ବସ୍ତାରୁ କମୁଛି ଚାଉଳ

ରଘୁନାଥପୁର,୩ା୬(ଡି.ଏନ୍‌.ଏ.): ଗରିବ ହିତାଧିକାରୀଙ୍କ ନିମନ୍ତେ ରାଜ୍ୟ ସରକାର ଯୋଗାଣ ଷ୍ଟୋର ମାଧ୍ୟମରେ ଟଙ୍କିକିଆ ଚାଉଳ ଯୋଗାଇ ଦେଉଛନ୍ତି। ମାତ୍ର ବହୁ ସମୟରେ ଯୋଗାଣ ଷ୍ଟୋରକୁ ଆସୁଥିବା ବସ୍ତାରେ କମ୍‌ ପରିମାଣର ଚାଉଳ ରହୁଥିବା ସାଧାରଣରେ ଅଭିଯୋଗ ହୋଇଛି। ଏହାର ଉଦାହରଣ ରଘୁନାଥପୁର ବ୍ଲକ ତାରପୁର ପଞ୍ଚାୟତ ଅନ୍ତର୍ଗତ ଗୋକୁଳପୁରସ୍ଥିତ ରାଶନ ଡିଲର ପଏଣ୍ଟରେ ଦେଖିବାକୁ ମିଳିଛି।
ଠିକାଦାରଙ୍କ ଦ୍ୱାରା ଗୋଦାମରୁ ୫୦ କିଲୋ ଚାଉଳ ବସ୍ତାରେ ଆସୁଛି। ମାତ୍ର ପ୍ରତି ବସ୍ତାରେ ପ୍ରାୟ ୫ରୁ ୮ କିଲୋ ପର୍ଯ୍ୟନ୍ତ ଚାଉଳ କମ୍‌ ରହୁଛି। ଖାଉଟିଙ୍କ ଉପସ୍ଥିତିରେ ୩ଟି ଚାଉଳ ବସ୍ତା ଓଜନ କରାଯିବା ପରେ ଏବିଷୟରେ ସ୍ପଷ୍ଟ ହୋଇଛି। ଓଜନ ପରେ ଗୋଟିଏ ବସ୍ତାରେ ୪୨ କିଲୋ ୯୫୦ଗ୍ରାମ ଚାଉଳ ଥିଲାବେଳେ ଅନ୍ୟ ୨ ବସ୍ତାରେ ଯଥାକ୍ରମେ ୪୪ କିଲୋ ୧୦୦ ଗ୍ରାମ ଏବଂ ୪୫ କିଲୋ ୩୭୦ ଗ୍ରାମ ଚାଉଳ ଥିଲା। ଅଧିକାଂଶ ଡିଲର ପଏଣ୍ଟରେ ଏପରି ବ୍ୟତିକ୍ରମ ଦେଖାଯାଉଥିଲେ ସୁଦ୍ଧା ଡିଲରମାନେ ଏ ବିଷୟରେ ମୁହଁ ଖୋଳୁନାହାନ୍ତି।
ସମ୍ପର୍କରେ ବ୍ଲକ ଯୋଗାଣ ଅଧିକାରୀ ବାବୁଲାଲ ବାରିକ କୁହନ୍ତି ଯେ, ଗୋଦାମରୁ ଠିକାଦାରଙ୍କ ଜରିଆରେ ଯେଉଁ ଚାଉଳ ବସ୍ତା ଆସୁଛି ତାକୁ ମାପ କରି ରଖିବା ଦାୟିତ୍ୱ ହେଉଛି ଡିଲରମାନଙ୍କର। ଏଥିରେ ତାଙ୍କର କୌଣସି ଭୂମିକା ନାହିଁ। ଏ ସମ୍ପର୍କରେ ଗୋଦାମ ଦାୟିତ୍ୱରେ ଥିବା ଅଧିକାରୀ ମିନର୍ଭା ଶତପଥୀ କୁହନ୍ତି, ଗୋଦାମରୁ ଆବଶ୍ୟକ ମୁତାବକ ସାମଗ୍ରୀ ଠିକାଦାରଙ୍କ ଦ୍ୱାରା ଉଠାଯାଉଛିି। ଏଠାରେ କୌଣସି ପ୍ରକାର ତ୍ରୁଟି ହେଉନାହିଁ। ଏପ୍ରସଙ୍ଗରେ ଜିଲା ଯୋଗାଣ ଅଧିକାରୀ ସୁଜାତା ମିଶ୍ର କହିଛନ୍ତି,ଗୋଦାମ ଗୃହରୁ ଓଜନ ହୋଇ ଡିଲର ପଏଣ୍ଟକୁ ଆସୁଥିବା ରାଶନ ସାମଗ୍ରୀ କାହିଁକି କମୁଛି ସେସମ୍ପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତି-ପଲାଶଙ୍କ ବିବାହ ଭାଙ୍ଗିବା ପଛରେ ରହିଛି ଏହି ବଡ଼ କାରଣ! ଖୋଲିଲା ବଡ଼ ରାଜ୍‌…

ନୂଆଦିଲ୍ଲୀ,୮।୧୨: ଭାରତୀୟ ମହିଳା ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ମଧ୍ୟରେ ସମ୍ପର୍କ ଶେଷରେ ଶେଷ ହୋଇଛି। ମନ୍ଧାନା ଏବଂ ମୁଛଲ...

ଟିକିଏ କଥାରେ ସାଙ୍ଗର ପେଟରେ ଛୁରି ଭୁସି ବାହାର କରିଦେଲେ ଅନ୍ତବୁଜୁଳା

ବାରିପଦା,୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୁରଭଞ୍ଜ ଜିଲା କୁଳିଅଣା ଥାନା ଅନ୍ତର୍ଗତ ବାଇଗଣବାଡିଆ ସ୍ଥିତ ବିବି କଲେଜରେ ଦୁଇ ଛାତ୍ର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଜଣେ...

ଗୋଆ ନାଇଟ କ୍ଲବ ଅଗ୍ନିକାଣ୍ଡ ପରେ ଓଡ଼ିଶାରେ କଡ଼ାକଡି ହେବ ଫାୟାର ସେଫ୍ଟି ଯାଞ୍ଚ: ନିର୍ଦ୍ଦେଶ ଦେଲେ ଡିଜି

ଭୁବନେଶ୍ୱର,୮।୧୨: ବର୍ଚ ବାଇ ରୋମିଓ ଲେନ୍‌ ଦ୍ୱରା ପରିଚାଳିତ ଗୋଆର ଏକ ନାଇଟ କ୍ଲବରେ ଭୟବହ ଅଗ୍ନିକାଣ୍ଡ ପରେ ରାଜଧାନୀ ଭୁବନେଶ୍ୱର ସମତେ ରାଜ୍ୟର ସମସ୍ତ...

ଜାଣିଶୁଣି କରାଯାଇଥିଲା କି ଇଣ୍ଡିଗୋ ସଙ୍କଟ? ସରକାର ଜାରି କଲେ ନୋଟିସ, ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,୮।୧୨: ସରକାର ନୂତନ ଫ୍ଲାଇଟ ଡ୍ୟୁଟି ସମୟ ସୀମା (FDTL) ନିୟମ କାର୍ଯ୍ୟକାରୀ କରିବାରେ ଇଣ୍ଡିଗୋର ଅଭିଯୋଗ ଅବହେଳାର ତଦନ୍ତ କରିବେ। ଅଭିଯୋଗ ହୋଇଛି ଯେ...

ବାରବାଟୀ ମ୍ୟାଚ ପୂର୍ବରୁ ଟିମ ଇଣ୍ଡିଆକୁ ବଡ଼ ଝଟ୍‌କା: ICC ଲଗାଇଲା ଜରିମାନା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୮।୧୨: ରାୟପୁରରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଏକଦିବସୀୟ ଦିନିକିଆରେ ସ୍ଲୋ ଓଭର-ରେଟ ବଜାୟ ରଖିବା ପାଇଁ ଆଇସିସି ଟିମ ଇଣ୍ଡିଆକୁ ସେମାନଙ୍କ...

ଅଧିନାୟକ ସୂର୍ଯ୍ୟକୁମାରଙ୍କ ବଡ଼ ଘୋଷଣାା: ବାରବାଟୀରେ ଖେଳିବେ ଗିଲ୍‌

ଭୁବନେଶ୍ୱର,୮।୧୨: ମଙ୍ଗଳବାର ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବ ମହା ମୁକାବିଲା। ଏନେଇ ଉଭୟ ଦଳର ଖେଳାଳି ବାରବାଟୀରେ ଅଭ୍ୟାସ କରିବେ। ଅଭ୍ୟାସ ପୂର୍ବରୁ ଭାରତୀୟ ଟି୨୦...

ଶୀତରେ ଥରୁଛି ଜି.ଉଦୟଗିରି: ଜନଜୀବନ ଅସ୍ତବ୍ୟସ୍ତ

ଜି.ଉଦୟଗିରି,୮।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଥିବାବେଳେ ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ୧୨ ଯାଏ ଶୀତ ଲହରୀ ଜାରି...

କଟକରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ନୂଆଦିଲ୍ଲୀ,୮।୧୨: ଟେଷ୍ଟ ଏବଂ ଦିନିକିଆ ପରେ, ଭାରତ ଏବଂ ଦକ୍ଷିଣ ଆଫ୍ରିକା ଦଳ ଏବେ ଟି-୨୦ ଅନ୍ତର୍ଜାତୀୟ ସିରିଜ ଖେଳିବାକୁ ପ୍ରସ୍ତୁତ। ଦକ୍ଷିଣ ଆଫ୍ରିକା ଟେଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri