ ମନ୍ତ୍ରୀ ପଦବୀରୁ ଅବ୍ୟାହତି ଦିଆଯାଇଥିବା କୁହାଯାଉଛି।
ସୂଚନାଯୋଗ୍ୟ, ୨୦୧୯ ମେ’ ୨୯ରେ ନବୀନଙ୍କ ପଞ୍ଚମ ପାଳି ସରକାର ଶପଥ ନେଇଥିଲେ। ଗତ ୬ ମାସରୁ ଅଧିକ ସମୟ ଧରି ମନ୍ତ୍ରିମଣ୍ଡଳର ଅଦଳବଦଳକୁ ନେଇ ଗଣମାଧ୍ୟମରେ ଚର୍ଚ୍ଚା ଚାଲିଥିଲା। ହେଲେ ପଞ୍ଚାୟତ ଏବଂ ପୌର ନିର୍ବାଚନ ଓ ବ୍ରଜରାଜନଗର ଉପନିର୍ବାଚନ ଯୋଗୁ ମନ୍ତ୍ରିମଣ୍ଡଳର ଅଦଳବଦଳ ପ୍ରକ୍ରିୟା ସ୍ଥଗିତ ରହିଥିଲା ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri