Posted inଜାତୀୟ

ଦେଶର ୪୨ ବିମାନ ବନ୍ଦରରେ ୮୪ କର୍ମଚାରୀ ନିଶାସକ୍ତ ଅବସ୍ଥାରେ କରୁଥିଲେ ଡ୍ୟୁଟି…

ନୂଆଦିଲ୍ଲୀ, ୧୫।୫ : ଦେଶର ୪୨ ବିମାନବନ୍ଦରର ୮୪ ଜଣ କର୍ମଚାରୀ ଡ୍ୟୁଟିରେ ଥିବାବେଳେ ନିଶାସକ୍ତ ଅବସ୍ଥାରେ କାମ କରୁଥିବା ଦେଖିବାକୁ ମିଳିଛି। ଡିଜିସିଏ ରିପୋର୍ଟ ଅନୁଯାୟୀ, ଏହି କର୍ମଚାରୀଙ୍କ ମଧ୍ୟରୁ ୫୪ ଜଣ ଅର୍ଥାତ୍‌ ୬୪ ପ୍ରତିଶତ, ଡ୍ରାଇଭର ଭାବରେ କାର୍ଯ୍ୟ କରୁଛନ୍ତି।

ବିମାନ ବନ୍ଦର କର୍ମଚାରୀଙ୍କ ସମ୍ବନ୍ଧରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ)ର ଏହି ରିପୋର୍ଟ ଜାନୁୟାରୀ ୨୦୨୧ରୁ ମାର୍ଚ୍ଚ ୨୦୨୨ ମଧ୍ୟର ବୋଲି କୁହାଯାଉଛି। ମଦ୍ୟପାନ ପରୀକ୍ଷଣ ସମୟରେ ଅଧିକାଂଶ କର୍ମଚାରୀ ବିମାନବନ୍ଦର ସଂଚାଳକ ବିଭାଗର ବୋଲି ଜଣାପଡ଼ିଛି। ଅନ୍ୟାନ୍ୟ କର୍ମଚାରୀ ମଧ୍ୟରେ କ୍ୟାଟରିଂ କମ୍ପାନୀ, ଗ୍ରାଉଣ୍ଡ ହ୍ୟାଣ୍ଡଲିଂ କମ୍ପାନୀ, ବିମାନ ରକ୍ଷଣାବେକ୍ଷଣ କମ୍ପାନୀ ଇତ୍ୟାଦି ର ବୋଲି ରିପୋର୍ଟେରେ ଉଲ୍ଲେଖ କରାଯାଇଛି।

ଡିଜିସିଏ ରିପୋର୍ଟ ଅନୁଯାୟୀ, ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ (ଏଏଆଇ) ଦ୍ୱାରା ପରିଚାଳିତ ୩୫ ବିମାନବନ୍ଦରରେ ୫୬ ଜଣ କର୍ମଚାରୀ ନିଶାସକ୍ତ ଥିବାବେଳେ ଆଦାନୀ ଗ୍ରୁପ୍‌ ଦ୍ୱାରା ପରିଚାଳିତ ୪ ବିମାନ ବନ୍ଦରରେ ୧୭ କର୍ମଚାରୀ ନିଶାସକ୍ତ ଅବସ୍ଥାରେ ଡ୍ୟୁଟି କରୁଥିଲେ।

ଜିଏମଆର ଗ୍ରୁପ ଦ୍ୱାରା ପରିଚାଳିତ ଦୁଇଟି ବିମାନବନ୍ଦରରେ ୯ ଜଣ ଏବଂ ଫେୟାରଫ୍ୟାକ୍ସ ଇଣ୍ଡିଆ ଦ୍ୱାରା ପରିଚାଳିତ ବେଙ୍ଗାଲୁରୁ ବିମାନବନ୍ଦରରେ ୨ ଜଣ କର୍ମଚାରୀ ଡ୍ୟୁଟିରେ ଥିବାବେଳେ ମଦ୍ୟପାନ କରିଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି। ବେଙ୍ଗାଲୁରୁ ବିମାନ ବନ୍ଦରର ଅପରେଟର ବିଏଲ ସ୍ପଷ୍ଟ କରିଛନ୍ତି ଯେ ମଦ୍ୟପାନ ପରୀକ୍ଷାରେ ପଜିଟିଭ୍‌ ହୋଇଥିବା ଦୁଇଜଣ କର୍ମଚାରୀ ତାଙ୍କର ନୁହଁନ୍ତି।

ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ଏହାର ୧୪ ବିମାନବନ୍ଦରରେ କେବଳ ୧୮ ଜଣ କର୍ମଚାରୀ ଜାନୁଆରୀ ୨୦୨୧ ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ମଦ୍ୟପାନ ପରୀକ୍ଷଣରେ ପଜିଟିଭ୍‌ ଜଣାପଡ଼ିଥିଲା। ଏଏଆଇ କହିଛି ଯେ ବିଏ (ବ୍ରେଥ୍‌ ଆନାଲାଇଜର) ପରୀକ୍ଷାରେ ପଜିଟିଭ୍‌ ହୋଇଥିବା ୧୮ ଜଣ କର୍ମଚାରୀଙ୍କ ମଧ୍ୟରୁ ତିନିଜଣ ଏଏଆଇର ଏବଂ ଅବଶିଷ୍ଟ ୧୫ ଜଣ ଏଏଆଇର ଚୁକ୍ତିଭିତ୍ତିକ କମ୍ପାନୀରୁ ଆସିଥିଲେ।

 

ଏଏଆଇ କହିଛି ଯେ ନିର୍ଦ୍ଦେଶାବଳୀ ଅନୁଯାୟୀ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆଦାନୀ ଗ୍ରୁପ ଏବଂ ଜିଏମଆର ଗ୍ରୁପ ନ୍ୟୁଜ ଏଜେନ୍ସି ପିଟିଆଇର ଏହି ପ୍ରଶ୍ନର ଉତ୍ତର ଦେଇନଥିଲେ।

ଜାନୁୟାରୀ ୨୦୨୧ ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ମୁମ୍ବାଇ ବିମାନ ବନ୍ଦରରେ ସର୍ବାଧିକ ୯ ଜଣ କର୍ମଚାରୀ ମଦ୍ୟପାନ ପରୀକ୍ଷାରେ ପଜିଟିଭ୍‌ ଥିବା ଜଣାପଡ଼ିଛି। ଗତ ବର୍ଷ ଜୁଲାଇରୁ ଏହି ବିମାନବନ୍ଦର ଆଦାନୀ ଗ୍ରୁପ ଅଧୀନରେ ଅଛି। ଜୁଲାଇ ୨୦୨୧ ପୂର୍ବରୁ, ମୁମ୍ବାଇ ବିମାନ ବନ୍ଦର ଜିଭିକେ ଗ୍ରୁପ ଅଧୀନରେ ଥିଲା। ଜିଏମଆର ଗ୍ରୁପ ଦ୍ୱାରା ପରିଚାଳିତ ଦିଲ୍ଲୀ ବିମାନବନ୍ଦର ଏକ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ରହିଛି। ଏହି ୧୫ ମାସ ମଧ୍ୟରେ ଏହାର ୮ ଜଣ କର୍ମଚାରୀ ମଦ୍ୟପାନ ପରୀକ୍ଷଣରେ ପଜିଟିଭ୍‌ ଥିବା ଜଣାପଡ଼ିଥିଲା।

ବିମାନ ଚଳାଚଳ ନିୟନ୍ତ୍ରକ ଡିଜିସିଏ ସେପ୍ଟେମ୍ବର ୨୦୧୯ ରେ ସମସ୍ତ ବିମାନବନ୍ଦର କର୍ମଚାରୀଙ୍କ ପାଇଁ ବିଏ ପରୀକ୍ଷା ପାଇଁ ନିୟମ ପ୍ରକାଶ କରିଥିଲେ। ନିୟମ ଅନୁଯାୟୀ, ଏଏଆଇ, ଡିଆଇଏଏଲଏଲ୍‌, ଏମଆଇଏଏଲ୍‌, ବିଆଇଏଏଲ ଇତ୍ୟାଦି ସଂପୃକ୍ତ ବିମାନବନ୍ଦର ଅପରେଟରମାନେ କେବଳ ନିଜ କର୍ମଚାରୀଙ୍କ ନୁହେଁ ବରଂ ବିମାନବନ୍ଦରରେ କାର୍ଯ୍ୟ କରୁଥିବା ଅନ୍ୟ କମ୍ପାନୀର କର୍ମଚାରୀଙ୍କ ମଧ୍ୟ ନିୟମିତ ଭାବରେ ମଦ୍ୟପାନ ପରୀକ୍ଷା କରିବା ଆବଶ୍ୟକ ବୋଲି ଏଥିରେ ନିର୍ଦ୍ଦେଶ ଜାରି କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡରୁଛନ୍ତି ରାହୁଲ-ପ୍ରିୟଙ୍କା: ଅର୍ଜୁନ ରାମ ମେଘଓ୍ବାଲ

ନୂଆଦିଲ୍ଲୀ,୨୮।୪: ବିକାନେର ଲୋକ ସଭା ନିର୍ବାଚନମଣ୍ଡଳୀରୁ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ପ୍ରାର୍ଥୀ ଅର୍ଜୁନ ରାମ ମେଘୱାଲ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା...

ମୋଦି ହାରୁଛନ୍ତି, ଇଣ୍ଡିଆ ମେଣ୍ଟ ୩୦୦ ପାର କରିବ, ଦୁଇ ପର୍ଯ୍ୟାୟର ଭୋଟିଂ ପରେ…

ନୂଆଦିଲ୍ଲୀ,୨୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିବୃତ୍ତିକୁ ନେଇ ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନ୍ୟୁଜ ଏଜେନ୍ସି ଏଏନଆଇ ସହିତ...

ହଜାର ହଜାର ମହିଳାଙ୍କ ସହ ଯୌନ ଅପରାଧ, ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନାତିଙ୍କ ନାମ ଆସିଲା ସାମ୍ନାକୁ

ବେଙ୍ଗାଲୁରୁ,୨୮।୪: କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଶନିବାର ହାସନ ଜିଲା ସହ ଜଡିତ ଯୌନ ଦୁର୍ନୀତିର ଯାଞ୍ଚ ପାଇଁ ଏକ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସଆଇଟି) ଗଠନ...

ସଫେଇ ଦେଲା ଏମଡିଏଚ

ନୂଆଦିଲ୍ଲୀ,୨୮।୪: ମସଲାରେ କ୍ୟାନସର ଭଳି ମାରାତ୍ମକ ରୋଗ ସୃଷ୍ଟି କାରୀ କୀଟନାଶକ ଔଷଧ ମିଳିବା ଖବର ଜଣାପଡିବା ପରେ ବିବାଦ ଦେଖାଦେଇଛି। ଚାଲିଥିବା ବିବାଦ ମଧ୍ୟରେ...

କଂଗ୍ରେସକୁ ଝଟ୍‌କା, ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅରବିନ୍ଦର ସିଂ

ନୂଆଦିଲ୍ଲୀ,୨୮।୪: ଲୋକ ସଭା ନିର୍ବାଚନ ପାଇଁ ଟିକେଟ ବଣ୍ଟନ ନେଇ ଦିଲ୍ଲୀ କଂଗ୍ରେସରେ ଖୋଲାଖୋଲି ଭାବେ ଅସନ୍ତୋଷ ପ୍ରକାଶ ପାଇଛି। ସଦ୍ୟତମ ମାମଲାରେ ଦିଲ୍ଲୀ କଂଗ୍ରେସ...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ଭାରତୀୟ ମସଲାକୁ ଆମେରିକାର ସନ୍ଦେହ

ଏମ୍‌ଡିଏଚ୍‌ ଏବଂ ଏଭରେଷ୍ଟ ଭଳି ଭାରତୀୟ ମସଲାରେ କ୍ୟାନ୍‌ସର ସୃଷ୍ଟିକାରୀ କେମିକାଲ ମିଶୁଥିବା କହି ହଂକଂ ଓ ସିଙ୍ଗାପୁର କିଛିଦିନ ହେଲା ଏହାର ବିକ୍ରି ଉପରେ...

ବିଶ୍ୱର ୧୫ ଉତ୍ତପ୍ତ ସହର ମଧ୍ୟରେ ଅନୁଗୋଳ, ଭୁବନେଶ୍ୱର

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)ଜଳୁଛି ସାରା ଓଡ଼ିଶା। ପଶ୍ଚିମା ଓ ଉତ୍ତର-ପଶ୍ଚିମା ଶୁଷ୍କ ବାୟୁ ପ୍ରବାହ ଯୋଗୁ ରାଜ୍ୟରେ ଏବେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri