ମୁମ୍ବାଇ ଭରଷାରେ ଆର୍‌ସିବି

ମୁମ୍ବାଇ,୧୯।୫: ଦୀର୍ଘ ଦିନ ହେଲା ଚୁପ୍‌ ଥିବା ବିରାଟ କୋହଲିଙ୍କ ବ୍ୟାଟ ଗର୍ଜନ କରିଛି। ତାଙ୍କର ୭୩ ରନ୍‌ର ଇନିଂସ ଯୋଗୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ୮ ଉଇକେଟରେ ଗୁଜରାଟ ଟାଇଟନ୍ସକୁ ପରାସ୍ତ କରିଛି। ଏହି ବିଜୟ ଯୋଗୁ ବାଙ୍ଗାଲୋର ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଉଠିଛି ହେଲେ ପ୍ଲେଅଫ୍‌ରେ ସ୍ଥାନ ପକ୍କା କରିନାହିଁ। ଆର୍‌ସିବିକୁ ଏବେ ମୁମ୍ବାଇ ଇଣ୍ଡିଆନ୍ସ ଉପରେ ଭରସା କରିବାକୁ ପଡ଼ିବ। କାରଣ ଦିଲ୍ଲୀ କ୍ୟାପିଟାଲ୍ସ ତା’ର ଅନ୍ତିମ ମ୍ୟାଚ୍‌ରେ ମୁମ୍ବାଇ ଇଆନ୍ସକୁ ଭେଟିବ। ଏଥିରେ ମୁମ୍ବାଇ ବିଜୟୀ ହେଲେ ହିଁ ଆର୍‌ସିବି ପ୍ଲେଅଫ୍‌ରେ ସ୍ଥାନ ପାଇବ।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୫ ଉଇକେଟ ହରାଇ ୧୬୮ ରନ୍‌ କରିଥିଲା। ଅଧିନାୟକ ହାର୍ଦ୍ଦିକ ୬୨ (୪ ଚୌକା ଓ ୩ ଛକା) ରନ୍‌ କରି ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡେଭିଡ୍‌ ମିଲର (୩୪ ରନ୍‌, ୩ ଛକା), ରିଦ୍ଧିମାନ ଶାହା ୩୧ (୪ ଚୌକା ଓ ୧ ଛକା) ରନ୍‌ କରିଥିଲେ। ଆର୍‌ସିବି ପକ୍ଷରୁ ଜୋଶ ହାଜେଲଉଡ୍‌ ୨ ଉଇକେଟ ନେଇଥିଲେ। ଜବାବରେ ଆରମ୍ଭରୁ ଆଟାକିଂ ବ୍ୟାଟିଂ କରିଥିଲେ ବିରାଟ କୋହଲି ଓ ଅଧିନାୟକ ଫାଫ ଡୁ’ପ୍ଲେସି। ଦୁହେଁ ୧୧୫ ରନ୍‌ ଯୋଡ଼ିଥିଲେ। ୧୫ତମ ଓଭରରେ ଏହି ଯୋଡ଼ିକୁ ଭାଙ୍ଗିଥିଲେ ରଶିଦ ଖାନ। ଡୁ’ପ୍ଲେସି ୪୪ (୫ ଚୌକା)ରନ୍‌ କରି ଆଉଟ୍‌ ହୋଇଥିଲେ। ତାଙ୍କ ପରେ ପ୍ୟାଭିଲିଅନ ଫେରିଥିଲେ କୋହଲି। ସେ ୫୪ ବଲରେ ୭୩ (୮ ଚୌକା ଓ ୨ ଛକା) ରନ୍‌ କରିଥିବା ବେଳେ ରଶିଦଙ୍କ ବଲରେ ଷ୍ଟମ୍ପିଂ ଆଉଟ୍‌ ହୋଇଥିଲେ। ଚଳିତ ଆଇପିଏଲରେ ଏହା କୋହଲିଙ୍କ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ତା’ ପରେ ମ୍ୟାକ୍ସଓ୍ବେଲ ୧୮ ବଲରେ ବିସ୍ଫୋରକ ୪୦(୫ ଚୌକା ଓ ୨ ଛକା) ରନ୍‌ ଖେଳିଥିଲେ। ଫଳରେ ୧୮.୪ ଓଭରରେ ୨ ଉଇକେଟରେ ୧୭୦ ରନ୍‌ କରି ମ୍ୟାଚ୍‌ ଜିତି ନେଇଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

F1: ଲାଣ୍ଡୋ ନରିସ୍ ବିଶ୍ୱ ଚାମ୍ପିଅନ୍, ମ୍ୟାକ୍‌ଲାରେନ୍‌ର ୧୭ ବର୍ଷର ଅପେକ୍ଷା ଶେଷ

ଆବୁଧାବି,୭ା୧୨: ଫର୍ମୁଲା ୱାନ୍‌ର ରୋମାଞ୍ଚକର ଶେଷ ରେସ୍‌ରେ ମ୍ୟାକ୍‌ଲାରେନ୍‌ର ଡ୍ରାଇଭର୍ ଲାଣ୍ଡୋ ନରିସ୍ (୨୬) ପ୍ରଥମ ଥର ପାଇଁ ବିଶ୍ୱ ଚାମ୍ପିଅନ୍ ଟାଇଟଲ୍ ଜିତିଛନ୍ତି ।...

ବାରବାଟୀରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା

କଟକ,୭ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌...

ପୁତ୍ର ବିଚ୍ଛେଦରୁ ମୁକୁଳି ପାରୁନାହାନ୍ତି ହ୍ୟୁମାନଙ୍କ ମାଆ, ସ୍ତ୍ରୀ କହିଲେ ”ମୁଁ ୩୦ ବର୍ଷରେ ସ୍ବାମୀ ହରାଇଲି”

ବଲାଙ୍ଗୀର,୭ା୧୨: ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ପୁଣି ଥରେ ପୁଅର ମୃତ୍ୟୁ ପାଇଁ ପୂର୍ବରୁ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ତାଙ୍କ ମାଆ ।...

ହତ୍ୟା ପରେ ବ୍ୟକ୍ତିଙ୍କୁ ଜାଳିଦେଲେ ଦୁର୍ବୃତ୍ତ, ଦୁର୍ଗନ୍ଧ ହେବାରୁ…

ଖଲ୍ଲିକୋଟ,୭ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ନିକଟସ୍ଥ ମେଦିପୁର-ଆଲିପୁର ରାସ୍ତା ସୁଳିଆ ପାହାଡ଼ ନିକଟରୁ ଜଣେ ଅଜଣା ବ୍ୟକ୍ତିଙ୍କ ଗଳିତ...

ପୁଟିନ୍‌ଙ୍କ ପାଇଁ ଭୋଜିରେ ଥିଲା ୪୦,୦୦୦ ଟଙ୍କା କେଜିର ଛତୁ, ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ,୭ା୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ତାଙ୍କ ଭାରତ-ରୁଷିଆ ଶିଖର ସମ୍ମିଳନୀ ପାଇଁ ନୂଆଦିଲ୍ଲୀରେ ପହଞ୍ଚିଥିଲେ। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆୟୋଜନ କରିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri