ଜିଏମ୍‌ ଆଇରନ୍‌ ଏବଂ ଷ୍ଟିଲ୍‌ କମ୍ପାନୀ ପ୍ରଦୂଷଣ ମାମଲା: ୪ ସପ୍ତାହରେ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ପରଜଙ୍ଗ, ୧୯।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଅନ୍ତର୍ଗତ କୁଲେଇସ୍ଥିତ ଜିଏମ୍‌ ଆଇରନ୍‌ ଆଣ୍ଡ୍‌ ଷ୍ଟିଲ୍‌ ପ୍ଲାଣ୍ଟକୁ ଜାତୀୟ ସବୁଜ ପ୍ରାଧିକରଣ (ଏନ୍‌ଜିଟି) ପକ୍ଷରୁ ଝଟ୍‌କା ଲାଗିଛି। ପ୍ରଦୂଷଣ ଏବଂ ପରିବେଶ ସମ୍ପର୍କିତ ନିୟମ ଉଲ୍ଲଂଘନ କରି କମ୍ପାନୀ ଚାଲିଥିବା ଅଭିଯୋଗ ଆସିବା ପରେ ଏହାକୁ ଗୁରୁତ୍ୱର ସହ ନେଇଛନ୍ତି ଏନ୍‌ଜିଟି। ଏହାର ସତ୍ୟାସତ୍ୟ ଅନୁଧ୍ୟାନ କରିବାକୁ ଏକ କମିଟି ଗଠନ କରାଯାଇଥିବାବେଳେ ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୪ ତାରିଖରେ ହେବ ବୋଲି ଜଣାପଡ଼ିଛି।
ଜିଏମ୍‌ ଆଇରନ୍‌ ଆଣ୍ଡ୍‌ ଷ୍ଟିଲ୍‌ ପ୍ଲାଣ୍ଟକୁ ପୂର୍ବରୁ ରାଣା ସ୍ପଞ୍ଜ ନାମକ ଏକ ଘରୋଇ ସଂସ୍ଥା ଚଳାଉଥିଲା। ତେବେ ପ୍ରଦୂଷଣ ମାତ୍ରା ବଢ଼ିବା ପରେ ଜନଅସନ୍ତୋଷ ତେଜିବାରୁ ୨୦୧୨ରେ କାରଖାନା ବନ୍ଦ ହୋଇଯାଇଥିଲା। ଏହାପରେ ୨୦୨୦ରେ ଜିଏମ୍‌ ଆଇରନ୍‌ ଆଣ୍ଡ୍‌ ଷ୍ଟିଲ୍‌ ଏହାର ପରିଚାଳନା କରୁଛି। ତେବେ କମ୍ପାନୀ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସର୍ତ୍ତକୁ ଉଲ୍ଲଂଘନ କରୁଛି। ମାତ୍ରାଧିକ ପ୍ରଦୂଷଣରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ନେଇ ଅଭିଯୋଗ ହୋଇଥିଲା। ସ୍ଥାନୀୟ ବାସିନ୍ଦା ଏହାର ପ୍ରତିକାର କରିବା ଲାଗି ଜନପ୍ରତିନିଧି, ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଫଳରେ ଗେଙ୍ଗୁଟିଆ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୀମାନ୍ତ ଜେନା ଏବଂ ସାମାଜିକ କର୍ମୀ ଶାନ୍ତନୁ କୁମାର ଭୁକ୍ତା ଗତ ୨୦୨୨ ମାର୍ଚ୍ଚ ୨୯ରେ କମ୍ପାନୀ ବିରୋଧରେ ଏନ୍‌ଜିଟିର ଦ୍ୱାରସ୍ଥ ହୋଇଥିଲେ।
ଆବେଦନକାରୀ ଅଭିଯୋଗରେ ଦର୍ଶାଇଥିଲେ, କମ୍ପାନୀ ପାଖାପାଖି ୯ ଏକର ଜଙ୍ଗଲ ଜମି ଦଖଲ କରି ରଖିଛି। କାରଖାନାରୁ ନିର୍ଗତ ପ୍ରଦୂଷିତ ଧୂଅଁାରେ ଅଞ୍ଚଳବାସୀ ଅଣନିଃଶ୍ୱାସୀ ହୋଇପଡୁଛନ୍ତି। ରାଜ୍ୟ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ ପ୍ଲାଣ୍ଟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହାକୁ କମ୍ପାନୀ କର୍ତ୍ତୃପକ୍ଷ ଅଣଦେଖା କରି ଚାଲିଛନ୍ତି।
ଗତ ମେ’ ୧୦ରେ ଏନ୍‌ଜିଟିରେ ଏହି ମାମଲାର ଶୁଣାଣି ହୋଇଥିଲା। ବିଚାରପତି ଜଷ୍ଟିସ ବି. ଅମିତ ସ୍ଥାଲେକର, ଜଷ୍ଟିସ୍‌ ସାଇବାଲ ଦାସଗୁପ୍ତା ଏହାର ଶୁଣାଣି କରି ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଉକ୍ତ କମିଟିରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଜ୍ୟ ପରିବେଶ ନିୟନ୍ତ୍ରଣ ବୋର୍ଡ, ପରିବେଶ ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ, ଢେଙ୍କାନାଳ ଜିଲାପାଳ, ଜିଲା ବନଖଣ୍ଡ ଅଧିକାରୀଙ୍କୁ ସାମିଲ କରାଯାଇଛି। ଉକ୍ତ କମିଟି କାରଖାନା ସ୍ଥାପିତ ଅଞ୍ଚଳ ପରିଦର୍ଶନ କରି ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବେ ବୋଲି ଏନ୍‌ଜିଟିଙ୍କ ନିର୍ଦ୍ଦେଶ ରହିଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମାମଲାର ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକବଳ, ଧନବଳ ମଧ୍ୟରେ ଲଢ଼େଇ: ଧର୍ମେନ୍ଦ୍ର

ଢେଙ୍କାନାଳ,୪ା୫(ରତନ ନାୟାର): ଓଡ଼ିଶା ସରକାରଙ୍କ ବିରୋଧରେ ପ୍ରବଳ ଜନମତ ଦେଖାଦେଲାଣି। ଦୁର୍ନୀତିଗ୍ରସ୍ତଙ୍କୁ ବିଜେଡି ପ୍ରାର୍ଥୀ କରିଛି। ଚଳିତ ନିର୍ବାଚନରେ ଧନବଳ ଓ ଲୋକବଳ ମଧ୍ୟରେ ଲଢ଼େଇ...

ହଠାତ ଢେଙ୍କାନାଳ ସହରରେ ଅବତରଣ କଲା ହେଲିକପ୍ଟର, ତଦନ୍ତ କରୁଛି ପୋଲିସ

ଢେଙ୍କାନାଳ,୨।୫: ଗୁରୁବାର କୌଣସି ପୂର୍ବ ସୂଚନା ନଦେଇ ଏକ ହେଲିକପ୍ଟର ଢେଙ୍କାନାଳ ସହରରେ ଅବତରଣ କରିଛି। ଏହା କେଉଁଠୁ ଆସିଛି ଓ କାହିଁକି ଆସିଛି ସେ...

୩ରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ ଭାଜପା ପ୍ରାର୍ଥୀ ରୁଦ୍ର ପାଣି

ଢେଙ୍କାନାଳ,୧ା୫(ରତନ ନାୟାର): ଭାରତୀୟ ଜନତା ପାର୍ଟିର ଢେଙ୍କାନାଳ ଲୋକ ସଭା ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆସନ୍ତା ୩ ତାରିଖରେ ପ୍ରାର୍ଥତ୍ପତ୍ର ଦାଖଲ କରିବେ। ଏଥିପାଇଁ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri