ଅବହେଳିତ ବୈଶିଙ୍ଗା ଡାକ୍ତରଖାନା

ବୈଶିଙ୍ଗା,୧୫।୫(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଡାକ୍ତରଖାନା ପ୍ରତି ସରକାରୀ ଅବହେଳାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। କର୍ମଚାରୀ ଅଭାବ ସାଙ୍ଗକୁ ବିଭିନ୍ନ ସମସ୍ୟାରେ ଥିବା ଏହି ଡାକ୍ତରଖାନା ଉପରୁ ଲୋକଙ୍କ ଭରସା ତୁଟିବାରେ ଲାଗିଛି। ୧୮ନଂ. ଜାତୀୟ ରାଜପଥ ପାଶର୍‌ବରେ ଏହି ଡାକ୍ତରଖାନା ଅବସ୍ଥିତ ହୋଇଥିବାରୁ ବହୁ ସଂଖ୍ୟକ ଦୁର୍ଘଟଣା ଜନିତ ରୋଗୀ ପ୍ରତିଦିନ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି। ସାଧାରଣ ରୋଗୀଙ୍କଠାରୁ ଆରମ୍ଭ କରି ପ୍ରସୂତି, ବିଷଖିଆ, ସାପ କାମୁଡ଼ା ଆଦି ରୋଗୀ ମଧ୍ୟ ଆସିଥାନ୍ତି। ଏହି ଡାକ୍ତରଖାନାକୁ ଏକ ୧୦୮ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଥିଲା। ମାତ୍ର ତାହା ବୈଶିଙ୍ଗା ଅଞ୍ଚଳବାସୀଙ୍କ ସେବାରେ ନ ଲାଗି ଅଧିକାଂଶ ସମୟ ବାଲେଶ୍ୱର, ବାଲିଆପାଳ, ନୀଳଗିରି, ବାରିପଦା ଓ ରାସଗୋବିନ୍ଦପୁର ଅଞ୍ଚଳରେ ସେବା ଯୋଗାଉଥିବା ଜଣାପଡ଼ିଛି। ବିଳମ୍ବରେ ଅନ୍ୟ ହସ୍ପିଟାଲରୁ ୧୦୮ ଆମ୍ବୁଲାନ୍ସ ଆସିଲା ବେଳକୁ ଅଧିକାଂଶ ସମୟରେ ଗୁରୁତର ରୋଗୀଙ୍କର ପ୍ରାଣ ଚାଲିଯାଉ ଥିବା ଦେଖିବାକୁ ମିଳୁଛି। ଡାକ୍ତରଖାନାରେ ମୁଖ୍ୟ ଡାକ୍ତର ଅମିତ କୁମାର ନାୟକଙ୍କ ସମେତ ଡାକ୍ତର ସତ୍ୟ ପ୍ରକାଶ ଦାସ ଏବଂ ଆୟୂଷ ଡାକ୍ତର ପ୍ରସନ୍ନ ପାତ୍ର ଦାୟିତ୍ୱ ତୁଲାଉଛନ୍ତି। ଏହି ଡାକ୍ତରଖାନା ଉପରେ ନିର୍ଭର କରୁଥିବା ୫୦ ଖଣ୍ଡ ମୌଜାର ଜନସାଧାରଣ ଏଠାରୁ ବିଶେଷଜ୍ଞ ଡାକ୍ତରଙ୍କ ଚିକିତ୍ସା ସୁବିଧା ନ ପାଇ ବାଧ୍ୟ ହୋଇ ବାଲେଶ୍ୱର, ବାରିପଦା ଏବଂ କଟକ ସ୍ଥିତ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଡାକ୍ତରଖାନାକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରାଯିବା ପାଇଁ ନିର୍ବାଚିତ ଲୋକ ପ୍ରତିନିଧିମାନେ ବାରମ୍ବାର ବିଧାନସଭାରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସରକାରଙ୍କ ଉଦାସୀନ ମନୋଭାବ ଯୋଗୁ ଦାବି ପୂରଣ ହୋଇ ପାରୁନାହିଁ। ଡାକ୍ତରଖାନାରେ ଲାଗି ରହିଥିବା ଏଭଳି ବ୍ୟବବସ୍ଥା ସମ୍ପର୍କରେ ମୁଖ୍ୟ ଡାକ୍ତର ନାୟକଙ୍କୁ ପଚାରିବାରୁ ଯେତିକି ଷ୍ଟାଫ ଅଛନ୍ତି ସେମାନଙ୍କୁ ନେଇ କାର୍ଯ୍ୟ କରିବାକୁ ପଡୁଛି। କୌଣସି ଅଭିଯୋଗ ତାଙ୍କ ନଜରକୁ ଆସିନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡାଦେଶ

ବାରିପଦା,୭।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ଅତିରିକ୍ତ ଜିଲା ଓ ଦୌରା ଜଜ (୧) କୋର୍ଟରେ ମଙ୍ଗଳବାର ଏକ ନରହତ୍ୟା ମାମଲାର ରାୟ ପ୍ରକାଶ...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୨୦ ଘର

ବାରିପଦା,୭।୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ କେନ୍ଦୁଡିହା ପଞ୍ଚାୟତ କୁଳିଅଣା ବିନ୍ଧାଣିସାହିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଯାଇଛି। ଏହି ଆକସ୍ମିକ ଅଗ୍ନିକାଣ୍ଡରେ ବିନ୍ଧାଣିବସ୍ତିର ୨୦ରୁ...

କାଳ ବୈଶାଖୀରେ ଭାଙ୍ଗିଲା ଗଛ: ରାଜପଥରେ ଯାତାୟାତ ବାଧାପ୍ରାପ୍ତ

ମୋରଡ଼ା,୬।୫(ସ୍ମାରକ ମାଜୀ): କାଳ ବୈଶାଖୀ ପ୍ରଭାବରେ ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ଅଧୀନ ଚିତ୍ରଡାରେ ଅଞ୍ଚଳରେ ସୋମବାର ରାତି ପ୍ରାୟ ୮ଟାରେ ପ୍ରବଳ ବେଗରେ ପବନ...

ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମଏମ, ବଢ଼ିଲା ବିଜେଡି-ଭାଜପା ଚିନ୍ତା

ଭୁବନେଶ୍ୱର,୩।୫: ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଓଡ଼ିଶା ବିଧାନସଭା ନିର୍ବାଚନ ପାଇଁ ଏହାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ...

ମାଡ଼ି ଚାଲିଛି ଶିମିଳିପାଳ ନିଆଁ

ବାରିପଦା,୩ା୫(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ପାରଦ ସୀମା ଲଂଘୁଥିବା ବେଳେ ଅଣାୟତ୍ତ ହୋଇପଡ଼ିଛି ଶିମିଳିପାଳ ନିଆଁ। ପ୍ରତିଦିନ ଶିମିଳିପାଳ ଅଭୟାରଣ୍ୟର ଉତ୍ତର ଓ ଦକ୍ଷିଣ...

ବିଜେଡିରୁ ସବୁ ସମ୍ପର୍କ ଛିନ୍ନ କଲେ ପୂର୍ବତନ ବିଧାୟକ

ଠାକୁରମୁଣ୍ଡା,୩୦।୪(ତାରାକାନ୍ତ ପଟ୍ଟନାୟକ): ମୟୁରଭଞ୍ଜ ଜିଲା କରଞ୍ଜିଆ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଟିକେଟ ଆଶାୟୀ ଥିବା ପୂର୍ବତନ ବିଧାୟକ ବିଜୟ କୁମାର ନାଏକ ବିଜେଡିରୁ ଇସ୍ତଫା ଦେବା...

ଜନତାଙ୍କ ପ୍ରଶ୍ନବାଣକୁ ଭୟ କରୁଛନ୍ତି ପ୍ରାର୍ଥୀ

ମୋରଡ଼ା,୨୮।୪(ସ୍ମାରକ ମାଜୀ): ୨୦୦୯ରୁ ମୟୂରଭଞ୍ଜ ଜିଲା ମୋରଡ଼ା ବିଧାନସଭା ଆସନରୁ ବିଜୁ ଜନତା ଦଳ ଜିତି ଆସୁଥିବା ବେଳେ ବର୍ତ୍ତମାନ ରାଜ କିଶୋର ଦାସ ବିଧାୟକ...

ମୋରଡ଼ା ନିର୍ବାଚନମଣ୍ଡଳୀରେ କଂଗ୍ରେସର ଘନଘନ ବୈଠକ, ମିଶ୍ରଣ ପର୍ବ

ମୋରଡ଼ା,୨୭ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲାର ଏକମାତ୍ର ଅଣସଂରକ୍ଷିତ ନିର୍ବାଚନମଣ୍ଡଳୀ ମୋରଡ଼ା ନିର୍ବାଚନମଣ୍ଡଳୀ ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଚଳଚଞ୍ଚଳ ହୋଇଉଠିଥିବା ବେଳେ ସମସ୍ତ ରାଜନୈତିକ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri