କ୍ଷୀରମଣି ସେଠ୍‌ ହତ୍ୟା ମାମଲା: ୩ ଗିରଫ

କର୍ଲାମୁଣ୍ଡା,୧୪ା୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ଫାଣ୍ଡି ଅଧିନସ୍ଥ ଗଜବାହାଲ ଗ୍ରାମର ଜଣେ ବିବାହିତ ଯୁବକ କ୍ଷୀରମଣି ସେଠ୍‌ (୩୮)ଙ୍କ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଏ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଗଜବାହାଲ ଗ୍ରାମର କାର୍ତ୍ତିକ ସେଠ୍‌ଙ୍କ ପୁଅ କ୍ଷୀରମଣିଙ୍କ ମୃତଦେହ ସେହି ଗ୍ରାମର ଇନ୍ଦିରା କଲୋନୀପଡ଼ାର ଏକ ଇଟାଭାଟି ନିକଟରେ ପଡ଼ିଥିଲା।  ମୃତଦେହକୁ ଗତ ୯ ତାରିଖରେ ପୋଲିସ ଜବତ କରିଥିବା ବେଳେ ମୃତକଙ୍କ ସ୍ତ୍ରୀ ସୁବାସିନୀ ତାଙ୍କ ସ୍ବାମୀକୁ ହତ୍ୟା କରାଯାଇଥିବା ନେଇ ଲିଖିତ ଅଭିଯୋଗ କରିବା ସହ ଏଥିପାଇଁ ନିର୍ଦ୍ଦିଷ୍ଟ ପରିବାରକୁ ଦାୟୀ କରିଥିଲେ। ଏହି ଘଟଣାର ତଦନ୍ତକାରୀ ଅଫିସର ତଥା ମ.ରାମପୁର ଥାନାଧିକାରୀ ସଚିନ୍ଦ୍ର ପ୍ରଧାନ ଗୁରୁତର ସହ ନେଇ ତଦନ୍ତ ଚଳାଇ ୩ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ଇନ୍ଦିରା କଲୋନୀପଡ଼ାର ବାବୁଲାଲ ବିଭାର(୫୫), ତାଙ୍କ ଝିଅ ନଳିନୀ ବିଭାର ଓ ଜ୍ୱାଇଁ ଡୁଲେଶ୍ୱର ବେସ୍ରା ବୋଲି ଜଣାପଡ଼ିଛି। ମୃତକ କ୍ଷୀରମଣିଙ୍କ ସହ ନଳିନୀଙ୍କର ଅନୈତିକ ସମ୍ପର୍କ ରହିଥିଲା। ନଳିନୀ ବିବାହିତା ହୋଇଥିଲେ ମଧ୍ୟ ସ୍ବାମୀଙ୍କ ସହ ମତାନ୍ତର ହୋଇ ବାପଘରେ ରହୁଥିଲେ। ଘଟଣା ଦିନ ଏ ଦୁଇଜଣ ଅସଂଯତ ଅବସ୍ଥାରେ ଥିବା ଦେଖି ନଳିନୀଙ୍କ ବାପା ବାବୁଲାଲ କ୍ଷୀରମଣିଙ୍କୁ ହତ୍ୟା କରିଥିଲେ। ତେବେ କ୍ଷୀରମଣିଙ୍କ ମୃତ୍ୟୁ ପରେ ମୃତଦେହକୁ ଘରେ ଲୁଚାଇ ରଖି ରାତିରେ ବାହାରେ ଫିଙ୍ଗିଥିଲେ। ଏଥିରେ ନଳିନୀ ଏବଂ ତାଙ୍କର ଅନ୍ୟ ଜଣେ ଜ୍ୱାଇଁ ଡୁଳେଶ୍ୱର ସହଯୋଗ କରିଥିଲେ। ତେଣୁ ହତ୍ୟାକାରୀ ବାବୁଲାଲଙ୍କ ସହ ସହଯୋଗୀ ନଳିନୀ ଓ ଡୁଲେଶ୍ୱରକୁ ପୋଲିସ ଗିରଫ କରିବା ପରେ ଶନିବାର କୋର୍ଟ ଚାଲାଣ କରିଛି। ଏହି ତଦନ୍ତରେ ରିଷିଡ଼ା ଫାଣ୍ଡି ଅଧିକାରୀ କ୍ଷୀରସିନ୍ଧୁ ମାଝି ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

ଲେଡ଼ବନ୍ଧ ବୁଲାଣିରେ କାର-ବାଇକ୍‌ ମୁହାଁମୁହିଁ ଧକ୍କା: ମା’ ଗୁରୁତର, ଶିଶୁ ସହ ଦାଦା… 

ମୋହନା,୨୬।୧୨(ମନ୍ମଥ ମିଶ୍ର): ବୁଲାଣିରେ କାର- ବାଇକ ମୁହାଁ ମୁହିଁ ଧକ୍କା। ଜଣେ ମହିଳା ଗୁରୁତର। ସେ ହେଲେ ପ୍ରଭାବତୀ ମଳିକ(୨୦)। ତାଙ୍କ ଅବସ୍ଥା ଗୁରୁତର ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri