ଓଡ଼ିଶାର ଡିଏସ୍‌ ଶିଳ୍ପରେ୧୩.୩% ଅଭିବୃଦ୍ଧି

ଭୁବନେଶ୍ୱର,୧୬।୫: ଓଡ଼ିଶାରେ ଡାଇରେକ୍ଟ ସେଲିଂ (ଡିଏସ୍‌) ଶିଳ୍ପ କୋଭିଡ-୧୯ ମହାମାରୀ ସତ୍ତ୍ୱେ ୧୩.୩% ଅଭିବୃଦ୍ଧି ହାର ହାସଲ କରିଛି। ଏପରିକି ୨୦୨୦-୨୧ଆର୍ଥିକ ବର୍ଷରେ ଏହା ସର୍ବକାଳୀନ ସବୋର୍ଚ୍ଚ ସ୍ତର ୧୦୩୪ କୋଟି ଟଙ୍କାରେ ପହଞ୍ଚତ୍ଥିବା ଇଣ୍ଡିଆନ ଡାଇରେକ୍ଟ ସେଲିଂ ଆସୋସିଏଶନ (ଆଇଡିଏସଏ) ପକ୍ଷରୁ କୁହାଯାଇଛି। ସେହିଭଳି ପୂର୍ବ ଆର୍ଥିକ ବର୍ଷରେ ହୋଇଥିବା ବିକ୍ରି ୯୧୨.୬୦କୋଟି ଟଙ୍କା ତୁଳନାରେ ଏଥିରେ ୧୨୧କୋଟି ଟଙ୍କାରୁ ଅଧିକ ବୃଦ୍ଧି ଘଟିଛି। ଓଡ଼ିଶାରେ ଡିଏସ୍‌ ରାଜ୍ୟ ରାଜକୋଷକୁ ୨୦୨୦-୨୧ ବର୍ଷରେ ଜିଏସ୍‌ଟି ଆକାରରେ ପ୍ରାୟ ୧୫୦ କୋଟି ଟଙ୍କାର ଅବଦାନ ରଖିଛି ଏବଂ ବିକ୍ରି ଦୃଷ୍ଟିରୁ ଏହା ଦେଶରେ ଶ୍ରେଷ୍ଠ ୧୦ଟି ରାଜ୍ୟ ମଧ୍ୟରେ ୫ମ ସ୍ଥାନରେ ରହିଛି। ରାଜ୍ୟରେ ମୋଟ ପ୍ରାୟ ୩.୩୪ ଲକ୍ଷ ପ୍ରତ୍ୟକ୍ଷ ବିକ୍ରେତା ରହିଥିବାବେଳେ ସେମାନଙ୍କ ମଧ୍ୟରେ ମହିଳା ବିକ୍ରେତା ପ୍ରାୟ ୧.୫ଲକ୍ଷ ରହିଛନ୍ତି। ଓଡ଼ିଶା ମଧ୍ୟ ବିକ୍ରି କ୍ଷେତ୍ରରେ ଦେଶର ପୂର୍ବାଞ୍ଚଳ ରାଜ୍ୟଗୁଡିକ ମଧ୍ୟରେ ୩ୟ ସ୍ଥାନ ବଜାୟ ରଖିଛି। ଏ ସମ୍ପର୍କରେ ଆଇଡିଏସଏର ଅଧ୍ୟକ୍ଷ ରଜତ ବାନାର୍ଜୀ ୨୦୨୦-୨୧ ଆର୍ଥିକ ବର୍ଷରେ ଭାରତର ପ୍ରତ୍ୟକ୍ଷ ବିକ୍ରି ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିବେକ କାଟୋଚ, ଭାଇସ୍‌ ଚେୟାରମ୍ୟାନ, ଆଇଡିଏସଏ ଏବଂ ପ୍ରଫେସର ବିଜନ ମିଶ୍ର, ଓଡ଼ିଶା ସରକାରଙ୍କ ପରାମର୍ଶଦାତାଙ୍କ ସମେତ ପ୍ରାୟ ୧୮ଟି ଅନୁଷ୍ଠାନର ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

Gold-Silver Price: କାହିଁକି ବଢୁଛି ସୁନା-ରୂପା ଦର? ସାମ୍ନାକୁ ଆସିଲା ପ୍ରକୃତ କାରଣ

ନୂଆଦିଲ୍ଲୀ ୧୧|୧୨: ସୁନା-ରୂପା ଦର ତଳମୁହାଁ ହେବାର ନାଁ ଧରୁନାହିଁ । ଗୋଟିଏ ପଟେ ସୁନାର ମୂଲ୍ୟ 1 ଲକ୍ଷ 20 ହଜାର ଟଙ୍କା ଉପରେ...

ମୋବାଇଲ ୟୁଜର୍ସଙ୍କୁ ଝଟ୍‌କା, ୨୦୨୬ରେ ଆହୁରି ବଢିଯିବ ରିଚାର୍ଜ ପ୍ଲାନ, ଜିଓ-ଏୟାରଟେଲ ୟୁଜରଙ୍କୁ ଦେବାକୁ ପଡିବ…

ନୂଆଦିଲ୍‌ଲୀ,୧୧।୧୨: ମୋବାଇଲ ଉପଭୋକ୍ତାମାନେ ପୁଣି ଥରେ ମୁଦ୍ରାସ୍ଫୀତିର ଶିକାର ହେଉଛନ୍ତି। ସମ୍ପ୍ରତି, ଜିଓ ବ୍ୟତୀତ ସମସ୍ତ କମ୍ପାନୀ ସେମାନଙ୍କର ଯୋଜନା ବୃଦ୍ଧି କରିଛନ୍ତି, ଏବଂ ଏବେ...

୨୦୨୬ରେ ଏହି କମ୍ପାନୀ କରିବ ମାଲାମାଲ୍‌, ବର୍ଷ ସରିବା ଆଗରୁ ଜାଣି ନିଅନ୍ତୁ

ନୂଆଦିଲ୍ଲୀ,୧୦।୧୨: ସ୍ଥିର ଏବଂ ନିୟମିତ ଆୟ ଚାହୁଁଥିବା ନିବେଶକଙ୍କ ପାଇଁ ଲାଭାଂଶ ପ୍ରଦାନକାରୀ ଷ୍ଟକ ସର୍ୱଦା ଏକ ଶ୍ରେଷ୍ଠ ପସନ୍ଦ ହୋଇଆସିଛି। ଏପରି କମ୍ପାନୀଗୁଡ଼ିକର ସାଧାରଣତଃ...

Youtubeରେ ଗୋଲ୍ଟ ବଟନ୍ ମିଳିଲେ ମାସକୁ ମିଳେ କେତେ ଟଙ୍କା ?

ନୂଆଦିଲ୍‌ଲୀ,୧୦।୧୨: ତିଦିନ ଲକ୍ଷ ଲକ୍ଷ ଭିଡିଓ ଅପଲୋଡ଼ ହେଉଛି ଆଉ କେତେକ କ୍ରିଏଟର ଏହା ଦ୍ୱାରା କୋଟି କୋଟି ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। YouTube...

ସରକାରୀ କର୍ମଚାରୀଙ୍କୁ ବଡ଼ ଝଟ୍‌କା! ନୂଆବର୍ଷରେ କମ୍‌ ବଢିବ ଦରମା

ନୂଆଦିଲ୍‌ଲୀ,୧୦।୧୨: ନୂଆ ବର୍ଷରେ ସରକାରୀ କର୍ମଚାରୀଙ୍କୁ ଶକ୍ତ ଝଟ୍‌କା। ୧ କୋଟି ୨୦ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ସାମାନ୍ୟ ଦରମା ବୃଦ୍ଧି...

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri