ଜଳାଶୟ ଏବେ ଜଙ୍ଗଲ

ଭୁବନ, ୨୮।୫ କେବେ ଏଠାରେ ଲହଡ଼ି ଖେଳୁଥିଲା କାଚକେନ୍ଦୁ ଭଳି ପାଣି। କେବଳ ଗାଧୁଆପାଧୁଆ ଭଳି ଦୈନନ୍ଦିନ କାର୍ଯ୍ୟ ନୁହେଁ, ସ୍ଥାନୀୟ ବାସିନ୍ଦାଙ୍କ ଜଳକଷ୍ଟ ମଧ୍ୟ ମେଣ୍ଟୁଥିଲା। ଜାନିଯାତ୍ରା, ମେଳା, ମହୋତ୍ସବ, ବିବାହ ବ୍ରତ ଭଳି କାର୍ଯ୍ୟରେ ଜଳାଶୟ ଉପରେ ନିର୍ଭର କରୁଥିଲେ ହଜାର ହଜାର ଜନସାଧାରଣ। ଉପକୃତ ହେଉଥିଲେ ଗୃହପାଳିତ ପ୍ରାଣୀ। ଏବେ କିନ୍ତୁ ପରିସ୍ଥିତି ଭିନ୍ନ। ପୋଖରୀରେ ପାଣିର ଚିହ୍ନବର୍ଣ୍ଣ ନାହିଁ। କେଉଁଠ ଦଳ ତ ଅନ୍ୟ କେଉଁଠି ଲଟାବୁଦା ମାଡ଼ି ଅରଣ୍ୟର ଭ୍ରମ ସୃଷ୍ଟି କରୁଛି। ବୁଲାଗୋରୁଙ୍କ ଚାରଣ ଭୂମି ପାଲଟିଥିବା ଏହି ସ୍ଥାନରେ ଯେ ଏକଦା ବିଶାଳକାୟ ଜଳାଶୟ ଥିଲା, ତାହା ଜଣାପଡୁନାହିଁ। ସମସ୍ୟା କେବଳ ଗୋଟିଏ କି ଦୁଇଟି ପୋଖରୀରେ ସୀମିତ ନୁହେଁ, ପ୍ରଶାସନିକ ଅବହେଳାରୁ ଢେଙ୍କାନାଳ ଜିଲା ଭୁବନର ଅଧିକାଂଶ ପୁଷ୍କରିଣୀ ଏବେ ଜନମାନସରୁ ହଜିଯିବାକୁ ବସିଛି।
ଏସିଆ ମହାଦେଶର ସବୁଠାରୁ ବଡ଼ ଗଁା ଭୁବନକୁ ୧୯୭୨ରେ ମିଳିଥିଲା ଏନ୍‌ଏସି ମାନ୍ୟତା। ଇତିମଧ୍ୟରେ ବିତିଗଲାଣି ଦୀର୍ଘ ୫୦ ବର୍ଷ। ହେଲେ ଅଞ୍ଚଳବାସୀଙ୍କ ପାଖରେ ଆଜି ବି ଅପହଞ୍ଚ ହୋଇରହିଛି ରାସ୍ତାଘାଟ, ପାନୀୟଜଳ, ପରିମଳ ଭଳି ମୌଳିକ ସୁବିଧା। ତେବେ ଗତ କିଛିବର୍ଷ ମଧ୍ୟରେ ଯେଉଁ ସମସ୍ୟା ସବୁଠାରୁ ଉତ୍କଟରୂପ ଧାରଣ କରିଛି, ତାହା ହେଲା ପାଣି। ଦିନକୁ ଦିନ ଭୂତଳ ଜଳସ୍ତର ନିମ୍ନଗାମୀ ହେଉଥିବାବେଳେ ଖରା ଆସୁଆସୁ ଆରମ୍ଭ ହୋଇଯାଉଛି ଜଳସଙ୍କଟ। ୩ରୁ ୪ ମାସ ଯାଏ ଏହା ଜାରିରହୁଛି। ଫଳରେ ୧୫ ଓ୍ବାର୍ଡ ବିଶିଷ୍ଟ ଏନ୍‌ଏସିର ହଜାର ହଜାର ପରିବାର ଡହଳବିକଳ ହେଉଛନ୍ତି। ପୁରାତନ ପୁଷ୍କରିଣୀଗୁଡ଼ିକର ପୁନରୁଦ୍ଧାର ନ ହେବା ସ୍ଥିତିକୁ ଆହୁରି ସଙ୍ଗିନ କରିପକାଉଛି।
ଏନ୍‌ଏସିର ବିଭିନ୍ନ ଓ୍ବାର୍ଡରେ ୨୦ରୁ ଊର୍ଦ୍ଧ୍ୱ ସରକାରୀ ଏବଂ ବେସରକାରୀ ଜଳାଶୟ ରହିଛି। ତନ୍ମଧ୍ୟରୁ ପୁଷ୍ଟିପୋଖରୀ, ଚିନ୍ନରା ପୋଖରୀ, ନୂଆପୋଖରୀ-୧, ନୂଆପୋଖରୀ-୨,ବେଣାଗାଡ଼ିଆ, ମଝିବେଣାଗାଡ଼ିଆ, ଗୋଡ଼ିପୋଖରୀ, ଗହମପୋଖରୀ, ସାନଦଲକ, ଦଲକ, ଝରଣ ପୋଖରୀ, ମଠପୋଖରୀ, ଦୁର୍ଗାସାଗର, କଇଁଗାଡ଼ିଆ ଆଦି ଏନ୍‌ଏସି ପରିଚାଳନାରେ ରହିଛି। ତେବେ ବର୍ଷବର୍ଷ ଧରି ଦଳ, ପଙ୍କ ସଫେଇ କିମ୍ବା ପୁନରୁଦ୍ଧାର ହେଉ ନ ଥିବାରୁ ଚିନ୍ନରାପୋଖରୀ, କଇଁଗାଡ଼ିଆ, ବେଣାଗାଡ଼ିଆ, ଝରଣ ପୋଖରୀ, ନୂଆପୋଖରୀ, ସାନଦଲକ ଆଉ ବ୍ୟବହାର ଉପଯୋଗୀ ହୋଇ ରହିନାହିଁ। କେବଳ ବର୍ଷାଦିନେ କେତେକାଂଶରେ ଏହା କାମରେ ଆସୁଛି। ନଚେତ୍‌ ଅଧିକାଂଶ ସମୟ ଶୁଖିଲା ପଡୁଛି। ଅନ୍ୟସବୁ ପୋଖରୀଗୁଡ଼ିକର ମଧ୍ୟ ସମାନ ଅବସ୍ଥା। ସବୁଠାରୁ ବଡ଼କଥା ଅଧିକାଂଶ ପୋଖରୀ ମାଛଚାଷ ପାଇଁ ବ୍ୟବହାର ହେଉଛି। ନିଲାମଧାରୀ ଅଧିକ ଲାଭ ଆଶାରେ କୁକୁଡ଼ା ମଳ, ଖତ, ରାସାୟନିକ ପକାଉଛନ୍ତି। ଏହାଦ୍ୱାରା ପାଣି ଦୂଷିତ ହୋଇଯାଇଛି। ଗାଧୋଇଲେ ଦେହହାତ କୁଣ୍ଡାଇ ହେଉଥିବା ଅଭିଯୋଗ ହେଉଛି। ଅନ୍ୟପଟେ ଓ୍ବାର୍ଡବାସୀଙ୍କ ବାରମ୍ବାର ଦାବି ପରେ ନିକଟରେ ପୁଷ୍ଟିପୋଖରୀ ଦଳସଫେଇ ଆରମ୍ଭ ହୋଇଛି। ହେଲେ ଅନ୍ୟ ଜଳାଶୟଗୁଡ଼ିକର ପୁନରୁଦ୍ଧାର ପାଇଁ ଯୋଜନା କରାଯାଉନାହିଁ। ନଦୀରେ ଚେକ୍‌ଡ୍ୟାମ୍‌ ନିର୍ମାଣ, ପୁରାତନ ଜଳାଶୟ ଖନନ କରିବା ଦ୍ୱାରା ଭୂତଳ ଜଳସ୍ତର ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ଥିଲେ ବି ଏ ଦିଗରେ ଦୃଷ୍ଟି ଦିଆଯାଉନାହିଁ। କେନ୍ଦ୍ର ଓ ରାଜ୍ୟ ସରକାର ପୋଖରୀ ଖନନ ପାଇଁ ଏକାଧିକ ଯୋଜନା କରିଥିଲେ ମଧ୍ୟ ତାହାର ଠିକ୍‌ କାର୍ଯ୍ୟାନ୍ବୟନ ହେଉନାହିଁ। ଫଳରେ ସମସ୍ୟା ଦିନକୁ ଦିନ ଜଟିଳ ହେଉଥିବା ସହରର ବୁଦ୍ଧିଜୀବୀ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri