ପାଇଲଟ୍‌ ପ୍ରକଳ୍ପ ବାଟବଣା

ଜଳେଶ୍ୱର, ୩।୬(ଡି.ଏନ.ଏ.) ଦୁଇବର୍ଷ ତଳେ ବାଲେଶ୍ୱର ଜିଲାର କ୍ଲଷ୍ଟର ରୁରାଲ ହାଉସିଂ କଲୋନୀ ଜଳେଶ୍ୱର ବ୍ଲକରେ ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା ା ଅଦ୍ୟାବଧି କାର୍ଯ୍ୟ ଶେଷ ହେବାର ନାମ ଧରୁନାହିଁ। ସେଠାରେ ୬୦ପରିବାର ରହିବାକୁ ଥିବା ବେଳେ ଅଦ୍ୟାବଧି ୩ଟି ପରିବାର ଅସହାୟ ଭାବେ ବସବାସ କରୁଛନ୍ତି ା ଉକ୍ତ ଘର ଓ ସଂଲଗ୍ନ ପାଇଖାନା ଗୃହଗୁଡିକରେ କବାଟ, ଝରକା ନ ଥିବା ବେଳେ ବିଦ୍ୟୁତ୍‌, ପିଇବା ପାଣି ବ୍ୟବସ୍ଥା ହୋଇନାହିଁ ା ଅପରପକ୍ଷେ ଏସବୁ କାର୍ଯ୍ୟର ସମସ୍ତ ବିଲ୍‌ ପୈଠ ହୋଇସାରିଥିବା ଜଣାଯାଇଛି ା ଏପରି ଏକ ଆଦର୍ଶ ପ୍ରକଳ୍ପ କାର୍ଯ୍ୟ ଶେଷ କରି ୬୦ପରିବାରକୁ ଥଇଥାନ କରିବା ସହିତ ସମସ୍ତ କାଯର୍‌ୟର ଭିଜିଲାନ୍ସ ତଦନ୍ତ କରିବାକୁ ଦାବି ହୋଇଛି ା
୨୦୧୯-୨୦ ଆର୍ଥିକ ବର୍ଷରେ ବାଲେଶ୍ୱର ଜିଲାର ପାଇଲଟ ପ୍ରକଳ୍ପ ଭାବେ କ୍ଲଷ୍ଟର ରୁରାଲ ହାଉସିଂ କାଯର୍‌ୟ ଆରମ୍ଭ ହୋଇଥିଲା। ଜଳେଶ୍ୱର ବ୍ଲକର ରାଜପୁର ଓ ମହମ୍ମଦନଗରପାଟଣା ଗ୍ରାମର ୬୦ଜଣ ଭୂମି ଓ ଗୃହହୀନ ପରିବାରକୁ ଥଇଥାନ କରିବା ଲାଗି ଓଳିନ୍ଦା ଗ୍ରାମରେ ଏପରି ଏକ ପ୍ରକଳ୍ପକୁ ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ହାତକୁ ନେଇଥିଲେ ା ଜିଲାପାଳ ଓ ଜିଲା ପ୍ରଶାସନର ବାରମ୍ବାର ଗସ୍ତ ଫଳରେ ସେଠାରେ ୬୦ ପରିବର୍ତ୍ତେ ୫୫ଟି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା ା ସେହି ଆର୍ଥିକ ବର୍ଷ ଶେଷସୁଦ୍ଧା ଘରଗୁଡିକ ପୂର୍ଣ୍ଣାଙ୍ଗ କରି ଲୋକଙ୍କୁ ବସବାସ କରାଇବା ଲକ୍ଷ୍ୟ ଥିଲା ା ହିତାଧିକାରୀ ପ୍ରତି ୨ଡିସିମିଲ ସ୍ଥାନରେ ୧ଲକ୍ଷ ୨୦ହଜାର ଟଙ୍କାର ଗୃହ, ୧୨ହଜାର ଟଙ୍କାର ପାଇଖାନା, ୧୦ହଜାର ଟଙ୍କାର ବୋନସ୍‌ ଓ ୧୨ହଜାର ଟଙ୍କାର ଏକ କମ୍ପୋଷ୍ଟ ଖତଗାଡି ନିର୍ମାଣ ଲାଗି ଯୋଜନା ଥିଲା ା ଏହାବ୍ୟତୀତ ବିଶୁଦ୍ଧ ପାଇପ୍‌ ପିଇବା ପାଣି, ପୋଖରୀ, ବିଦ୍ୟୁତ୍‌ ଯୋଗାଣ, କଲୋନୀକୁ ରାସ୍ତା, ଆମୋଦପ୍ରମୋଦ ଲାଗି ପାର୍କ, ଆବଶ୍ୟକସ୍ଥଳେ ବିଦ୍ୟାଳୟ, ଖେଳପଡିଆ ଆଦି ବ୍ୟବସ୍ଥାର ଯୋଜନା ଥିଲା। ଏନ୍‌ଆର୍‌ଇଜିଏସ୍‌ର ଅର୍ଥ ମଧ୍ୟ ସେଠାରେ ବିନିଯୋଗ ହେବାକୁ ଥିବା ବେଳେ ଅଦ୍ୟାବଧି ପୁରୁଣା ପୋଖରୀକୁ ଖନନ ବ୍ୟତିତ ଅନ୍ୟ କୌଣସି କାର୍ଯ୍ୟ ଶେଷ ହୋଇନାହିଁ ା ଏବେ ବିଦ୍ୟୁତ୍‌ ତାର ଟଣାଯାଉଥିବା ବେଳେ ପାଣି ପ୍ରକଳ୍ପ କାର୍ଯ୍ୟ କରୁ ନ ଥିବାରୁ ସେଠାରେ ରହୁଥିବା ୩ ପରିବାର ଡହଳବିକଳ ହେଉଛନ୍ତି ା ୨୧ନଂ. ଘରେ ରଘୁନାଥ ଟୁଡୁ, ୧୮ନଂ. ଘରେ ଅଜିତ୍‌ ଟୁଡୁ ଓ ୪୫ନଂ. ଘରେ ହେମଜର ମାରାଣ୍ଡି ବାସ କରୁଥିବା ବେଳେ କାହାରି ଘରେ ଝରକା, କବାଟ, ପାଇଖାନା କବାଟ ଲାଗି ନାହିଁ ା ବିଦ୍ୟୁତ୍‌ ବ୍ୟବସ୍ଥା ନ ଥିବା ବେଳେ ପିଇବାପାଣି ସାତସପନ। ଅନ୍ୟପକ୍ଷରେ ଏସବୁ ଘରକୁ ନିଜେ ହିତାଧିକାରୀ ନିର୍ମାଣ କରିବାକୁ ଥିବା ବେଳେ ଠିକାଦାର ସମସ୍ତ ବିଲ ଧରି ଚମ୍ପଟ ମାରିଥିବା ଜଣାପଡିଛି। କେତେକ ଘରର ଛାତ ଫାଟିଥିବା ବେଳେ ଅନ୍ୟ କେତେକ ଘରେ ରଙ୍ଗ କିମ୍ବା ପ୍ଳାଷ୍ଟାରିଂ ହୋଇନାହିଁ ା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନ ଥିବାରୁ ଅବିଳମ୍ବେ ଶେଷ କରିବାକୁ ହିତାଧିକାରୀ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଅରୁଣ କୁମାର ସେନାପତିଙ୍କୁ ପଚାରିବାରୁ ବିଗତ ଦିନରେ ସ୍ଥାନୀୟ ନେତୃବୃନ୍ଦ ଦୃଷ୍ଟି ଦେଇ ନ ଥିବା ଅଭିଯୋଗ କରିଛନ୍ତି ା ଅନ୍ୟପକ୍ଷରେ ବିଡିଓ ଅଶ୍ୱିନୀ କୁମାର ଦାସଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ତାଙ୍କ କାର୍ଯ୍ୟକାଳ ସମୟରେ ଏହା ହୋଇ ନ ଥିବାରୁ ଏ ସମ୍ପର୍କରେ ଆଗରୁ ଜାଣି ନାହାନ୍ତି। ଶୁକ୍ରବାର ସେଠାକୁ ପରିଦର୍ଶନ କରି ଆବଶ୍ୟକ ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ନିର୍ବାଚନରେ ​​ସଫଳତା ପାଇଁ ତ୍ରିପୁରା ଏବଂ ଆସାମ ସୂତ୍ରକୁ ନକଲ କରିବ ଭାଜପା

ଭୁବନେଶ୍ୱର,୨୭ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସୋନପୁର ରାଲିରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ଭାଜପା) ର ନେତା ଓ କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି।...

ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ପାଇଁ ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ

ଭୁବନେଶ୍ୱର,୨୭ା୪: ରାଜ୍ୟରେ ସମ୍ପୂର୍ଣ୍ଣ ଶାନ୍ତିଶୃଙ୍ଖଳା ମଧ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପ୍ରକ୍ରିୟା ପରିଚାଳନା ନିମନ୍ତେ ୧୬୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ମୁତୟନ କରାଯାଉଛି...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

ପୂର୍ବତନ ସମିତି ସଭ୍ୟଙ୍କ ଗଳାକାଟି ହତ୍ୟା, ମାଓବାଦୀଙ୍କ ହାତ ଥିବା ସନ୍ଦେହ

ମାଲକାନଗିରି,୨୭ା୪(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ରେ କଂଗ୍ରେସ ନେତା ତଥା ପୂର୍ବତନ ସମିତି ସଭ୍ୟଙ୍କୁ ଶନିବାର କେହି ଦୁର୍ବୃତ୍ତ ହତ୍ୟା କରିଛନ୍ତି। ଏଥିରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ...

ବଜ୍ରପାତରେ ମା’-ପୁଅଙ୍କ ଜୀବନ ଗଲା

ଡେରାବିଶ,୨୭ା୪(ଅଜୟ ବେବର୍ତ୍ତା): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଖମୋଳ ପଞ୍ଚାୟତ ଅନ୍ତର୍ଗତ ଜହ୍ନିମୂଳ ଗ୍ରାମରେ ଶନିବାର ସନ୍ଧ୍ୟାରେ ବଜ୍ରପାତରେ ମା’ ଓ ପୁଅଙ୍କ ମୃତ୍ୟୁ ଘଟିଛି।...

କୋରେଇ, ଖଣ୍ଡପଡ଼ା, ନୀଳଗିରି ଆସନ ଝୁଲାଇ ରଖିଲା ବିଜେଡି

ଭୁବନେଶ୍ୱର,୨୭।୪: ବିଧାନସଭା ନିର୍ବାଚନ ପାଇଁ ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ଶନିବାର ଆଉ ତିନି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହାକୁ ମିଶାଇ...

କଟକ-ବାରବାଟୀରୁ ଲଢ଼ିବେ ମୋକିମ୍‌ଙ୍କ ଝିଅ ସୋଫିଆ, ନାଁ ସୁପାରିସ କଲା କଂଗ୍ରେସ

କଟକ,୨୭ା୪: କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ରାଜନୀତିକୁ ଓହ୍ଲାଇବା ନେଇ ଖୁବ୍‌ ଚର୍ଚ୍ଚା ହେଉଛି। ତେବେ ସୋଫିଆଙ୍କୁ ବିଧାୟିକା ପ୍ରାର୍ଥୀ କରିବା...

ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ କାର୍ତ୍ତିକ ପାଣ୍ଡିଆନ

କୋକସରା,୨୭ା୪(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାର ନିର୍ବାଚନୀ ପ୍ରଚାରରେ ଭି.କାର୍ତ୍ତିକ ପାଣ୍ଡିଆନ କଳାହାଣ୍ଡି ଗସ୍ତରେ ଆସିଥିଲେ। ପ୍ରଥମେ କଳାହାଣ୍ଡି ଜିଲା କୋକସରା ବ୍ଲକ ଦଣ୍ଡପାଟ ଅଞ୍ଚଳର ଗୋତମୁଣ୍ଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri