ଆମ୍ବ ଚାଷୀ ହତାଶ

କେନ୍ଦୁଝର,୨୮ା୫(ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଆମ୍ବ ଚାଷୀ ନିରାଶ ହୋଇଛନ୍ତି। ପୂର୍ବ ବର୍ଷ ତୁଳନାରେ ଚଳିତବର୍ଷ ଉତ୍ପାଦନ କମି ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ହାଟବଜାର ଓ ରାସ୍ତାକଡ଼ରେ ଆମ୍ବର ଆସର ଦେଖିବାକୁ ମିଳୁନାହିଁ। ସୁସ୍ବାଦୁ ଆମ୍ବ ପାଇଁ କେନ୍ଦୁଝର ଜିଲା ଦେଶ ବିଦେଶରେ ବେଶ ପରିଚିତ ଥିବା ବେଳେ ଚଳିତ ବର୍ଷ ଆମ୍ବ ଅଭାବ ଦେଖା ଦେଇଛି। ଫଳରେ ଜିଲାବାସୀ ସୁସ୍ବାଦୁ ଆମ୍ବ ଖାଇବାରୁ ବଞ୍ଚିତ ହେବା ସହ ଅନ୍ୟ ରାଜ୍ୟର ଆମ୍ବକୁ ଅପେକ୍ଷା କରିଛନ୍ତି। ଜଳବାୟୁରେ ପରିବର୍ତ୍ତନ ଓ ପାଗ ଅନୁକୂଳ ନ ହେବାରୁ ଚଳିତବର୍ଷ ବଣଜଙ୍ଗଲ ଓ ବାଡ଼ିବଗିଚାରେ ଥିବା ଗଛରେ ଆମ୍ବ ନାହିଁ। ଆମ୍ବ ବିକି ଭଲ ଦୁଇ ପଇସା ରୋଜଗାର କରିବା ପାଇଁ ଆଶା ବାନ୍ଧିଥିବା ଜିଲାର ଚାଷୀ ଚିନ୍ତାରେ ପଡ଼ିଛନ୍ତି।
ଚଳିତ ବର୍ଷ ଆମ୍ବ ଗଛରେ ଭଲ ବଉଳ ହୋଇ ନ ଥିଲା। ପ୍ରତିବର୍ଷ ଗଛରେ ବଉଳ ଦେଖି ବେପାରୀମାନେ ଆଗୁଆ ଆମ୍ବଗଛ ନିଲାମ ଧରିଥାନ୍ତି। ଚଳିତ ବର୍ଷ କମ୍‌ ବଉଳ ଦେଖି କେହି ଆସିଲେ ନାହିଁ। ଯେଉଁ କିଛି ବଉଳ ହୋଇଥିଲା ସେସବୁ ଖରାରେ ଶୁଖିଗଲା। ଆଉ କେତେକ କାଳବୈଶାଖୀ ବର୍ଷା ଯୋଗୁ ଝଡ଼ିପଡ଼ିଲା। ଏଣୁ ଗତବର୍ଷ ତୁଳନାରେ ୧୦ ପ୍ରତିଶତ ଆମ୍ବ ଉତ୍ପାଦନ କମ୍‌ ହେବା ନେଇ ଆଶଙ୍କା ଦେଖାଦେଇଛି। ଗତବର୍ଷ ଭଲ ଆମ୍ବ ହୋଇଥିଲେ ହେଁ କରୋନା କଟକଣା ପାଇଁ ବେପାରୀ ଆସି ନ ପାରିବାରୁ ବହୁ ଆମ୍ବ ପଚି ନଷ୍ଟ ହେଲା। ଏହା ସତ୍ତ୍ୱେ ଚାଷୀମାନେ ଆମ୍ବ ବିକି କିଛିଟା ଲାଭବାନ ହୋଇଥିଲେ। ଚଳିତବର୍ଷ ଅବସ୍ଥା ବଦଳିଥିଲେ ହେଁ ଗଛରେ ବଉଳ ନ ଆସିବାରୁ ଚାଷୀ ହତାଶ ହୋଇ ପଡ଼ିଛନ୍ତି। ଆଗରୁ ବଡ଼ ବଡ଼ ଟ୍ରକ୍‌ରେ ଆମ୍ବ ବାହାରକୁ ଯାଉଥିଲା। କିନ୍ତୁ ଏବେ ଅଟୋରେ ବଜାରକୁ ପଠାଇବାକୁ ଆମ୍ବ ନାହିଁ ବୋଲି ଚାଷୀ ପର୍ଶୁରାମ ମହାନ୍ତ କହିଛନ୍ତି। ଏଣୁ ଆର୍ଥିକ ସହାୟତା ପାଇଁ ଚାଷୀମାନେ ଦାବି କରୁଛନ୍ତି।
ପ୍ରକାଶ ଯେ, କେନ୍ଦୁଝର ଜିଲାର ଜଳବାୟୁ ଓ ଭାୈଗୋଳିକ ଅବସ୍ଥିତି ଆମ୍ବ ଚାଷ ପାଇଁ ଅନୁକୂଳ। ବଣଜଙ୍ଗଲ ତଥା ବାଡ଼ିବଗିଚାରେ ଦେଶୀ ଆମ୍ବ ଗଛ ବହୁ ସଂଖ୍ୟାରେ ରହିଛି। କିଛି ବର୍ଷ ହେଲା ଉଦ୍ୟାନ ଓ କୃଷି ବିଭାଗର ଉଦ୍ୟମରେ ବିଭିନ୍ନ ଯୋଜନାରେ ବ୍ୟାପକ ପରିମାଣରେ ଜାତିଜାତିକା କଲମୀ ଆମ୍ବ ବଗିଚା ପ୍ରତିଷ୍ଠା କରାଯାଇ ହିତାଧିକାରୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ସରକାରୀ ପ୍ରୋତ୍ସାହନରେ ଶତାଧିକ ଚାଷୀ ନିଜ ନିଜର ଜମିରେ ଆମ୍ବ ବାଗାନ କରିଛନ୍ତି। ୩/୪ ବର୍ଷ ପରେ ଉକ୍ତ ଆମ୍ବ ବାଗାନରୁ ଆମ୍ବ ବିକି ସ୍ବାବଲମ୍ବୀ ହୋଇ ପାରିଛନ୍ତି। ବିଶେଷ କରି ଜିଲାର ତେଲକୋଇ, ସଦର, ଝୁମ୍ପୁରା, ହରିଚନ୍ଦନପୁର ଆଦି ବ୍ଲକ ଅଞ୍ଚଳରେ ଅଧିକ ସଂଖ୍ୟାରେ ଚାଷୀ ଏହି ଚାଷ କରିଛନ୍ତି। ଜିଲାରେ ପାଖାପାଖି ୧୦୦ ଏକର ଜମିରେ ଆମ୍ବ ଚାଷ ହୋଇଥିବା ବେଳେ ବିଭିନ୍ନ ପ୍ରକାର ସୁସ୍ବାଦୁ ଦେଶୀବିଦେଶୀ କିସମର କଲମୀ ଆମ୍ବ ଚାଷ କରାଯାଇଛି। ଦୋଶରି, ବାଇଗଣପଲେଇ, କ୍ଷୀରସାଗର, ହେମସାଗର, ଆମ୍ବ୍ରପଲ୍ଲି, ଲେଗଁଡା, ଲାଟସୁନ୍ଦରୀ, ନିଲମ ଆଦି ଉନ୍ନତ କିଶମର ଆମ୍ବ ଚାଷ କରାଯାଇଛି। ବେପାରୀମାନେ ସୁସ୍ବାଦୁ ଆମ୍ବ କିଣି ନେଇ ନୂଆଦିଲ୍ଲୀ ବନାରସ, କୋଲକାତା, ବିହାର, ରାଇପୁର, ରାଉରକେଲା, ଭୁବନେଶ୍ୱର ଓ କଟକ ଆଦି ଅଞ୍ଚଳରୁ ଚାଲାଣ କରିଥାନ୍ତି ବୋଲି ଅବସରପ୍ରାପ୍ତ କେନ୍ଦ୍ର ସରକାରୀ ଅଧିକାରୀ ଅଲେଖ ଚନ୍ଦ୍ର ପାତ୍ର କହିଛନ୍ତି। ଚଳିତ ବର୍ଷ ବାଗାନ ଖାଲି ପଡ଼ିଥିବାରୁ ଚାଷୀ ଓ ଏହି କାମରେ ନିୟୋଜିତ ହେଉଥିବା ଶ୍ରମିକ, ଆମ୍ବ କିଣି ବାହାରେ ବିକୁଥିବା ସ୍ଥାନୀୟ ଓ ବାହାର ବେପାରୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୭ ସରକାରୀ ମେଡିକାଲ କଲେଜରେ ନିର୍ମାଣ ହେବ ରୋଗୀ ସମ୍ପର୍କୀୟଙ୍କ ପାଇଁ ବିଶ୍ରାମାଗାର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ସ୍ୱରୂପ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା: ପାଖରେ ପଡ଼ିଛି ମୋବାଇଲ, ବ୍ୟାଗ୍‌; ମିଳିନି ପରିଚୟ…

ଛତ୍ରପୁର, ୨୩।୧୨(ଦିଲ୍ଲୀପ ସାମଲ): ବିଶାଖାପାଟଣାରୁ ଭୁବନେଶ୍ୱର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ଜଣା ପଡ଼ିନାହିଁ।...

SCBରେ ନିର୍ମାଣ ହେବ ୧୭ ମହଲା ବିଶିଷ୍ଟ ମଲ୍‌ଟି ଲେଭଲ୍ ପାର୍କିଂ

ଭୁବନେଶ୍ୱର,୨୩।୧୨: ରାଜ୍ୟର ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଲୋକସେବା ଭବନଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ମଦ୍ୟପଙ୍କୁ ତାରାତାରିଣୀ ମନ୍ଦିର ମନା: ଏଣିକି ମୋବାଇଲ ସହ ଫଟୋ ଉଠାକୁ ବାରଣ; ପ୍ରଶାସନିକ ବୈଠକରେ… 

ପୁରୁଷୋତ୍ତମପୁର,୨୩।୧୨ (ସବିତା ମିଶ୍ର): ବର୍ତ୍ତମାନ ପର୍ଯ୍ୟଟନର ଋତୁ ଚାଲିଥିବାବେଳେ ଆଉ କିଛି ଦିନ ପରେ ଆସୁଛି ନୂଆବର୍ଷ। ଏହି ଅବସରରେ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଶୀତଦିନେ ବ୍ରଏଲର କୁକୁଡ଼ାର ନିଅନ୍ତୁ ବିଶେଷ ଯତ୍ନ: ଅବହେଳା କଲେ ହୋଇପାରେ ବଡ଼ ଆର୍ଥିକ କ୍ଷତି

ଭୁବନେଶ୍ୱର,୨୩।୧୨: ଓଡ଼ିଶାରେ ଶୀତର ପ୍ରକୋପ ବଢ଼ୁଥିବା ବେଳେ ବ୍ରଏଲର କୁକୁଡ଼ା ଚାଷୀଙ୍କ ପାଇଁ ସତର୍କତା ଜାରି କରାଯାଇଛି। ଅତ୍ୟଧିକ ଥଣ୍ଡା ଯୋଗୁଁ କୁକୁଡ଼ାଙ୍କ ଶାରୀରିକ ଅଭିବୃଦ୍ଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri