କେନ୍ଦ୍ର ସାମୁଦ୍ରିକ ମତ୍ସ୍ୟ ବିଲ୍‌କୁ ବିରୋଧ

ପାରାଦୀପ,୧୪ା୫(ସ୍ବ.ପ୍ର.): ଦେଶର ୯ ଉପକୂଳବର୍ତ୍ତୀ ରାଜ୍ୟ ଓ ଆଣ୍ଡାମାନ ଦୀପରେ ପ୍ରାୟ ୨ କୋଟିରୁ ଅଧିକ ମତ୍ସ୍ୟଜୀବୀ ମାଛ ଧରି ଜୀବିକା ନିର୍ବାହ କରୁଛନ୍ତି। ଏବେ କେନ୍ଦ୍ର ସରକାର ସାଗରମାଳା ଯୋଜନା ନାମରେ ମତ୍ସ୍ୟଜୀବୀମାନଙ୍କ ଦାନାପାଣି ଉପରେ ଅଙ୍କୁଶ ଲଗାଇବାକୁ ପ୍ରୟାସ ଚଳାଇଛନ୍ତି। କେବଳ ପୁଞ୍ଜିପତିଙ୍କୁ ସୁହାଇଲା ଭଳି ଆଇନ କରି ନଦୀ ସମୁଦ୍ର ସୀମା ସେମାନଙ୍କ ଅଧୀନକୁ ଦେଇ ଦେଉଛନ୍ତି। ଏହି ଆଇନକୁ ରଦ୍ଦ କରି ମତ୍ସ୍ୟଜୀବୀ ସଂଗଠନ ପକ୍ଷରୁ ଯେଉଁ ପ୍ରସ୍ତାବ ଦିଆଯାଇଛି ତାକୁ ବିଚାରକୁ ନିଆଯାଉ। ଏହାର ପୁନର୍ବିଚାର କରା ନ ଗଲେ ଦେଶବ୍ୟାପୀ ଆନ୍ଦୋଳନ ହେବ ବୋଲି ଏନ୍‌ଏଫ୍‌ଏଫ୍‌(ନ୍ୟାଶନାଲ ଫିଶ ଓ୍ବାର୍କର୍ସ ଫୋରମ)ପକ୍ଷରୁ କୁହାଯାଇଛି। ଶୁକ୍ରବାର ଏନଏଫଏଫର ୯ ଜଣିଆ ପ୍ରତିନିଧି ଦଳ ପାରାଦୀପ ମାଛଧରା ବନ୍ଦର ଗସ୍ତରେ ଆସି ଏସମ୍ପର୍କରେ ସୂଚନା ଦେଇଥିଲେ।
ଓଡ଼ିଶାକୁ ଏହି ଦଳ ଦୁଇ ଦିନିଆ ଗସ୍ତରେ ଆସି ରାଜ୍ୟ ସରକାରଙ୍କ ପାଖରେ ମତ୍ସ୍ୟଜୀବୀଙ୍କ ବହୁବିଧ ସମସ୍ୟା ସମ୍ପର୍କରେ ଉପସ୍ଥାପନ କରିବ ବୋଲି ଉକ୍ତ ଫୋରମ୍‌ ପକ୍ଷରୁ କୁହାଯାଇଛି।
ଏହାର ଅଧ୍ୟକ୍ଷ ଲିଓ କୋଲାଶୋ କହିଛନ୍ତି, ୨୦୧୧- ୧୨ରେ ତତ୍କାଳୀନ ମତ୍ସ୍ୟ ପ୍ରାଣୀଧନ ପାଳନ ମନ୍ତ୍ରୀ ଜୟରାମ ରମେଶ ଏକ ଚିଠା ବିଲ୍‌ ଆଣିଥିଲେ। ସେଥିରେ ଅନେକ ମତ୍ସ୍ୟ କଲ୍ୟାଣ ପ୍ରସଙ୍ଗ ଥିଲା। ମାତ୍ର ଏବେର କେନ୍ଦ୍ର ସରକାର ସାଗରମାଳା ଯୋଜନାରେ ଦେଶର ଉପକୂଳବର୍ତ୍ତୀ ସମୁଦ୍ର ସୀମା ଓ ଅନେକ ନଦୀକୁ ଘରୋଇକରଣ କରିଛନ୍ତି। ଓଡିଶାର ୬ ଟି ନଦୀ ଏହି ଯୋଜନାରେ ରହିଛି। ଏଥିପାଇଁ କେନ୍ଦ୍ର ସରକାରଙ୍କ ଉକ୍ତ ଆଇନକୁ ଏବେ ଫୋରମ ପକ୍ଷରୁ ବିରୋଧ କରାଯାଇଛି। ଗତ ଏପ୍ରିଲ ୨୭ ରୁ ୨୯ ପର୍ଯ୍ୟନ୍ତ ଆନ୍ଧ୍ର ପ୍ରଦେଶରେ ବିଭିନ୍ନ ମତ୍ସ୍ୟ ସଂଗଠନ ସହ ଆଲୋଚନା କରିବା ପରେ ସେଠାକାର ସରକାରଙ୍କୁ ଏବିଷୟରେ ଅନୁରୋଧ କରିଛୁ। ଓଡିଶା ପରେ କେରଳ ଯିବୁ। ଏମିତି ୯ଟି ରାଜ୍ୟରେ ଥିବା ୧୫ଟି ବୃହତ୍‌ ସଂଘ ପ୍ରତିନିଧିଙ୍କ ସହ ଆଲୋଚନା କରିବୁ ବୋଲି ଏନଏଫ୍‌ଏଫ୍‌ର ସମ୍ପାଦକ ଓଲେସିଓ ସିମାସ କହିଥିଲେ। ସେହିପରି ସଂଶୋଧିତ ଆଇନ ମଧ୍ୟରେ ସିଆରଜେଡ (କୋଷ୍ଟାଲ ରେଗୁଲେସନ ଜୋନ୍‌)ରହିଛି। ପୂର୍ବରୁ ନଦୀ ଓ ସମୁଦ୍ରର ୫୦୦ ମିଟର ମଧ୍ୟରେ କୌଣସି ପ୍ରକଳ୍ପ ହୋଇପାରିବ ନାହିଁ ବୋଲି ନିୟମ ଥିଲା। କେନ୍ଦ୍ର ସରକାର ତାକୁ ହଟାଇ ଦେଇଛନ୍ତି। ଫଳରେ ଘରୋଇ ସଂସ୍ଥାଗୁଡ଼ିକ ଅବାଧରେ ନଦୀ ଓ ସମୁଦ୍ର ତଟରେ ବନ୍ଦର ଶିଳ୍ପ ଆଦି କରିପାରିବେ। ଏସବୁ ସମ୍ପର୍କରେ ମତ୍ସ୍ୟଜୀବୀଙ୍କୁ ଅବଗତ କରାଯିବା ପରେ ଦେଶବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ପ୍ରତିନିଧି ଦଳ ପକ୍ଷରୁ ସୂଚନା ଦିଆଯାଇଛି।
ଏହି ଅବସରରେ ଓଡ଼ିଶା ପାରମ୍ପରିକ ମତ୍ସ୍ୟଜୀବୀ ୟୁନିୟନ ପକ୍ଷରୁ ସଭାପତି ପ୍ରସନ୍ନ କୁମାର ବେହେରା ୭ ଦଫା ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଥିଲେ। ସେଥିରେ ଦର୍ଶାଯାଇଛି, କଇଁଛ କଟକଣା ବେଳେ ଅଲଗା ରାଜ୍ୟରେ ମତ୍ସ୍ୟଜୀବୀଙ୍କୁ ସରକାର ସହାୟତା ରାଶି ଦେଉଛନ୍ତି। ଓଡିଶା ସରକାର ଏ କ୍ଷେତ୍ରରେ କିଛି ପଦକ୍ଷେପ ନେଉନାହାନ୍ତି। ଏନେଇ ପଦକ୍ଷେପ ନେବା ସହ ପ୍ରତ୍ୟେକ ସମବାୟ ସଂସ୍ଥାକୁ ହାତ ପାଣ୍ଠି ଦେବା, ଓଡିଶା ଉପକୂଳରେ ମତ୍ସ୍ୟ ଅବତରଣ କେନ୍ଦ୍ର କରିବା, ଓଡିଶାରେ ମାଛର ସୁପର ମାର୍କେଟ କରିବା, ସମସ୍ତ ନଦୀ ମୁହାଣ ଖନନ, ପୁରୀ ଓ ଗଞ୍ଜାମ ଜିଲାର ଜିଲେରି, ଓ୍ବାର୍ଡବାଲେଜି, ଗଙ୍ଗପୁତ୍ର ଓ ଖଲାସି ଜାତିର ମତ୍ସ୍ୟଜୀବୀଙ୍କୁ ତଫସିଲଭୁକ୍ତଜାତି ଭାବେ ମାନ୍ୟତା ଦେବା, ଡିଜେଲ ଓ କିରୋସିନରେ ସବ୍‌ସିଡି ପ୍ରଦାନ ଆଦି ଦାବି ଅନ୍ତର୍ଭୁକ୍ତ। ଏନ୍‌ଏଫ୍‌ଏଫ୍‌ ପ୍ରତିନିଧି ଦଳକୁ ପାରାଦୀପ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ (ଓମ୍ଫା)ପକ୍ଷରୁ ସ୍ବାଗତ କରାଯାଇଥିଲା। ସଭାପତି ଶ୍ରୀକାନ୍ତ ପରିଡା ପାରାଦୀପ ମାଛଧରା ବନ୍ଦର ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ। ଶେଷରେ ସମ୍ପାଦକ ଅରବିନ୍ଦ ସ୍ବାଇଁ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri