Odisha Elections 2024

ଜମି ଚିହ୍ନଟ ସତ୍ତ୍ୱେ କାର୍ଯ୍ୟ ଆରମ୍ଭ ହୋଇନି

ପୁରୀ ଅଫିସ,୨୭।୫: ଏକବିଂଶ ଶତାବ୍ଦୀରେ ସମାଜ ପାଇଁ ବିଜ୍ଞାନର ଗୁରୁତ୍ୱ ବଢ଼ିଯାଇଥିବା ବେଳେ ଛାତ୍ରୀଛାତ୍ରଙ୍କ ପାଇଁ ବିଜ୍ଞାନ ସମ୍ବନ୍ଧୀୟ ତଥ୍ୟ ଜାଣିବା ଜରୁରୀ ହୋଇପଡ଼ିଛି। ଏଥିପାଇଁ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ ବୈଷୟିକ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ପୁରୀ ସମେତ ୧୦ ଜିଲାରେ ଜିଲା ବିଜ୍ଞାନ କେନ୍ଦ୍ର ଉଦ୍ୟମ ଆରମ୍ଭ ହୋଇଥିଲା। ଇତିମଧ୍ୟରେ କେତୋଟି ଜିଲାରେ ବିଜ୍ଞାନ କେନ୍ଦ୍ର ନିର୍ମାଣ ପ୍ରକ୍ରିୟା ଆରମ୍ଭ ସମ୍ପୂର୍ଣ୍ଣ ହୋଇଗଲାଣି। ହେଲେ ପୁରୀ ଜିଲାରେ ଜିଲା ବିଜ୍ଞାନ କେନ୍ଦ୍ର ନିର୍ମାଣ ପ୍ରତି ପ୍ରଶାସନର ଆଗ୍ରହ ନ ଥିବା ଦେଖିବାକୁ ମିଳିଛି। ଏପରିକି ପୁରୀ ଜିଲାପାଳଙ୍କୁ ବିଜ୍ଞାନ ଓ ବୈଷୟିକ ବିଭାଗ ତରଫରୁ ଜମି ଚିହ୍ନଟ କରି ପ୍ରସ୍ତାବ ଦେବାକୁ ଅନୁରୋଧ କରାଯାଇଛି। ମାତ୍ର ଜିଲାରେ ପ୍ରସ୍ତାବିତ ଜମି ଚିହ୍ନଟ ପ୍ରକ୍ରିୟା ଆଗେଇ ପାରୁନାହିଁ। ପୁରୀ ତାଳବଣିଆଠାରେ ୫ ଏକର ଜମି ଚିହ୍ନଟ କରାଯାଇଥିଲେ ମଧ୍ୟ ରାଜ୍ୟ ଓ ଜିଲା ପ୍ରଶାସନର ମିଳିତ ଭାବେ କ୍ଷେତ୍ର ପ୍ରଦର୍ଶନ ପ୍ରକ୍ରିୟା କାର୍ଯ୍ୟକାରୀ ହୋଇପାରୁ ନାହିଁ। ଫଳରେ ପୁରୀ ଜିଲାର ଛାତ୍ରୀଛାତ୍ର ବିଜ୍ଞାନ କେନ୍ଦ୍ରର ସୁବିଧା ପାଇବାରୁ ବଞ୍ଚତ୍ତ ହେଉଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ ଓ ବଲାଙ୍ଗୀର ଭଳି ଜିଲାରେ ବିଜ୍ଞାନ କେନ୍ଦ୍ର କାର୍ଯ୍ୟ ଆରମ୍ଭ ହୋଇସାରିଛି। ରାଜ୍ୟ ସରକାରଙ୍କ ଗାଇଡଲାଇନ୍‌ ଅନୁଯାୟୀ ବିଜ୍ଞାନ କେନ୍ଦ୍ର ପାଇଁ ଯେଉଁ ଜମି ଚିହ୍ନଟ କରାଯିବ, ତାହାର ଅତିନିକଟରେ ବିଦ୍ୟୁତ୍‌ ସରବରାହ, ଟେଲିଫୋନିକ୍‌ ଲାଇନ୍‌, ସଡ଼କ ପରିବହନ ବ୍ୟବସ୍ଥା, ପିଇବା ପାଣି ଓ ଡ୍ରେନେଜ୍‌ ସୁବିଧା ରହିଥିବା ଆବଶ୍ୟକ। ଏହି ସମସ୍ତ ନିର୍ଦ୍ଦେଶନାମାକୁ ଦୃଷ୍ଟିରେ ରଖି ପୁରୀ ତାଳବଣିଆରେ ୫ ଏକର ଜମି ଚିହ୍ନଟ କରାଯାଇଛି। ଅନ୍ୟପଟେ ବରଗଡ଼ ଜିଲାରେ ୨୦୨୦ ଜାନୁୟାରୀ ୨୧ରେ ଉଦ୍‌ଘାଟନ ହୋଇଥିବା ଜିଲା ବିଜ୍ଞାନ କେନ୍ଦ୍ରକୁ ୨୦୨୧ ଡିସେମ୍ବର ୪ ସୁଦ୍ଧା ୩୩ ହଜାର ୨ଶହ ଛାତ୍ରୀଛାତ୍ର ବୁଲିବାକୁ ଆସିଥିଲେ। ଟିକେଟ୍‌ ଅର୍ଥ ବାବଦକୁ ଏମାନଙ୍କଠାରୁ ୭ ଲକ୍ଷ ୫ ହଜାର ୯୮୦ ଟଙ୍କା ରାଜସ୍ବ ଆଦାୟ ହୋଇଥିଲା। ପୁରୀ ଭଳି ଜିଲାରେ ବିଜ୍ଞାନ କେନ୍ଦ୍ର ଆହୁରି ଅଧିକ ସମ୍ଭାବନା ରହିଛି। ଏଣୁ ଜିଲା ପ୍ରଶାସନ ଏ ନେଇ ତତ୍ପରତା ଦେଖାଇବା ଦରକାର ବୋଲି ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ସଦାଶିବ ମିଶ୍ର କହିଛନ୍ତି। ପିଲାଙ୍କୁ ଭୌତିକ ବିଜ୍ଞାନ ଓ ରସାୟନ ବିଜ୍ଞାନ ଭଳି ଶିକ୍ଷା କେବଳ ପୁସ୍ତକ ମାଧ୍ୟମରେ ଦିଆଯାଉଛି। କାଁ ଭାଁ ବିଦ୍ୟାଳୟରେ ପିଲାଙ୍କୁ ବିଜ୍ଞାନସମ୍ପର୍କିତ ପ୍ରାଟିକାଲ୍‌ କରାଯାଉଛି। ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା ହୋଇପାରିଲେ, ପିଲାମାନେ ବିଜ୍ଞାନ ଚମତ୍କାରିତାକୁ ଅନୁଭବ କରିପାରିବେ। ଭୌତିକ ଓ ରସାୟନ ବିଜ୍ଞାନ ବାସ୍ତବରେ କିଭଳି ଭାବେ କାର୍ଯ୍ୟ କରେ, ବିଜ୍ଞାନ କିଭଳି ପରିବେଶ ଓ ମାନବ ସମାଜକୁ ବିକଶିତ କରିଛି ତାହାକୁ ଅନୁଭବ କରିପାରିବେ ବୋଲି ପୁରୀ ଅଭିଭାବକ ସଂଘର ଆବାହକ ସୁବୋଧ କୁମାର ସୁବୁଦ୍ଧି ମତ ରଖିଛନ୍ତି । ଅନ୍ୟପକ୍ଷେ ପୁରୀ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ତାଳବଣିଆଠାରେ ପ୍ରାୟ ବର୍ଷେ ହେବ ଜମି ଚିହ୍ନଟ ହୋଇଯାଇଛି। ହେଲେ ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ କ୍ଷେତ୍ର ପରିଦର୍ଶନ କରାଯାଉ ନାହିଁ। କ୍ଷେତ୍ର ପରିଦର୍ଶନ ହୋଇଗଲେ ଖୁବଶୀଘ୍ର କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଉପଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ନିର୍ବାଚନୀ ସଭାରେ ବିଡିଓଙ୍କ ଉପସ୍ଥିତି : ଅଭିଯୋଗ ଆଣିଲା ବିରୋଧୀ

ହାଟଡିହୀ,୧୯।୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ହାଟଡିହୀ ବ୍ଲକ ଛେନାପଦୀଠାରେ ରବିବାର ବିଜେଡି ପକ୍ଷରୁ ଏକ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ...

ଭୁବନେଶ୍ୱରରେ ମୋଦି, ରାଜ୍ୟ ଭାଜପା କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୧୯।୫: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାୟୁସେନାର ସ୍ବତନ୍ତ୍ର ବିମାନରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରବିବାର ପହଞ୍ଚିଛନ୍ତି। ପ୍ରଥମେ ସେ ଦଳୀୟ କର୍ମୀଙ୍କ...

“ଯଦି ସୁଯୋଗ ମିଳେ, ମନା କରିବି ନାହିଁ”: ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଜୁଏଲ ଓରାମଙ୍କ ବୟାନ

ଭୁବନେଶ୍ୱର,୧୯ା୫: ଓଡ଼ିଶାରେ ଭାଜପାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ସୁନ୍ଦରଗଡ଼ ଏମପି ତଥା ଭାଜପାର ଲୋକ ସଭା...

ନିଆଁ ଲାଗି ଜଳିଗଲା ୨ ବଖରା ଘର: ଲିଭାଇବା ବେଳେ ୨ ଆହତ

ବାସୁଦେବପୁର,୧୯।୫(ନାରାୟଣ ପ୍ରସାଦ ବାରିକ୍‌): ଭଦ୍ରକ ଜିଲା ବାସୁଦେବପୁର ପୌରପାଳିକା ସୁରେଶ୍ୱରପୁର ଗ୍ରାମର ୮ ନଂ. ୱାର୍ଡରେ ରବିବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ଶାନ୍ତିଲତା ବେହେରାଙ୍କ ୨...

ପୋଲିଂ ଟିମରେ କର୍ତ୍ତବ୍ୟରତ ଶିକ୍ଷକଙ୍କ ମୃତ୍ୟୁ

ବଲାଙ୍ଗୀର, ୧୯ା୫( ସୁନୀଲ କୁମାର ମହାନ୍ତି): ନିର୍ବାଚନ ପାଇଁ ପୋଲିଂ ଡ୍ୟୁଟିରେ ଥିବା ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଶିକ୍ଷକଙ୍କ ନାଁ ସୁଶୀଲ...

ରାତି ପାହିଲେ ନିର୍ବାଚନ: ପୁରୁଷୋତ୍ତମପୁରର ୧୪୭ ବୁଥ୍‌ରେ ୧ ଲକ୍ଷ ୪୧ ହଜାର ୭୬୬ ଜଣ କରିବେ ମତଦାନ

ପୁରୁଷୋତ୍ତମପୁର,୧୯ା୫(ସିମାଞ୍ଚଳ ମିଶ୍ର): ଦ୍ବିତୀୟ ପର୍ଯ୍ୟାୟ ମତଦାନ ପାଇଁ ଗଞ୍ଜାମ ଜିଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ରବିବାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୋମବାର...

ନିର୍ବାଚନୀ ହିଂସା: ଖଲ୍ଲିକୋଟ ହତ୍ୟା ଘଟଣାରେ ଆଉ ଦୁଇ ଗିରଫ

ଛତ୍ରପୁର,୧୯ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହତ୍ୟା ଘଟଣାରେ ପୁଣି ଦୁଇ ଗିରଫ ହୋଇଛନ୍ତି। ଗିରଫମାନେ ହେଲେ ଶ୍ରୀକୃଷ୍ଣଶରଣପୁର ଗ୍ରାମର ସୁଦର୍ଶନ ପାହାନ ଓ ରାମଚନ୍ଦ୍ରପୁର...

ବାତ୍ୟାର ଆସିବାର କୌଣସି ପୂର୍ବାନୁମାନ କରାଯାଇ ନାହିଁ: ପାଣିପାଗ ବିଭାଗ

ଭୁବନେଶ୍ୱର,୧୯ା୫: ରବିବାର ଭୁବନେଶ୍ୱର ଆଇଏମଡି ନିର୍ଦ୍ଦେଶକ ମନୋରାମା ମହାନ୍ତି ସୂଚନା ଦେଇଛନ୍ତି ଯେ ବାତ୍ୟା ସୃଷ୍ଟି ହେବାର କୌଣସି ପୂର୍ବାନୁମାନ କରାଯାଇ ନ ଥିବାରୁ ଭୟଭୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri