ଚକରା ଗ୍ୟାଙ୍ଗର ୨ ଲୁଟେରାଙ୍କ ସମେତ ୫ ଗିରଫ

ଭୁବନେଶ୍ୱର,୨୦।୫(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରୁ ଲୁଟପାଟ୍‌ କରି ଏହାକୁ ବିକ୍ରି କରୁଥିବା ଗ୍ୟାଙ୍ଗକୁ ତମୋଣ୍ଡା ଥାନା ପୋଲିସ ଗିରଫ କରିଛି । ଏଥିରେ ୨ ଲୁଟେରା ଓ ୩ ଜଣ ରିସିଭର ଅଛନ୍ତି । ଲୁଟେରା ଦ୍ୱୟ ହେଲେ ଲିଙ୍ଗରାଜ ଥାନା ଅଞ୍ଚଳରେ ରହୁଥିବା ଅଂଶୁମାନ ତ୍ରିପାଠୀ ଓରଫ ଆୟୁଷ ଏବଂ ୟୁନିଟ-୧ କ୍ୟାପିଟାଲ ଥାନା ଅଞ୍ଚଳରେ ରହୁଥିବା ନିର୍ମଳ ରଣସିଂହ ଓରଫ ମିଥୁନ। ସେହିପରି ୩ଜଣ ରିସଭର ହେଲେ ଭୀମଟାଙ୍ଗି ଅଞ୍ଚର ଭରତ ସାହୁ, ତପନ ସାହୁ ଓ ଲୋକନାଥ ବେହେରା। ଏମାନଙ୍କଠାରୁ ୧୨ଟି ସୁନାଚେନ, ୨ମଙ୍ଗଳସୂତ୍ର ଜବତ କରାଯାଇଛି, ଯାହାର ଓଜନ ୧୦୧ ଗ୍ରାମ ୭୫୦ ମିଲିଗ୍ରାମ ବୋଲି ଜଣାପଡ଼ିଛି। ସେହିଭଳି ୮ଟି ମୋବାଇଲ ଫୋନ ଜବତ ହୋଇଛି। ଏ ନେଇ ତମାଣ୍ଡୋ ଥାନା ପୋଲିସ ଏକ ମାମଲା (ନଂ. ୧୨୫/୨୨) ରୁଜୁ କରି ଅଭିଯୁକ୍ତମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରିଛି। ଲୁଟେରା ଦ୍ୱୟ ଚକରା ଗ୍ୟାଙ୍ଗରେ ସଂପୃକ୍ତ ଥିବା ପୋଲିସ କହିଛି।
ସୂଚନାନୁଯାୟୀ, ଗତ ୧୪ ତାରିଖରେ ତମାଣ୍ଡୋ ଥାନା ଅଞ୍ଚଳର ବାଞ୍ଛାନିଧି ତ୍ରିପାଠୀଙ୍କ ବୋହୁ କଳିଙ୍ଗ ବିହାରରୁ ଘରକୁ ଫେରୁଥିବା ବେଳେ ୨ଜଣ ଦୁର୍ବୃତ୍ତ ଏକ ପଲସର ଗାଡ଼ି (ନଂ. ଓଡି-୦୨-ବିପି-୩୪୧୫)ରେ ଆସି ତାଙ୍କଠାରୁ ସୁନାଚେନ ଝାମ୍ପି ନେଇ ଫେରାର ହୋଇଯାଇଥିଲେ। ଏନେଇ ସେ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୋଲିସ ଗାଡ଼ି ନମ୍ବରରେ ଟ୍ରେସ କରି ଆୟୁଷଙ୍କୁ ଧରିଥିଲେ। ପଚରାଉଚୁରା କରିବା ସମୟରେ ସେ ବିଭିନ୍ନ ଜାଗାରୁ ସୁନା, ମୋବାଇଲ ଫୋନ୍‌ ଆଦି ଲୁଟ କରି ଏହାକୁ ବିକ୍ରି କରିବା ପାଇଁ ଭରତ, ତପନ, ଲେକନାଥଙ୍କୁ କିଛି କମିଶନ ଦିଅନ୍ତି। ଫଳରେ ସେମାନେ ଏହି ଚୋରା ଜିନିଷକୁ ବିଭିନ୍ନ ବସ୍ତି ସମେତ ଦୋକାନରେ ବିକ୍ରି କରିଥାନ୍ତି ବୋଲି ସ୍ବୀକାର କରିଥିବା ପୋଲିସ କହିଛି। ପୋଲିସ ତତନ୍ତ କରି ୩ ରିସିଭରଙ୍କୁ ମଧ୍ୟ ଗିରଫ କରିଛି। ଅଂଶୁମାନ ଓ ମିଥୁନଙ୍କ ନାଁରେ କ୍ୟାପିଟାଲ, ଖାରବେଳନଗର, ଖଣ୍ଡଗିରି, ନୂଆପଲ୍ଲୀ ଓ ଚନ୍ଦ୍ରଶେଖରପୁର ଆଦି ଥାନାରେ ଅନେକ ମାମଲା ରହିଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଭାଜପାକୁ ନେଇ ଗୁମର ଖୋଲିଦେଲେ RSS ନେତା ମୋହନ ଭାଗବତ: ଦେଶରେ ହଲଚଲ

ନୂଆଦିଲ୍ଲୀ,୨୨ା୧୨:ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର କୌଣସି ରାଜନୈତିକ କାର୍ଯ୍ୟସୂଚୀ ନାହିଁ। ଭାଜପା ଚଷମାରେ ଏହି ସଂଗଠନକୁ ଦେଖିବା ବଡ଼ ଭୁଲ୍‌ ବୋଲି ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri