୩ ନାବାଳକଙ୍କୁ ଉଦ୍ଧାର କଲା ଚାଇଲ୍ଡଲାଇନ

ସିମୁଳିଆ, ୨୬।୫(ଡି.ଏନ.ଏ.): ‘ଧରିତ୍ରୀ’ରେ ଖବର ପ୍ରକାଶ ହେବା ପରେ ବାଲେଶ୍ୱର ଜିଲା ସିମୁଳିଆ ଥାନା କହ୍ନେଇବିନ୍ଧା ପଞ୍ଚାୟତ କଇଁଶୀ ଆଦିବାସୀ ସାହିରେ ମା’ଙ୍କ ମୃତ୍ୟୁ ପରେ ଅସହାୟ ହୋଇପଡ଼ିଥିବା ୩ ନାବାଳକ କୁଆଁର ମୁର୍ମୁ(୬), ଗୋବିନ୍ଦ ମୁର୍ମୁ(୮) ଓ ଡେରୁ ମୁର୍ମୁ(୯) ଙ୍କୁ ବୁଧବାର ବାଲେଶ୍ୱର ଚାଇଲ୍ଡଲାଇନ୍‌ ଉଦ୍ଧାର କରିଛି।
ଲିଡ଼ର ତପସ୍ବିନୀ ରାଉତଙ୍କ ନିର୍ଦ୍ଦେଶରେ ୟୁନିଟ୍‌ ମେମ୍ବର ପଞ୍ଚାନନ ତ୍ରିପାଠୀ, ଜ୍ୟୋତି ପ୍ରକାଶ କର ଓ ଚିତ୍ତରଞ୍ଜନ ପଣ୍ଡା ପହଞ୍ଚତ୍ ଉଦ୍ଧାର କରିଥିଲେ। ଅଣନାତିମାନଙ୍କୁ ଜେଜେ ମା’ ଗିର୍ଥୀ ଓ ଜେଜେ ରାମ ମୁର୍ମୁ ଛାଡ଼ିବା ପାଇଁ ଇଛା କରି ନ ଥିଲେ ହେଁ ସ୍ଥାନୀୟବାସିନ୍ଦାଙ୍କ ପରାମର୍ଶରେ ଛାଡ଼ିଥିଲେ। ତିନି ଅଣନାତିଙ୍କୁ ସାବୁନ ଲଗାଇ ଗାଧୋଇ ଦେଇ ସେମାନଙ୍କ ଶାର୍ଟ ପ୍ୟାଣ୍ଟ ପିନ୍ଧାଇ ଛାଡ଼ିଥିଲେ। ବୁଧବାର ଏହି ତିନି ନାବାଳକଙ୍କୁ ଖଇରା ଚାଇଲ୍ଡ ଲାଇନରେ ରଖାଯିବ। ଗୁରୁବାର ସେମାନଙ୍କୁ ବାଲେଶ୍ୱର ଜିଲା ଚାଇଲ୍ଡ ଲାଇନରେ ପହଞ୍ଚାଯିବ ବୋଲି ସୂଚନା ଦିଆଯାଇଛି।
ଯେ, ଗତ ୩ତାରିଖରେ କଇଁଶୀ ଆଦିବାସୀ ସାହିର ରାମ ମୁର୍ମୁ ନିଜ ସ୍ତ୍ରୀ ଦେଉଳାଙ୍କୁ ପିଟି ହତ୍ୟା କରିବା ଅଭିଯୋଗରେ ଜେଲ ଯାଇଛନ୍ତି। ପରେ ତାଙ୍କ ନାବାଳକ ପୁଅ ଅସହାୟ ହୋଇପଡ଼ିଥିଲେ। ଜେଜେ ମା’ ଓ ଜେଜେ ଏହି ତିନି ପିଲାଙ୍କ ଦାୟିତ୍ୱ ନେଇଥିଲେ ହେଁ ଦାରିଦ୍ର୍ୟତା ଯୋଗୁ ବିଦ୍ୟାଳୟ ମଧ୍ୟାହ୍ନଭୋଜନ ପିଲାମାନଙ୍କ ବଞ୍ଚତ୍ବାର ଏକ ମାତ୍ର ସାହା ହୋଇଥିଲା। ଏ ସମ୍ପର୍କରେ ଗତ ୨୨ତାରିଖରେ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାମ ଚାଲୁଥିଲା ହଠାତ୍‌ ଶ୍ରମିଙ୍କ ଉପରେ ପଡିଲା କାନ୍ଥ, ଆଖିବୁଜିଲେ…

ବାଲେଶ୍ୱର,୨୯।୧୨(ବାଞ୍ଛାନିଧି ଦେ): କାମ ଚାଲିଥିଲା ହଠାତ୍‌ ଶ୍ରମିକଙ୍କ ଉପରେ ପଡ଼ିଲା କାନ୍ଥ। ଏଭଳି ଅଭନୀୟ ଘଟଣା ଘଟିଛି ବାଲେଶ୍ୱର ଟାଉନ ଥାନା ମୋତିଗଞ୍ଜ ବଜାରରେ। ସୋମବାର...

ଭିଜିଲାନ୍ସ ଜାଲରେ ସିଭିଲ ସପ୍ଲାଏର ଜୁନିୟର ଆକାଉଣ୍ଟାଣ୍ଟ, ଏକକାଳୀନ ୫ଟି ସ୍ଥାନରେ ଚଢ଼ାଉ

ସୁନ୍ଦରଗଡ଼, ବାଲେଶ୍ବର ୨୨/୧୨(ଜୟ ନାରାୟଣ ମେଣ୍ଡୁଳି/ବାଞ୍ଛାନିଧି ଦେ): ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ । ଆଜି ପୁଣି ସକାଳୁ ସକାଳୁ ଭିଜିଲାନ୍ସ ରେଡ୍ କରିଛି...

ପୁଣି ଅରୁଣଙ୍କ ଘରେ ବିଜେଡି ନେତାଙ୍କ ମେଳି…

ବାଲେଶ୍ୱର,୨୦।୧୨(ବାଞ୍ଛାନିଧି ଦେ): ଅରୁଣ ସାହୁଙ୍କ ଘରେ ମେଳି ବାନ୍ଧିଲେଣି ବାଲେଶ୍ୱର ବିଜେଡି ନେତା। ଜ୍ୟୋତି ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ବରୂପ ଦାସ ମଧ୍ୟ ଉପସ୍ଥିତ ଅଛନ୍ତି।...

୧୧ କେଭି ବିଦ୍ୟୁତ ତାର ଛିଡ଼ି ଜଳିଗଲା ଧାନଗଦା, ୩ ଲଷରୁ ଅଧିକ ଟଙ୍କାର କ୍ଷତି

ବାହାନଗା, ୨୦। ୧୨(ଅରୂପ କୁମାର ଦାସ): ରେମୁଣା ବ୍ଲକ ଗୋପାଳପୁର ଥାନା ଅଧିନସ୍ଥ ତାଳପଦା ଗ୍ରାମ ବିଲରେ ଯାଇଥିବା ଇଲେଭେନ କେଭି ବିଦ୍ୟୁତ ତାର ଛିଡି...

ରାସ୍ତା ପାର୍ଶ୍ୱରେ ମେଡ଼ିସିନ ପଡିବା ଘଟଣା: ସସ୍‌ପେଣ୍ଡ ହେଲେ ୨ ଏଏନଏମ

ବାଲେଶ୍ୱର, ୧୯।୧୨: ( ବାଞ୍ଛାନିଧି ଦେ): ରାସ୍ତା ପାର୍ଶ୍ୱରେ ସରକାରୀ ଔଷଧ ପଡ଼ିଥିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଲେ ବାଲେଶ୍ୱର ସିଡିଏମଓ ଡା.ପ୍ରଭାତ କୁମାର ବେହେରା। ନିଲମ୍ବିତ...

ଖଇରାରେ ଦନ୍ତା ହାତୀର ଉପଦ୍ରବ, ୨ ପଞ୍ଚାୟତର ସମସ୍ତ ସ୍କୁଲ ଛୁଟି ଘୋଷଣା

ଖଇରା, ୧୯ା୧୨(ଉତ୍କଳ ବନ୍ଧୁ ପଣ୍ଡା ): ଗୁରୁବାର ରାତିରୁ ବାଲେଶ୍ୱର ଜିଲା ଖଇରା ବ୍ଲକ ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଖେଳାଇଛି । ଏକ...

ଖଇରାରେ ଆତଙ୍କ ଖେଳାଇଛି ଦନ୍ତା ହାତୀ, ଆକ୍ରମଣରେ ବୃଦ୍ଧ ମୃତ

ଖଇରା,୧୯/୧୨(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ବର ଜିଲା ସୋର ରେଞ୍ଜ ଅଧିନ ଖଇରା ଅଞ୍ଚଳରେ ଏକ ଦନ୍ତାହାତୀ ଗୁରୁବାର ରାତିସାରା ଆତଙ୍କ ଖେଳାଇଛି । କୁପାରୀ ଓ ଔପଦା...

ସୋର ଆହାର କେନ୍ଦ୍ରରୁ ବନ୍ଧୁକ ଜବତ, ପାଚେରି ଡେଇଁ ଯୁବକ ଚମ୍ପଟ୍‌

ବାଲେଶ୍ୱର,୧୮ା୧୨ ( ବାଞ୍ଛାନିଧି ଦେ): ସୋରରେ ଅଭାବନୀୟ ଘଟଣା । ଆହାର କେନ୍ଦ୍ରରୁ ଜବତ ହେଲା ବନ୍ଧୁକ ଜବତ ।  ତେବେ ଧରାପଡିବା ପରେ ଯୁବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri